୨୨ ରାଜ୍ୟରେ ଚାଲିଛି ‘କୋଭାକ୍ସିନ୍’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ: ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିପାରିଥିବା କହିଲା ଆଇସିଏମ୍‌ଆର

Single Dose Of Covaxin May Be Effective As Double Dose To Coronavirus Uninfected ICMR Study

ନୂଆଦିଲ୍ଲୀ: ସରା ବିଶ୍ୱର ଧ୍ୟାନ ଆକର୍ଷଣ କରିପାରିଛି ସ୍ୱଦେଶୀ ଟିକା କୋଭାକ୍ସିନ୍ । ଭାରତ ବାୟୋଟେକ୍ କମ୍ପାନୀର ଏହି ଟିକା କୋଭିଡ ମୁକାବିଲା ଦିଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ନିଜ ନୂଆ ଟ୍ୱିଟରେ ଏ ନେଇ ସୂଚିତ କରିଛି । ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ନେଇ ରାସ୍ତା ପ୍ରଶସ୍ତ କରିଛି । ଏବେ ଭାରତର ପ୍ରାୟ ୨୨ ଟି ଜିଲ୍ଲାରେ କରୋନା ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଜାରି ରହିଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଏବଂ ଭାରତ ବାୟୋଟେକ୍‌ର ମିଳିତ ସହଭାଗିତାରେ ଏହି ଟିକା ବିକଶିତ କରାଯାଉଛି ଏ ନେଇ ନୂଆଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଭାରତର ରହସ୍ୟମୟୀ ଘାଟି, ଯାହାକୁ କୁହାଯାଏ ଦ୍ୱିତୀୟ ବରମୁଡା ଟ୍ରାଏଙ୍ଗଲ

ଅପରପକ୍ଷରେ ଆସନ୍ତା ସପ୍ତାହରେ ଆଷ୍ଟ୍ରାଜେନିକା ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିପାରେ । ସୂଚନା ମୁତାବକ ଭାରତରେ ଆଷ୍ଟ୍ରାଜେନିକା ଟିକା ପ୍ରସ୍ତୁତିକାରୀ ଫାର୍ମା କମ୍ପାନୀ ପକ୍ଷରୁ ଅତିରିକ୍ତ ତଥ୍ୟ ଦାଖଲ କରାଯିବା ପରେ ଏ ନେଇ ସମ୍ଭାବନା ଦେଖାଦେଇଛି । ଟିକା ପ୍ରସ୍ତୁତକାରୀ ଏହି ବ୍ରିଟିସ୍ ଫାର୍ମା କମ୍ପାନୀକୁ ପ୍ରଥମ କରି ଭାରତରେ ଜରୁରିକାଳୀନ ଅନୁମତି ମିଳିବ ବୋଲି ଆଶା ପ୍ରକଟ କରାଯାଇଛି । ତେବେ ଏହାଛଡ଼ା ଫାଇଜର ଭାକ୍ସିନ ଓ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା ଟିକାକୁ କରୁରିକାଳୀନ ଅନୁମତି ଦେବା ଲାଗି ଭାରତ ସରକାର ଚିନ୍ତା କରୁଛନ୍ତି ।  ତେବେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପରେ ଏହି ଟିକାକୁ ମଧ୍ୟ ଭାରତରେ ବ୍ୟବହାର ନେଇ ଅନୁମତି ମିଳିପାରେ ।

Leave a Reply