spot_img
Home Blog Page 6359

କରୋନା ଭ୍ୟାକ୍ସିନର ଟିକାକରଣ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର, ବଜେଟରେ ହୋଇପାରେ ଘୋଷଣା

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ ଦେବାକୁ କେନ୍ଦ୍ର ସରକାର ଜୋରସୋର ପ୍ରସ୍ତୁତି କରୁଛନ୍ତି । ଏବଂ କରୋନା ଭ୍ୟାକ୍ସିନର ଟୀକାକରଣ ପାଇଁ କେନ୍ଦ୍ର ସରକାର ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ସୂଚନା ଅନୁଯାୟୀ, କରୋନା ଭ୍ୟାକ୍ସିନର ଟୀକାକରଣ (କୋଭିଡ -୧୯ ଭ୍ୟାକ୍ସିନ ଯୋଜନା)ର ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାର ବହନ କରିବେ । ଏହାସହ ଆଗାମୀ ବଜେଟ୍ ୨୦୨୧ରେ ଟିକାକରଣର ରୋଡମ୍ୟାପ୍ ଘୋଷଣା କରାଯାଇପାରେ । ଆଷ୍ଟ୍ରାଜେନିକାରୁ ଟିକା ନେବାକୁ ଜୋରସୋରରେ ପ୍ରସ୍ତୁତି ଚାଳାଇଛନ୍ତି ସରକାର । ଅନୁମାନ କରାଯାଉଛି ଯେ ଦେଶର ଜଣେ ନାଗରିକଙ୍କୁ କରୋନା ଟିକା ଦେବାକୁ ହେଲେ ୬-୭ ଡଲାର ବା ୫୦୦ଟଙ୍କାରୁ ଅଧିକ ଖର୍ଚ୍ଚ ହେବ । ଏହି କାରଣରୁ ସରକାର ୧୩୦ କୋଟି ଲୋକଙ୍କୁ କରୋନା ଟିକା ଦେବା ପାଇଁ ୫୦୦ ବିଲିୟନ ଟଙ୍କାର ବଜେଟ୍ ସ୍ଥିର କରିଛନ୍ତି । ଏହି ବଜେଟର ବ୍ୟବସ୍ଥା ଚଳିତ ଆର୍ଥିକ ବର୍ଷ ଶେଷରେ କରାଯିବା ନେଇ ସୂଚନା ମିଳିଛି । ଯାହା ପରେ ଟିକା ଯୋଗାଇବାରେ ଅର୍ଥର ଅଭାବ ରହିବ ନାହିଁ ।

ଫେବୃଆରୀ ଶେଷ ସୁଦ୍ଧା ଟିକାକରଣ ଆରମ୍ଭ କରିବାକୁ ଲକ୍ଷ୍ୟ

ସୂଚନା ଅନୁସାରେ, ସରକାର ଟିକାକରଣର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ସାଧାରଣ ବଜେଟ୍ ଘୋଷଣା କରାଯାଇପାରିବ ଏବଂ ଫେବୃଆରୀ ଶେଷ ସୁଦ୍ଧା ଟିକାକରଣ ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି । କେନ୍ଦ୍ର ସରକାର କରୋନାଭାଇରସର ପ୍ରଭାବ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଏହି କ୍ରମରେ, ଟୀକାକରଣର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତି ମଧ୍ୟ କରୁଛନ୍ତି । ଯାହା ବଜେଟରେ ଘୋଷଣା ହେବା ନେଇ ଅନୁମାନ କରାଯାଉଛି ।

କରୋନା ମହାମାରୀରୁ ବଞ୍ଚିବାକୁ ପୂରା ବିଶ୍ୱ ଏବେ ସଂଘର୍ଷ କରୁଛି । ଆଉ ମହାମାରୀକୁ ମାତ ଦେବାର ଏକମାତ୍ର ସାହାରା ହେଉଛି କରୋନା ଭ୍ୟାକ୍ସିନ । କୋଭିଡର ୧୫୦ରୁ ଅଧିକ ଟିକା ଉପରେ ବିଶ୍ୱବ୍ୟାପୀ ଗବେଷଣା ଏବଂ ପରୀକ୍ଷା ଚାଲିଛି । ବର୍ତ୍ତମାନ ସୁଦ୍ଧା ବିଶ୍ୱର କୌଣସି ବି ଟିକାକୁ ଅନୁମୋଦନ ମିଳିପାରିନାହିଁ । ଯଦିଓ କେବଳ ଋଷ ଅଗଷ୍ଟରେ ଗୋଟିଏ ଟିକା ସ୍ପୁଟନିକ୍ ଭି’କୁ ଅନୁମୋଦନ କରିଛି, ଏହାର ପରୀକ୍ଷଣ ୩ୟ ପର୍ଯ୍ୟାୟରେ ପହଞ୍ଚିଛି  ଏବଂ ଏହାର ସଫଳତା ପାଇଁ ପୂରା ବିଶ୍ୱ ଅପେକ୍ଷା କରିଛି । ସେହିପରି ଭାରତରେ ତିନୋଟି ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଏବଂ ଏଥିରୁ ଦୁଇଟି ଟିକା ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।

କୋଭିଡ-୧୯ ଟିକା ପୋର୍ଟାଲ ଉନ୍ମୋଚିତ ହୋଇଛି

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ୨୮ ସେପ୍ଟେମ୍ବରରେ କୋଭିଡ-୧୯ ଟିକା ସମ୍ବନ୍ଧିତ ପୋର୍ଟାଲ ଲଞ୍ଚ କରିଥିଲେ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା ଏହି ପୋର୍ଟାଲ୍ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଲୋକମାନେ ଭାରତରେ କୋଭିଡ -୧୯ ଟିକା ସମ୍ବନ୍ଧୀୟ ସୂଚନା ଜାଣିପାରିବେ । ଧୀରେ ଧୀରେ ବିଭିନ୍ନ ରୋଗର ଟିକା ବିଷୟର ସମସ୍ତ ତଥ୍ୟ ଏଠାରେ ଉପଲବ୍ଧ ହେବ । କେଉଁ ଟିକାର ପରୀକ୍ଷଣ କେଉଁ ପର୍ଯ୍ୟାୟରେ ଅଛି ଏବଂ ପୂର୍ବରୁ ଏହାର ଫଳାଫଳ କ’ଣ ରହିଥିଲା ତାହା ଜାଣିହେବ । ଭାରତରେ ପ୍ରସ୍ତୁତ ହେଉଥିବା ସମସ୍ତ ଟିକାର ତଥ୍ୟ ସଂଗ୍ରହ କରିବାକୁ ଆଇସିଏମଆର ଏହି ପୋର୍ଟାଲ ପ୍ରସ୍ତୁତ କରାଯାଇଛି ।

ହର୍ଷବର୍ଦ୍ଧନ କହିଛନ୍ତି ଯେ, କରୋନା ଟିକା ଉପଲବ୍ଧ ହେଲେ ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କୁ ଏହି ଟିକା ପ୍ରଥମେ ଦିଆଯିବ । ଏହା ପରେ ବୃଦ୍ଧ ଏବଂ ଗୁରୁତର ରୋଗରେ ପୀଡିତ ରୋଗୀଙ୍କୁ ପ୍ରାଥମିକତା ଦିଆଯିବ । ତା’ପରେ, ଉପଲବ୍ଧ ଡୋଜ ଉପରେ ଆଧାର କରି ସମସ୍ତଙ୍କୁ ଟୀକା ଦିଆଯିବ ।

କୂଅରେ ପଡ଼ି ଭିନ୍ନକ୍ଷମ ନାବାଳକ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ଏକ କୂଅରେ ପଡି ଜଣେ ୧୬ ବର୍ଷ ନାବାଳକର ମୃତ୍ୟୁ ଘଟିଛି । ମୃତ ନାବାଳକ ଜଣଙ୍କ ହେଲେ ଚୁଡ଼ଙ୍ଗପୁର ଗ୍ରାମର ଏମ. ରବି ପାତ୍ର। ସେ ସକାଳୁ  ଘରୁ କେଉ ଆଡେ ଚାଲିଯାଇ ନିଖୋଜ ଥିଲେ।ବହୁ ଖୋଜା ଖୋଜି ପରେ ବିଲ ନିକଟରେ ଥିବା ଏକ ବଡ଼ କୂଅରେ ନାବାଳକ ଜଣଙ୍କ ପଡି ଯାଇଥିବାର ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରି ।

ଦିଗପହଣ୍ଡି ମେଡ଼ିକାଲ ଭର୍ତ୍ତି କରାଯାଇଥିବା ବେଳେ ମେଡିକାଲ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିବା ସୂଚନା ମିଳିଛି । ତେବେ ମୃତ ଶରୀରର ବ୍ୟବଚ୍ଛ୍ୟେଦ ପାଇଁ ବ୍ରହ୍ମପୁର MKCG FMT କରାଯିବ । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ । ତେବେ ଏମ ରବି ପାତ୍ର ନାମକ ନାବାଳକ ଭିନ୍ନକ୍ଷମ ବୋଲି ଜଣାପଡିଛି।

ମହାରାଣୀ ଚରିତ୍ରରେ ନଜର ଆସିବେ ଶିଳ୍ପା ସିନ୍ଦେ

ନୂଆଦିଲ୍ଲୀ: ଏକତା କପୁରଙ୍କ ଆଗାମୀ ଓ୍ବେବସିରିଜରେ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ଶିଳ୍ପା ସିନ୍ଦେ । ଏହି ସିରିଜ ଜରିଆରେ ଶିଳ୍ପା ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବେ ।

ଡିସେମ୍ବରରେ ଆସିବାକୁ ଥିବା ଏହି ଓ୍ବେବସିରିଜର ନାମ ‘ପୌରୁଷପୁର’ । ଯେଉଁଥିରେ ଶିଳ୍ପା ରାଣୀ ମୀରାବତି ଚରିତ୍ରରେ ନଜର ଆସିବେ।

ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରି ଶିଳ୍ପା ଖୁସି ଥିବା କହିଛନ୍ତି । ସୁଟିଂ ଓ ବାଲାଜୀ ସହ କାମ କରି ତାଙ୍କୁ ଭଲ ଲାଗୁଥିବା କହିବା ସହ  ଓ୍ୱେବସିରିଜକୁ ନେଇ ଏକ୍ସାଇଟେଡ୍  ରହିଛନ୍ତି ।

ଏହି ଚରିତ୍ରର ଲୁକକୁ ନେଇ ବହୁତ ଟେଷ୍ଟ କରାଯାଇଛି । ମୋତେ ଅଧିକ ଏକ୍ସପୋଜ କରିବାକୁ ଭଲ ଲାଗେନି । ମୀରାବତି ରାଜସ୍ଥାନ ବେସ୍ ହୋଇଥିବା ଯୋଗୁଁ ସେ ଅନୁସାରେ ଭାରୀ ଗହଣା ବି ରହିଛି ବୋଲି ଶିଳ୍ପା କୁହନ୍ତି ।

ନିଆରା କଳାକୃତି; ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ…

ପୁରୀ: ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ବୀର ବେଶ । ଝଟକୁଛି ନାଗାର୍ଜୁନ ବେଶର ପ୍ରତିଛବି । ଯୁବ ଚିତ୍ରଶିଳ୍ପୀଙ୍କ ନିଖୁଣ କଳାକୃତି ମହାପ୍ରଭୁ ଶୋଭା ପାଉଛନ୍ତି । ଅବ୍ୟବହୃତ ୩୫୭୫ଟି ଆଇସକ୍ରିମ କାଠି ବ୍ୟବହାର କରି ଏହି ଦୁର୍ଲଭ ବେଶର ପଟ୍ଟଚିତ୍ର ନିର୍ମିତ ହୋଇଛି । ଏହାର ଉଚ୍ଚତା ୪୦ ଇଞ୍ଚ ହୋଇଥିବା ବେଳେ ଓସାର ରହିଛି ୨୨ ଇଞ୍ଚ ।

ଏହି ଆକର୍ଷଣୀୟ କଳାକୃତୀର ନିର୍ମାଣ ଲାଗି ପୁରୀ ସିଦ୍ଧମହାବୀର କୁମୁଟିପାଟଣାର ଯୁବ ଶିଳ୍ପୀ ବିଶ୍ବଜିତଙ୍କୁ  ପ୍ରାୟ ୧୬ ଦିନ ସମୟ ଲାଗିଛି । ଲକଡାଉନ ସମୟରେ ବିଶ୍ୱଜିତ୍ ଏପରି ସ୍ୱତନ୍ତ୍ର ନିଦର୍ଶନ କରିବାକୁ ସ୍ଥିର କରିଥିଲେ । ଚିତ୍ରକଳା ମାଧ୍ୟମରେ ୨୦୨୦ର ନାଗାର୍ଜୁନ ବେଶକୁ ଚିରସ୍ମରଣୀୟ କରିବାକୁ ସେ ଏଭଳି କରିଥିବା କହିଛନ୍ତି ।

କୃଷି ବିଲକୁ କାହିଁକି ବିରୋଧ କରୁଛନ୍ତି କୃଷକ ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ (Farms Law 2020) ବିରୋଧରେ ବିରୋଧ ଜାରି ରହିଛି । ଏନେଇ ଗୁରୁବାର ଏବଂ ଶୁକ୍ରବାର ଦିନ ପଞ୍ଜାବ ଏବଂ ହରିୟାଣାର ହଜାର ହଜାର କୃଷକ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହାସହ  ‘ଦିଲ୍ଲୀ ଚାଲୋ ମାର୍ଚ୍ଚ’ ଆରମ୍ଭ କରିଦେଇଛନ୍ତି । ଏହି ପଦଯାତ୍ରାକୁ ବନ୍ଦ କରିବା ପାଇଁ ହରିୟାଣା ଏବଂ ପଞ୍ଜାବ ସରକାର ନିଜ ସୀମା ସିଲ୍ କରିଛନ୍ତି। ଏନେଇ ଅଧିକ ପୋଲିସ  ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ତେବେ ପଟିୟାଲା ଅମ୍ବାଲା ହାଇୱେରେ କୃଷକଙ୍କୁ ରୋକିବାକୁ ଉଦ୍ୟମ କରିଛି ପୋଲିସ । ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ୍ ଓ ପାଣି ମାଡ଼ କରୁଛନ୍ତି ।

ତେବେ ଯେଉଁ ବିଲକୁ ମୋଦି ସରକାର ଚାଷୀଙ୍କ ପାଇଁ ବରଦାନ ବୋଲି କହୁଛନ୍ତି ସେହି ବିଲ ବିରୋଧରେ କାହିଁକି କୃଷକମାନେ ଆନ୍ଦୋଳନ କରୁଛନ୍ତି । ଆସନ୍ତୁ ଜାଣିବା ଆନ୍ଦୋଳନର ମୂଳ କାରଣ କ’ଣ ?

୧. କୃଷକମାନଙ୍କର ସବୁଠାରୁ ବଡ ଭୟ ହେଉଛି MSP ବା ସର୍ବନିମ୍ନ ସହାୟତା ମୂଲ୍ୟର ସମାପ୍ତି । ଏହି ବିଲ୍ ମାଧ୍ୟମରେ ସରକାର ମଣ୍ଡି ବାହାରେ କୃଷି ବ୍ୟବସାୟର ରାସ୍ତା ଖୋଲିଛନ୍ତି।

ସୂଚନାଯୋଗ୍ୟ ଯେ, ମଣ୍ଡି ବାହାରେ ମଧ୍ୟ ଟ୍ରେଡ ଅଞ୍ଚଳ ଘୋଷଣା କରାଯାଇଛି । ମଣ୍ଡି ଭିତରେ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନେ ଚାଷୀଙ୍କ ଠାରୁ ସେମାନଙ୍କର ଉତ୍ପାଦକ ଉପରେ ଏମଏସପି ଦେଇଥାନ୍ତି । ଯଦିଓ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏମଏସପି ମାନଦଣ୍ଡ ପ୍ରସ୍ତୁତ ହୋଇନାହିଁ । ତେଣୁ, ବଜାର ବାହାରେ ଏମଏସପି ମିଳିବା ନେଇ କୌଣସି ନିଶ୍ଚିତତା ମଧ୍ୟ ନାହିଁ ।

୨. ସରକାର ବିଲରେ ମଣ୍ଡି ହଟାଇବା ନେଇ କୌଣସି ସ୍ଥାନରେ ବି ଉଲ୍ଲେଖ କରିନାହାଁନ୍ତି, କିନ୍ତୁ ଏହାର ପ୍ରଭାବ ମଣ୍ଡିଗୁଡ଼ିକୁ ନଷ୍ଟ କରିପାରେ । ଆଉ ଏହାକୁ ସନ୍ଦେହ କରି ଭୟଭୀତ ହୋଇପଡିଛନ୍ତି ଚାଷୀକୂଳ । ଏହି ପ୍ରସଙ୍ଗରେ, କୃଷକ ଏବଂ ଖୁଚୁରା ବ୍ୟବସାୟୀ ଏକାଠି ଅଛନ୍ତି । ସେମାନଙ୍କ ଅନୁସାରେ, ମାଣ୍ଡି ରହିଲେ ତ ସେମାନେ ଏମଏସପିରେ ନିଜ ଉତ୍ପାଦଗୁଡ଼ିକୁ ବିକ୍ରି କରିପାରିବେ ।

୩. ଏହି ବିଲରେ ‘ ଗୋଟିଏ ଦେଶ ଦୁଇଟି ମାର୍କେଟ୍’ ଭଳି ପରିସ୍ଥିତି ସୃଷ୍ଟି ହେଉଥିବାର ଦେଖାଯାଇଛି । କାରଣ ମଣ୍ଡି ଭିତରେ ଟିକସ ଦିଆଯିବ ଏବଂ ମଣ୍ଡି ବାହାରେ କୌଣସି ଟିକସ ରହିବ ନାହିଁ । ବର୍ତ୍ତମାନ, ମଣ୍ଡି ବାହାରେ  ଯେଉଁ ବ୍ୟବସ୍ଥା ସରକାର କରିଛନ୍ତି, ସେଥିରେ ବ୍ୟବସାୟୀଙ୍କୁ କୌଣସି ଟିକସ ଦେବାକୁ ପଡିବ ନାହିଁ । ଯେତେବେଳେ କି, ମଣ୍ଡି ଭିତରେ ୬ରୁ ୭ ପ୍ରତିଶତ ଟିକସ ଲାଗିଥାଏ ।

୪. କୃଷକମାନଙ୍କ ତରଫରୁ କୁହାଯାଉଛି ଯେ, ବ୍ୟବସାୟୀ ୬-୭ ପ୍ରତିଶତ ଟିକସ ନଦେଇ ସେ ମଣ୍ଡି ବାହାରୁ ମଧ୍ୟ କୃଷି ଉତ୍ପାଦ କିଣିପାରିବ । ଯେଉଁଠାରେ ସେମାନଙ୍କୁ କୌଣସି ଟିକସ ଦେବାକୁ ପଡିବ ନାହିଁ । ଏହି ନିଷ୍ପତ୍ତି ଦ୍ୱାରା ମଣ୍ଡି ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରଭାବିତ ହେବ । ମଣ୍ଡି କମିଟି ଦୁର୍ବଳ ହେଲେ ଚାଷୀ ଧୀରେ ଧୀରେ ବଜାରକୁ ଯିବେ । ଯେଉଁଠାରେ ତାହାର ଉତ୍ପାଦର ମୂଲ୍ୟ ବା ଏମଏସପି ସରକାର ସ୍ଥିର କରିଥିବା ମୂଲ୍ୟ ଠାରୁ ଅଧିକ ବି ହୋଇପାରେ ଓ କମ୍ ବି ।

୫. ତେବେ ଏହି ବିଲକୁ ବିଶେଷକରି ପଞ୍ଜାବ ଏବଂ ହରିୟାଣା ସରକାର ଭୟ କରୁଛନ୍ତି, କାରଣ ଯଦି ଘରୋଇ କ୍ରେତାମାନେ ଚାଷୀଙ୍କଠାରୁ ସିଧାସଳଖ ଧାନ କିଣନ୍ତି, ତେବେ ସେମାନେ ମଣ୍ଡିରେ ମିଳୁଥିବା ଟିକସ ହରାଇବେ । କାରଣ ଉଭୟ ରାଜ୍ୟ ମଣ୍ଡିରୁ  ବଡ଼ ଧରଣ ଟିକସ ପାଆନ୍ତି, ଯାହାକୁ ସେମାନେ ବିକାଶ କାର୍ଯ୍ୟରେ ବ୍ୟବହାର କରନ୍ତି । ତେବେ ହରିୟାଣାରେ ବିଜେପି ଶାସନ ଅଛି ତେଣୁ ଏଠାରେ ଶାସକ ଦଳ ନେତା ଏହି ପ୍ରସଙ୍ଗରେ ମୌନବ୍ରତ ଅବଲମ୍ବନ କରିଛନ୍ତି ।

୬. ତେବେ ଏହି ବିଲରେ ଆଉ ଏକ ଆଇନ ରହିଛି । ଯେଉଁଥିରେ ଚାଷୀଙ୍କ କୋର୍ଟକୁ ଯିବାର ଅଧିକାର ଛଡ଼ାଇ ନିଆଯାଇଛି । କମ୍ପାନୀ ଏବଂ କୃଷକଙ୍କ ମଧ୍ୟରେ ବିବାଦ ହେଲେ ଏସଡିଏମ ଏହାର ବିଚାର କରିବ । ସେମାନଙ୍କର ଆବେଦନ କୋର୍ଟରେ ନୁହେଁ ବରଂ ଡିଏମରେ ହେବ। ତେବେ କୃଷକମାନେ ଡିଏମ, ଏସଡିଏମ ଉପରେ ବିଶ୍ୱାସ କରନ୍ତି ନାହିଁ କାରଣ ସେମାନେ ଭାବନ୍ତି ଯେ, ଏହି ଦୁଇଟି ପଦବୀରେ ବସିଥିବା ଲୋକମାନେ ସରକାରଙ୍କର ଆଉ କେବେ ବି କୃଷକଙ୍କ ସ୍ୱାର୍ଥକୁ ଦେଖିବେ ନାହିଁ ।

୭. କେନ୍ଦ୍ର ସରକାର ଯାହା ଆଇନରେ ଉଲ୍ଲେଖ କରି ନାହାଁନ୍ତି ତାହା ବାହାରେ ପ୍ରତିଶ୍ରୁତି ଦେଉଛନ୍ତି । ଏହି କାରଣରୁ କୃଷକମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖା ଦେଇଛି । ସରକାର ଏମଏସପି ଜାରି ରହିବା ଏବଂ ମଣ୍ଡି ବନ୍ଦ ନ ହେବାର ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ ଏ କଥା ସେ ଆଇନରେ ଉଲ୍ଲେଖ କରୁ ନାହାଁନ୍ତି । ତେଣୁ ସନ୍ଦେହ ଏବଂ ଦ୍ୱନ୍ଦ୍ୱ ରହିଛି । ତେବେ କୃଷକଙ୍କ ଏହି ଭୟକୁ ସରକାର ଆରମ୍ଭରୁ ଖାରଜ କରୁଛନ୍ତି।

୫ ଜିଲ୍ଲା ବିଜୁ ଯୁବ ଜନତା ଦଳର ଟିମ୍ ଘୋଷଣା…

ଭୁବନେଶ୍ୱର: ବିଜୁ  ଯୁବ ଜନତା ଦଳର ୫ ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା କମିଟି ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯୁବ ବ୍ୟାପାର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ କୁମାର ବଳବନ୍ତ ରାୟ ଓ ସଭାପତି ବ୍ୟୋମୋକେଶ ରାୟଙ୍କ ଅନୁମତି ପରେ କମିଟି ଗଠନ ହୋଇଛି । ପ୍ରତ୍ୟେକ ଜିଲ୍ଲା ପାଇଁ ୫ ଜଣ ଉପ-ସଭାପତି, ୫ ଜଣ ସାଧାରଣ ସମ୍ପାଦକ, ୨୦ ଜଣ ସମ୍ପାଦକ ଓ ଜଣେ ଲେଖାଏଁ ଆଇଟି କୋଡିନେଟରଙ୍କୁ ଦାୟିତ୍ୱ ମିଳିଛି ।

ଏହି ୫ଟି ଜିଲ୍ଲା ହେଉଛି- ଢେଙ୍କାନାଳ, ରାୟଗଡ଼ା, ନୂଆପଡ଼ା, ଦେବଗଡ଼ ଓ ଭଦ୍ରକ । ସେହିଭଳି ବ୍ରହ୍ମପୁର ସହର ପାଇଁ ମଧ୍ୟ କମିଟି ଘୋଷଣା ହୋଇଛି । ତେବେ ଆଗାମୀ ସମୟରେ ଅନ୍ୟ ଜିଲ୍ଲା ପାଇଁ ବିଜୁ ଯୁବ ଜନତା ଦଳ କମିଟି ଘୋଷଣା କରିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ ହୋଇଛି ।

କଟକ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ, ବ୍ୟାପିବାରେ ଲାଗିଛି ନିଆଁ…

କଟକ ସ୍ଥିତ ପାଲାମଣ୍ଡପ ପାଖ ପୁରୀ ବସଷ୍ଟାଣ୍ଡରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୋଟିଏ ବସି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ସୂଚନା ମିଳିଛି । ନିଆଁ ଲାଗିଥିବା ବସରୁ ନିଆଁ ଅନ୍ୟ ବସକୁ ବ୍ୟାପିବାରେ ଲାଗିଛି ।

ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡକୁ ଆୟତ୍ତ କରିବାର ପ୍ରୟାସ ଜାରି ରଖିଛି । ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ପ୍ରାୟ ଏକ ଘଣ୍ଟା ତଳେ ନିଆଁ ଲାଗିଥିବା ସୂଚନା ମିଳିଛି ।

ତେବେ ଏବେ ସୁଦ୍ଧା ଗୋଟିଏ ବସରେ ନିଆଁ ଲାଗିଥିବା ସୂଚନା ରହିଛି । ଏହି ବସଟୁି ଚାରି ମାସ ଧରି ପଡ଼ି ରହିଥିଲା । ବସ ମାଲିକଙ୍କ କହିବା କଥା ଯେ ବସ ଅନେକ ଦିନ ହେବ ଯାତ୍ରା କରୁନଥିବା ହେତୁ ଏଥିରୁର ବ୍ୟାଟେରୀ କାଢି ଦିଆଯାଇଥିଲା । ବ୍ୟାଟେରୀ ନଥିବା ବେଳେ ଅଗ୍ନିକାଣ୍ଡ କିଭଳି ଘଟିଲା ସେନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ । ନିଶାଦ୍ରବ୍ୟ ସେବନ କରୁଥିବା ଲୋକଙ୍କ ଅସାବଧନତା ଯୋଗୁଁ ଏଭଳି ଘଟିଥିବା ଅନୁମାନ କରାଯାଉଛି ।

IFS ଅଭୟକାନ୍ତ ପାଠକ ଭିଜିଲାନ୍ସ ଚଢାଉ ପ୍ରସଙ୍ଗ: ୨ୟ ଦିନରେ ମିଳିଛି ଅଧା କିଲୋରୁ ଅଧିକ ସୁନା, ଡ୍ରାଇଭର ଘରୁ ୨୦ ଲକ୍ଷ

ଭୁବନେଶ୍ୱର: ଯେତେ ଖୋଳିଲେ ସେତେ ବାହାରୁଛି ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତି । ୨ୟ ଦିନରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୨ଟି ସ୍ଥାନରେ ରେଡ୍ ଚାଲିଛି । ପାଠକଙ୍କ ସରକାରୀ ବାସଭବନରେ ରାତିସାରା ଛାନ୍‌ବିନ୍ କରିଥିଲା ଭିଜିଲାନ୍ସ। ଅଫିସରୁ ମିଳିଲା ୧୦ରୁ ଅଧିକ ଫ୍ଲାଇଟ୍ ଟିକେଟ  । ଗତକାଲି ଠାରୁ ରେଡ୍ ଜାରି ରହିଛି ।

ମୁମ୍ବାଇରେ ରହୁଥିବା ତାଙ୍କ ପୁଅ ଘରେ ବି ରେଡ୍ ଚାଲୁଛି । ତାଙ୍କୁ ଆଜି ମୁମ୍ୱାଇରୁ ଓଡ଼ିଶା ଅଣାଯାଉଛି । ଆଜି ସକାଳୁ ପ୍ରାୟ ଅଧ କିଲୋରୁ ଅଧିକ ସୁନା ଠାବ ହୋଇଛି । ସେହିଭଳି ପାଠକଙ୍କ ଡ୍ରାଇଭର ପାଖରୁ ପୋଲିସ ଯୁମାରତଙ୍କ ଘରୁ ପୋଲିସ ୨୦ ଲକ୍ଷ ଟଙ୍କା ଜବତ କରିଛି । ଡ୍ରାଇଭରକୁ ଏବେ ପଚରାଉଚରା ଚାଲିଥିବା ବେଳେ ଆହୁରି ଅନେକ କଳାଧନର ସୁରାଗ ମିଳିପାରେ ବୋଲି ସୂଚନା ମିଳୁଛି ।

ଡ୍ରାଇଭରକୁ ପୋଲିସ ତାଙ୍କ ପିପିଲି ବାସଭବନରେ ଠାବ କରିଥିଲା । ସେହିଭଳି ପାଠକଙ୍କ ସରକାରୀ ବାସଭବନରୁ ମଧ୍ୟ ୮ ଲକ୍ଷ ଟଙ୍କାର ନଗଦ ରାଶି ମିଳିଛି । ଉଲ୍ଲେଖଯୋଗ୍ୟ ଯେ ଅଭୟକାନ୍ତ ପାଠକଙ୍କୁ ଏବେ ବି ତାଙ୍କ ସରକାରୀ ବାସଭବନରେ ପଚରାଉଚରା ଜାରି ରହିଛି । ଭିଜିଲାନ୍ସ ତାଙ୍କ ବୟାନ ରେକର୍ଡ କରୁଛି ।

IIFLର ଲୁଟ ଘଟଣା: ମାନାପୁରମ ଶାଖା ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ

କଟକ: ଖୋଲୁଛି କଟକ ଆଇଆଇଏଫଲ୍‌ ଫାଇନାନ୍‌ସରୁ ସୁନା ଟଙ୍କା ଲୁଟ୍‌ ଘଟଣା ଗୁମର । ଦିନ ଯେତେ ଗଡ଼ୁଛି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ଏହି ଘଟଣାରେ ମାନାପୁରମ ଶାଖା ମ୍ୟାନେଜରଙ୍କୁ ଉଠାଇ ନେଇଛି ପୋଲିସ । ବଜ୍ରକବାଟି ମାନାପୁରମ ଶାଖା ମ୍ୟାନେଜରଙ୍କୁ ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ପଚରାଉଚରା କରୁଛି ପୋଲିସ ।

ଗତକାଲି ଘଟଣାକୁ ନେଇ ବଜ୍ରକବାଟୀ ମାନାପୁରମ ଶାଖାରେ ପଶି ପୋଲିସ ତଦନ୍ତ ଚଳାଇଥିଲା । ଲାଲା ଅମ୍ରିତ ଓ ଅନ୍ୟ ଜଣେ ଅଭିଯୁକ୍ତକୁ ଆଣି ପୋଲିସ ଶାଖାରେ ଖୋଳତାଡ଼ କରୁଥିଲା । ଶାଖାରେ ଲାଲା ଅମ୍ରିତ ଓ ଅନ୍ୟ ଜଣେ ଅଭିଯୁକ୍ତ ମାନାପୁରମ ଶାଖାରୁ ୧କେଜି ସୁନା ଚୋରି କରିଥିଲେ । ଏବଂ ଘଟଣା ଜେଲ ଯାଇ ବେଲରେ ମଧ୍ୟ ଆସିଥିଲେ ।

ସେପଟେ ମାଷ୍ଟରମାଇଣ୍ଡ ଲାଲା ଅମୃତ ରାୟଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା କମିଶନରେଟ ପୋଲିସ । ଲାଲା, ବାଇ ରଂଜନ ଓ ପ୍ରମୁଖ ସହଯୋଗୀ ନୀଳିମା ଲେଙ୍କାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଫେକ୍ ଆକାଉଣ୍ଟ କରି ଏମାନେ ଲୁଟର ରଚିଥିଲେ ବ୍ଲୁ ପ୍ରିଣ୍ଟ ।

କଟକ ନୟାସଡ଼କ IIFL ଫାଇାନାନ୍‌ସ ‌ଲୁଟ୍ ଘଟଣାରେ ଅଭିଯୁକ୍ତଙ୍କ ରିମାଣ୍ଡ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଏବେ ସୁଦ୍ଧା ୩ କେଜି ସୁନା ଓ ୫ ଲକ୍ଷ ଟଙ୍କା ଜବତ ହୋଇଛି । ଅଡି କାର, ବଜାଜ ପଲସର ଓ ହୋଣ୍ଡା ଗାଡି ବି ଜବତ ହୋଇଛି । ଖେଳଣା ବନ୍ଧୁକ ଦେଖାଇ ଲୁଟ୍ କରିଥିଲେ । ଅଡିଟ ପାଇଁ ନକଲି ସୁନାକୁ ଅସଲି ସୁନା ସହ ମିଶାଇ ଦେଉଥିଲା ଲାଲା। ଏହି ରାକେଟରେ ଆହୁରି ଅନେକ ସାମିଲ ଅଛନ୍ତି, ଆଗକୁ ଗିରଫ ହେବେ ବୋଲି ଡିସିପି କହିଛନ୍ତି ।

ବାସ୍ତୁଶାସ୍ତ୍ରର ଏହି ଉପାୟ ଆପଣଙ୍କୁ କରିଦେବ ଋଣ ମୁକ୍ତ ! ଜାଣନ୍ତୁ ଉପାୟ

ସାଂସାରିକ ଜୀବନକୁ ସୁରୁଖୁରୁରେ ଚଳାଇବାକୁ ହେଲେ ଅର୍ଥର ଆବଶ୍ୟକ ଆବଶ୍ୟକତା ରହିଛି । ଯେତେବେଳେ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଏ ସେତେବେଳେ ଋଣ ନେବା ଜରୁରୀ ହୋଇଯାଏ  । ତା’ପରେ ଧୀରେ ଧୀରେ ଋଣର ଭାର ବଢିବାରେ ଲାଗେ । ସମସ୍ତ ପ୍ରୟାସ ପରେ ମଧ୍ୟ ଅପସାରଣ କରିବା କଷ୍ଟକର ହୋଇଯାଏ । ଯଦି ଆପଣ ମଧ୍ୟ ଋଣ ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ବାସ୍ତୁର କିଛି ସହଜ ଉପାୟ ମାଧ୍ୟମରେ ଆପଣ ଏହି ସମସ୍ୟାକୁ ଏଡାଇ ଦେଇପାରିବେ ।

ତୁଲସୀ ଗଛ ପୂଜା କରନ୍ତୁ

ତୁଳସୀ ଗଛ ବାସ୍ତୁ ଦୋଷ ଦୂର କରିଥାଏ । ଘରର ମୁଖ୍ୟ ଦ୍ୱାର ତଥା ଐସାନ୍ୟ କୋଣରେ ତୁଳସୀ ଗଛ ରଖିବା ଉଚିତ୍ । ଏବଂ ତୁଳସୀ ଗଛକୁ ପ୍ରତ୍ୟେକ ଦିନ ଜାଳ ଦେବା ସହ ସନ୍ଧ୍ୟା ସମୟରେ ଦୀପ ଜଳାଇବା ଉଚିତ୍ । ଏହାଦ୍ୱାରା ଘରେ ଖୁବଶୀଘ୍ର ଧନର ଆଗମନ ହୋଇଥାଏ ।

ଘରର ବାସ୍ତୁ ଦୋଷକୁ ସଠିକ୍ କରନ୍ତୁ

ଯଦି ଆପଣଙ୍କ ଘରେ ଟଙ୍କା ନାହିଁ କିମ୍ବା ଆପଣ ଋଣରୁ ମୁକ୍ତି ପାଇପାରୁ ନାହାଁନ୍ତି, ତେବେ ଆପଣଙ୍କ ଘରେ କିମ୍ବା କାର୍ଯ୍ୟକ୍ଷେତ୍ରରେ ଜଳ ରହିଥିବା ସ୍ଥାନର ଦୋଷ ରହିଛି । ଏପରି ପରିସ୍ଥିତିରେ, ଘର ଏବଂ ବ୍ୟବସାୟ ସ୍ଥାନର ଜଳ ଦିଗ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ କିମ୍ବା ଜଳ ପାତ୍ରକୁ ଘର ଏବଂ ବ୍ୟବସାୟ ସ୍ଥଳର ଉତ୍ତର ଦିଗରେ ରଖନ୍ତୁ । ଜଳ ପାଇଁ ଉତ୍ତର ଦିଗକୁ ସଠିକ୍ ବିବେଚନା କରାଯାଏ ।

ଆର୍ଥିକ ସ୍ଥିତିକୁ ମଜବୁତ କରିବର ଉପାୟ

ଘର ଏବଂ ବ୍ୟବସାୟ ସ୍ଥାନରେ ଲାଫିଙ୍ଗ ବୁଦ୍ଧକୁ ରଖିବା ଶୁଭ ବୋଲି କୁହାଯାଇଥାଏ । ଯଦି ଆପଣ ଆର୍ଥିକ ଅସୁବିଧା ସହ ସଂଘର୍ଷ କରୁଛନ୍ତି, ତେବେ ଲାଫିଂ ବୁଦ୍ଧଙ୍କୁ ଘରର ଉତ୍ତର-ପଶ୍ଚିମ କୋଣରେ ରଖନ୍ତୁ । ଏହା ଅର୍ଥର ଅସୁବିଧାକୁ ଦୂର କରିଥାଏ ଏବଂ ଆର୍ଥିକ ସ୍ଥିତିକୁ ମଜବୁତ କରିଥାଏ ।

ଘରର କବାଟରେ ୱିଣ୍ଡ୍ ଚାଇମ୍ ଲଗାନ୍ତୁ

ବାସ୍ତୁରେ, ୱିଣ୍ଡ ଚାଇମରୁ ବାହାରୁଥିବା ଶବ୍ଦକୁ ବହୁତ ଭଲ ବୋଲି କୁହାଯାଇଥାଏ । ଘରର କବାଟ ଏବଂ ଝରକାରେ ବିନା ପାଇପର ୱିଣ୍ଡ ଚାଇମ ଲଗାଇବା ଉଚିତ୍ । ଏଥିରୁ ବାହାରୁଥିବା ଶବ୍ଦ ନକାରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ ଏବଂ ସକରାତ୍ମକ ବାତାବରଣ ସୃଷ୍ଟି କରିଥାଏ ।

ମଙ୍ଗଳବାର ଦିନ ଋଣ ଦେଣନେଣ କରନ୍ତୁ ନାହିଁ

ଯଦି ଆପଣ ନିଆଯାଇଥିବା ଋଣ ପରିଶୋଧ କରିବାରେ ଅସମର୍ଥ, ତେବେ ଯେତେବେଳେ ବି ଆପଣଙ୍କୁ ଟଙ୍କା ଫେରସ୍ତ କରିବାକୁ ପଡିବ, ମଙ୍ଗଳବାର ଦିନ ଦିଅନ୍ତୁ  । ଏହା ଆପଣଙ୍କ ଋଣ ଶୀଘ୍ର ପରିଶୋଧ ହୋଇପାରିବ । କିନ୍ତୁ ମଙ୍ଗଳବାର ଦିନ ଆପଣ ଋଣ ନେବା ଉଚିତ୍ ନୁହେଁ ।