spot_img
Home Blog Page 6382

ବିରାଟ କୋହଲିଙ୍କ ପିତୃତ୍ୱ ଛୁଟିକୁ ନେଇ କ’ଣ କହିଲେ କପିଲ, ଜାଣନ୍ତୁ

0

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଟରନିଟି ଲିଭ (ପିତୃତ୍ୱ ଛୁଟି)କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ବିରାଟ ଏବଂ ତାଙ୍କ ବଲିଉଡ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଆସନ୍ତା ୨୦୨୧ ମସିହା ଜାନୁଆରୀ ୨୦୨୧ରେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି। ସନ୍ତାନ ଜନ୍ମ ସମୟରେ ସେ ନିଜ ପତ୍ନୀ ଏବଂ ପରିବାର ସହିତ ରହିବାକୁ ଚାହିଁଛନ୍ତି । ଯେଉଁଥିପାଇଁ ସେ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ)ରୁ ପିତୃତ୍ୱ ଛୁଟି ନେଇଛନ୍ତି।

ଅଷ୍ଟ୍ରେଲିଆ ଗସ୍ତରେ (ଭାରତ ବନାମ ଅଷ୍ଟ୍ରେଲିଆ) ଆଡିଲେଡ ଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବା ପରେ ବିରାଟ ଭାରତ ଫେରିଯିବେ ବୋଲି ସୂଚନା ମିଳିଛି। ବିରାଟ କୋହଲିଙ୍କ ପିତୃତ୍ୱ ଛୁଟିକୁ ପ୍ରଶଂସକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି | କେହି କେହି ଏହାକୁ ସମର୍ଥନ କରୁଥିବାବେଳେ ଆଉ କେହି କେହି ଏହାକୁ ପସନ୍ଦ କହୁଛନ୍ତି।

କିନ୍ତୁ  ଏହିଭଳି ଭାବେ ଅନେକ କ୍ରିକେଟର ରହିଛନ୍ତି ଯେଉଁମାନେକି ନିଜ ସନ୍ତାନ ଜନ୍ମ ସମୟରେ ନିଜ ପରିବାର ସହିତ ରହିପାରିନାହାଁନ୍ତି । ତନ୍ମଧ୍ୟରୁ ଜଣେ ହେଉଛନ୍ତି ସୁନୀଲ ଗାଭାସ୍କର । ଆସନ୍ତୁ ଜାଣିବା କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା…

ନିକଟରେ କପିଲ ଦେବ କହିଛନ୍ତି ଯେ 1976 ମସିହାରେ ରୋହନ ଗାଭାସ୍କର ଜନ୍ମ ବେଳକୁ ସୁନିଲ ଓ୍ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ଥିଲେ । ସେ ସମୟରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏହି ସିରିଜ୍ ଖେଳାଯାଉଥିଲା । ତେବେ ପୂର୍ବତନ ଭାରତୀୟ କ୍ରିକେଟର ଅଶୁଂମାନ ଗାଇକୱାଡ ମଧ୍ୟ ସୁନୀଲ ଗାଭାସ୍କରଙ୍କର ସେହି କାହାଣୀ ସମ୍ପର୍କରେ କହିଛନ୍ତି ।

ଅଶୁଂମାନ ଗାଏକୱାଡ କହିଛନ୍ତି ଯେ ଗାଭାସ୍କର ତାଙ୍କ ଜନ୍ମିତ ପୁଅକୁ ଦେଖିବାକୁ ଭାରତ ଆସିବାକୁ ଚାହୁଁଛନ୍ତି, କାରଣ ଦୁଇ ସପ୍ତାହ ପରେ ଭାରତର ପରବର୍ତ୍ତୀ ସିରିଜ ୱେଷ୍ଟଇଣ୍ଡିଜରେ ଥିଲା, କିନ୍ତୁ ବିସିସିଆଇ ତାଙ୍କୁ ଅନୁମତି ଦେଇନଥିଲା।  ଏମିତିକି ବାକି ଟିମ୍ ସହ ୱେଷ୍ଟଇଣ୍ଡିଜକୁ ଯିବାକୁ ବିସିସିଆଇ ତାଙ୍କୁ କହିଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗାଭାସ୍କର ପ୍ରାୟ ଅଢେଇ ମାସ ପରେ ତାଙ୍କ ପୁଅ ରୋହନକୁ ଦେଖିବାକୁ ସକ୍ଷମ ହୋଇଥିଲେ।

କପିଲ  ମଧ୍ୟ ବିରାଟଙ୍କ ପିତୃତ୍ୱ ଛୁଟିକୁ ସମର୍ଥନ କରିବା ସହ କହିଛନ୍ତି ଯେ ବିରାଟ ପିତାଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ମଧ୍ୟ ମ୍ୟାଚରେ ଯୋଗ ଦେଇଥିଲେ ।

ଆୟୁର୍ବେଦ ଡାକ୍ତରଙ୍କୁ ସର୍ଜରୀ ଅନୁମତିକୁ IMAର ବିରୋଧ

ନୂଆଦିଲ୍ଲୀ: ସର୍ଜରୀ କରିବେ ଆୟୁର୍ବେଦ ଡାକ୍ତର । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରତୀୟ ଚିକିତ୍ସା ସଂଘ (IMA) ବିରୋଧ କରିବା ଆରମ୍ଭ କରିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ସଂଘ ଚୋର ଦ୍ୱାର ଦେଇ ପଶିବା କହିଛି । ଏହାଦ୍ୱାରା NEET ଭଳି ସର୍ବଭାରତୀୟ ପରୀକ୍ଷାର ଗୁରୁତ୍ୱ ସମ୍ପୂର୍ଣ୍ଣ ଭାବେ ସରିଯିବ ବୋଲି ସଂଘ କହିଛି । ସରକାରଙ୍କ ପକ୍ଷରୁ ଗ୍ରୀନ୍ ସିଗନାଲ ମିଳିବା ପରେ କେନ୍ଦ୍ରୀୟ ଚିକିତ୍ସା ପରିଷଦ (CCIM) ବିଜ୍ଞପ୍ତି ଜାରି କରିଛି । ଯେଉଁଥିରେ ଆୟୁର୍ବେଦ ଡାକ୍ତର ଏବେ ୫୮ ପ୍ରକାର ସର୍ଜରୀ କରିପାରିବେ ବୋଲି କୁହାଯାଇଛି ।

Indian Medical Association Deeply Anguished By Notification Allowing Ayurveda Doctors To Perform Surgery

କେନ୍ଦ୍ରୀୟ ଚିକିତ୍ସା ପରିଷଦର ଏହି ନିଷ୍ପତ୍ତିକୁ IMA ବିରୋଧ କରିବା ସହ ଏହାକୁ ଏକତରଫା କହିଛି । IMA ପକ୍ଷରୁ ଜାରି ବିବୃତିରେ କୁହଯାଇଛି- ଯଦି ସିସିଆଇଏମ୍ ଲକ୍ଷ୍ମଣ ରେଖା ଡେଇଁବାକୁ ଚେଷ୍ଟା କରେ ତ ପରିମାଣ ଭୟାନକ ହେବ । IMA ପରାମର୍ଶ ଦେଇ CCIMକୁ କହିଛି- ପ୍ରାଚୀନ ଜ୍ଞାନକୁ ନେଇ ସର୍ଜରୀର ନୂଆ ତରିକା ଓ ଆଧୁନିକ ଚିକିତ୍ସା ବିଜ୍ଞାନ ଆଧାରିତ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭିନ୍ନ ଅଟେ ।

Indian Medical Association Deeply Anguished By Notification Allowing Ayurveda Doctors To Perform Surgery

ଏପରିକି ଆଧୁନିକ ଚିକିତ୍ସା ଶାସ୍ତ୍ରର ଡାକ୍ତରଙ୍କୁ ଦେଶର ଚିକିତ୍ସା କଲେଜରେ ନିଯୁକ୍ତି ନଦେବା ଲାଗି IMA ଦାବି କରିଛି । ଯଦି ଚୋରଙ୍କ ଭଳି ଆୟୁର୍ବେଦ ଡାକ୍ତରଙ୍କୁ ସର୍ଜରୀ ପାଇଁ ଅନୁମତି ଦିଆଯାଏ ତ NEETର ଗୁରୁତ୍ୱ ସମ୍ପୂର୍ଣ୍ଣ ଶେଷ ହୋଇଯିବ ବୋଲି IMA ପକ୍ଷରୁ କୁହାଯାଇଛି ।

Indian Medical Association Deeply Anguished By Notification Allowing Ayurveda Doctors To Perform Surgery

୫୮ ପ୍ରକାର ସର୍ଜରୀ କରିପାରିବେ ଆୟୁର୍ବେଦ ଡାକ୍ତର

ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ଆୟୁର୍ବେଦରେ ପିଜି କରିଥିବା ଛାତ୍ର ଆଖି, ନାକ, କାନ, ଗଳା ସହିତ ସାଧାରଣ ସର୍ଜରୀ ପାଇଁ ସ୍ୱତନ୍ତ୍ର ରୂପରେ ପ୍ରଶିକ୍ଷଣ ନେବେ । ସରକାରଙ୍କ ବିଜ୍ଞପ୍ତି ମୁତାବକ ଏହି ଛାତ୍ରମାନଙ୍କୁ ଗ୍ଲୁକୋମା, ମୋତିଆବିନ୍ଦୁ, ସ୍ତନ ସମସ୍ୟା, ଅଲସର ଓ ପେଟ ଭଳି କିଛି ସର୍ଜରୀ ଲାଗି ଅନୁମତି ମିଳିବ ।

ଲଦାଖରେ ନିଜ ଚାଲରେ ଫସିଲା ଚୀନ, ଭାରତ ରଚିଲା ଚକ୍ରବ୍ୟୁହ

ନୂଆଦିଲ୍ଲୀ: ସୀମାରେ ଭାରତ ସହ ଉତ୍ତେଜନାକୁ ଶାନ୍ତିପୂର୍ଣ୍ଣ କହି ଚୀନ ପ୍ରଚାର ପ୍ରସାର କରି ନିଜକୁ ଭଲ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଛି । ଏବେ ଭାରତୀୟ ସେନା ଚୀନର ଚାଲରେ ଚୀନକୁ ମାତ୍ ଦେବାକୁ ବଡ଼ ପ୍ରସ୍ତୁତି ଆରମ୍ଭ କରୁଛନ୍ତି । ଭାରତୀୟ ସେନା ଚୀନର ଯୁଦ୍ଧ ମାନୁଆଲକୁ ଦେଖିବା ସହ ଡ୍ରାଗନର କୌଣସି ବି ପଦକ୍ଷେପକୁ ବିଫଳ କରିବା ଲାଗି ଲଦାଖରେ ‘ଟନଲ ଡିଫେନ୍ସ’ ମୁତୟନ କରିଛି । ଚୀନ୍ ସେନା ଜାପାନ ବିରୋଧୀ ଦ୍ୱିତୀୟ ଯୁଦ୍ଧ ବେଳେ ଏହି ସୂତ୍ର ଆପଣାଇଥିଲା ।

Indian Army Deployed Tunnel Defense In Ladakh As Preemptive Measure To Chinese PLA

PLAର ପ୍ରସ୍ତୁତି

ଦାବି କରାଯାଉଛି- PLA ଲହାସା ଏୟାରବେସରେ ଏୟାରକ୍ରାଫ୍ଟ ମୁତୟନ କରିବା ଲାଗି ଟନଲ ତିଆରି କରୁଛି । ଏବଂ ଦକ୍ଷିଣ ଚୀନ ସାଗରରେ ଆଣବିକ ବାଲିଷ୍ଟିକ ସବମରିନ୍ ରଖିବା ଲାଗ ହୈନାନା ଟାପୁରେ ସୁଡ଼ଙ୍ଗ କରୁଛି । ବରିଷ୍ଠ ସେନା କମାଣ୍ଡରଙ୍କ ଅନୁସାରେ- ଭାରତୀୟ ସେନା ବଡ଼ ଡାୟମିଟରକୁ ହ୍ୟୁମ୍ କଙ୍କ୍ରିଟ୍ ପାଇପ୍ ଟନଲରେ ଲଗାଇଛନ୍ତି । ଏହାଦ୍ୱାରା ଶତ୍ରୁର ଆକ୍ରମଣରୁ ସେନାକୁ ରକ୍ଷା କରି ପାଲଟା ଆକ୍ରମଣ କରାଯାଇ ପାରିବ ।

Indian Army Deployed Tunnel Defense In Ladakh As Preemptive Measure To Chinese PLA

ପାଇପ୍ କଣ ପାଇଁ ଖାସ୍ ?

ଏହି ପାଇପ୍ସ (ହ୍ୟୁମ୍ ରିଇନଫୋର୍ସଡ୍ କଙ୍କ୍ରିଟ୍ ପାଇପ୍ସ)ର ଡାୟମିଟର ୬ରୁ ୮ ଫୁଟ୍ ହୋଇଥାଏ । ଏହାକୁ ଦେଇ ସୈନିକ ଅଣ୍ଡରଗ୍ରାଉଣ୍ଡରେ ଗୋଟିଏ ଜାଗାରୁ ଅନ୍ୟ ସ୍ଥାନକୁ ପହଞ୍ଚିଥାନ୍ତି । ଏହାଦ୍ୱାରା ସୈନିକ ଶତ୍ରୁ ଆକ୍ରମଣ (ଫାୟାରିଂ)ରୁ ବର୍ତ୍ତିଥାନ୍ତି । ଏହି ଟନଲକୁ ଗରମ କରାଯାଇ ପାରିବ । ଏବଂ ଏହାକୁ ଥଣ୍ଡା ସ୍ଥାନରେ ବରଫ ବର୍ଷାରୁ ରକ୍ଷା ପାଇବା ଲାଗି ସୈନିକ ବ୍ୟବହାର କରିପାରିବେ ।

Indian Army Deployed Tunnel Defense In Ladakh As Preemptive Measure To Chinese PLA

ପାହାଡ଼ ଅଞ୍ଚଳରେ ଉତ୍ତେଜନା

ଭାରତ ଓ ଚୀନ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦ ଚଳିତବର୍ଷ ମେ ମାସରେ ପୁଣିଥରେ ବିସ୍ଫୋରକ ରୂପ ନେଇଥିଲା । ପୂର୍ବ ଲଦାଖର ଗଲବାନ ଘାଟିରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ଏବେ ଯାଏଁ ସେଠାରେ ଦୁଇ ଦୁଇ ଥର ହିଂସାତ୍ମକ ଆକ୍ରମଣ ହୋଇସାରିଲାଣି । ଦୁଇ ଦେଶର ସୈନ୍ୟ ଓ କୂଟନୀତିକ ବୈଠ କରି ସମାଧାନ ଲାଗି ଚେଷ୍ଟା ଜାରି ରଖିଛନ୍ତି । ଅନ୍ୟପଟେ, ସିକ୍କିମରୁ ନେଇ ଅରୁଣାଚଳ ପ୍ରଦେଶ ଯାଏଁ ଚୀନ ବିପଦ ସୃଷ୍ଟି କରି ଚାଲିଛି ।

ଝିମିଟି ଖେଳରୁ ମହାଭାରତ : ଗାଡ଼ି ସାଇଡ୍ ନ ଦେବା ପଡିଲା ମହଙ୍ଗା, ନିର୍ମମ ଭାବେ କରାଗଲା ହତ୍ୟା

କଟକ:  ଝିମିଟି ଖେଳରୁ ସୃଷ୍ଟି ହେଲା ମହାଭାରତ । ସାମାନ୍ୟ ବଚସାରେ ଚାଲିଗଲା ଗୋଟିଏ ଜୀବନ। ଏମିତି ଏକ ଖବର ଆସିଛି କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳରୁ। ସାମାନ୍ୟ ଯୁକ୍ତିତର୍କରେ କାରରେ ଉଠାଇନେଇ । ଖାଲି ସେତିକି ନୁହେଁ,  ବିଦ୍ୟୁତ ଖୁଣ୍ଟରେ ପିଟିପିଟା  ମାରିଦେଲା ନୃଶଂସ କାର ଡ୍ରାଇଭର। ପୋଲିସ ଏହି ନିର୍ଦ୍ଦୟ ଡ୍ରାଇଭରକୁ ଗିରଫ କରିସାରିଛି । ହେଲେ ତାହାକୁ ଏହି ଭୟାନକ ହତ୍ୟାକାଣ୍ଡରେ ସହାୟକ ହୋଇଥିବା ବ୍ୟକ୍ତିମାନଙ୍କୁ ଖୋଜୁଛି ।

ହେଲେ କିପରି ହୋଇଥିଲା ଏହି ହତ୍ୟା । ପ୍ରଥମେ ଗାଡ଼ି ସାଇଡ୍ କରିବାକୁ ନେଇ ଆରମ୍ଭ ହେଲା ଯୁକ୍ତିତର୍କ। ଆଉ ସେହି ଯୁକ୍ତିତର୍କରେ ରାଗିଯାଇ ହୋଇ କାର ଡ୍ରାଇଭର ଦିଲ୍ଲୀପ ମଲ୍ଲିକ, ଧନଞ୍ଜୟକୁ ଉଠାଇ ନେଇଥିଲା। ଲୋକେ ଗୋଡାଇବାରୁ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ଗୁରୁତର ଆହତ ଅବସ୍ଥାରେ ଫୋପାଡ଼ି ଦ୍ରୁତଗତିରେ କାର୍ ନେଇ ଫେରାର୍ ହୋଇଗଲା। ଏପରି ଏକ ଅମାନୁଷିକ ଘଟଣା ଚାଞ୍ଚଲ୍ୟ ଖଳାଇ ଦେଇଛି କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳରେ। ଏହି ଅଞ୍ଚଳର ଝାରପଡା ବଙ୍ଗଳା ଛକରେ ଘଟିଛି ଏପରି ଘଟଣା। ପୋଲିସକୁ ଏସବୁ ବିଷୟରେ ଅବତାରଣା କରିଥିଲେ ପ୍ରତ୍ୟକ୍ଷଦର୍ଶୀ ଗଙ୍ଗାଧର ସାହୁ ।

ହତ୍ୟାକାଣ୍ଡ ଘଟିବା ପରେ ଉପସ୍ଥିତ ଥିବା ଧନଞ୍ଜୟ ବନ୍ଧୁମାନେ ପ୍ରଥମେ ଅଡ଼ଶପୁର ଓ ପରେ କଟକସ୍ଥିତ ଏସ୍ ସି ବି ମେଡିକାଲ ନେଇଥିଲେ । ହେଲେ ସେଠାରେ ଡ଼ାକ୍ତର ଧନଞ୍ଜୟଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣାକୁ ନେଇ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳରେ କଟକ ଜିଲ୍ଲା ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ ପି ପି କେ ଜେନା ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି। ତେବେ ମୃତକଙ୍କ ପରିବାର ତରଫରୁ ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା ଦାୟର ହୋଇଥିବା ଓ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପକୁ ପୋଲିସ ଗିରଫ କରିଥିବା ଅତିରିକ୍ତ ଏସ୍ ପି ଆନୁଷ୍ଠାନିକ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମୃଦୁ ଉତ୍ତେଜନା ଲାଗି ରହିଛି । ତେଣୁ ଏ ସମସ୍ତ ପରିସ୍ଥିତି ଉପରେ ପୋଲିସ ପ୍ରଶାସନର କଡ଼ା ନଜାର ରହିଛି ।

 

Netflix ୱେବ ସିରିଜ ‘A Suitable Boy’ କୁ ନେଇ ବିବାଦ, ‘ଲଭ ଜିହାଦ’କୁ ପ୍ରୋତ୍ସାହନ ଦେଉଥୁବା ଅଭିଯୋଗ

ରିୱା: Netflix ସିରିଜ ‘A Suitable Boy’ କୁ ନେଇ ଦେଖାଦେଇଛି ବିବାଦ । ଅଭିଯୋଗ ରହିଛି ଯେ, ସିରିଜ ମାଧ୍ୟମରେ ହିନ୍ଦୁ ମନୋଭାବକୁ ଆଘାତ ଦିଆଯାଇଛି । କେବଳ ସେତିକି ନୁହେଁ ରାଣୀ ଅହଲ୍ୟା ବାଇ ଏବଂ ହୋଲକର ରାଜବଂଶ ଦ୍ୱାରା ନିର୍ମିତି ମହେଶ୍ୱର ଘାଟ ଏବଂ ଶିବଭକ୍ତଙ୍କୁ ଅପମାନ କରିଥିବା ଅଭିଯୋଗ ରହିଛି । ରାଷ୍ଟ୍ରିୟ ମନ୍ତ୍ରୀ, ବିଜେପି ଯୁବ ମୋର୍ଚ୍ଚା ଗୌରବ ତିୱାରୀ ଏହି ଅଭିଯୋଗ କରି ରିୱା ଏସପି ରାକେଶ ସିଂହଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମାମଲାରେ ତଦନ୍ତ ପାଇଁ ସେ ଦାବି କରିବା ସହ ଏପିସୋଡ ୨ରେ ଦର୍ଶାଯାଇଥିବା କିସିଂ ସିନର ଭିଡିଓ ଏବଂ ଫଟୋ ମଧ୍ୟ ଏସପିଙ୍କୁ ପ୍ରଦାନ କରିଛନ୍ତି ।

ଗୌରବ ତିୱାରୀଙ୍କ କହିବା ଅନୁଯାୟୀ, ସେ OTT Platform Netflixରେ ଏକ ୱେବ ସିରିଜ ଦେଖିଲେ । ଏହି ୱେବ ସିରିଜଟି ଲେଖକ ବିକ୍ରମ ସେଠଙ୍କ ପୁସ୍ତକ ଉପରେ ଆଧାରିତ ଅଟେ ଏବଂ Netflix ଏହାର ନିର୍ମାତା ଅଟେ । ୱେବ ସିରିଜର ଦ୍ୱିତୀୟ ଏପିସୋଡରେ କିଛି ଆପତ୍ତିଜନକ ଦୃଶ୍ୟ ରହିଛି । ଏଥିରେ ଜଣେ ବଙ୍ଗାଳୀ ହିନ୍ଦୁ ଝିଅର ଜଣେ ମିସଲିମ ପୁଅ ସହ ପ୍ରେମ ସଂପର୍କ ଦର୍ଶାଯାଇଛି । କେବଳ ପ୍ରେମ ସଂପର୍କ ପର୍ଯ୍ୟନ୍ତ ଏହା ସିମିତ ରହିନାହିଁ ବରଂ ଗୋଟିଏ ଏପିସୋଡରେ ତିନି ତିନି ଥର ସେହି ମୁସଲିମ ପୁଅ ହିନ୍ଦୁ ଝିଅକୁ କିସ୍ କରୁଥିବା ଦର୍ଶାଯାଇଛି । ତିନୋଟି ଯାକ ଦୃଶ୍ୟ ମହେଶ୍ୱର ଘାଟ ସ୍ଥିତ ଶିବ ମନ୍ଦିର ପ୍ରଙ୍ଗଣରେ ଚିତ୍ରିତ ହୋଇଛି ।

ଲାଗିଛି ଏହି ସବୁ ଆରୋପ

ଗୌରବ ତିୱାରୀ ଅଭିଯୋଗ କରିଛନ୍ତି ଯେ, କିସିଂ ସିନ୍ ପୁଣି ମନ୍ଦିରରେ.. ଏହା କୌଣସି ସଂଯୋଗ ନୁହେଁ । ହିନ୍ଦୁ ଭାବନାକୁ ଆଘାତ ଦେବା ଏବଂ ‘ଲଭ ଜିହାଦ’କୁ ପ୍ରୋତ୍ସାହନ ଦେବା ଭଳି ଏହ ଲଜ୍ୟାଜନକ ପ୍ରୟାସ ଅଟେ । ଏହାକୁ ହିନ୍ଦୁ ସମାଜ କେବେବି ବରଦାସ୍ତ କରିବ ନାହିଁ ବୋଲି ଗୌରବ କହିଛନ୍ତି ।  ତେବେ ଅଭିଯୋଗ ପାଇବା ପରେ ନିୟମାନୁସାରେ ତଦନ୍ତ କରାଯିବ
ବୋଲି ରିୱା ଏସପି ରାକେଶ ସିଂହ କହିଛନ୍ତି ।

୬,୯୯୯ ଟଙ୍କାରେ ମାଇକ୍ରୋମାକ୍ସର ଦମଦାର ସ୍ମାର୍ଟଫୋନ୍; ନଭେମ୍ବର ୨୬ରେ ପ୍ରଥମ ସେଲ୍

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ମାଇକ୍ରୋମାକ୍ସ ଦୁଇଟି IN ସିରିଜ୍ ସ୍ମାର୍ଟଫୋନ୍ ମାଇକ୍ରୋମାକ୍ସ ଇନ୍ ନୋଟ୍ 1 ଏବଂ ମାଇକ୍ରୋମାକ୍ସ ଇନ୍ 1B ଲଞ୍ଚ କରିଥିଲା । ଯାହାର ପ୍ରି-ବୁକିଂ ନଭେମ୍ବର ୧୦ରେ ରଖାଯାଇଥିଲା ବେଳେ ଫୋନର ବୁକିଂ ଅଳ୍ପ ସମୟ ମଧ୍ୟରେ ଫୁଲ୍ ହୋଇଯାଇଥିଲା ।

ଏହି କ୍ରମରେ ଏକ ବଜେଟ୍ ଫୋନ୍ ମଧ୍ୟ ରହିଛି, ଯାହାର ମୂଲ୍ୟ ୭ ହଜାରରୁ କମ୍ ଟଙ୍କା ରହିଛି । ଏହି ଶସ୍ତା ଫାେନ୍ ହେଉଛି ମାଇକ୍ରୋମାକ୍ସ ଇନ୍ 1B । କମ୍ପାନୀ ପକ୍ଷରୁ ଏହି ଫୋନର ମୂଲ୍ୟ ୬,୯୯୯ ଟଙ୍କାରୁ ଆରମ୍ଭ। ଏହି ସ୍ମାର୍ଟଫୋନର ପ୍ରଥମ ସେଲ୍ ନଭେମ୍ବର ୨୬ ରଖାଯାଇଥିବା ଜଣାପଡିଛି ।

ମାଇକ୍ରୋମାକ୍ସ ଇନ୍ 1B ଫିଚର୍ସ-
ମାଇକ୍ରୋମାକ୍ସ ଇନ୍ 1Bରେ 6.5-ଇଞ୍ଚ୍ HD + ରେଜୋଲୁସନ ଡିସପ୍ଲେ ରହିଛି । ଏହି ଫୋନରେ ମିଡିଆ ଟେକର ହେଲିଓ G35 ପ୍ରୋସେସର ଦିଆଯାଇଛି । ଏହି ଫୋନ୍ ଆଣ୍ଡ୍ରଏଡ୍ 10 ଅପରେଟିଂ ସିଷ୍ଟମରେ କାମ କରୁଛି । ମାଇକ୍ରୋମାକ୍ସ ଇନ୍ 1b ଗୁଗୁଲର ଷ୍ଟକ୍ ଆଣ୍ଡ୍ରଏଡ୍ ସହିତ ଜାରି କରାଯାଉଛି । ଫୋନଟି 2GB ମଡେଲ୍ ଆଣ୍ଡ୍ରଏଡ୍ 10 ଗୋ ଏଡିସନ୍ ସହିତ ଆସୁଛି

ଏହାର ରିୟର ପ୍ୟାନେଲରେ 13 ମେଗାପିକ୍ସେଲ ପ୍ରାଇମେରି ସେନସର ସହିତ ଏକ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି, ଯେଉଁଥିରେ 2 ମେଗାପିକ୍ସେଲର ସେକେଣ୍ଡାରୀ ସେନ୍ସର ଉପଲବ୍ଧ । ସେଲଫି ପାଇଁ  8 ମେଗାପିକ୍ସେଲ ସେଲଫି କ୍ୟାମେରା ରହିଥିବା ବେଳେ 5000mAh ର ଦମଦାର ବ୍ୟାଟେରୀ ରହିଛି । ଯାହା 10W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରୁଛି ।

ମାଇକ୍ରୋମାକ୍ସ 1B ରେ 2 GB + 32 GB ଏବଂ 4 GB RAM ଏବଂ 64 GB ଷ୍ଟୋରେଜ୍ ରହିଛି ।

ସୂର୍ଯ୍ୟ ନୁହେଁ ମୋ ୱିକେଟ୍ ଯିବାର ଥିଲା: ରୋହିତ ଶର୍ମା

0

ନୂଆଦିଲ୍ଲୀ: ଆଇପିଏଲ୍ ଫାଇନାଲ୍ ମ୍ୟାଚରେ ସୂର୍ଯ୍ୟକୁମାର ରନ୍ ଆଉଟ୍ ହେବାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଦୁଃଖ ପ୍ରକାଶ କରିଛନ୍ତି । ରୋହିତ କହିଛନ୍ତି- ସୂର୍ଯ୍ୟ ପାଇଁ ମୋତେ ମୋ ୱିକେଟ୍ ହରାଇବା ଅର୍ଥାତ୍ ଆଉଟ୍ ହେବାର ଥିଲା ।

IPL 2020 Final MI Vs DC Suryakumar Sacrifices His Wicket For Rohit

ରୋହିତ ୫୧ ବଲରେ ୬୮ ରନ୍ କରିଥିଲେ । ରୋହିତଙ୍କ ରନ୍ ବଳରେ ମୁମ୍ବାଇ, ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ହରାଇଥିଲା । ରୋହିତ ବ୍ୟାଟିଂ ବେଳେ ଏକ ଭୁଲ୍ କରି ଦେଇଥିଲେ । ସମ୍ଭବ ନଥିଲେ ବି ଏକ ରନ୍ କରିବାକୁ ସୂର୍ଯ୍ୟକୁମାରଙ୍କୁ ଇସାରା ଦେଇଥିଲେ । ସୂର୍ଯ୍ୟ ମନା କରିବା ସତ୍ତ୍ୱେ ରୋହିତ ରନ୍ ନେବାକୁ ଦୌଡ଼ିଥିଲେ । ଫଳରେ ସୂର୍ଯ୍ୟଙ୍କୁ ରନ୍ ଆଉଟ୍ ହେବାକୁ ପଡ଼ିଥିଲା ।

IPL 2020 Final MI Vs DC Suryakumar Sacrifices His Wicket For Rohit

ରୋହିତ କହିଛନ୍ତି- ସେ ଯେଉଁ ଫର୍ମରେ ଖେଳୁଥିଲେ । ମୋତେ ମୋ ଆଉଟ୍ ହୋଇଯିବାର ଥିଲା । ସୂର୍ଯ୍ୟ ପୂରା ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଆକର୍ଷଣୀୟ ସଟ୍ ଖେଳିଛନ୍ତି ।

IPL 2020 Final MI Vs DC Suryakumar Sacrifices His Wicket For Rohit

ଅନ୍ୟପଟେ ସୂର୍ଯ୍ୟ କହିଛନ୍ତି- ମୋତେ ଆଶାଥିଲା ରୋହିତ ଟିମକୁ ବିଜୟୀ କରାଇବେ । ଏବଂ ମୋତେ ମୋ ୱିକେଟ୍  ଯିବାକୁ ନେଇ କୌଣସି ଦୁଃଖ ନାହିଁ । ରୋହିତ ଭଲ୍ ଫର୍ମରେ ଥିଲେ ଓ କ୍ରିଜରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ମୋ ୱିକେଟ୍ ଯିବାରେ ଦୁଃଖ ନାହିଁ ।

୨୬ ପରେ ରାଜ୍ୟରେ ଶୀତର ପ୍ରକୋପ ବଢିବ, ତାପମାତ୍ରା ପାଇବ ହ୍ରାସ

0

ଭୁବନେଶ୍ୱର : ଅବପାତର ରୂପ ନେବ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ  । ଏହାର ପ୍ରଭାବରେ ଦାନା  ବାନ୍ଧୁଛି  ଲଘୁଚାପ । ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଉଛି  । ଉପାନ୍ତରୁ ଉପକୂଳ, ସବୁଠି ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୟୁରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ବରଗଡ, ଢେଙ୍କାନାଳ, ଅନୁଗୁଳ, ବାଲେଶ୍ବର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ଦୁଇ ଦିନ ପରେ ରାଜ୍ୟରେ ବର୍ଷା କମିବା ସହ ଶୀତ ବଢିପାରେ । ବର୍ଷାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ୨୪ ଘଣ୍ଟା ପରେ ଘନ କୁହୁଡି ଦେଖାଦେବ । ଏଥିପାଇଁ ସଂପୃକ୍ତ ଜିଲ୍ଲା ଗୁଡିକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ କୁହୁଡି ଅଧିକ ଦେଖାଦେବ । ପାହାଡିଆ ଅଞ୍ଚଳରେ କୁହୁଡିର ପ୍ରଭାବ ଦିନ ୧୦ ଟା ପର୍ଯ୍ୟନ୍ତ ରହିବ । ରାଜଧାନୀ ଭୁବେନଶ୍ବରରେ ମଧ୍ୟ ପାଗ କୋହଲା ରହିବା ସହ ଶୀତ ଅନୁଭୁତ ହେବ । ୨୫ରେ ୩ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲାଗୁଡିକ ହେଉଛି- କୋରାପୁଟ, ଗଜପତି  ଏବଂ ରାୟଗଡା । ବର୍ଷା ପାଇଁ କଟକ, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ନବରଙ୍ଗପୁର ଏବଂ ଯାଜପୁର ଜିଲ୍ଲାକୁ  ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୬ ତାରିଖ ପରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ ବୋଲି ଜଣାପଡିଛି ।

ରକ୍ତ ପରି ଲାଲ ହୋଇଗଲା ନଦୀର ପାଣି, ଦୋଷୀର ନାଁ କହିଲେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

0

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ବାଲଧୁନୀ ନଦୀର ପାଣି ହଠାତ ରକ୍ତ ପରି ଲାଲ ହୋଇଯାଇଛି । ନାଲି ରଙ୍ଗ ହୋଇଯାଇଥିବା ଏହି ନଦୀର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ ନଦୀ ପାଖରେ ବସବାସ କରୁଥିବା ଉଲ୍ଲାସନଗର ଏବଂ ଅମ୍ବରନାଥର ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ବାଲଧୁନୀ ନଦୀରେ ବିଷାକ୍ତ ରାସାୟନିକ ଦ୍ରବ୍ୟ ମିଶ୍ରଣ କରାଯାଇଛି, ଯାହା ଫଳରେ ନା କେବଳ ନଦୀର ରଙ୍ଗ ନାଲି ହୋଇଯାଇଛି ବରଂ ଲୋକମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁୟାୟୀ, ରାଜ୍ୟ ପ୍ରଦୂଷଣ ବୋର୍ଡ MPCB କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ଏବଂ ନଗର ନିଗମର ଅଧିକାରୀ ମାନେ ଏହାକୁ ଅଣଦେଖା କରିଆସୁଥିଲେ । ତେବେ ବସ୍ତି ପାଖ ଦେଇ ବହୁଥିବା ଏହି ନଦୀରେ କେଉଁ ବ୍ୟକ୍ତି ମାନେ ବିଶାକ୍ତ ଶିଳ୍ପ ବର୍ଜ୍ୟବସ୍ତୁ ପକାଉଛନ୍ତି ତାର ସୂଚନା ଦେଲେ ତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି ଉଲ୍ଲାସନଗର କାଉନସିଲର ।

ସୂଚନା ଅନୁଯାୟୀ ୨୦୧୪ ମସିହାରେ ମଧ୍ୟ ନଦୀ ଆଖପାଖ ପ୍ରାୟ ୬୦୦ ଜଣ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ନଦୀ କୂଳରେ ରହୁଥିବା ଅଧିକାଂଶ ଲୋକ ବାନ୍ତି କରିବା ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହି କାରଣରୁ ଅନେକ ସେହି ସ୍ଥାନ ଛାଡ଼ି ଚାଲି ମଧ୍ୟ ଯାଇଥିଲେ । ଏହି ମାମଲାକୁ ନେଇ ଏକ ମାମଲା ଦାଖଲ କରାଯାଇଛି, କିନ୍ତୁ ସମୟ କ୍ରମେ ତାକୁ ମଧ୍ୟ ଅଣଦେଖା କରାଯାଇଥିଲା ।

ସେହି ସମୟ ଠାରୁ ରସାୟନିକ କାରଖାନାରୁ ବାହାରୁଥିବା ଅଳିଆ ଏବଂ ବନଭେଲ ନିକଟରେ ଶିଳ୍ପ ବର୍ଜ୍ୟବସ୍ତୁକୁ ନପକାଇବା ପାଇଁ ବସ୍ତି ବାସିନ୍ଦା ମାନେ ଅଧିକାରୀ ମାନଙ୍କୁ ଅଭିଯୋଗ କରି ଆସୁଛନ୍ତି ।  ଅମ୍ବରନାଥରେ ଥିବା MIDCରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ୱେଷ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ପଠାନଯାଇ ଶିଳ୍ପ ବର୍ଜ୍ୟବସ୍ତୁକୁ ନଦୀରେ ଫିଙ୍ଗିଦିଆଯାଏ । ଏମିତି କରିବା ଦ୍ୱାରା ଶିଳ୍ପ ବର୍ଜ୍ୟବସ୍ତୁକୁ ଥଇଥାନ କରିବା ବାବଦରେ ଅପରେଟରଙ୍କୁ କଥିତ ଭାବରେ ପ୍ରତି ଟ୍ୟାଙ୍କର ପିଛା ୫୦,୦୦୦ ଟଙ୍କା ଦେବାକୁ ପଡ଼ି ନଥାଏ । ଏମିତି ଅନେକ ଟ୍ୟାଙ୍କର ଉଲ୍ଲାସନଗର ଏବଂ ଅମ୍ବରନାଥ ନଦୀ ଗୁଡ଼ିକରେ ରାସାୟନିକ ବର୍ଜ୍ୟବସ୍ତୁ ପକାଇଥାନ୍ତି, ଯେଉଁ କାରଣରୁ ବେଳେ ବେଳେ ଅଞ୍ଚଳରେ ଧୂଆଁ ହେବା ସହ ପାଣି ନାଲି ରଙ୍ଗର ହୋଇଯାଇଥାଏ ।

ମେହେନ୍ଦୀ ହେଲା ଲିପଷ୍ଟିକ; ଭାଇରାଲ ହେଉଛି ଭିଡିଓ

ବିଉଟି ବ୍ଲଗରେ ଜଣେ ମଡେଲ ଓଠ ରେ ଲିପଷ୍ଟିକ ବଦଳରେ ମେହେନ୍ଦୀ ଲଗାଉଥିବା ଏକ ଭିଡିଓ ସୋସିଆଲ ମେଡିଆରେ ଭାଇରାଲ ହେଉଛି । ସିଏ ନିଜର ଓଠ କୁ ନାଲି କରିବା ପାଇଁ ମେହେନ୍ଦୀ ର ବ୍ୟବହାର କରିଛନ୍ତି । ଚିକାଗୋ ସହର ର ବ୍ରିଆନ ଚିଷ୍ଟିଆନ୍ସ୍ ଙ୍କ ଦ୍ଵାରା ମେହେନ୍ଦୀ ର ଏଭଳି ବ୍ୟବହାର କୁ ଦେଖି ଟ୍ଵିଟରରେ ୟୁଜର୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

https://twitter.com/skzologic/status/1320331653798121475?s=20

ସାଧାରଣତଃ ମେହେନ୍ଦୀ ଏକ ପ୍ରାକୃତିକ ଉପାଦାନ । ଯାହାକୁ ହାତ, ପାଦ ଓ କେଶ କୁ ରଙ୍ଗୀନ କରିବାରେ ବ୍ୟବହାର କରାଯାଇଥାଏ। ପ୍ରଥମ ଥର ପାଇଁ ଏହି ଭିଡିଓ ରେ ଜଣେ ମହିଳା ନିଜ ଓଠ ରେ ଲିପଷ୍ଟିକ ବଦଳରେ ମେହେନ୍ଦୀ ଲଗାଇ ଥିବାର ଦୃଶ୍ୟ ନଜରକୁ ଆସିଛି । ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ମହିଳା ଜଣଙ୍କ ପ୍ରଥମେ ଏକ ବ୍ରଶ ଦ୍ଵାରା ନିଜ ଓଠରେ ମେହେନ୍ଦୀ ଲଗାଇ ୧ ଘଣ୍ଟା ରଖିବା ପରେ କାଢିଦେଲେ। ଯାହା ପରେ ମହିଳାଙ୍କ ଓଠ ନାଲି ଦେଖାଯାଇଥିଲା ।

ଗତ ମାସରେ ଏହା ଟିକଟକରେ ପ୍ରସାରିତ ହେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଟୁଇଟର ରେ ଏହାର ଲୋକପ୍ରିୟତା ବଢିଥିଲା । ସୋସିଆଲ ମିଡିଆରେ ଏହାକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟ କରୁଥିବା ନଜର ଆସିଛି ।