ଜଗତପୁରରେ ଖାଦ୍ୟରେ ମିଶୁଛି ଜହର, ତେଲ-ଘିଅ ପରେ ଏବେ ସୋୟା ବଡ଼ି

1 min read
Commissionerate Police Busted Duplicate Soya Factory In Jagatpur

କଟକ: କଟକ ସହରରେ ବଢ଼ି ଚାଲିଛି ନକଲି ଖାଦ୍ୟ ସାମଗ୍ରୀ କାରବାର । ନକଲି ଘିଅ, ତେଲ, ମସଲା ଓ ଜର୍ଦ୍ଦା ପରେ କମିଶନରେଟ୍ ପୋଲିସ ଅପମିଶ୍ରିତ ସୋୟା ବଡ଼ କାରଖାନା ଠାବ କରିଛି । ସବୁ ଜିନିଷ ଶସ୍ତାରେ ମିଳୁଥିବା କଟକର ଜଗତପୁର ଅଞ୍ଚଳରେ ରହିଛି ଏହି ଅପମିଶ୍ରିତ ସୋୟା ବଡ଼ି କାରାଖାନା । ଏହି ନକଲି କାରଖାନାରେ ଅପମିଶ୍ରିତ ସୋୟା ବଡ଼ି ପ୍ରସ୍ତୁତ କରାଯାଇ ମହକ ବ୍ରାଣ୍ଡରେ ବିକ୍ରି କରାଯାଉଥିଲା ।

Commissionerate Police Busted Duplicate Soya Factory In Jagatpur

ନକଲି କାରଖାନାରୁ ବିପୁଳ ପରିମାଣର ସୋୟା ବଡ଼ି ଜବତ କରାଯାଇଛି । ଏହି ନକଲି କାରଖାନାରେ ଚାଉଳ ଓ ରାସାୟନିକ ସାମଗ୍ରୀ ବ୍ୟବହାର କରି ସୋୟା ବଡ଼ି ତିଆରି ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏହା ପରେ କମିଶନରେଟ୍ ପୋଲିସ ଚଢ଼ାଉ କରି ବିପୁଳ ଅପମିଶ୍ରିତ ସୋୟା ବଡ଼ି ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Commissionerate Police Busted Duplicate Soya Factory In Jagatpur

କଟକରେ ନକଲି ସାମଗ୍ରୀ କାରବାର ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପୂର୍ବରୁ ନିୟମିତ ରେଡ୍ କରିବା ନେଇ ନିଷ୍ପତ୍ତି ନେଇଥିଲା । ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଥିବା ବେଳେ ରେଡ୍ ପାଇଁ ୧୦ଟି ସ୍କ୍ୱାଡ୍ ଗଠନ କରାଯାଇଛି । ୪ଟି ସ୍କ୍ୱାଡ୍ ଗ୍ରାମାଞ୍ଚଳ ପାଇଁ ସହରରେ ୬ଟି ସ୍କ୍ୱାଡ୍ ରେଡ୍ ପାଇଁ ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଥିଲା ।

ଏଥିସହ ପଢ଼ନ୍ତୁ- ଭେଜାଲକାରୀ ସାବଧାନ ! ରେଡ୍ ପାଇଁ ଘୂରି ବୁଲିବ ସ୍କ୍ୱାଡ୍

Leave a Reply