ମଦ ପିଇ ଗାଡ଼ି ଚଳାଉଥିଲେ, ଭରିଲେ ୨୦ ହଜାର ଜରିମାନା

1 min read

ଭୁବନେଶ୍ୱର: ରାଜଧାନୀରେ ୨ ଜଣ ବ୍ୟକ୍ତି ମଦ ପିଇ ଗାଡ଼ି ଚଳାଉଥିବା ଯୋଗୁଁ ସେମାନଙ୍କ ଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ସୂଚନା ମୁତାବକ ଗତକାଲି ଆରଟିଓ-୧ ପକ୍ଷରୁ ଆଚାର୍ଯ୍ୟ ବିହାର ଠାରେ ଚଢ଼ାଉ କରାଯାଇ ଦୁଇଜଣ ମଦ୍ୟପ ଚାଳକଙ୍କୁ ଗିରଫ କରାଯାଇଛି । ମଦ ପିଇ ଗାଡି ଚଳାଉଥିବା ୨ ଜଣ ଗାଡ଼ି ଚାଳକଙ୍କ ଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଜଣକୁ ୧୫ ହଜାର ଟଙ୍କା ଜରିମାନା ହୋଇଛି।

ସେହିଭଳି ଅନ୍ୟ ଗାଡ଼ି ଚାଳକଙ୍କୁ ୫ ହଜାର ଟଙ୍କା ଜରିମାନା ହୋଇଥିବା ଜଣାଯାଇଛି। ଏହାବ୍ୟତୀତ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବା ସହ ସହିଦ ନଗର ଥାନା ପୋଲିସ ତାଙ୍କୁ ଗିରଫ କରିଛି । ଏଥିସହିତ ସଂଶୋଧିତ ମୋଟର ଯାନ ଆଇନ ବଳରେ ମୋଟା ଅଙ୍କର ଜରିମାନା କରାଯାଇଛି ।

ତେବେ ଆଗାମୀ ଦିନରେ ଏଭଳି ଚଢ଼ାଉ ହେବ ବୋଲି ପରିବହନ ଅଧିକାରୀ ସୂଚନା ଦେଇଛନ୍ତି। ଜାନୁଆରି ମାସରୁ ଆଉ ନିସ୍ତାର ମିଳିବନି। ଯଦି କେହି ମୋଟର ଯାନ ଆଇନ ଉଲ୍ଲଂଘନ କରନ୍ତି ତାହେଲେ ସେମାନଙ୍କ ବିରାେଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply