spot_img
Home Blog Page 6383

ପ୍ରଥମେ ଡେଙ୍ଗୁ ପରେ କରୋନା ଏବେ ପୁଣି ସାପ କାମୁଡ଼ିଲା, ଭାରତରେ ଫସିଲେ ବିଦେଶୀ ପର୍ଯ୍ୟଟକ

ନୂଆଦିଲ୍ଲୀ: ବ୍ରିଟେନରୁ ଭାରତ ଆସି ସମାଜସେବା କରୁଥିବା ଜଣେ ବ୍ୟକ୍ତିଙ୍କ ସହ ଏମିତି କିଛି ଘଟିଛି ଯାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ । ରାଜସ୍ଥାନରେ ଫସିଥିବା ଏହି ବ୍ୟକ୍ତିଙ୍କୁ ଥରେ ନୁହେଁ, ଦୁଇ ଥର ନୁହେଁ ତିନି-ତିନି ଥର ମୃତ୍ୟୁ ସହ ମୁହାମୁହିଁ ହୋଇଛନ୍ତି । ପ୍ରଥମେ ଡେଙ୍ଗୁରୁ ଠିକ୍ ହେଉ ହେଉ କରୋନା କବଳରେ ପଡ଼ିଥିଲେ । ଏବେ ସାପ କାମୁଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଇୟାନ ଜନ୍ସଙ୍କୁ ବିଗତ ଦିନରେ ଜୟପୁରରୁ ୩୫୦ କିଲୋମିଟର ଦୂର ଏକ ଗାଁରେ ନାଗ ସାପ କାମୁଡ଼ି ଦେଇଥିଲା । ଏବେ ସେ ଯୋଧପୁରରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଚିକିତ୍ସା କରୁଥିବା ଡକ୍ଟର ଅଭିଷେକ ତାତେର କହିଛନ୍ତି- ବ୍ୟକ୍ତି ଜଣଙ୍କ ଗତ ସପ୍ତାହରେ ଆସିଥିଲେ । ତାଙ୍କୁ ଏକ ଗାଁରେ ସାପ କାମୁଡ଼ି ଦେଇଥିଲା । ପ୍ରଥମେ ଆମେ ଭାବିଥିଲୁ ତାଙ୍କୁ ପୁଣି ଥରେ କରୋନା ହୋଇଯାଇଛି । ତେବେ, ଆଶ୍ୱସ୍ତିର କଥା ହେଉଛି ତାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । ତାଙ୍କ ଠାରେ ସାପ କାମୁଡ଼ିବା ପରର ଲକ୍ଷଣ ରହିଛି । ଜନ୍ସଙ୍କ ଆଖିକୁ ସବୁକିଛି ଠିକ୍ ଦେଖାଯାଉନାହିଁ । ଏଥିସହ ଚାଲିବାରେ ଅସୁବିଧା ହେଉଛି ।

After Malaria And Covid British Man Survives Cobra Bite In Rajasthan

ଡାକ୍ତରଙ୍କ ଅନୁସାରେ, ଜନ୍ସଙ୍କୁ ଗତ ସପ୍ତାହରେ ଛୁଟି ମିଳିଥିଲା । ଜନ୍ସଙ୍କ ପୁଅ କହିଛନ୍ତି- ତାଙ୍କ ବାପା ଜଣେ ଫାଇଟର (ଯୋଦ୍ଧା) । ଭାରତରେ ଥିବାବେଳେ ସେ ପ୍ରଥମେ ମାଲେରିଆ ଜରରେ ପଡ଼ିଥିଲେ । ଏହାପରେ ସେ କରୋନା ସଂକ୍ରମିତ ହୋଇଥିବା ବେଳେ ଏବେ ସାପ କାମୁଡ଼ାର ଶିକାର ହୋଇଛନ୍ତି ।

ଜନ୍ସଙ୍କ ପୁଅ କହିଛନ୍ତି- ତାଙ୍କ ବାପା କରୋନା ମହାମାରୀ ଯୋଗୁଁ ଭାରତରେ ଫସି ରହିଥିଲେ । ତେବେ, ଭାରତରେ ରହି ତାଙ୍କ ବାପା ଅନ୍ୟମାନଙ୍କୁ ସାହାଯ୍ୟ କରୁଥିବାରୁ ସେ ଖୁସିବ୍ୟକ୍ତି କରିଛନ୍ତି । ଜନ୍ସ ରାଜସ୍ଥାନରେ ପାରମ୍ପରିକ କାରିଗରଙ୍କ ସହ କାମ କରୁଛନ୍ତି ।

ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଧାନସଭାରେ ସରଗରମ ଆଲୋଚନା

ଭୁବନେଶ୍ୱର: କୌଣସି ସ୍କୁଲକୁ ବନ୍ଦ କରାଯାଇନାହିଁ । କେବଳ ମିଶ୍ରଣ କରାଯାଇଛି। ବିଧାନସଭାରେ ଏହି ବିବୃତି ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସ୍କୁଲ ବନ୍ଦ ପ୍ରସଙ୍ଗରେ ଗତକାଲି ବିଧାନସଭାରେ ଅଚଳାବସ୍ଥା ପରେ ଆଜି ଏ ସଂପର୍କରେ ଆଲୋଚନା ଚାଲିଛି  ।  ପ୍ରାଥମିକ ଶିକ୍ଷାର ଏକତ୍ରୀକରଣ, ସୁବ୍ୟବସ୍ଥିତ ନୀତି ଓ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଉପରେ ଚାଲିଛି ଦୀର୍ଘ ଆଲୋଚନା । ପୂର୍ବରୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ହିଁ ଆଲୋଚନା ପାଇଁ ପ୍ରସ୍ତାବ ଆଗତ କରିଥିଲେ ।

ପ୍ରମିଳା କହିଥିଲେ ଯେ, କେତେକ ସ୍କୁଲରେ 8ଟି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ଜଣ ଶିକ୍ଷକ ଅଛନ୍ତି । ଯଦି ସ୍କୁଲରେ ଛାତ୍ରଛାତ୍ରୀଙ୍କ ନାମଲେଖା ବଢିବ, ତେବେ ସେ ସ୍କୁଲ ଚାଲିପାରିବ।  ଯଦି କାହାର କିଛି ଅଭିଯୋଗ ଅଛି, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପାଖରେ ସେ ଅଭିଯୋଗ କରିପାରିବେ । ସେଠି ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା କହିଛନ୍ତି । ସେପଟେ ସାଢ଼େ 11ହଜାର ସ୍କୁଲ ବନ୍ଦ ନିଷ୍ପତ୍ତି ଆତ୍ମଘାତୀ ହେବ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ । ବର୍ଷକୁ ପ୍ରାୟ 11ଲକ୍ଷ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି। କିନ୍ତୁ ମାଟ୍ରିକ ବେଳକୁ 6ଲକ୍ଷ ରହୁଛନ୍ତି । 5 ଲକ୍ଷ  ଛାତ୍ରଛାତ୍ରୀ ପାଠ ଛାଡ଼ୁଛନ୍ତି । କାହିଁକି ଏଭଳି ହେଉଛି ବୋଲି ବିଷ୍ଣୁ ସେଠୀ ପ୍ରଶ୍ନ କରିଛନ୍ତି । ଯଦି ଏ ନିଷ୍ପତ୍ତିର ପୁନଃ ବିଚାର ନ ହୁଏ, ଆମେ ବାଚସ୍ପତିଙ୍କ ପୋଡିୟମ ତଳେ ବସିବୁ ବୋଲି କହିଛନ୍ତି ବିଷ୍ଣୁ । କୋରାପୁଟରେ 8ଶହ ସ୍କୁଲ ବନ୍ଦ ହେବାର ଆଶଙ୍କା ରହିଛି। ଆଲୋଚନା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉତ୍ତର ରଖିବେ ।

State Govt. Likely Reopen Schools After Puja Vacation

 

ସେପଟେ ସ୍କୁଲ ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦିଲେ ବିଜେଡି ବିଧାୟକ ପ୍ରତାପ ଦେବ । ଏ ଉଦ୍ଭଟ ଚିନ୍ତାଧାରା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି । 2017ରୁ ନୀତି ଆୟୋଗ ମିଶ୍ରଣ ପାଇଁ କହିଛି । ନୀତି ଆୟୋଗ ବାରମ୍ବାର ରାଜ୍ୟ ସରକାରଙ୍କୁ କହିଛନ୍ତି। ନୂତନ ଶିକ୍ଷାନୀତିରେ ଏ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ସ୍କୁଲ ମିଶ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ କମିଟି କରିଛନ୍ତି। ଅଭିଯୋଗ କଲେ ସମାଧାନର ରାସ୍ତା ବାହାର କରାଯାଉଛି। ବାଟରେ ଚାଲି ନ ଜାଣି ବାଟର ଦୋଷ ଦେଲା ଭଳି ବିରୋଧୀ ଵ୍ୟଵହାର କରୁଛନ୍ତି। ଉଦ୍ଦେଶ୍ୟ ମୂଳକ ଭାବେ କୌଣସି ସ୍କୁଲକୁ ବନ୍ଦ କରାଯାଉନାହିଁ।

ଭଲ ଖବର: ଋଷର ଫାଇଜର ପରେ ଆମେରିକାର ମୋଡେର୍ଣ୍ଣା ଟିକା, କୋରୋନା ପାଇଁ ପ୍ରଭାବଶାଳୀ

ପୁଣି ଆସିଲା ଆଉ ଭଲ ଖବର । ଋଷ ପରେ ଆମେରିକାର ଔଷଧ କମ୍ପାନୀ କହିଲା ‘ମୋ ଔଷଧ ୯୪.୫% କାମ କରୁଛି’ ସାରା ବିଶ୍ୱରେ କରୋନାର ଆତଙ୍କ ଜାରି ରହିଛି । ସଂକ୍ରମଣ କମୁଥିଲେ ମଧ୍ୟ ବିପଦ କମିନାହିଁ । ଏହାରି ଭିତରେ ଆମେରିକୀୟ ଟିକା ମୋଡେର୍ଣ୍ଣା, ଭାଇରସ ଉପରେ ୯୪.୫ ପ୍ରତିଶତ ପ୍ରଭାବୀ ସାବ୍ୟସ୍ତ ହୋଇଥିବା ଦାବି ହେଉଛି । କିନ୍ତୁ କମ୍ପାନୀ ଡୋଜ୍ ହିସାବରେ ସରକାରଙ୍କୁ ଭାକସିନ୍ ବିକ୍ରି କରିବ ବୋଲି ଜଣାପଡିଛି । ପ୍ରତି ଡୋଜର ମୂଲ୍ୟ ୨୫ରୁ ୩୫ ଡଲାର ବା ୧୮୫୪ରୁ ୨୭୪୪ ଟଙ୍କା ମଧ୍ୟରେ ରହିବ ବୋଲି ସୂଚନା ମିଳିଛି ।

ଭାରତ ମଧ୍ୟ ଏହି ଟିକା ପାଇଁ ମୋଡେର୍ଣ୍ଣା ସହ ଆଲୋଚନା ଜାରି ରଖିଛି । କମ୍ପାନୀର ସିଇଓ ଷ୍ଟିଫେନ୍ ବାନସେଲ୍ କହିଛନ୍ତି ଯେ, ଭାକ୍ସିନର ମୂଲ୍ୟ ଆବଶ୍ୟକତା ଉପରେ ନିର୍ଭର କରିଥାଏ । ଏହି ଟିକାର ଦାମ୍ ସାମାନ୍ୟ ଫ୍ଲୁ ପାଇଁ ବ୍ୟବହୃତ ଔଷଧର ଦାମ୍ ସହ ସମାନ । ୟୁରୋପୀୟ ସଙ୍ଘ ମୋଡେର୍ଣ୍ଣାଠୁ ୨୫ ଡଲାରରୁ କମ୍ ମୂଲ୍ୟରେ ଟିକା ନେବାକୁ ଆଲୋଚନା କରୁଛି । ଏବେସୁଦ୍ଧା କୌଣସି ଚୁକ୍ତି ହୋଇନାହିଁ । ଏହି ଟିକା ଏବେ ଦୁନିଆ ପାଇଁ ଆଶାର କିରଣ ଭାବେ ଉଭା ହୋଇଛି ।  ମୋଡେର୍ଣ୍ଣା ଟ୍ରାଏଲରେ ପ୍ରାୟ ୩୦ ହଜାର ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ ।

Covid Vaccine 90% Effective In Phase 3 Trial, Says Pfizer

ଏହା ପୂର୍ବରୁ ଫାଇଜର ଓ BioNTech ନିର୍ମାଣ କରିଥିବା ଭ୍ୟାକ୍ସିନ୍ କରୋନା ରୋକିବାରେ ୯୦ ପ୍ରତିଶତ ଫଳପ୍ରଦ ହୋଇଥିବା ଦାବି କରଯାଇଛି । ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ବେଳେ କମ୍ପାନୀ ଏହି ସୂଚନା ଦେଇଛି । ପ୍ରାଥମିକ ସୂଚନା ଅନୁସାରେ, କରୋନା ରୋଗୀଙ୍କୁ ୨୮ ଦିନିଆ ପର୍ଯ୍ୟବେକ୍ଷଣରେ ୩ଟି ପର୍ଯ୍ୟାୟରେ ଟୀକା ଦିଆଯାଇଥିଲା । ପ୍ରଥମ ଟିକାର ୧୪ ଦିନ ପରେ ଦ୍ୱିତୀୟ ଓ ତାର ୭ ଦିନ ପରେ ତୃତୀୟଥର ଟୀକା ଦିଆଯାଇଥିଲା । ୪୪ ହଜାର ଜଣଙ୍କ ଉପରେ ହୋଇଥିବା କରୋନା ଭ୍ୟାକ୍ସିନ୍ ୯୦ ପ୍ରତିଶତ କାମ ଦେଇଥିବା କମ୍ପାନୀ ଦାବି କରିଛି ।

ଫାଇଜର ପକ୍ଷରୁ କୁହାଯାଇଥିଲା- କ୍ଲିନିକାଲ ଟ୍ରାଏଲ ସମୟରେ ସୁରକ୍ଷାକୁ ନେଇ କୌଣସି ଗମ୍ଭୀର ପ୍ରସଙ୍ଗ ସମ୍ମୁଖକୁ ଆସିନଥିଲା । ଆମେରିକା ଓ ଅନ୍ୟ ଦେଶର ମୋଟ ୪୪ ହଜାର ଲୋକଙ୍କ ଉପରେ ଟୀକାର ପରୀକ୍ଷଣ କରାଯାଉଛି ।

ଘରେ ଆକ୍ୱାରିୟମ ରଖିବା ଦ୍ୱାରା ହୋଇପାରେ ଅସୁବିଧା, ଏହିସବୁ କଥା ଉପରେ ରଖନ୍ତୁ ଧ୍ୟାନ

0

ନୂଆଦିଲ୍ଲୀ: ବାସ୍ତୁ ଶାନ୍ତ୍ର ଅନୁଯାୟୀ ଘରେ ରଖାଯାଇଥିବା ପ୍ରତ୍ୟେକ ବସ୍ତୁ ବ୍ୟକ୍ତିର ଦୈନିକ ଜୀବନ ଉପରେ ସୀଧାସଳଖ ପ୍ରଭାବ ପକାଇଥାଏ । ବାସ୍ତୁ ଅନୁଯାୟୀ ଯଦି ଘରେ ଜିନିଷ ଭୁଲ ଜାଗାରେ ରଖାଯାଇଛି ତେବେ ବ୍ୟକ୍ତିକୁ ନକାରାତ୍ମକତାର ସାମ୍ନା କରିବାକୁ ପଡ଼ିଥାଏ । ସଠିକ ଯାଗାରେ ସୁବ୍ୟବସ୍ଥିତ ବସ୍ତୁ ସକାରାତ୍ମକତା ସଞ୍ଚାର କରିଥାଏ ।

ଘରର ଉତ୍ତର ପୂର୍ବ ଭାଗରେ ଜଳ ତତ୍ତ୍ୱ ସହ ଜଡ଼ିତ ଜିନିଷ ରଖିବା ଦ୍ୱାରା ଧନର ଆଗମନ ହୋଇଥାଏ ଏବଂ ସକାରାତ୍ମକ ଉର୍ଜା ସଞ୍ଚାର ହୋଇଥାଏ । ଘରେ ସକାରାତ୍ମକତା ବଢ଼ାଇବା ପାଇଁ ଅଧିକାଂଶ ଲୋକ ଆକ୍ୱାରିୟମ ରଖିଥାଆନ୍ତି । ମାନ୍ୟତା ରହିଛି ଯେ, ଆକ୍ୱାରିୟମରେ ଥିବା ମାଛ ଘରର ନକାରାତ୍ମକ ଉର୍ଜାକୁ ନଷ୍ଟ କରିଥାଆନ୍ତି ।

ଅଧିକାଂଶ ଲୋକ ନିଜ ଘରେ ଆକ୍ୱାରିୟମ ରଖିଥାଆନ୍ତି କିନ୍ତୁ ଏହାକୁ କେଉଁ ଦିଗରେ ରଖାଯିବା ଉଚିତ ଏବଂ କେମିତି ରଖିବା ଉଚିତ ସେ ବାବଦରେ ଅଜ୍ଞାତ ଥାଆନ୍ତି । ଏହି କାରଣରୁ ଆକ୍ୱାରିୟମର ପୂର୍ଣ୍ଣ ଲାଭ ଉଠାଇବାରେ ଅକ୍ଷମ ହୋଇଥାଆନ୍ତି । ତେବେ ଆସନ୍ତୁ ଜାଣିବା ବାସ୍ତୁ ହିସାବରେ ଘରେ ଆକ୍ୱାରିୟମ ରଖିବାର କିଛି ଉପାୟ…

  •  ଆକ୍ୱାରିୟମକୁ ଉତ୍ତର ପୂର୍ବ ଦିଗରେ ରଖିବା ଶୁଭ ମନେ କରାଯାଏ ।
  • ଆକ୍ୱାରିୟମର ପାଣି ସମୟ ସମୟରେ ବଦଳାଇବା ଉଚିତ, ଏହାଦ୍ୱାରା ଘରେ ସକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ ।
  • ଧ୍ୟାନ ରଖିବେ ଯେ, ଆକ୍ୱାରିୟମର ପାଣି ଯେମିତି କେବେ ସ୍ଥିର ନରହେ, ଅନ୍ୟଥା ଆର୍ଥିକ ଉନ୍ନତି ଉପରେ ପ୍ରଭାବ ପଡ଼ିଥାଏ ।
  • ଘରେ ଆକ୍ୱାରିୟମରେ ଏକ ନିର୍ଦ୍ଧିଷ୍ଟ ସଂଖ୍ୟାରେ ମାଛ ରଖିବା ଉଚିତ, ମାଛ ଆକ୍ୱାରିୟମରେ ୯ଟି ମାଛ ରଖିବା ଶୁଭ ମନେ କରାଯାଏ ।
  • ଦାମ୍ପତ୍ୟ ଜୀବନରେ ପ୍ରେମ ବଜାୟ ରଖଇବା ପାଇଁ ଆକ୍ୱାରିୟମକୁ ଘରର ମୁଖ୍ୟ ଦ୍ୱାରାର ବାମ ପଟେ ରଖିବା ଉଚିତ ।
  • ଘରର ରୋଷେଇ ଘରେ ଆକ୍ୱାରିୟମ ରଖିବା ଉଚିତ ନୁହେଁ । ବାସ୍ତୁ ଅନୁସାରେ ରୋଷେଇ ଘରେ ଆକ୍ୱାରିୟମ ରଖିବା ଦ୍ୱାରା ପରସ୍ପର ମଧ୍ୟରେ କଳହ ସୃଷ୍ଟି ହେବାର ସମ୍ଭାବନା ଥାଏ ।

ଏଣିକି ଆୟୁର୍ବେଦିକ ଡାକ୍ତର କରିପାରିବେ ସର୍ଜରୀ

ନୂଆଦିଲ୍ଲୀ: ଏଣିକି ଆୟୁର୍ବେଦିକ ଡାକ୍ତର କରିପାରିବେ ସର୍ଜରୀ ବା ଅପରେସନ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆୟୁର୍ବେଦିକ ଡାକ୍ତରଙ୍କୁ ଟ୍ରେନିଂ ଦିଆଯିବା ପରେ ସେମାନେ ଅପରେସନ କରି ପାରିବେ ବୋଲି କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଇଏନଟି, ଓର୍ଥୋ, ଡେଣ୍ଟାଲ କ୍ଷେତ୍ରରେ ସର୍ଜରୀ କରିବାକୁ ଅନୁମତି ଦିଆଯାଇଛି ।

Ayurvedic

ସେପଟେ ସେଣ୍ଟ୍ରାଲ କାଉନସିଲ ଅଫ ଇଣ୍ଡିଆନ ମେଡିସିନର କହିବା କଥା ଦେଶରେ ଥିବା ଆୟୁର୍ବେଦିକ ମେଡିକାଲରେ ସର୍ଜରୀ କରାଯାଉଛି । ସରକାରଙ୍କ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହା ଆଇନ ସମ୍ମତ ହେଲା । ପିଜି ଟ୍ରେନିଂ ଆୟୁର୍ବେଦିକ ଡାକ୍ତର ମାନେ ଏହି ଅପରେସନ କରି ପାରିବେ ବୋଲି ସରକାର କହିଛନ୍ତି । ଆୟୁର୍ବେଦିକ ପଢୁଥିବା ଛାତ୍ରଛାତ୍ରୀ ମାନେ ଶଲ୍ୟତନ୍ତ୍ର ଓ ଶାଲକ୍ୟ ତନ୍ତ୍ରରେ ସର୍ଜରୀ ନେଇ ସବିଶେଷ ଅଧ୍ୟୟନ କରିଥାନ୍ତି ବୋଲି ଇଣ୍ଡିଆନ ମେଡିକାଲ ସାଇନ୍ସ ପକ୍ଷରୁ କୁହାଯାଇଛି ।

ପାକିସ୍ତାନ ଜେଲରେ ୫୫ ବର୍ଷର କଷଣ; ବିର୍ଜୁଙ୍କ ପରେ ଆଉ ଏକ ଓଡ଼ିଆ ପୁଅର ସଂଘର୍ଷର ଗାଥା…

ଭଦ୍ରକ: ପୁଣି ପାକିସ୍ତାନରେ ଆଉ ଜଣେ ବିର୍‌ଜୁ  । ଘରକୁ ଫେରିବାକୁ ଚାହିଁ ଚାହିଁ ଆଖିରୁ ଲୁହ ଶୁଖିଲାଣି । ୧୯୬୫ ମସିହାରୁ ୫୫ବର୍ଷ ହେଲାଣି ପାକିସ୍ତାନ ଜେଲରେ ଅଛନ୍ତି ଭଦ୍ରକର ଆନନ୍ଦ ପତ୍ରୀ  । ୩୧ ବେଙ୍ଗଲ ଡିଫେନ୍ସ ରେଜିମେଣ୍ଟର- ଜି କମ୍ପାନୀର ସେ ସିପାହୀ ଥିଲେ । ୧୯୬୫ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା  । ସେହି ଯୁଦ୍ଧରେ ପାକିସ୍ତାନ ଦ୍ୱାରା ବନ୍ଦୀ ହୋଇଥିଲେ ଆନନ୍ଦ  । ବନ୍ଦୀ ହେବା ପରେ ଆଉ ଘରକୁ ଫେରିନାହାନ୍ତି  ।

ସରକାରଙ୍କ ସହାୟତାରେ ସୁନ୍ଦରଗଡ଼ର ବିର୍‌ଜୁ ଘରକୁ ଫେରିବା ପରେ ଆନନ୍ଦଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପୁଅ ବିଦ୍ୟାଧର ପତ୍ରୀ ଓ ସାରା ପରିବାର  । ଭାରତ ସରକାର ବିର୍‌ଜୁଙ୍କ ଫେରାଇ ଆଣିଲା ପରି ଆନନ୍ଦଙ୍କ ଫେରିବା ପାଇଁ ଯଦି କିଛି ବ୍ୟବସ୍ଥା କରନ୍ତେ ତାହେଲେ ବାପା ଫେରିପାରନ୍ତେ ବୋଲି ଆନନ୍ଦଙ୍କ ପୁଅ ବିଦ୍ୟାଧର କହିଛନ୍ତି ।

ଅଞ୍ଚଳବାସୀଙ୍କର ମଧ୍ୟ ସମାନ କଥା । ସରକାରଙ୍କ ଉଦ୍ୟମରେ ଯଦି ଆନନ୍ଦ ଫେରିପାରନ୍ତେ ତେବେ ଅତିକମରେ ନିଜ ମାଟିରେ ମରିବାର ସୌଭାଗ୍ୟ ଟିକକ ତାଙ୍କୁ ମିଳନ୍ତା । ଜୀବନର ବାରେ’ଣା ସମୟ ସେ ପାକିସ୍ତାନ ଜେଲରେ ନିର୍ଯାତନାରେ କାଟିଦେଲେ । ଏଭଳି ତ୍ୟାଗକୁ ଦେଶ ସବୁବେଳେ ମନେ ରଖିବ ବୋଲି ଆନନ୍ଦ ପାତ୍ରୀଙ୍କ ପରିବାର ଲୋକେ କହିଛନ୍ତି ।

ପାକିସ୍ତାନ ଆତଙ୍କୀଙ୍କ ଖୋଲୁଛି ଗୁମର, ନିହତ ୪ ଆତଙ୍କବାଦୀ ନେଇଥିଲେ କମାଣ୍ଡୋ ଟ୍ରେନିଂ

ଶ୍ରୀନଗର: ପାକିସ୍ତାନ ଆତଙ୍କୀଙ୍କ ଖୋଲୁଛି ଗୁମର । ଜାମ୍ମୁ କାଶ୍ମୀରର ନଗରୋଟାରେ ଏନକାଉଣ୍ଟର ହୋଇଥିବା ୪ ଆତଙ୍କବାଦୀ ନେଇଥିଲେ କମାଣ୍ଡୋ ଟ୍ରେନିଂ । ୨୦୧୬ରେ ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ କାସିମ ଜାନ୍ ସେମାନଙ୍କୁ ଟ୍ରେନିଂ ଦେଇଥିଲା । ଆଫଗାନିସ୍ତାନରୁ ଆମେରିକା ସେନା ଫେରିଯିବା ପରେ ସୀମାରେ ତାଲିବାନୀଙ୍କ ଦବଦବା ବଢିବାରେ ଲାଗିଛି । ଏହି ୪ ଆତଙ୍କବାଦୀଙ୍କ ସହ ଅନ୍ୟ ୧୪ ଜଣ ସୀମାରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । ସେମାନେ ସେଠାରେ କ୍ୟାମ୍ପ ପକାଇ କିଛି ଦିନ ହେଲା ରହୁଥିଲେ ବୋଲି ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି ।

ଅନ୍ୟପଟେ ଭିନ୍ନ ଭିନ୍ନ ଆତଙ୍କବାଦୀ ସଂଗଠନର ୨୦୦ ଜଣ ଆତଙ୍କବାଦୀ ପାକିସ୍ତାନରେ ଥିବା ଲଞ୍ଚପ୍ୟାଡ୍‌ ନିକଟରେ ରହୁଥିଲେ । ସମୟ ଦେଖି ସେମାନେ ମଧ୍ୟ ଭାରତ ଭିତରକୁ ଆସିବେ ବୋଲି ଯୋଜନା କରିଥିଲେ । ନଗରୋଟାରେ ଏନକାଉଣ୍ଟର ହୋଇଥିବା ୪ ଆତଙ୍କବାଦୀଙ୍କ ନିକଟରୁ ପାକିସ୍ତାନୀ କମ୍ପାନୀର ରେଡିଓ ଜବତ ହୋଇଛି । ଏହି ରେଡିଓ ମାଧ୍ୟମରେ ସେମାନଙ୍କ ସହ ପାକିସ୍ତାନରେ ବସିଥିବା ଆତଙ୍କୀ ସଂଗଠନର ମୁଖିଆ କଥାବାର୍ତ୍ତା ହେଉଥିଲେ ।

Nagrota Encounter Terrorists Entered By Tunnel In Samba Jammu

ଗତ ୧୯ ତାରିଖରେ ଜାମ୍ମୁ କାଶ୍ମୀର ନଗରୋଟା ଟୋଲ୍ ପ୍ଲାଜା ନିକଟରେ ୪ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ ଭାରତୀୟ ଯବାନ । ଗାଡ଼ି ଚେକିଂ ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଏହି ଘଟଣା ଭୋର୍‌ ୫ଟା ସମୟରେ ଘଟିଥିଲା । ଏହା ପରେ ସର୍ଚ୍ଚ ଅପରେସନ୍‌କୁ କଡ଼ା କଡ଼ି କରାଯିବା ସହ ଜାମ୍ମୁ ଶ୍ରୀନଗର ହାଇୱେକୁ ବନ୍ଦ କରି ଦିଆଯାଇଛି ।

ତେବେ ଆତଙ୍କବାଦୀମାନେ ଏକ ଟ୍ରକରେ ଆସୁଥିଲେ । ଖବର ପାଇ ସୁରକ୍ଷାକର୍ମୀ ଟୋଲ୍‌ ପ୍ଲାଜା ନିକଟରେ ଛକି ରହିଥିଲେ । ଟୋଲପ୍ଲାଜାରେ ପୋଲିସ ଚେକିଂ ବେଳେ ଟ୍ରକ ଭିତରୁ ପ୍ରଥମେ ଆତଙ୍କୀ ଗୁଳି ଚଳାଇଥିଲେ । ଜବାବରେ ସୁରକ୍ଷାକର୍ମୀ ପାଲଟା ଫାୟାରିଂ କରିଥିଲେ । ଅପରେସନ୍‌ ପରେ ଟ୍ରକରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଥିଲା । ଏନକାଉଣ୍ଟର ପରେ ସବୁ ନାକା ପଏଣ୍ଟରେ ସୁରକ୍ଷା କଡାକଡ଼ି ହୋଇଛି । ପ୍ରତି ଗାଡିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ।

ଆମେରିକାର ଦ୍ୱିତୀୟ ସର୍ବକନିଷ୍ଠ ରାଷ୍ଟ୍ରପତିଙ୍କ କାହାଣୀ, ଯିଏ ବିଶ୍ୱଯୁଦ୍ଧ ସମୟରେ ମରୁ ମରୁ ବଞ୍ଚିଥିଲେ !

ସେ ମାତ୍ର ଦୁଇ ବର୍ଷ, ଦଶ ମାସ ଏବଂ ଦୁଇ ଦିନ ପାଇଁ ଆମେରିକାର ରାଷ୍ଟ୍ରପତି ଥିଲେ । କିନ୍ତୁ ଏବେ ବି ସେ ଆମେରିକାର ଅନ୍ୟତମ ଲୋକପ୍ରିୟ ରାଷ୍ଟ୍ରପତି । ମାତ୍ର ୪୩ ବର୍ଷ ବୟସରେ ସେ ଆମେରିକାର ରାଷ୍ଟ୍ରପତି ଭାର ସମ୍ଭାଳିଥିଲେ । ଆମେରିକାର ସର୍ବକନିଷ୍ଠ ରାଷ୍ଟ୍ରପତି ତାଲିକାରେ ତାଙ୍କ ସ୍ଥାନ ଦ୍ୱିତୀୟ । ଆମେ କହୁଛୁ ଆମେରିକାର ୩୫ ତମ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ କଥା । ୧୯୬୩ ମସିହା ଆଜିର ଦିନରେ ତାଙ୍କର ହତ୍ୟା କରାଯାଇଥିଲା । ଆମେରିକା ଟେକ୍ସାସର ଡଲାସରେ ତାଙ୍କୁ ହତ୍ୟା କରାଯାଇଥିଲା, ଯେତେବେଳେ ସେ ଏକ ଓପନ୍‌ କାର୍‌ରେ ବସି ଯାଉଥିଲେ । କେନେଡିଙ୍କୁ ଗୁଳି କରିଥିଲେ ପୂର୍ବତନ ମେରାଇନ୍‌ ଲି ହାର୍ଭେ ଓସୱାଲ୍ଡ । ଓସୱାଲ୍ଡଙ୍କୁ ପୋଲିସ ଗିରଫ କରିଥିଲା ସତ ହେଲେ ଏହାର ଦୁଇ ଦିନ ପରେ କେନେଡିଙ୍କ ଜଣେ ସମର୍ଥକ ମଧ୍ୟ ଓସୱାଲ୍ଡଙ୍କୁ ହତ୍ୟା କରିଦେଇଥିଲେ । ଏହି ଘଟଣା ଆମେରିକା ସହ ପୁରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା ।

jhon kenedy

୨୯ ମେ, ୧୯୧୭ରେ ଆମେରିକାର ବ୍ରୁକଲିନରେ ଜନ୍ମଗ୍ରହଣ କରିଥିବା କେନେଡି, ତାଙ୍କ ପିତା-ମାତାଙ୍କ ନଅ ଜଣ ସନ୍ତାନଙ୍କ ମଧ୍ୟରୁ ଦ୍ୱିତୀୟ ନମ୍ବର ଥିଲେ । ତାଙ୍କ ପିତା ଆମେରିକାର ସଫଳ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କର ବ୍ୟବସାୟ ଚଳଚ୍ଚିତ୍ର ଶିଳ୍ପରୁ  ଆରମ୍ଭ କରି ଷ୍ଟକ୍ ମାର୍କେଟ, ଜାହାଜ ନିର୍ମାଣ ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ପର୍ଯ୍ୟନ୍ତ ବ୍ୟାପିଥିଲା । ୧୯୩୮ ମସିହାରେ, କେନେଡିଙ୍କ ପିତା ଆମେରିକାର ରାଷ୍ଟ୍ରଦୂତ ଭାବେ ବ୍ରିଟେନ ଯାଇଥିଲେ, ସେତେବେଳେ ୨୧ ବର୍ଷୀୟ କେନେଡି ତାଙ୍କ ପିତାଙ୍କ ସେକ୍ରେଟାରୀ ଭାବେ ସେଠାକୁ ଯାଇଥିଲେ ।

jhon kenedy

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ଶେଷ କରିବା ପରେ ୧୯୪୧ରେ ସେ ନୌସେନାରେ ଯୋଗ ଦେଇଥିଲେ । ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିଲା । ଯୁଦ୍ଧ ସମୟରେ ତାଙ୍କର ବଡ଼ ଭାଇଙ୍କର ମୃତ୍ୟୁ ହୋଇଥିଲା । ଖୋଦ୍‌ କେନେଡ଼ି ମଧ୍ୟ ଯୁଦ୍ଧ ସମୟରେ ମରୁ ମରୁ ବଞ୍ଚିଥିଲେ । ୧୯୪୫ ରେ ନୌସେନା ଛାଡିବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ବଡ ଭାଇଙ୍କ ମୃତ୍ୟୁ ପରେ ପରିବାରର ରାଜନୈତିକ ଉତ୍ତରାଧିକାରୀ କେନେଡି ଥିଲେ । ୧୯୪୬ ରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ଏବଂ ​​ଜିତିଥିଲେ ମଧ୍ୟ । ତେବେ ଏହା ପରଠାରୁ ସେ କେବେ ବି ଜୀବନରେ କୌଣସି ନିର୍ବାଚନ ​​ହାରି ନାହାନ୍ତି ।

jhon kenedy

ପୁରୀ ଏସ୍‌ପି ଭାବେ ଦାୟିତ୍ୱ ନେଲେ କନୱର ବିଶାଲ ସିଂ…କହିଲେ ଅପରାଧ ନିୟନ୍ତ୍ରଣ ହେବ ପ୍ରାଥମିକତା

ପୁରୀ: ପୁରୀରେ ନୂଆ ଏସପିଙ୍କ ଦାୟିତ୍ୱ ଗ୍ରହଣ କଲେ କନୱର ବିଶାଲ ସିଂ । ସମ୍ବଲପୁର ଏସପି ଥିଲେ କନୱର ବିଶାଲ ସିଂ । ଅଖିଳେଶ୍ୱର ସିଂଙ୍କ ସ୍ଥାନ ନେଲେ ବିଶାଲ ସିଂ । କାର୍ଯ୍ୟରେ ଯୋଗଦେବା ପରେ ଅପରାଧ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯିବ କହିଛନ୍ତି କନୱର ବିଶାଲ ସିଂହ ।

ଅପରାଧୀଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ । ପୁରୀ ହାଜତ ମୃତ୍ୟୁ ମାମଲାରେ NHRCଙ୍କୁ ପୂର୍ଣ୍ଣ ସହଯୋଗ କରାଯିବ ବୋଲି କହିଛନ୍ତି ବିଶାଲ ସିଂ । ସାଧାରଣଲୋକଙ୍କ ପାଇଁ ପୋଲିସ କାମ କରିବ । ‘ପୋଲିସ-ପବ୍ଲିକ ଉତ୍ତମ ସଂପର୍କ ସ୍ଥାପନ ପାଇଁ ଉଦ୍ୟମ ହେବ’ବୋଲି କହିଛନ୍ତି ।

ପୂର୍ବରୁ ଅଖିଳେଶ୍ୱର ସିଂ ପୁରୀର ଏସପି ଥିଲେ  । ପୁରୀ ହାଜତ ମୃତ୍ୟୁ ବିବାଦ ପରେ ଅଖିଳେଶ୍ୱରଙ୍କୁ ବଦଳି କରାଯାଇଛି । ଅଖିଳେଶ୍ୱର ସିଂକୁ ରାଜ୍ୟ ସରକାର ପୋଲିସ୍ ମୁଖ୍ୟାଳୟକୁ ବଦଳି କରିଛନ୍ତି ।

୪୨ କୋଟି ଗ୍ରାହକଙ୍କୁ ଆଲର୍ଟ କଲା ଏସବିଆଇ; ୟୁନୋ ବ୍ୟବହାରକାରୀଙ୍କୁ ହୋଇପାରେ ସମସ୍ୟା

0

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ କୋଟି କୋଟି ଗ୍ରାହକଙ୍କ ପାଇଁ ଆବଶ୍ୟକୀୟ ସୂଚନା ଜାରି କରିଛି । ବ୍ୟାଙ୍କର ସୂଚନା ଅନୁଯାୟୀ INB / YONO / YONO Lite ବ୍ୟବହାର କରୁଥିବା ବ୍ୟାଙ୍କର ଗ୍ରାହକମାନେ ୨୦୨୦ ମସିହା ନଭେମ୍ବର ୨୨ ତାରିଖରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯଦି ଏହିପରି କିଛି ଘଟେ ତେବେ ଗ୍ରାହକମାନେ ଚିନ୍ତିତ ହେବା ଆବଶ୍ୟକ ନୁହେଁ ।

ଏନେଇ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛି। ବ୍ୟାଙ୍କ ଟ୍ୱିଟରେ ଉଲ୍ଲେଖ କରିଛି ଯେ ନଭେମ୍ବର ୨୨ରେ INB / YONO / YONO Lite ବ୍ୟବହାର କରୁଥିବାବେଳେ ବ୍ୟାଙ୍କର ଗ୍ରାହକମାନେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | ଯଦି ଆପଣ ଏହି ଆପ୍ସ ବ୍ୟବହାର କରନ୍ତି, ତେବେ ଆପଣଙ୍କର କିଛି ବୈଷୟିକ ସମସ୍ୟା ହୋଇପାରେ ।

ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଅପଗ୍ରେଡ୍
ଗ୍ରାହକଙ୍କ ସୁବିଧା ପାଇଁ ଆମେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମକୁ ଅପଗ୍ରେଡ୍ କରୁଛୁ ବୋଲି ଏସବିଆଇ ପ୍ରକାଶ କରିଛି । ଯଦି ନଭେମ୍ବର ୨୨ରେ କିଛି ସମସ୍ୟା ଉପୁଜେ ତେବେ ବିରକ୍ତ ହୁଅନ୍ତୁ ନାହିଁ ବୋଲି ଗ୍ରାହକଙ୍କୁ କୁହାଯାଇଛି।

ଆହୁରି ମଧ୍ୟ ଯଦି SBIର NetBanking ମାଧ୍ୟମରେ ଆପଣଙ୍କର କୈାଣସି କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ସମସ୍ୟା ହୋଇପାରେ ।