ରାଉରକେଲାରେ ଜିଏସଟି ଠକେଇ, ୨ ଗିରଫ

ରାଉରକେଲା: ରାଉରକେଲାରେ ଦିନକୁ ଦିନ ବଢିବାରେ ଲାଗିଛି ଜିଏସଟି ଠକେଇ ମାମଲା । ସହରର ବିଭିନ୍ନ ସ୍ଥାନରେ ଜିଏସଟି ଵିଭାଗ ପଷରୁ ଚଢାଉ କରାଯାଉଛି । ଏହି ଠକେଇ ମାମଲାରେ ଦୁଇଜଣ ଜିଏସଟି ଠକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ ୪୨ କୋଟି ଟଙ୍କା ଜିଏସଟି ଠକିଥିବା ଅଭିଯୋଗରେ ଗିରଫ କରାଯାଇଛି । ରାଉରକେଲା ସହରର ବନ୍ଧମୁଣ୍ଡା, ଛେଣ୍ଡ କଲୋନୀ ଓ ବାସନ୍ତୀ କଲୋନୀ ଅଞ୍ଚଳରେ ଚଢାଉ ଜାରି ରଖିଛି ଜିଏସଟି ବିଭାଗ । ଜଣେ ଠକ ବନ୍ଧମୁଣ୍ଡା ଅଞ୍ଚଳରୁ ଗିରଫ ହୋଇଥିବା ବେଳେ ଅନ୍ୟଜଣେ ଛେଣ୍ଡ କଲୋନୀରୁ ଗିରଫ ହୋଇଛନ୍ତି ।

ତେବେ ଯାଜପୁର ଓ ରାଉରକେଲା ଜିଏସଟି ବିଭାଗର ତିନୋଟି ସ୍ଵତନ୍ତ୍ର ଦଳ ପକ୍ଷରୁ ଚଢାଉ ଜାରି ରହିଛି । ଫେରାର ଥିବା ଅନ୍ୟ ପାଞ୍ଚ ଜଣଙ୍କୁ ଗିରଫ ପାଇଁ ଜିଏସଟି ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସୁତ୍ରରୁ ପ୍ରକାଶ ।

Leave a Reply