ସମ୍ବଲପୁର ରୁଟରେ ସ୍ୱାଭାବିକ ହେଲା ରେଳ ଚଳାଚଳ

1 min read

ସମ୍ବଲପୁର: ଗତକାଲି ବିଳମ୍ବିତ ରାତିରେ ହାତୀକୁ ଧକ୍କା ଦେଇ ପୁରୀ-ସୁରଟ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ହେଲେ ଏବେ ସମ୍ବଲପୁର ରୁଟରେ ସ୍ୱାଭାବିକ ହୋଇଛି ରେଳ ଚଳାଚଳ ।

ରେଳ ଧାରଣା ମରାମତି ପରେ ସ୍ୱାଭାବିକ ଭାବେ ଗଡିଛି ସମସ୍ତ ଟ୍ରେନ୍ । ସୂଚନା ଅନୁଯାୟୀ ବିଳମ୍ବିତ ରାତି ୨ଟା ୪ମିନିଟରେ ସମ୍ବଲପୁର ଡିଭିଜନ ହାତିବାରୀ-ମାନେଶ୍ୱର ଷ୍ଟେସନ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ହାତୀକୁ ଧକ୍କା ଦେବାବେଳେ ଟ୍ରେନର ଘଣ୍ଟାପ୍ରତି ବେଗ ରହିଥିଲା ୫୦ କିଲୋମିଟର।

ଘଟଣାସ୍ଥଳରେ ରେଳ ଓ ବନବିଭାଗର ବରିଷ୍ଠ ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି । ପରେ ଆକ୍ସିଡେଣ୍ଟ ରିଲିଫ୍ ଟିମ ଓ ଆକ୍ସିଡେଣ୍ଟ ରିଲିଫ ମେଡ଼ିକାଲ ଇକ୍ୟୁପମେଣ୍ଟ ଟିମକୁ ଘଟଣାସ୍ଥଳକୁ ପଠାଯାଇଥିଲା। ରେଢାଖୋଲରେ ଥିବା ଇଞ୍ଜିନ- ୩୭୦୩୮ ପଠା ଯାଇ ଦୁର୍ଘଟଣାଗସ୍ତ ଟ୍ରେନର ୨୨ଟି ବଗିକୁ ହାତୀବାରି ଷ୍ଟେସନକୁ ଅଣାଯାଇଛି ।

ଦୁର୍ଘଟଣା ପରେ ଲାଇନ କ୍ଲିୟର ନଥିବାରୁ ପୁରୀ-ଦୁର୍ଗ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ, କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନକୁ ଅଟକ ରଖାଯାଇଛି । ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନର ଡିଆରଏମ ଓ ସମ୍ବଲପୁର ଡିଏଫଓ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥିତି ସ୍ୱାଭାବିକ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply