spot_img
Home Blog Page 6358

କେବିସିର ଏହି ପ୍ରଶ୍ନ ଲାଗି ପ୍ରତିଯୋଗୀ ହାତଛଡା କଲେ ୭ କୋଟି ଟଙ୍କା

ନୂଆଦିଲ୍ଲୀ: କୋନ୍ ବନେଗା କରୋଡପତି (କେବିସି)ର ୧୨ତମ ସିଜନକୁ ଦର୍ଶକମାନେ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି । ତା’ଠାରୁ ଅଧିକ ମଜାଦାର ରହିଥିଲା କେବିସିର ବୁଧବାର ଏପିସୋଡ ।

ସେହି ଏପିସୋଡରେ ଶୋର ହୋଷ୍ଟ ଅମିତାଭ ବଚ୍ଚନ ପ୍ରତିଯୋଗୀ ଅନୁପା ଦାସଙ୍କୁ ୭ କୋଟି ଟଙ୍କା ମୂଲ୍ୟର ଏକ ପ୍ରଶ୍ନ ପଚାରିଥିଲେ। ତାହା ପୁଣି ଥିଲା କ୍ରିକେଟ୍ ସମ୍ପର୍କିତ। ଯାହାର ଜବାବ ଠିକ୍ ଭାବେ ଦେଇନପାରି ଶୋରୁ ଓହରି ଯାଇଥିଲେ ଅନୁପା ।

ଜାଣନ୍ତୁ, କ’ଣ ଥିଲା ସେହି କ୍ରିକେଟ୍ ସମ୍ପର୍କିତ ପ୍ରଶ୍ନ- ରିୟାଜ ପୁନାଓ୍ୱାଲା ଓ ଶୌକତ ଦୁକାନଓ୍ୱାଲା ଦୁହେଁ ଦିନିକିଆ ଇଣ୍ଟରନ୍ୟାସନାଲ୍ କ୍ରିକେଟରେ କେଉଁ ଟିମରୁ ପ୍ରତିନିଧିତ୍ୱ କରିଥିଲେ ?

ଯାହାର ଅପ୍ସନ ଥିଲା କିଛି ଏଭଳି-

ଏ. କେନିଆ

ବି. ୟୁଏଇ

ସି. କାନାଡା

ଡି. ଇରାନ୍

ଯାହାର ଜବାବ ଜଣାନଥିଲା ଅନୁପାଙ୍କୁ । ଯେଉଁଥିପାଇଁ ସେ ଶୋରୁ ଓହରିବା ଲାଗି ନିଷ୍ପତ୍ତି ନେଇଥିଲେ । ଶୋ ଛାଡିବା ପରେ ସେ ଉକ୍ତ ପ୍ରଶ୍ନର ଉତ୍ତର ୟୁଏଇ ବୋଲି କହିଥିଲେ । ହେଲେ ଅନୁପାଙ୍କ ସେହି ଜବାବ ଏକଦମ୍ ସଠିକ୍ ଥିଲା ।

ଛତିଶଗଡ ଜଗଦଲପୁରରୁ ଆସିଥିବା ଅନୁପା ଦାସ ଜଣେ ସ୍କୁଲ୍ ଶିକ୍ଷୟିତ୍ରୀ । ଯିଏକି କେବିସି ମଞ୍ଚରୁ ୧ କୋଟି ଟଙ୍କା ଜିତିପାରିଛନ୍ତି ।

ବୟସର ଅପରାହ୍ନରେ ଚାଲି ଚାଲି ଭାରତ ଭ୍ରମଣ, ଇଚ୍ଛାଶକ୍ତି ଯୋଗାଉଛି ପାଦକୁ ଚାଲିବାର ଇନ୍ଧନ

ଭୁବନେଶ୍ୱର: ୬୦ ବର୍ଷ ବୟସରେ ଲୋକେ ରିଟାୟରମେଣ୍ଟ କଥା ଚିନ୍ତା କରନ୍ତି । ଘରେ ଆରାମ କରି ବାକି ଜୀବନ ଝୁଲନ୍ତା ଚେୟାରେ ବସି ଦିନ କାଟନ୍ତି । ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ  ବୟସର ଅପରାହ୍ନରେ ମଧ୍ୟ ବେସ ସତେଜ । ମନରେ ଥିବା ଦୃଢ଼ ଇଚ୍ଛା ପାଦକୁ ଶକ୍ତି ଯୋଗାଉଛି । ଥକି ପଡ଼ିବା ବୟସରେ ଭାସି ଚାଳିଛନ୍ତି ଭ୍ରମଣର ସୁଅରେ । ସାରା ଭାରତବର୍ଷକୁ ପାଦରେ ଚାଲି ଚାଲି ଭ୍ରମଣ କରିବାରେ ଲାଗି ପଡ଼ିଛନ୍ତି । ଦାସୁ ଦା ନାମରେ ପରିଚିଚ ଏହି ବ୍ୟକ୍ତି ଏବେ କୋଲକାତାରୁ ବାହାରି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଦେଇ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ଦାସୁ ଦା, ନାଁ ଯେମିତି କାମ ବି ଠିକ୍‌ ସେମିତି । ୬୦ ବର୍ଷ ବୟସରେ ବି ସେ ୧୬ ବର୍ଷ ଯୁବକର ବଳ ରଖିଛନ୍ତି ନିଜ ପାଖରେ । ପାଦରେ ଚାଲି ଚାଲି ଭ୍ରମଣ କରୁଛନ୍ତି ସାରା ଭାରତ । ପଶ୍ଚିମବଙ୍ଗର ଠାକୁର ଦାସ ସାସମଲ, ଦାସୁ ଦା ନାଁରେ ବେଶ ଜଣାଶୁଣା । ସାରା ଭାରତ ବୁଲିବା ପରେ ସେ ଏବେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆଗକୁ ତାଙ୍କୁ କୋଲକାତାରେ ପହଞ୍ଚିବା ପାଇଁ ଆହୁରି ୧୫ ଦିନ ସମୟ ଲାଗିବ ।

କୋଲକାତାରେ ପହଞ୍ଚିବା ପରେ ତାଙ୍କର ଲକ୍ଷ୍ୟ ପୂରଣ ହେବ ବୋଲି ସେ କହିଛନ୍ତି । ଏହି ଅଭିଯାନରେ ସେ ପ୍ରତିଦିନ ପାଖାପାଖି ୫୦ କିମି ଅତିକ୍ରମ କରିଥାନ୍ତି । ୧୯୯୪ ମସିହାରୁ ସେ ଭାରତ ଭ୍ରମଣ ଅଭିଯାନ ଚଳାଇଆସିଛନ୍ତି । ଏହା ପୂର୍ବରୁ ଦାସୁ ଦା ବାଇକ ଓ ସାଇକଲେରେ ଭାରତ ଭ୍ରମଣ କରିସାରିଛନ୍ତି । ପୂର୍ବରୁ ପାଦରେ ଚାଲି ଚାଲି ଏତେ କମ ଦିନ ଭିତରେ କେହି ଭ୍ରମଣ କରିନଥିବା ବେଳେ ସେ ଏହି ରେକର୍ଡ ନିଜ ନାଁରେ କରିବାରୁ ଆଶାବାଦୀ ଅଛନ୍ତି ।

ଦାସୁ ଦା ଚଳିତ ଥର ବିଦେଶରେ ଭ୍ରମଣ କରି ନିଆରା ରେକର୍ଡ କରିବେ ବୋଲି ମନ ବଳାଇଥିଲେ । ହେଲେ କରୋନା କାରଣରୁ ବିଦେଶ ଯିବା ସମ୍ଭବ ହେଲା ନାହିଁ ।

ଦେଶ ନୂଆ ରଣନୀତି ସହ ଆତାଙ୍କବାଦୀଙ୍କ ସହ ଲଢୁଛି: ମୋଦି

0

ନୂଆଦିଲ୍ଲୀ: ନଭେମ୍ବର ୨୬ ତାରିଖରେ ଦେଶବ୍ୟାପୀ ‘ସମ୍ବିଧାନ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଗୁଜୁରାଟର କେବାଡିଆ ଠାରେ ଅଲ୍ ଇଣ୍ଡିଆ ପ୍ରେସାଇଡିଂ ଅଫିସର୍ସ କନଫରେନ୍ସକୁ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସମ୍ବୋଧନରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ କେବେ ଭୁଲିପାରିବେ ନାହିଁ ବୋଲି କହିଛନ୍ତି । ଏପରିକି ଦେଶ ନୂଆ ରଣନୀତିରେ ଆତଙ୍କବାଦୀଙ୍କ ସହିତ ଲଢୁଥିବା ନେଇ ପ୍ରକାଶ କରିବା ସହ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ସମ୍ପୂର୍ଣ୍ଣ ଭାବେ ଡିଜିଟାଇଜେସନର ସମୟ ଆସିଯାଇଛି । ଏବେ ଆମକୁ ପେପରଲେସ୍ ଉପାୟ ଉପରେ ଜୋର ଦେବାକୁ ପଡିବ । ଏନେଇ ପ୍ରିଜାଇଡିଂ ଅଫିସର ଭାବିଲେ ଯାଇ ବିଧାୟକମାନଙ୍କୁ ସହଜ ହେବ । ବିଧାନସଭାରେ ଚର୍ଚ୍ଚାରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡିବା ଲାଗି ପ୍ରୟାସ କରିବାକୁ ପଡିବ । ଯେଉଁ ବିଷୟରେ ସଦନରେ ଚର୍ଚ୍ଚା ହେବ, ସେ ସମ୍ବନ୍ଧୀୟ ଲୋକଙ୍କୁ ଡକାଯିବ । ମୋ ପାଖରେ ପ୍ରସ୍ତାବ ଅଛି ହେଲେ ଆପଣଙ୍କ ପାଖରେ ଅନୁଭବ ରହିଛି ବୋଲି ମୋଦି ପ୍ରକାଶ କରିଛନ୍ତି ।

ମୋଦି ଆହୁରି ମଧ୍ୟ କହିଛନ୍ତି ଯେ କରୋନା ସମୟରେ ସାରା ଦେଶ ଆମ ନିର୍ବାଚନ ପ୍ରଣାଳୀ ଦେଖିଛି । ନିର୍ଦ୍ଧାରିତ ସମୟରେ ନିର୍ବାଚନ ଓ ସରକାର ବନାଇବା ଏତେଟା ସହଜ ନୁହେଁ । ସମ୍ବିଧାନରୁ ମିଳିଥିବା ଶକ୍ତି ଏହାକୁ ସହଜ କରୁଛି । ଅର୍ଥ ବ୍ୟବସ୍ଥାକୁ ସମୟର ସହ ହିସାବ କରିବା ଲାଗି ଆମକୁ ସଂକଳ୍ପିତ ଭାବରେ କାମ କରିବାକୁ ପଡିବ । ଏପରିକି ସଂକଳ୍ପକୁ ସିଦ୍ଧାନ୍ତରେ ପହଞ୍ଚାଇବା ଲାଗି ବିଧାୟିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାକୁ ଏକଜୁଟ ହୋଇ କାମ କରିବାକୁ ପଡିବ ।

ଆଉ ଅଧିକ ଟଙ୍କା ଦେଇ ପ୍ରାଇଭେଟରେ କରିବାକୁ ପଡ଼ିବନାହିଁ MRI, କ୍ୟାପିଟାଲ ହସ୍ପିଟାଲ ଯୋଗାଇବ ମାଗଣା MRI ସେବା

ଭୁବନେଶ୍ୱର: ସରକାରଙ୍କ ନିଦାନ ଯୋଜନାରେ ଲୋକଙ୍କୁ ମିଳିବ ମାଗଣା ସେବା । ମାଗଣା ସେବା ସହ ମିଳିବ ଉନ୍ନତ ଚିକିତ୍ସା । ଲୋକଙ୍କୁ ଆଉ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଯେକୌଣସି ରୋଗର ଉନ୍ନତ ସେବା ପାଇଁ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ର ହେଉଛି ଏମ୍ ଆର ଆଇ । ଦୀର୍ଘ ଦିନରୁ କ୍ୟାପିଟାଲ ହସ୍ପିଟାଲରେ ଏମ୍ ଆର ଆଇ ସ୍ଥାପନ ପାଇଁ ଦାବି ହୋଇ ଆସୁଥିଲା ।

ଏବେ ଦାବି ପୂରଣ ହୋଇଛି । ପ୍ରାୟ ୮କୋଟି ଟଙ୍କାରେ MRI ଯନ୍ତ୍ର ସ୍ଥାପନ କରାଯାଇଛି । ବେଙ୍ଗାଲୁରୁର ସଂସ୍ଥା ମଣିପାଲ ହେଲ୍ଥ ମେପକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି । ଗତ ୧୦ ବର୍ଷ ପାଇଁ MOU ସ୍ୱାକ୍ଷରିତ ହୋଇଛି । ସେପଟେ ଲୋକଙ୍କ ଦୀର୍ଘଦିନର ଆଶା ଓ ଦାବି ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଛନ୍ତି ।

ପରି ପରିବାରକୁ ନ୍ୟାୟ ମିଳିବ ବୋଲି ମୋର ଦୃଢ଼ ବିଶ୍ୱାସ: ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର: ପରି ମୃତ୍ୟୁ ଘଟଣା । ଉତ୍ତର ଦେବାକୁ ବାଚସ୍ପତି ରୁଲିଂ ଦେଇଥିଲେ । ରୁଲିଂ ପରେ ଗୃହରେ ବିବୃତି ରଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଛି। ପରି ପରିବାରକୁ ନ୍ୟାୟ ମିଳିବ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଏଥିରେ ଯିଏ ବି ସମ୍ପୃକ୍ତ ସେ ଦଣ୍ଡ ପାଇବ ବୋଲି କହିଛନ୍ତି ।

ଏ ଘଟଣାର ରାଜନୀତିକରଣ ନ ହେଉ ବୋଲି ସେ ଅନୁରୋଧ କଲେ ମନ୍ତ୍ରୀ । ମୁ ଏ ଘଟଣା ରେ ଗଭୀର ମର୍ମାହତ ବୋଲି କହିଲେ କୃଷିମନ୍ତ୍ରୀ ଅରୁଣ ସାହୁ। ବିବୃତି ରଖିବାବେଳେ ବିରୋଧୀ ହୋହଲ୍ଲା ଜାରି ରଖିଥିଲେ। ଗୃହକୁ ଆସନ୍ତାକାଲି ପୂର୍ବାଂହ ୧୦ ଟା ୩୦ ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ତେବେ ୨୪ ତାରିଖ ଦିନ ପୂର୍ବାହ୍ନରେ ବିଧାନସଭା ଆଗରେ ପରୀଙ୍କ ବାପା ମାଆ ଆତ୍ମାହୁତି ଉଦ୍ୟମ କରିଥିଲେ । ପୋଲିସ କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ପ୍ରକାଶ କରି ଆତ୍ମାହୁତି ଉଦ୍ୟମ କଲାବେଳେ ପୋଲିସ ଓ ସୁରକ୍ଷାକର୍ମୀ ସେମାନଙ୍କୁ କାବୁ କରିଥିଲେ ।

ସେପଟେ ହାଇକୋର୍ଟରେ ପହଞ୍ଚିଛି ପରୀ ମୃତ୍ୟୁ ମାମଲା । ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଘଟଣାର ସିବିଆଇ ତଦନ୍ତ ଓ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ମାମଲା ରୁଜୁ କରାଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି ।

ଘଟଣାର ୪ମାସ ପରେ ବି ପରୀ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇପାରିନଥିବା ବେଳେ ରାଜ୍ୟ ସରକାର ଗତକାଲି ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନ୍ୟାୟ ଦାବିରେ ବିଧାନସଭା ସାମନାରେ ଗତ ମଙ୍ଗଳବାର ଦିନ ପରୀଙ୍କ ବାପା ମା ଆତ୍ମାହୁତି ଉଦ୍ୟମ କରିଥିଲେ ।

୮ ମାସ ପରେ ଭାରତ ଫେରିଲେ ପାକିସ୍ତାନରେ ଫସି ରହିଥିବା ହିନ୍ଦୁ ମହିଳା

0

ଲାହୋର: ନିଜ ରୋଗାଗ୍ରସ୍ତ ମାଆଙ୍କୁ ଭେଟିବାକୁ ଯାଇଥିବା ଜଣେ ହିନ୍ଦୁ ମହିଳା ପ୍ରାୟ ୮ ମାସ ଧରି ପାକିସ୍ତାନରେ ଫସି ରହିଥିଲେ। ଆଉ ତାଙ୍କ ଫେରିବା ବାଟକୁ ଭାରତରେ ଚାହିଁ ବସିଥିଲେ ତାଙ୍କ ସ୍ୱାମୀ ଓ ପିଲାମାନେ ।

ସୂଚନା ଅନୁଯାୟୀ ଏନଓଆରଆଇ ଭିସା ନେଇ ସମ୍ପୃକ୍ତ ମହିଳା ଜଣକ ତାଙ୍କ ସ୍ୱାମୀ ଓ ପିଲାମାନଙ୍କ ସହ ଗତ ଫେବୃଆରୀରେ ମାଆଙ୍କୁ ଦେଖିବା ପାଇଁ ପାକିସ୍ତାନ ଗସ୍ତରେ ଯାଇଥିଲେ । ପରେ ସ୍ୱାମୀ ଓ ପିଲାମାନେ ଘରକୁ ଫେରିଯାଇଥିବା ବେଳେ ଭିସା ଶେଷ ହେବା ଯୋଗୁଁ ସେ ପାକିସ୍ତାନରେ ରହିଯାଇଥିଲେ।

ଯୋଧପୁରର ବାସିନ୍ଦା ଲିଲାରାମଙ୍କ ପତ୍ନୀ ଜନତା ହେଉଛନ୍ତି ପାକିସ୍ତାନର ବାସିନ୍ଦା। ଗତ ଫେବୃଆରୀ ମାସରେ ସେମାନେ ମାଆଙ୍କୁ ଦେଖା କରିବାକୁ ଯାଇଥିବା ବେଳେ କରୋନାଭାଇରସ୍ ସଂକ୍ରମଣ ପାଇଁ ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରାଯାଇଥିଲା । ସେ ସମୟରେ ଜନତାଙ୍କ ଏନଓଆରଆଇ ଭିସା ଅବଧି ସମାପ୍ତ ହୋଇଯିବା ଯୋଗୁଁ ପଡୋଶୀ ଦେଶ ପାକିସ୍ତାନରେ ଫସି ରହିବାକୁ ପଡିଲା । ହେଲେ ତାଙ୍କ ସ୍ୱାମୀ ଏବଂ ପିଲାମାନେ ଜୁଲାଇରେ ଭାରତ ଫେରି ଆସିଥିଲେ।

ଏନେଇ ତାଙ୍କ ସ୍ୱାମୀ ଲିଲାରାମ କହିଛନ୍ତି ଯେ ଯେତେବେଳେ ସେ ଘରକୁ ଫେରିବା ପାଇଁ ୱାଘା ସୀମାରେ ପହଞ୍ଚିଲେ, ସେତେବେଳେ ଲିଷ୍ଟରେ ତାଙ୍କ ପତ୍ନୀଙ୍କ ନାମ ନଥିଲା । ଫଳରେ ଭାରତ ଫେରିବା ପରେ ଲିଲାରାମ ତାଙ୍କ ପତ୍ନୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଚିଠି ଲେଖିବା ଆରମ୍ଭ କରିଥିଲେ।

ନିକଟରେ ଭାରତ ସରକାର ଏନଓଆରଆଇ ଭିସା ନେଇ ପାକିସ୍ତାନ ଯାଇଥିବା ହିନ୍ଦୁ ପାକ୍ ନାଗରିକମାନଙ୍କୁ ଭାରତକୁ ଫେରାଇ ଆଣିବାକୁ ଅନୁମତି ଦେଇଥିଲେ । ଯାହା ପରେ ମଙ୍ଗଳବାର ଦିନ ୱାଘା ସୀମା ଦେଇ ଜନତା ଭାରତରେ ପ୍ରବେଶ କରିଥିଲେ। ଯେଉଁଠାରେ ତାଙ୍କର ସ୍ବାଗତ କରିବା ଲାଗି ସ୍ବାମୀ ଓ ପିଲାମାନେ ଉପସ୍ଥିତ ରହିଥିଲେ ।

ଆଖି ସାମ୍ନାରେ ପଡିଥିଲା ପତ୍ନୀ ଓ ଛୁଆର ମୃତଦେହ; ତଥାପି ଅନ୍ୟର ଜୀବନ ବଞ୍ଚାଇବାରେ ଲାଗିଥିଲେ କରମବୀର

0

ମୁମ୍ବାଇ: ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ଆଜି ପୂରିଛି ୧୨ ବର୍ଷ । ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇର ତାଜ ହୋଟେଲରେ ଘଟିଥିଲା ଏହି ବର୍ବରୋଚିତ ଅଘଟଣ । ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡରେ ଧରି ଉଠିଥିଲା ପୂରା ମୁମ୍ବାଇ ।

ସେହି ଆକ୍ରମଣରେ ନିଜ ଜୀବନକୁ ଖାତିର ନକରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବାରେ ଲାଗିପଡିଥିଲେ ଜଣେ ବ୍ୟକ୍ତି । ଆମେ କହୁଛୁ ତାଜ ହୋଟେଲର ଜେନେରାଲ୍ ମ୍ୟାନେଜର କରମବୀର ସିଂହ କାଙ୍ଗଙ୍କ ସମ୍ପର୍କରେ…

ସୂଚନା ଅନୁଯାୟୀ କାଙ୍ଗଙ୍କ ସାହସିକତା ତଥା ସହଯୋଗ ପାଇଁ ହୋଟେଲରେ ଥିବା ଶହ ଶହ ଲୋକଙ୍କର ଜୀବନ ବଞ୍ଚିଯାଇପାରିଥିଲା । ହେଲେ ଦୁର୍ଭାଗ୍ୟବଶତଃ ସେ ନିଜ ପତ୍ନୀ ନିତି (୪୦), ଦୁଇ ପୁଅ ଉଦୟ (୧୪) ଓ ସମର (୫)ଙ୍କୁ ହରାଇଥିଲେ । ଏପରିକି ସେମାନଙ୍କ ମୃତଦେହ ହୋଟେଲରେ ଥିବା ତାଙ୍କ ରୁମର ବାଥରୁମରୁ ମିଳିଥିଲା । ତେବେ କାଙ୍ଗଙ୍କ କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ଫୋବର୍ସ ପର୍ସନ ଅଫ୍ ଦି ଇୟର ରୂପେ ଚୟନ କରାଯାଇଥିଲା । ଯିଏକି ଏବେ ଆମେରିକାର ତାଜ ହୋଟେଲରେ ଏରିଆ ଡାଇରେକ୍ଟର ଅଛନ୍ତି ।

ଆତଙ୍କବାଦୀ ଆକ୍ରମଣ ପରେ ତାଜ ହୋଟେଲର ଷଷ୍ଠ ମହଲାରେ ନିଆଁ ଲାଗିଯାଇଥିବା ବେଳେ ଏକ ରୁମରେ କାଙ୍ଗଙ୍କ ପତ୍ନୀ ଏବଂ ଦୁଇ ପିଲା ଥିଲେ। ସେ ସମୟରେ କାଙ୍ଗଙ୍କ ପାଖରେ ଦୁଇଟି ରାସ୍ତା ଥିଲା । ପ୍ରଥମରେ ସେ ହୋଟେଲରେ ଫସି ରହିଥିବା ଅନ୍ୟ ଲୋକଙ୍କୁ ଉଦ୍ଧାର କରିବେ କିମ୍ବା ନିଜ ପରିବାର ବର୍ଗଙ୍କୁ ସୁରକ୍ଷିତ ବାହାରକୁ ଆଣିବ ।

କାଙ୍ଗ ପ୍ରଥମେ ସୁରକ୍ଷାକର୍ମୀଙ୍କ ସହ ମିଶି ଲୋକଙ୍କୁ ହୋଟେଲରୁ ବାହାରକୁ ଆଣିଥିଲେ । ହେଲେ ସେ ତାଙ୍କ ପରିବାର ବର୍ଗଙ୍କ ପାଖରେ ପହଞ୍ଚିବା ବେଳକୁ ତାଙ୍କ ପତ୍ନୀ ଓ ଛୁଆ ମାନଙ୍କର ମୃତ୍ୟୁ ହୋଇସାରିଥିଲା ।

ଏହି ଆକ୍ରମଣ ପରେ ରତନ ଟାଟା କାଙ୍ଗଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କୁ ସମବେଦନା ମଧ୍ୟ ଜଣାଇଥିଲେ । ଯାହା ପରେ ସେ ତାଙ୍କୁ କହିଥିଲେ ଯେ ‘ସାର୍ ଆମେ ତାଜକୁ ପୂର୍ବପରି କରିବାକୁ ଯାଉଛୁ । କାଙ୍ଗଙ୍କ କଥା ଶୁଣି ରତନ ଟାଟା ଚକିତ ହୋଇପଡିଥିଲେ ।

ଏପରିକି ଫ୍ରାନ୍ସର ତତ୍କାଳୀନ ରାଷ୍ଟ୍ରପତି ନିକୋଲସ୍ ସରକୋଜି ମଧ୍ୟ କାଙ୍ଗଙ୍କ ସାହସିକତା ଲାଗି ତାଙ୍କୁ ଅଫିସର ଅଫ୍ ନ୍ୟାସନାଲ୍ ଅର୍ଡର ଅଫ୍ ମେରିଟ୍ ମେଡେଲ୍ ଦେଇ ସମ୍ମାନିତ କରିଥିଲେ । ଏହି ଆକ୍ରମଣ ସମୟରେ ହୋଟେଲରେ ଫ୍ରାନ୍ସର କିଛି ବାସିନ୍ଦା ମଧ୍ୟ ରହିଥିଲେ ।

 

କରୋନା ଭ୍ୟାକ୍ସିନର ଟିକାକରଣ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର, ବଜେଟରେ ହୋଇପାରେ ଘୋଷଣା

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ ଦେବାକୁ କେନ୍ଦ୍ର ସରକାର ଜୋରସୋର ପ୍ରସ୍ତୁତି କରୁଛନ୍ତି । ଏବଂ କରୋନା ଭ୍ୟାକ୍ସିନର ଟୀକାକରଣ ପାଇଁ କେନ୍ଦ୍ର ସରକାର ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ସୂଚନା ଅନୁଯାୟୀ, କରୋନା ଭ୍ୟାକ୍ସିନର ଟୀକାକରଣ (କୋଭିଡ -୧୯ ଭ୍ୟାକ୍ସିନ ଯୋଜନା)ର ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାର ବହନ କରିବେ । ଏହାସହ ଆଗାମୀ ବଜେଟ୍ ୨୦୨୧ରେ ଟିକାକରଣର ରୋଡମ୍ୟାପ୍ ଘୋଷଣା କରାଯାଇପାରେ । ଆଷ୍ଟ୍ରାଜେନିକାରୁ ଟିକା ନେବାକୁ ଜୋରସୋରରେ ପ୍ରସ୍ତୁତି ଚାଳାଇଛନ୍ତି ସରକାର । ଅନୁମାନ କରାଯାଉଛି ଯେ ଦେଶର ଜଣେ ନାଗରିକଙ୍କୁ କରୋନା ଟିକା ଦେବାକୁ ହେଲେ ୬-୭ ଡଲାର ବା ୫୦୦ଟଙ୍କାରୁ ଅଧିକ ଖର୍ଚ୍ଚ ହେବ । ଏହି କାରଣରୁ ସରକାର ୧୩୦ କୋଟି ଲୋକଙ୍କୁ କରୋନା ଟିକା ଦେବା ପାଇଁ ୫୦୦ ବିଲିୟନ ଟଙ୍କାର ବଜେଟ୍ ସ୍ଥିର କରିଛନ୍ତି । ଏହି ବଜେଟର ବ୍ୟବସ୍ଥା ଚଳିତ ଆର୍ଥିକ ବର୍ଷ ଶେଷରେ କରାଯିବା ନେଇ ସୂଚନା ମିଳିଛି । ଯାହା ପରେ ଟିକା ଯୋଗାଇବାରେ ଅର୍ଥର ଅଭାବ ରହିବ ନାହିଁ ।

ଫେବୃଆରୀ ଶେଷ ସୁଦ୍ଧା ଟିକାକରଣ ଆରମ୍ଭ କରିବାକୁ ଲକ୍ଷ୍ୟ

ସୂଚନା ଅନୁସାରେ, ସରକାର ଟିକାକରଣର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ସାଧାରଣ ବଜେଟ୍ ଘୋଷଣା କରାଯାଇପାରିବ ଏବଂ ଫେବୃଆରୀ ଶେଷ ସୁଦ୍ଧା ଟିକାକରଣ ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି । କେନ୍ଦ୍ର ସରକାର କରୋନାଭାଇରସର ପ୍ରଭାବ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଏହି କ୍ରମରେ, ଟୀକାକରଣର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତି ମଧ୍ୟ କରୁଛନ୍ତି । ଯାହା ବଜେଟରେ ଘୋଷଣା ହେବା ନେଇ ଅନୁମାନ କରାଯାଉଛି ।

କରୋନା ମହାମାରୀରୁ ବଞ୍ଚିବାକୁ ପୂରା ବିଶ୍ୱ ଏବେ ସଂଘର୍ଷ କରୁଛି । ଆଉ ମହାମାରୀକୁ ମାତ ଦେବାର ଏକମାତ୍ର ସାହାରା ହେଉଛି କରୋନା ଭ୍ୟାକ୍ସିନ । କୋଭିଡର ୧୫୦ରୁ ଅଧିକ ଟିକା ଉପରେ ବିଶ୍ୱବ୍ୟାପୀ ଗବେଷଣା ଏବଂ ପରୀକ୍ଷା ଚାଲିଛି । ବର୍ତ୍ତମାନ ସୁଦ୍ଧା ବିଶ୍ୱର କୌଣସି ବି ଟିକାକୁ ଅନୁମୋଦନ ମିଳିପାରିନାହିଁ । ଯଦିଓ କେବଳ ଋଷ ଅଗଷ୍ଟରେ ଗୋଟିଏ ଟିକା ସ୍ପୁଟନିକ୍ ଭି’କୁ ଅନୁମୋଦନ କରିଛି, ଏହାର ପରୀକ୍ଷଣ ୩ୟ ପର୍ଯ୍ୟାୟରେ ପହଞ୍ଚିଛି  ଏବଂ ଏହାର ସଫଳତା ପାଇଁ ପୂରା ବିଶ୍ୱ ଅପେକ୍ଷା କରିଛି । ସେହିପରି ଭାରତରେ ତିନୋଟି ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଏବଂ ଏଥିରୁ ଦୁଇଟି ଟିକା ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।

କୋଭିଡ-୧୯ ଟିକା ପୋର୍ଟାଲ ଉନ୍ମୋଚିତ ହୋଇଛି

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ୨୮ ସେପ୍ଟେମ୍ବରରେ କୋଭିଡ-୧୯ ଟିକା ସମ୍ବନ୍ଧିତ ପୋର୍ଟାଲ ଲଞ୍ଚ କରିଥିଲେ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା ଏହି ପୋର୍ଟାଲ୍ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଲୋକମାନେ ଭାରତରେ କୋଭିଡ -୧୯ ଟିକା ସମ୍ବନ୍ଧୀୟ ସୂଚନା ଜାଣିପାରିବେ । ଧୀରେ ଧୀରେ ବିଭିନ୍ନ ରୋଗର ଟିକା ବିଷୟର ସମସ୍ତ ତଥ୍ୟ ଏଠାରେ ଉପଲବ୍ଧ ହେବ । କେଉଁ ଟିକାର ପରୀକ୍ଷଣ କେଉଁ ପର୍ଯ୍ୟାୟରେ ଅଛି ଏବଂ ପୂର୍ବରୁ ଏହାର ଫଳାଫଳ କ’ଣ ରହିଥିଲା ତାହା ଜାଣିହେବ । ଭାରତରେ ପ୍ରସ୍ତୁତ ହେଉଥିବା ସମସ୍ତ ଟିକାର ତଥ୍ୟ ସଂଗ୍ରହ କରିବାକୁ ଆଇସିଏମଆର ଏହି ପୋର୍ଟାଲ ପ୍ରସ୍ତୁତ କରାଯାଇଛି ।

ହର୍ଷବର୍ଦ୍ଧନ କହିଛନ୍ତି ଯେ, କରୋନା ଟିକା ଉପଲବ୍ଧ ହେଲେ ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କୁ ଏହି ଟିକା ପ୍ରଥମେ ଦିଆଯିବ । ଏହା ପରେ ବୃଦ୍ଧ ଏବଂ ଗୁରୁତର ରୋଗରେ ପୀଡିତ ରୋଗୀଙ୍କୁ ପ୍ରାଥମିକତା ଦିଆଯିବ । ତା’ପରେ, ଉପଲବ୍ଧ ଡୋଜ ଉପରେ ଆଧାର କରି ସମସ୍ତଙ୍କୁ ଟୀକା ଦିଆଯିବ ।

କୂଅରେ ପଡ଼ି ଭିନ୍ନକ୍ଷମ ନାବାଳକ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ଏକ କୂଅରେ ପଡି ଜଣେ ୧୬ ବର୍ଷ ନାବାଳକର ମୃତ୍ୟୁ ଘଟିଛି । ମୃତ ନାବାଳକ ଜଣଙ୍କ ହେଲେ ଚୁଡ଼ଙ୍ଗପୁର ଗ୍ରାମର ଏମ. ରବି ପାତ୍ର। ସେ ସକାଳୁ  ଘରୁ କେଉ ଆଡେ ଚାଲିଯାଇ ନିଖୋଜ ଥିଲେ।ବହୁ ଖୋଜା ଖୋଜି ପରେ ବିଲ ନିକଟରେ ଥିବା ଏକ ବଡ଼ କୂଅରେ ନାବାଳକ ଜଣଙ୍କ ପଡି ଯାଇଥିବାର ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରି ।

ଦିଗପହଣ୍ଡି ମେଡ଼ିକାଲ ଭର୍ତ୍ତି କରାଯାଇଥିବା ବେଳେ ମେଡିକାଲ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିବା ସୂଚନା ମିଳିଛି । ତେବେ ମୃତ ଶରୀରର ବ୍ୟବଚ୍ଛ୍ୟେଦ ପାଇଁ ବ୍ରହ୍ମପୁର MKCG FMT କରାଯିବ । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ । ତେବେ ଏମ ରବି ପାତ୍ର ନାମକ ନାବାଳକ ଭିନ୍ନକ୍ଷମ ବୋଲି ଜଣାପଡିଛି।

ମହାରାଣୀ ଚରିତ୍ରରେ ନଜର ଆସିବେ ଶିଳ୍ପା ସିନ୍ଦେ

ନୂଆଦିଲ୍ଲୀ: ଏକତା କପୁରଙ୍କ ଆଗାମୀ ଓ୍ବେବସିରିଜରେ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ଶିଳ୍ପା ସିନ୍ଦେ । ଏହି ସିରିଜ ଜରିଆରେ ଶିଳ୍ପା ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବେ ।

ଡିସେମ୍ବରରେ ଆସିବାକୁ ଥିବା ଏହି ଓ୍ବେବସିରିଜର ନାମ ‘ପୌରୁଷପୁର’ । ଯେଉଁଥିରେ ଶିଳ୍ପା ରାଣୀ ମୀରାବତି ଚରିତ୍ରରେ ନଜର ଆସିବେ।

ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରି ଶିଳ୍ପା ଖୁସି ଥିବା କହିଛନ୍ତି । ସୁଟିଂ ଓ ବାଲାଜୀ ସହ କାମ କରି ତାଙ୍କୁ ଭଲ ଲାଗୁଥିବା କହିବା ସହ  ଓ୍ୱେବସିରିଜକୁ ନେଇ ଏକ୍ସାଇଟେଡ୍  ରହିଛନ୍ତି ।

ଏହି ଚରିତ୍ରର ଲୁକକୁ ନେଇ ବହୁତ ଟେଷ୍ଟ କରାଯାଇଛି । ମୋତେ ଅଧିକ ଏକ୍ସପୋଜ କରିବାକୁ ଭଲ ଲାଗେନି । ମୀରାବତି ରାଜସ୍ଥାନ ବେସ୍ ହୋଇଥିବା ଯୋଗୁଁ ସେ ଅନୁସାରେ ଭାରୀ ଗହଣା ବି ରହିଛି ବୋଲି ଶିଳ୍ପା କୁହନ୍ତି ।