ଫାଇନାନ୍ସ କମ୍ପାନୀର ଜୁଲମ୍, ଋଣ ପରିଶୋଧ ପରେ ବି ଚାଷୀଙ୍କୁ ମାଗୁଛି କିସ୍ତି

ଭୁବନ: ଋଣ ନେଇଥିଲେ, କିସ୍ତିରେ ସୁଧ ସହ ମୂଳ ଟଙ୍କା ପରିଶୋଧ କଲେ । ୨ ବର୍ଷ ତଳୁ ଋଣ ପରିଶୋଧ କରି ସାରିଥିବା ବେଳେ ଏବେ ପୁଣି କମ୍ପାନୀ ଚାଷୀଙ୍କୁ ମାଗୁଛି କିସ୍ତି । ଏନେଇ ଏକାଧିକ ଚାଷୀ ଅଭିଯୋଗ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ପୌରଞ୍ଚଳରେ ଥିବା ଏଲ୍ ଆଣ୍ଡ ଟି ଫାଇନାନ୍ସ ବିରୋଧରେ ଏମିତି ଅଭିଯୋଗ ଆସିଛି । ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଓଢ଼ଣା ଗାଁର ଏକାଧିକ ଚାଷୀ କମ୍ପାନୀଠାରୁ ଋଣ ନେଇଥିଲେ । ପରେ କମ୍ପାନୀ କର୍ମଚାରୀ ଚାଷୀମାନଙ୍କ ଘରୁ ମାସିକ କିସ୍ତି ସଂଗ୍ରହ କରିଥିଲେ ।

Allegation Against L&T Finance Demanding Money After Loan Closure

ପ୍ରାୟ ୨ ବର୍ଷ ହେଲା ଚାଷୀମାନେ ଋଣ ଟଙ୍କା ପରିଶୋଧ କରିଥିବା ବେଳେ ପୁଣି କାମାକ୍ଷାନଗରରୁ ଫାଇନାନ୍ସ କମ୍ପାନୀର ଜନୈକ କର୍ମଚାରୀ ଋଣ ଖିଲାପ କରିଥିବା ନେଇ ସୂଚନା ଦେଇଥିଲେ । ଏହାକୁ ନେଇ ଭାଙ୍ଗି ପଡ଼ିଥିବା ଚାଷୀ ଆଜି ଭୁବନରେ ଥିବା ଏଲ୍ ଆଣ୍ଡ ଟି ଫାଇନାନ୍ସ କାର୍ଯ୍ୟାଳୟ ଘେରାଉ କରିଥିଲେ । ତେବେ, ଚାଷୀଙ୍କ କାର୍ଯ୍ୟାଳୟ ଘେରାଉ ବେଳେ ଉପସ୍ଥିତ ଥିବା କଲେକ୍ସନ୍ ଅଫିସର ଦେବାଶିଷ ବିଶ୍ୱାଳ ଅଫିସ ବନ୍ଦ କରି ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ଚାଷୀମାନେ କଲେକ୍ସନ୍ ଅଫିସରକୁ କାବୁ କରି କାର୍ଯ୍ୟାଳୟ ଆଗରେ ଅଟକ ରଖିଛନ୍ତି ।

Allegation Against L&T Finance Demanding Money After Loan Closure

କଲେକ୍ସନ୍ ଅଫିସର ଅନ୍ୟ ଅଫିସରମାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କେହି ଆସିନଥିଲେ । ଚାଷୀ ଋଣ ପରିଶୋଧ କରି ସାରିଥିବା ବେଳେ କିସ୍ତି ଟଙ୍କା ହଡ଼ପ ହୋଇଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ମୃତ ଚାଷୀମାନଙ୍କ ଇନ୍ସୁରାନ୍ସ ଥିଲେ ମଧ୍ୟ ଓଢ଼ଣା ଗାଁର ୩ ଜଣ ମୃତ ଚାଷୀଙ୍କ ପରିବାରକୁ ଟଙ୍କା ମିଳୁ ନଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗକାରୀ ଥାନାରେ ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି ।

Leave a Reply