ମନ୍ତ୍ରୀ ହେବା ପାଇଁ କରୁଥିଲେ ସୁପାରିସ, ରାଜୀବ କରିଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ବୋରାଙ୍କର ସୋମବାର ଦିନ ୯୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଅବିଭକ୍ତ ମଧ୍ୟପ୍ରଦେଶ ମଖ୍ୟମନ୍ତ୍ରୀ ଭାବେ ମୋତିଲାଲ ଦୁଇଥର କାର୍ଯ୍ୟ କରିଛନ୍ତି । ତେବେ ମୋତିଲାଲଙ୍କ ମୁଖ୍ୟମନ୍ତ୍ରୀ ହେବା କାହାଣୀ ବେଶ ରୋଚକ ।

ଅର୍ଜୁନଙ୍କ ପୁଅ ପାଖରେ ମନ୍ତ୍ରୀ ପଦ ପାଇଁ ଲବି କରୁଥିଲେ କିନ୍ତୁ..

ମୋତିଲାଲା ପ୍ରଥମେ ଅର୍ଜୁନ ସିଂଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ୧୯୮୫ ମସିହା ମାର୍ଚ୍ଚ ୯ ତାରିଖରେ ଅର୍ଜୁନ ସିଂହ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେଇଥିଲେ । ତେବେ ଶପଥ ନେବାର ଗୋଟିଏ ଦିନ ପରେ ତାଙ୍କୁ ଦିଲ୍ଲୀରୁ ଡାକରା ଆସିଲା । ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଅର୍ଜୁନଙ୍କୁ ଡାକି ଦୁଇ ପଦ କଥା କହିଥିଲେ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ନିଜ ପସନ୍ଦର ପ୍ରାର୍ଥୀଙ୍କ ନାମ କୁହ ଓ ପଞ୍ଜାବ ସିଫ୍ଟ ହୁଅ । ରାଜୀବ ଗାନ୍ଧୀ ଅର୍ଜୁନଙ୍କୁ ମଧ୍ୟପ୍ରଦେଶ ରାଜନୀତିରୁ ଦୁରେଇ ରଖିବାକୁ ଚାହୁଁଥିଲେ । ତେଣୁ ସେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ କହିଥିଲେ । ଅର୍ଜୁନ ବାଧ୍ୟବାଧକତାରେ ମୋତିଲାଲଙ୍କ ନାମ ନେଲେ ।
ଅଜୟ ସିଂହଙ୍କ ସହ ଲବି

ଅର୍ଜୁନ ନିଜ ପୁଅ ଅଜୟଙ୍କୁ ମୋତିଲାଲଙ୍କୁ ଧରି ଦିଲ୍ଲୀ ଆସିବାକୁ କହିଲେ । ଅଜୟ ଓ ମୋତିଲାଲ ପ୍ଲେନରେ ଦିଲ୍ଲୀ ଆସିଲେ । ମୋତିଲାଲ ଏମିତି ଅଚାନକ ଦିଲ୍ଲୀ ଡାକରାକୁ ନେଇ ଚିନ୍ତିତ ଥିଲେ । ସେ ଅଜୟଙ୍କୁ ତାଙ୍କ ନାମ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସୁପାରିସ କରିବାକୁ କହିଥିଲେ । ମୋତିଲାଲ ଓ ଅଜୟ ଦିଲ୍ଲୀର ପାଲମ ଏୟାରପୋର୍ଟରେ ପହଁଚିଥିଲେ । ସେଠାରେ ରହିଥିଲେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି । କାରଣ ସେ ବିଦେଶ ଗସ୍ତରେ ଯାଉଥିଲେ । ରାଜୀବଙ୍କ ପାଖକୁ ମୋତିଲାଲଙ୍କୁ ନିଆଯାଇଥିଲା । ସେଠାରେ ରାଜୀବ ତାଙ୍କୁ କହିଥିଲେ ‘ତମେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ’

ତିନି ବର୍ଷ ପରେ ଚାଲିଗଲା ମୁଖ୍ୟମନ୍ତ୍ରୀ ପଦ
ଅର୍ଜୁନ ବନବାସରେ ଦିଲ୍ଲୀରେ ଥିଲେ । ଏହି ସମୟରେ ମୋତିଲାଲ ମଧ୍ୟପ୍ରଦେଶ ସମ୍ଭାଳୁଥିଲେ । କିନ୍ତୁ ତିନି ବର୍ଷ ପରେ ଅର୍ଜୁନଙ୍କ ବନବାସ ଶେଷ ହୋଇଥଲା । ଅର୍ଜୁନ ମଧ୍ୟପ୍ରଦେଶକୁ ଫେରି ପୁଣି ରାଜନୀତିରେ ସକ୍ରୀୟ ହେଲେ । ମୋତିଲାଲଙ୍କୁ ନିଜ ବେଡିଂବିସ୍ତାନୀ ଧରି ଦିଲ୍ଲୀ ସିଫ୍ଟ ହେବାକୁ ପଡିଲା । ଏହା ସହ ସେହି ଦିନଠୁ ସବୁଦିନ ପାଇଁ ଦିଲ୍ଲୀରେ ରହିଯାଇଥିଲେ ଦିବଙ୍ଗତ ନେତା ମୋତିଲାଲ ବୋରା ।

Leave a Reply