ସୋମବାରଠୁ ଆମରଣ ଅନଶନରେ ଚାଷୀ, ୨୫ରୁ କୌଣସି ଯାତ୍ରୀ ଟୋଲ ନଦେବାକୁ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଅପିଲ୍  ଓ କୃଷି ମନ୍ତ୍ରୀଙ୍କ ନିବେଦନ ସତ୍ୱେ କୃଷକ ସଂଗଠନ ଜିଦରେ ଅଟଳ ରହିଛି। ନୂଆ କୃଷି ଆଇନକୁ ବିରୋଧ କରି ୨୬ ଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି ଦେଶର ଅନ୍ନଦାତା । ଏହାସହ ହରିୟାଣାରେ ୨୫ ରୁ ୨୭ ତାରିଖ ଯାଏଁ କୌଣସି ଯାତ୍ରୀ ଟୋଲ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି ଚାଷୀମାନେ ।

ଆଇନ ରଦ୍ଦ କରିବା ଦାବିରେ ଅଟଳ କୃଷକ ପ୍ରବଳ ଶୀତ ସତ୍ୱେ ବିକ୍ଷୋଭ ଜାରି ରଖିଛନ୍ତି । ପ୍ରତିବାଦରେ ଆଜି ଚାଷୀମାନେ ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସେପଟେ ଏହି ଆନ୍ଦୋଳନ ଭିତରେ ୨୩ ତାରିଖରେ କୃଷକ ଦିବସ ପାଳନ କରିବ ଦେଶ । ସେହିଦିନ ଜୋରଦାର ବିରୋଧ ସହ ଦିନରେ କେହି ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି ଅପିଲ କରିଛନ୍ତି କୃଷକ ନେତା । ଏହି ଆନ୍ଦୋଳନକୁ ସମର୍ଥନ କରି ସମାଜସେବୀ ଆନ୍ନା ହଜାରେ ଦିଲ୍ଲୀ ଜନ୍ତରମନ୍ତରରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Leave a Reply