ଖାଲି ଅପମିଶ୍ରଣ ନୁହେଁ ପ୍ୟାକେଟରେ ରହୁନି ଏକ୍ସପାରୀ ଡେଟ୍ ଓ ଟେଲିଫୋନ୍ ନମ୍ବର

1 min read

କଟକ: ନକଲି ହବ୍ ପାଲଟିଛି ସିଲଭର୍ ସିଟି କଟକ । ତେଲ, ମସଲା, ସୋୟା ବଡ଼ିରୁ ନେଇ କରି ଘିଅ । କଟକରେ ଏସବୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଛି । ହେଲେ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ନିରାପଦ ନୁହେଁ । କାରଣ ଖାଦ୍ୟ ସାମଗ୍ରୀରେ ହେଉଛି ଅପମିଶ୍ରଣ । କେତେକ ଲାଭଖୋର ମନୋବୃତ୍ତିର ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ସାମଗ୍ରୀରେ ଅପମିଶ୍ରଣ କରୁଛନ୍ତି । ରେଡ୍ ବେଳେ ବାଦାମବାଡ଼ିରୁ ନକଲି ଓ ଅପମିଶ୍ରିତ ଘିଅ କାରଖାନା ଏବଂ ଗୋଦାମ ଠାବ ହୋଇଛି ।

Duplicate Ghee Factory In Cuttack, Police Held 2

ବାଦାମାବାଡ଼ି ପୋଲିସ, ଫୁଡ୍ ଇନ୍ସପେକ୍ଟର ଓ ଓଜନ ମାପି ବିଭାଗ ରେଡ୍ କରିଛି । ଲକ୍ଷ ଲକ୍ଷ ଟଙ୍କାର ଘିଅ ସହିତ ଘିଅ ତିଆରି ମେସିନ ଓ ପ୍ୟାକେଜ ସାମଗ୍ରୀ ଜବତ ହୋଇଛି । ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗୋଦାମ ଘରୁ ସଂଖ୍ୟାଧିକ କାର୍ଟୁନ୍ ସହ ପାମୋଲିନ୍ ତେଲ ଜବତ ହୋଇଛି । ଦୁର୍ଗା ଘିଅ ନାଁରେ ପ୍ୟାକେଜିଂ ହୋଇଥିବା ପ୍ୟାକେଟରେ କମ୍ପାନୀ ଗ୍ରାହକଙ୍କ ଅଭିଯୋଗ ଲାଗି କୌଣସି ଠିକଣା କି ଟେଲିଫୋନ୍ ନମ୍ବର ରଖିନାହିଁ । କିଛି ପ୍ୟାକଟରେ ଏକ୍ସପାରୀ ଡେଟ୍ ମଧ୍ୟ ଉଲ୍ଲେଖ ନାହିଁ ।

Duplicate Ghee Factory In Cuttack, Police Held 2

କଟକରେ ଏଭଳି ନକଲି କାରଖାନା ଠିବ ନୂଆ ନୁହେଁ । ଦିନକ ତଳେ ଜଗତପୁର ଅଞ୍ଚଳରେ ନକଲି ଓ ଅପମିଶ୍ରିତ ସୋୟା ବଡ଼ି କାରଖାନା ଠାବ ହୋଇଥିଲା । ପ୍ରଶାସନ ଲଗାତାର ରେଡ୍ ଜାରି ରଖିଥିବା ବେଳେ ବିପୁଳ ଭେଜାଲ ଖାଦ୍ୟ ସାମଗ୍ରୀ ଜବତ ହେଲାଣି । ପୂର୍ବରୁ ନକଲି ମସଲା, ଧୁପକାଠି, ତେଲ, ଜର୍ଦ୍ଦା ଓ ଘିଅ କାରଖାନା ଉପରେ ଚଢ଼ାଉ କରିଥିଲା ପ୍ରଶାସନ ।

ଏଥିସହ ପଢ଼ନ୍ତୁ- ଜଗତପୁରରେ ଖାଦ୍ୟରେ ମିଶୁଛି ଜହର, ତେଲ-ଘିଅ ପରେ ଏବେ ସୋୟା ବଡ଼ି

Leave a Reply