spot_img
Home Blog Page 6358

୬୯ ହଜାର ଶିକ୍ଷକ ନିଯୁକ୍ତିରେ ଠକେଇ, ମାଷ୍ଟରମାଇଣ୍ଡ ବିଜେପି ନେତା ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୬୯ ହଜାର ଶିକ୍ଷକଙ୍କ ନିଯୁକ୍ତି ପେପର୍ ଲିକ୍ କରି ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ବିଜେପି ନେତା । ସୋମବାର ଏସଟିଏଫ ବିଜେପି ନେତା ଚନ୍ଦ୍ରମା ସିଂହ ଯାଦବଙ୍କୁ ପ୍ରୟାଗରାଜରୁ ଗିରଫ କରିଛି । ଶିକ୍ଷକ ନିଯୁକ୍ତିରେ ହୋଇଥିବା ଜାଲିଆତିର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଚନ୍ଦ୍ରମା ସିଂହ । ସେ ତାଙ୍କ କଲେଜରେ ହୋଇଥିବା ପରୀକ୍ଷା ସେଣ୍ଟରରୁ ପେପର ନକଲ କରି ଗ୍ୟାଙ୍ଗକୁ ଦେଉଥିଲେ । ପ୍ରାୟ ୫ ମାସ ପରେ ଏସଟିଏଫ ହାତରେ ଧରାପଡ଼ିଥିବା ବିଜେପି ନେତା ସୁବେ ଯୋଗୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ପ୍ରତିନିଧି ମଧ୍ୟ ଥିଲେ । ତେବେ, ଚଳିତବର୍ଷ ଜାନୁଆରୀମାସରେ ଟିଇଟି ପରୀକ୍ଷାରେ ବିଶୃଙ୍ଖଳା ଅଭିଯୋଗରେ ଏସଟିଏଫ ସୁବେଙ୍କୁ ଗିରଫ କରାଯିବା ପରେ କ୍ୟାବିନେଟ୍ ମନ୍ତ୍ରୀ ତାଙ୍କୁ ପ୍ରତିନିଧିରୁ ବାଦ୍ ଦେଇଥିଲେ । ସୋମବାର ଗିରଫ ହୋଇଥିବା ଚନ୍ଦ୍ରମା ବିଜେପି କିଷାନ ମୋର୍ଚ୍ଚାର ପ୍ରଦେଶ କାର୍ଯ୍ୟସମିତି ସଦସ୍ୟ ସହ ଦଳର ମହାନଗର ଉପାଧ୍ୟକ୍ଷ ଅଛନ୍ତି ।

Mastermind Of 69 Thousand Teachers Recruitment Scam BJP Leader Chandrama Singh Yadav Arrested

ଚନ୍ଦ୍ରମା ଯାଦବ ଗିରଫ ନହେବା ନେଇ ତଦନ୍ତକାରୀ ସଂସ୍ଥା ଏସଟିଏଫ ଓ ସରକାର ସମାଲୋଚିତ ହୋଇଥିଲେ । ୫ ମାସ ଧରି ଫେରାର୍ ଥିବା ବିଜେପି ନେତାଙ୍କୁ ଗିରଫ କରିବା ପୋଲିସ ଓ ଏସଟିଏଫ ପାଇଁ ବଡ଼ ଆହ୍ୱାନ ପାଲଟିଥିଲା । ସୋମବାର ସନ୍ଧ୍ୟାରେ ଏସଟିଏଫର ପ୍ରୟାଗରାଜ ୟୁନିଟ୍ ସିଭିଲ୍ ଲାଇନ୍ସରେ ଥିବା ସହିଦ ଚନ୍ଦ୍ର ଶେଖର ଆଜାଦ ପାର୍କ ନିକଟ ହିନ୍ଦୁ ହଷ୍ଟେଲ ନିକଟରୁ ଚନ୍ଦ୍ରମାଙ୍କୁ ଗିରଫ କରିଛି । ବିଜେପି ନେତା ଚନ୍ଦ୍ରମାଙ୍କ ଠାରୁ ଏସଟିଏଫ ମୋବାଇଲ୍ ଫୋନ୍, ଆଧାର କାର୍ଡ ସହ କିଛି ଟଙ୍କା ଜବତ କରିଛି । ଚନ୍ଦ୍ରମା ପ୍ରୟାଗରାଜ ସହରର ଟ୍ରାନ୍ସପୋର୍ଟ ନଗରର ପଞ୍ଚମ ଲାଲ ଆଶ୍ରମ ଇଣ୍ଟର କଲେଜର ସଞ୍ଚାଳକ ଅଟନ୍ତି । ଏହି ଶିକ୍ଷାନୁଷ୍ଠାନରେ ଦ୍ୱାଦଶ ଯାଏଁ କ୍ଲାସ କରାଯାଉଥିବା ବେଳେ ୨୦୦ ଜଣ ପଢ଼ୁଥିଲେ ।

ଟିଇଟି ମାମଲାରେ ଜେଲ୍

ଟିଇଟିରେ ୬୯ ହଜାର ଶିକ୍ଷକ ନିଯୁକ୍ତିରେ ଠକେଇ ମାମଲାରେ ବିଜେପି ନେତା ଚନ୍ଦ୍ରମା ସିଂହ ଗିରଫ ହୋଇଛନ୍ତି । ସେ ଜୁନ୍ ପୂର୍ବରୁ ହିଁ ଜେଲରୁ ଆସିଥିଲେ । ଏହାରି ଭିତରେ ତତ୍କାଳୀନ ଏସଏସପି ସତ୍ୟାର୍ଥ ଅନିରୁଦ୍ଧ ପଙ୍କଜଙ୍କ ନିର୍ଦ୍ଦେଶରେ ସୋରାବଁ ଥାନା ପୋଲିସ ୬୯ ହଜାର ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଥିଲା । ଯେଉଁ ଗ୍ୟାଙ୍ଗରେ ଡାକ୍ଟର କେଏଲ ପଟେଲ, ମାୟାପତି ଦୁବେ ଓ ଲଳିତପତି ତ୍ରିପାଠୀଙ୍କ ଚନ୍ଦ୍ରମା ଥିଲେ । ପ୍ରତାପଗଡ଼ର ଅଭିଯୋଗକାରୀ ରାହୁଲ ସିଂହ ଗତ ଜୁନ୍ ୫ରେ ଏଫଆଇଆର୍ ଦେଇଥିଲେ । ମାମଲାର ଯାଞ୍ଚ ଏସଟିଏଫ ଦ୍ୱାରା କରାଇବା ପାଇଁ ସୁପାରିସ୍ କରିଥିଲେ ଏସଏସପି । କୁହାଯାଉଛି ଏହି ଖୁଲାସା ପାଇଁ ତତ୍କାଳୀନ ଏସଏସପି ସତ୍ୟାର୍ଥ ଅନିରୁଦ୍ଧ ପଙ୍କଜଙ୍କୁ ବଦଳି କରାଯାଇଥିଲା ।

ଏମିତି ହୋଇଥିଲା ପେପର୍ ଲିକ୍ ?

ଚନ୍ଦ୍ରମା ଯାଦବ ରାଜନୈତିକ ଚାପ ପକାଇ ନିଜ କଲେଜରେ ବଡ଼ ବଡ଼ ପରୀକ୍ଷାର ସେଣ୍ଟର କରିଥିଲେ । ଆଉ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପ୍ରଶ୍ନପତ୍ରକୁ ଲିକ୍ କରୁଥିବା ଗ୍ୟାଙ୍ଗ ଡାକ୍ଟର କେଏଲ୍ ପଟେଲ ଓ ଅନ୍ୟମାନଙ୍କୁ ଦେଉଥିଲେ । ଏହାପରେ ପ୍ରଶ୍ନପତ୍ରକୁ ଗ୍ୟାଙ୍ଗ ନେଟୱର୍କରେ ସାମିଲ୍ ପରୀକ୍ଷାର୍ଥୀଙ୍କୁ ବ୍ଲୁଟୁଥ୍ ଓ ଇଲେଟ୍ରୋନିକ୍ସ ଡିଭାଇସ୍ ସାହାଯ୍ୟରେ ପହଞ୍ଚାଉଥିଲେ । ଏହା ବଦଳରେ ପରୀକ୍ଷାର୍ଥୀଙ୍କ ଠାରୁ ୬ରୁ ୭ ଲକ୍ଷ ଟଙ୍କା ନେଉଥିଲେ । ଏହି ମାମଲାରେ ପ୍ରାୟ ୧୮ ଜଣଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି । ଯେଉଁଥିରେ ଏବେ ଯାଏଁ ପୋଲିସ ଓ ଏସଟିଏଫ୍ ୩ ଜଣ ପରୀକ୍ଷାର୍ଥୀଙ୍କ ସମତେ ୧୫ ଜଣଙ୍କୁ ଗିରଫ କରିସାରିଲାଣି । ଆଉ ୩ ଜଣ ଏବେବି ଫେରାର ଅଛନ୍ତି ।

ପେଟ୍ରୋଲ ପମ୍ପ ବିସ୍ଫୋରଣ, ଭାଙ୍ଗିଲା ରାଜଭବନ କାଚ ! ଉପସ୍ଥିତ ଥିଲେ ରାଜ୍ୟପାଳ..

ଭୁବନେଶ୍ୱର: ବିସ୍ଫୋରଣ ପ୍ରଭାବରେ ଭୁଶୁଡ଼ିଲା ରାଜଭବନ କାଚ । ଗଭର୍ଣ୍ଣର ହାଉସ୍‌ ଛକରେ ଥିବା ପେଟ୍ରୋଲ୍‌ ପମ୍ପରେ ଭୟଙ୍କର ବିସ୍ଫୋରଣ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ ଏହି ବିସ୍ଫୋରଣ ପ୍ରଭାବରେ ରାଜଭବନର ମଧ୍ୟ ଅନେକ କ୍ଷତି ହୋଇଥିବା ସୂଚନା ମିଳିଛି । ଏହି ବିସ୍ଫୋରଣ ସମୟରେ ରାଜଭବନରେ ଉପସ୍ଥିତ ଥିଲେ ରାଜ୍ୟପାଳ । ଦୁର୍ଘଟଣା ନେଇ ରାଜ୍ୟପାଳ ଅବଗତ ଅଛନ୍ତି । ତେବେ ରାଜଭବନରେ କର୍ଯ୍ୟରତ କର୍ମଚାରୀଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ସମସ୍ତ କର୍ମଚାରୀ ସୁରକ୍ଷିତ ରହିଛନ୍ତି । ଏନେଇ ରାଜଭବନର ଲୋକସମ୍ପର୍କ ଅଧିକାରୀଙ୍କ ସୂଚନା  ଦେଇଛନ୍ତି ।

Petrol Pump Blast

ତେବେ କେମିତି ହେଲା ବ୍ଲାଷ୍ଟ ? କେଉଁଠି ରହିଥିଲା ତ୍ରୁଟି ? ମାତ୍ର ଗୋଟିଏ ଦିନ ପୂର୍ବରୁ ସବୁ ଠିକ୍‌ ଥିବା ରିପୋର୍ଟ ଦିଆଯାଇଛି । ଏହି ବିସ୍ଫୋରଣ ପଛର କାରଣ କ’ଣ ରହିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପାଇଁ ବାଲେଶ୍ୱରରୁ ଆଇଓସିଏଲ୍‌ର ଏକ ଟେକ୍ନିକାଲ୍‌ ଟିମ୍ ଭୁବନେଶ୍ୱରରେ ପହଞ୍ଚି ସାରିଛି । ଖୁବ୍‌ ଶୀଘ୍ର ଏହି ଟିମ୍ ତଦନ୍ତ କରି ବିସ୍ଫୋରଣର କାରଣ ଖୋଜି ବାହାର କରିବ ।

ତେବେ ଏଲ୍‌ପିଜି ଟ୍ୟାଙ୍କରେ ଲିକ୍‌ ହୋଇ ଏହି ବିସ୍ଫୋରଣ ଘଟିଥିବା ଆଶଙ୍କା କରିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ବିସ୍ଫୋରଣ ସ୍ଥଳରେ ଭୁବନେଶ୍ୱରର ସିପି, ଡିସିପି, ଆଇପିଏସ୍‌ ସତ୍ୟଜିତ ମହାନ୍ତି ସ୍ଥାନୀୟ ଥାନାଧିକାରୀ ଉପସ୍ଥିତ ଅଛନ୍ତି ।

ସୂଚନାଅନୁଯାୟୀ, ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ଗଭର୍ଣ୍ଣର ହାଉସ୍‌ ନିକଟରେ ଥିବା ଇଣ୍ଡିଆନ୍‌ ଅଏଲ୍‌ ପେଟ୍ରୋଲ ପମ୍ପରେ  ଘଟିଥିଲା ବିସ୍ଫୋରଣ । ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଗୁରୁତର ଅଛନ୍ତି । ଜଣେ ଗୁରୁତରଙ୍କ ହାତ ଛିଣ୍ଡି ତଳେ ପଡ଼ିଥିବା ଦେଖାଯାଇଛି । ଦୁଇ ଜଣ ଗୁରୁତରଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ମାତ୍ରା ଏତେ ଥିଲା ଯେ, ଆଖ ପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁଯାୟୀ ପ୍ରଥମେ ଗ୍ୟାସ୍‌ ଟ୍ୟାଙ୍କର ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଥିଲା ପରେ ଏହା ବଡ଼ ବିସ୍ଫୋରଣର ରୂପ ନେଇଥିଲା । ପେଟ୍ରୋଲ ପମ୍ପ ଆଖପାଖ ଅଞ୍ଚଳରେ ଥିବା ଘର ଓ ଗାଡ଼ି ଗୁଡ଼ିକର କାଚ ଭାଙ୍ଗିଯାଇଛି ।

https://www.facebook.com/NandighoshaTV/videos/780129816142251/

ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଗୋପବନ୍ଧୁ ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି । ଏହାସହ ଏଜି ଛକ ଓ ପାଓ୍ୱାର ହାଉସ୍‌ ଛକରେ ଯାତାୟତକୁ ବନ୍ଦ କରି ଦିଆଯାଇଛି ଲୋକଙ୍କୁ ଅଯଥା ଗହଳି ନକରିବା ପାଇଁ ଚେତାବନୀ ଦିଆଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସମସ୍ତ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସେମାନଙ୍କ ମାଗଣା ଚିକିତ୍ସା କରାଯିବ ବୋଲି ଘୋଷଣାକ କରିଛନ୍ତି ।

କେମିତି ହେଲା ବ୍ଲାଷ୍ଟ ? କେଉଁଠି ରହିଥିଲା ତ୍ରୁଟି ? ମାତ୍ର ଗୋଟିଏ ଦିନ ପୂର୍ବରୁ ସବୁ ଠିକ୍‌ ଥିବା ରିପୋର୍ଟ ଦିଆଯାଇଛି !

ଭୁବନେଶ୍ୱର: କେମିତି ହେଲା ବ୍ଲାଷ୍ଟ ? କେଉଁଠି ରହିଥିଲା ତ୍ରୁଟି ? ମାତ୍ର ଗୋଟିଏ ଦିନ ପୂର୍ବରୁ ସବୁ ଠିକ୍‌ ଥିବା ରିପୋର୍ଟ ଦିଆଯାଇଛି । ତେବେ ଏହି ବିସ୍ଫୋରଣ ପଛର କାରଣ କ’ଣ ରହିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପାଇଁ ବାଲେଶ୍ୱରରୁ ଏକ ଟେକ୍ନିକାଲ୍‌ ଟିମ୍ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଛି । ଖୁବ୍‌ ଶୀଘ୍ର ଏହି ଟିମ୍‌ ଭୁବନେଶ୍ୱରରେ ପହଞ୍ଚିବ । ପରେ ସ୍ପଷ୍ଟ ହେବ ଯେ, କିଭଳି ହୋଇଥିଲା ବିସ୍ଫୋରଣ ।

ତେବେ ଏଲ୍‌ପିଜି ଟ୍ୟାଙ୍କରେ ଲିକ୍‌ ହୋଇ ଏହି ବିସ୍ଫୋରଣ ଘଟିଥିବା ଆଶଙ୍କା କରିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ବିସ୍ଫୋରଣ ସ୍ଥଳରେ ଭୁବନେଶ୍ୱରର ସିପି, ଡିସିପି, ଆଇପିଏସ୍‌ ସତ୍ୟଜିତ ମହାନ୍ତି ସ୍ଥାନୀୟ ଥାନାଧିକାରୀ ଉପସ୍ଥିତ ଅଛନ୍ତି ।

ସୂଚନାଅନୁଯାୟୀ, ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ଗଭର୍ଣ୍ଣର ହାଉସ ନିକଟରେ ଥିବା ଇଣ୍ଡିଆନ୍‌ ଅଏଲ୍‌ ପେଟ୍ରୋଲ ପମ୍ପରେ  ଘଟିଥିଲା ବିସ୍ଫୋରଣ । ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଗୁରୁତର ଅଛନ୍ତି । ଜଣେ ଗୁରୁତରଙ୍କ ହାତ ଛିଣ୍ଡି ତଳେ ପଡ଼ିଥିବା ଦେଖାଯାଇଛି । ଦୁଇ ଜଣ ଗୁରୁତରଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣ ମାତ୍ରା ଏତେ ଥିଲା ଯେ, ଆଖ ପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ପ୍ରଥମେ ଗ୍ୟାସ୍‌ ଟ୍ୟାଙ୍କର ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଥିଲା, ପରେ ଏହା ବଡ଼ ବିସ୍ଫୋରଣର ରୂପ ନେଇଥିଲା । ପେଟ୍ରୋଲ ପମ୍ପ ଆଖପାଖ ଅଞ୍ଚଳରେ ଥିବା ଘର ଓ ଗାଡ଼ି ଗୁଡ଼ିକର କାଚ ଭାଙ୍ଗିଯାଇଥିବା ସୂଚନା ମିଳିଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଗୋପବନ୍ଧୁ ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି । ଏହାସହ ଏଜି ଛକ ଓ ପାଓ୍ୱାର ହାଉସ୍‌ ଛକରେ ଯାତାୟତକୁ ବନ୍ଦ କରି ଦିଆଯାଇଛି ଲୋକଙ୍କୁ ଅଯଥା ଗହଳି ନକରିବା ପାଇଁ ଚେତାବନୀ ଦିଆଯାଉଛି । ପୁଣିଥରେ ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ପୋଲିସ କହିଛି ।

ମୁଖ୍ୟମନ୍ତ୍ରୀ ସମସ୍ତ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସେମାନଙ୍କ ମାଗଣା ଚିକିତ୍ସା କରାଯିବ ବୋଲି ଘୋଷଣାକ କରିଛନ୍ତି ।

ଡ୍ରଗ୍ସ କେସ୍: ରିୟା ଚକ୍ରବର୍ତ୍ତୀଙ୍କୁ କେମିତି ମିଳିଲା ଜାମିନ, ଧାରା 27 (A) କଣ ?

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ପ୍ରାୟ ଏକ ମାସ ପରେ ଜାମିନ ମିଳିଛି । ଡ୍ରଗ୍ସ କେସ ଲିଙ୍କରେ ନାରକୋଟିକ୍ ବ୍ୟୁରୋ ତାଙ୍କୁ ଗିରଫ କରିଥିଲା। କିନ୍ତୁ ବୁଧବାର ବମ୍ବେ ହାଇକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ସମେତ ଆଉ ୩ ଜଣଙ୍କ ଜାମିନ ମଞ୍ଜୁର କରିଛି । ଅବଶ୍ୟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯାଇଛି । ରିୟାଙ୍କ ଭାଇ ସୌଭିକ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଜାମିନ ଆବେଦନକୁ ଖାରଜ କରିଛି ବମ୍ବେ ହାଇକୋର୍ଟ ।

ରିୟାଙ୍କୁ କେମିତି ମିଳିଲା ଜାମିନ, କଣ କହିଲେ ଓକିଲ ?

କୋର୍ଟରେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତିଶ ମାନସିନ୍ଧେଙ୍କ ପକ୍ଷରୁ ତର୍କ କରାଯାଇଥିଲା ଯେ, ରିୟା ଉପରେ NDPS ଅଧୀନରେ ଲାଗୁ ହୋଇଥିବା 27 A ଆକ୍ଟର ନିୟମ ଭୁଲ ଅଟେ । ରିୟାଙ୍କୁ ଭୁଲ ଭାବରେ ଗିରଫ କରାଯାଇଛି ଏବଂ ଏତେଦିନ ଯାଏ ଗିରଫ କରି ଜେଲରେ ରଖାଗଲା । ଏକ ଲମ୍ବା ତର୍କ ପରେ ଅଦାଲତ ଏହି ମାମଲାରେ ରିୟାଙ୍କୁ ଜାମିନ ଦେଇଥିଲା ।

ଓକିଲ ସତିଶ ମାନସିନ୍ଧେ କହିଛନ୍ତି ଯେ, ଆମେ କୋର୍ଟ ସାମ୍ନାରେ ନିଜର ପ୍ରମାଣ ରଖିଲୁ ଏବଂ କିଛି ଆକ୍ଟ ବିଷୟରେ କହିଲୁ, ଯାହାକୁ ଜଜ୍ ସ୍ୱୀକାର କଲେ । ରିୟାଙ୍କୁ ଯେଉଁ ପ୍ରକାର ଗିରଫ କରାଯାଇଥିଲା ତାହା ଠିକ ନଥିଲା । ତିନୋଟି କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ( CBI, ED, NCB ) ଯେମିତି ବ୍ୟବହାର କରାଯାଇଥିଲା ତାହା ଭୁଲ ଅଟେ ।

NDPC Act 27 A କଣ ?

ସୂଚନା ଅନୁଯାୟୀ ରିୟା ଚକ୍ରବର୍ତ୍ତୀ NCBର ପ୍ରାରମ୍ଭିକ ଯାଞ୍ଚରେ ଏହା ସ୍ୱୀକାର କରିଥିଲେ ଯେ, ସେ ଡ୍ରଗ୍ସ ସେବନ କରୁଥିଲେ । ଅବଶ୍ୟ ସେ ସୁଶାନ୍ତଙ୍କ ସହ ଦେଖା ହେବା ପୂର୍ବରୁ ଡ୍ରଗ୍ସ ନେବା ଛାଡ଼ିସାରିଥିଲେ । ଯାହା ପରେ NCB ତାଙ୍କ ଉପରେ 27 A ଆଧୀନରେ କେସ ଦାଖଲ କରିଥିଲା । ନାରକୋଟିକ୍ସ ଡ୍ରଗ୍ସ ଏଣ୍ଡ ସାଇକୋଟ୍ରୋପିକ ସବଷ୍ଟାଣ୍ଟସ ଆକ୍ଟ, ୧୯୮୫ (NDPS ଆକ୍ଟ) ମାଦକ ଔଷଧ ସମ୍ବନ୍ଧିତ ଏକ କଠୋର କାନୁନ ଅଟେ । ଏହାର ଧାରା ୨୭ ଅଧିନରେ ଯଦି ନାରକୋଟିକ ଡ୍ରଗ୍ସ ବା ନିଶାଯୁକ୍ତ ପଦାର୍ଥ ସେବନ କରନ୍ତି ତେବେ ଏହା ଦଣ୍ଡନୀୟ ଅଟେ ।

ଏହା ସହିତ ଧାରା କ୍ଲଜ୍ ଏ’ ରେ କୁହାଯାଇଛି ଯେ, ଯଦି ସରକାରଙ୍କ ରିପୋର୍ଟ ଅନୁଯାୟୀ କୋକେନ, ମୋର୍ଫାଇନ୍ ପରି ଅନ୍ୟ ନିଶା ଔଷଧ ସେବନ କରିବାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଗୋଟିଏ ବର୍ଷ କାରାଦଣ୍ଡ କିମ୍ବା ୨୦,୦୦୦ ଟଙ୍କା ଜୋରିମାନା କିମ୍ବା ଦୁଇଟି ଯାକ ଦଣ୍ଡ ଦିଆଯାଇପାରେ ।

ଏହି ଧାରା ସୁଶାନ୍ତ ମାମଲାରେ ଅନେକ ଥର ବ୍ୟବହୃତ ହୋଇଛି, ଏହି ବିଭାଗ ଅଧୀନରେ ପ୍ରାୟ ଦଶ ଜଣଙ୍କୁ ଗିରଫ କରାଯାଇଛି। ରିୟାଙ୍କ ଭାଇ ସୌଭିକଙ୍କୁ ମଧ୍ୟ ଏହି ଧାରା ଲାଗୁ କରାଯାଇଛି। ଏହି ଆକ୍ଟର ବିଭିନ୍ନ ଧାରାରେ ୬ ମାସରୁ ୨୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।

ବିହାର ନିର୍ବାଚନ ମଇଦାନରେ JNUର ପୂର୍ବ ଛାତ୍ର ନେତା: ରାଜନୀତି କରିବା ଲାଗି ଛାଡ଼ିଲେ ସରକାରୀ ଚାକିରି

ପାଟଣା: ବିହାର ବିଧାନସଭା ନିର୍ବାଚନ ନେଇ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଚଳିତ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦିତା କରୁଥିବା କିଛି ଯୁବ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ସନ୍ଦୀପ ସୌରଭ । ସେ ୨୦୧୩-୧୪ ମସିହାରେ ଜବାହାରଲାଲ ନେହୁରୁ ଷ୍ଟୁଡେଣ୍ଟ ୟୁନିୟନରେ ସାଧାରଣ ସମ୍ପାଦକ  ଭାବେ ନିର୍ବାଚିତ ହୋଇଥିଲେ । ଏବଂ ଚଳିତ ବିହାର ବିଧାନସଭା ନିର୍ବାଚନରେ ସେ ପାଲିଗଞ୍ଜ ବିଧାନସଭା ସିଟ୍‌ରୁ ନିର୍ବାଚନ ଲଢ଼ିବେ । ଏକଦା ରାଜନୀତି ପାଇଁ ଚାକିରି ଛାଡ଼ିଥିବା ସନ୍ଦୀପ ସୌରଭ ଜଣେ ଛାତ୍ର ରାଜନୀତିରେ ମଧ୍ୟ ବହୁ ଦିନ ଧରି ସକ୍ରିୟ ଥିଲେ ।

Sandeep Saurav Bihar paliganj candidate

            ଚାଷୀ ପରିବାରରେ ଜନ୍ମିତ ସୌରଭ ନିଜ ଚାରି ଭାଇ ଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ । ତାଙ୍କ ବାପା, ମା’ ଆଉ ଏ ଦୁନିଆରେ ନାହାନ୍ତି । ୨୦୦୪ ମସିହାରେ ସନ୍ଦୀପଙ୍କୁ ୧୭ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ପରେ ୨୦୧୪ ମସିହାରେ ତାଙ୍କ ମାଆଙ୍କୁ କ୍ୟାନସର ହୋଇଗଲା । ୩ ବର୍ଷ ଯାଏଁ ପାଠ ପଢ଼ା ସହିତ ତାଙ୍କ ମା’ଙ୍କ ଚିକିତ୍ସା ମଧ୍ୟ କରୁଥିଲେ । ୨୦୧୭ ମସିହାରେ ତାଙ୍କ ମାଆ ମଧ୍ୟ ତାଙ୍କୁ ଛାଡ଼ି ଚାଲିଗଲେ । କିନ୍ତୁ ମାଆ ତାଙ୍କ ପାଇଁ ସବୁ ବେଳେ ପ୍ରେରଣାଦାୟୀ ବୋଲି ସେ କହିଛନ୍ତି ।

Sandeep Saurav Bihar paliganj candidate

ସେ ଆହୁରୀ କହିଛନ୍ତି ଯେ, ମୁଁ ଯାହା ଆଜି ହୋଇପାରିଛି ତାହା ମାଆଙ୍କ ପ୍ରେରଣା ଯୋଗୁଁ ହୋଇପାରିଛି । ‘ମୋ ମାଆ ଯେବେ ବାହାହୋଇ ଆସିଥିଲେ, ସେତେବେଳକୁ ସେ କେବଳ ମାଟ୍ରିକ ପାସ୍ କରିଥିଲେ । ବାହାଘର ପରେ ସେ ସ୍ନାତକୋତ୍ତର ଯାଏଁ ପଢ଼ିଥିଲେ । ମୁଁ ପିଜି କରିବା ନେଇ ତାଙ୍କୁ ସାହାଯ୍ୟ କରିଥିଲି । ବିହାର ପବ୍ଳିକ୍ କମିଶନ ପରୀକ୍ଷ ମଧ୍ୟ ପାସ୍ କରିଥିଲେ’ ।

Sandeep Saurav Bihar paliganj candidate

            ସନ୍ଦୀପ କୁହନ୍ତି ଯେ, ସେ ପାଟଣା ୟୁନିଭର୍ସିଟିରୁ ପାଠ ପଢ଼ା ସାରିବା ପରେ ଜେଏନ୍‌ୟୁରେ ପଢ଼ିବାକୁ ଯାଇଥିଲେ । ପ୍ରଶାସନିକ ଅଧିକାରୀଭାବେ ସେ କାର୍ଯ୍ୟ କରିବାକୁ ଚାହୁଁଥିଲେ । କିନ୍ତୁ ଜେଏନୟୁ ଆସିଲା ପରେ ରାଜନୀତି ଆଡ଼କୁ ତାଙ୍କ ମନ ବଳିଥିଲା । ସେତେବେଳେ ସେ ରାଜନୀତିରେ ଯୁବ ବର୍ଗର ଆବଶ୍ୟକତାକୁ ଅନୁଭବ କରିପାରିଥିଲେ ।

            ଜେଏନୟୁରେ ୨୦୧୬ ଯାଏଁ ପିଏଚଡି କରିବା ପରେ ୨୦୧୭ରେ ମୌଖିକ ପରୀକ୍ଷା ହୋଇଥିଲା । ଏହାପରେ ୩ ବର୍ଷ ହେଲା ଆଇସା(AISA) ସହ ଯୋଡ଼ି ହୋଇ ପୂରା ଦେଶରେ ଛାତ୍ର ରାଜନୀତି କରୁଛନ୍ତି । ଏହାରି ମଧ୍ୟରେ ବିହାରରେ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ସେ ମନୋନୀତି ହୋଇଥିଲେ । ପ୍ରଥମ ଥର ପାଇଁ ତାଙ୍କ ପରିବାରର କେହି ସରକାରୀ ଚାକିରି କରିବାକୁ ଯାଉଥିଲେ । ପ୍ରଥମେ ସେ ଚାକିରିରେ ରହି ରାଜନୀତି କରିବାକୁ ମନବଳାଇଥିଲେ । କିନ୍ତୁ ପରେ ଅନୁଭବ କଲେ ଯେ, ଯଦି ସେ ଏଭଳି କରନ୍ତି, ତା’ହେଲେ ସେ ସୁଖ ସୁବିଧା ମଧ୍ୟରେ ରହି ଲୋକଙ୍କ ଅସୁବିଧାକୁ ହୃଦୟଙ୍ଗମ କରିପାରିବେନାହିଁ । ଏଣୁ ଏ ନେଇ ସେ ନିଜ ରାଜେନୖତିକ ଗୁରୁଙ୍କ ପରାମର୍ଶ ନେଇଥିଲେ ।  ଯଦି ତୁମ ପରିବାରରେ କେହି ସରକାରୀ ଚାକିରି କରିନାହାନ୍ତି , କେହିଁ କ’ଣ ଫୁଲ୍ ଟାଇମ୍ କମ୍ୟୁନିଷ୍ଟ ଭାବେ କାର୍ଯ୍ୟ କରିଛନ୍ତି କି ବୋଲି ତାଙ୍କ ରାଜେନୖତିକ ଗୁରୁ କହିଥିଲେ । ଏହା ତାଙ୍କୁ ବହୁତ ପ୍ରଭାବିତ କରିଥିଲା ଏବଂ ସେ ସରକାରୀ ଚାକିରିକୁ ଅଗ୍ରାହ୍ୟ କରିଥିଲେ ।

ଭୁବନେଶ୍ୱର ଗଭର୍ଣ୍ଣର ହାଉସ ନିକଟ ପେଟ୍ରୋଲ ପମ୍ପରେ ନିଆଁ

ଭୁବନେଶ୍ୱର:  ଗଭର୍ଣ୍ଣର ହାଉସ ନିକଟ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ । ଭୁବନେଶ୍ୱରର ଗଭର୍ଣ୍ଣର ହାଉସ ପେଟ୍ରୋଲ ପମ୍ପ ସିଏନଜି ଟାଙ୍କିରେ ନିଆଁ ଲାଗିଛି । ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପ ସିଏନଜି ଟାଙ୍କିରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।

ସୂର୍ଯ୍ୟନନଗର ଆଖପାଖ ଅଞ୍ଚଳରେ ଥିବା ଘର ଓ ଗାଡ଼ି ଗୁଡ଼ିକର କାଚ ଫାଟିଯାଇଛି । ଏପର୍ଯ୍ୟନ୍ତ ସୁଧା ୨ଜଣ ଆହତ ହୋଇଥିବା ସୂଚନା ମିଳିଛି । ପେଟ୍ରୋଲ ଟାଙ୍କି ନିକଟରେ ଥିବା କିଛି ଲୋକ ଆହତ ହୋଇଛି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯିବା ସହ ଆଖପାଖ ଅଞ୍ଚଳ ସିଲ୍ କରାଯାଇଛି । ପେଟ୍ରୋଲ ପମ୍ପରେ କେମିତି ଲାଗିଲା ନିଆଁ ତାହାର କାରଣ ଅସ୍ପଷ୍ଟ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ୭ଟି ଦଳ ପହଞ୍ଚିଛି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛି ।

https://www.facebook.com/NandighoshaTV/videos/780129816142251/

ଡିସେମ୍ବର ୧୦ରେ ଦିଲ୍ଲୀ ପଟିଆଲା କୋର୍ଟରେ ହାଜର ହେବାକୁ ନୋଟିସ

କଟକ: ଅଭିନେତ୍ରୀ ବର୍ଷା ଓ ଅନୁଭବ ପାରିବାରିକ ବିବାଦ ମାମଲା । ବର୍ଷାଙ୍କୁ ଦିଲ୍ଲୀ ପଟିଆଲା ହାଉସକୋର୍ଟଙ୍କ ନୋଟିସ । ଡିସେମ୍ବର ୧୦ରେ କୋର୍ଟରେ ହାଜର ହେବାକୁ ନୋଟିସ ହୋଇଛି । ଅଭିଯୋଗର ତଥ୍ୟ ପ୍ରମାଣ ନେଇ କୋର୍ଟରେ ଦର୍ଶାଯାଇଥିବା ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ସୂଚନା ଦେଇଛନ୍ତି । ସେଥିପାଇଁ ବର୍ଷାଙ୍କୁ ନୋଟିସ ଦିଆଯାଇଥିବା ନେଇ ଅନୁଭବଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Anubhav Varsha Conflict

ଅନୁଭବଙ୍କ ପକ୍ଷରୁ କୋର୍ଟରେ ଦାୟର ହୋଇଥିବା ମାମଲାକୁ ଗ୍ରହଣ କରି କୋର୍ଟ ଏହି ନୋଟିସ ପଠାଇଛନ୍ତି । ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତି ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି । ୪୭ ପୃଷ୍ଠାର ଏହି ପିଟିସନ୍‌ରେ ପତ୍ନୀ ବର୍ଷାଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅନୁଭବ । ବର୍ଷାଙ୍କ ସହ ରହିବାକୁ ତାଙ୍କର ଅନିଚ୍ଛା ସଂପର୍କରେ ଅନୁଭବ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି । ୨୦୧୯ ମେ’ ୧ରୁ ଦୁହେଁ ଅଲଗା ରହିଆସୁଥିବା ମଧ୍ୟ ଅନୁଭବ ନିଜ ପିଟିସନ୍‌ରେ ଉଲ୍ଲେଖ କରୁଛନ୍ତି । ଏହାପରେ ସେପ୍ଟେମ୍ବର ୧୬ରେ ପଟିଆଲା ହାଉସକୋର୍ଟରୁ ମାମଲାକୁ କଟକ ସ୍ଥାନାନ୍ତର କରିବାକୁ ବର୍ଷା ଅବେଦନ କରିଥିଲେ ।

ସୋପିଆଁରେ ଏନ୍‌କାଉଣ୍ଟର: ୩ ଆତଙ୍କୀ ନିପାତ

ଜମ୍ମୁ-କାଶ୍ମୀର ସୋପିଆଁରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ସୋପିଆଁର ସୁଗନରେ ଗତରାତିରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀ ଅଞ୍ଚଳକୁ ଘେରିଦେଇଥିଲେ । ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଯବାନଙ୍କ ଗୁଳିରେ ପ୍ରଥମେ ୨ ଆତଙ୍କୀ ନିହତ ହୋଇଥିଲେ । ପରେ ସର୍ଚ୍ଚ ଅପରେସନ ଜୋରଦାର ହୋଇଥିଲା । ଯବାନଙ୍କ ଗୁଳିରେ ଆଉ ଜଣେ ଆତଙ୍କୀ ନିହତ ହୋଇଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । କିଛିଦିନ ହେବ ସୋପିଆଁରେ ଆତଙ୍କୀ ନିପାତ ମିଶନ ଜାରି ରହିଛି । ନିକଟରେ ପୁଲୱାମାରେ ସୁରକ୍ଷାକର୍ମୀ -ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । କିଛି ଆତଙ୍କୀଙ୍କ ନିପାତ କରିଥିଲେ ଯବାନ ଆଉ ୨ ସିଆରପିଏଫ୍  ଯବାନ ସହିଦ ହୋଇଥିଲେ ।

 

ସାହିନବାଗ ଭଳି ସର୍ବସାଧାରଣ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଗ୍ରହଣୀୟ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନ ଲମ୍ବା ଅବଧି ଧରି ଅବରୋଧ ରହିପାରିବନି  । ଏହାଦ୍ୱାରା ଜୀବନ ଜୀବିକା ଗୁରୁତର ପ୍ରଭାବିତ ହେଉଛି  । ତେଣୁ ସର୍ବସାଧାରଣ ସ୍ଥାନରେ ସମାବେଶ ତଥା ବିକ୍ଷୋଭ ପ୍ରଦର୍ଶନ ଗ୍ରହଣୀୟ ନୁହଁ । ନାଗରିକ ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀ ସାହିନବାଗରେ ଚାଲିଥିବା ପ୍ରଦର୍ଶନକୁ ନେଇ ସୁପ୍ରିମକୋର୍ଟ ଏପରି ବଡ଼ ରାୟ ଶୁଣାଇଛନ୍ତି । ସାର୍ବଜନୀନ ସ୍ଥାନରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ପ୍ରଦର୍ଶନ କରିବା ବିପକ୍ଷରେ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସାର୍ବଜନୀନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇ ପାରିବ ନାହିଁ । ଏହା ସାହିନବାଗ ହେଉ ବା ଅନ୍ୟ କେଉଁଠି, ସର୍ବସାଧାରମ ସ୍ଥାନରେ ପ୍ରଦର୍ଶନ କରିବା ବେଆଇନ ବୋଲି କହିଛନ୍ତି କୋର୍ଟ ।

Women protesters who are on an indefinite sit-in against the Citizenship Amendment Act (CAA) and National Register of Citizens (NRC) seen at Shaheen Bagh, in New Delhi, on January 12, 2020. (Burhaan Kinu/HT PHOTO)

ଲୋକଙ୍କ ବିରୋଧ ପ୍ରଦର୍ଶନ ଅଧିକାର ଆଳରେ କୌଣସି ସ୍ଥାନରେ ମାସ ମାସ ରାସ୍ତା ବ୍ଲକ କରି ରଖିବା ଆଦୌ ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି  । ଏଥିପାଇଁ ନିର୍ଦ୍ଧାରିତ ସ୍ଥାନ ରହିଛି  । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ଉଚିତ ବୋଲି କୋର୍ଟ ରାୟ ଶୁଣାଇଛନ୍ତି । ଶାହିନବାଗରେ ପ୍ରଦର୍ଶନ କରିବା ଦ୍ୱାରା ଲୋକଙ୍କ ଦୈନନ୍ଦିନ କାର୍ଯ୍ୟକଳାପରେ ଏହାର ପ୍ରଭାବ ପଡିଛି  । ଏପରିକି ଯାତାୟାତ ପ୍ରଭାବିତ ହୋଇଛି । ତେଣୁ ବିରୋଧ ଓ ଲୋକଙ୍କ ଅଧିକାର ମଧ୍ୟରେ ସନ୍ତୁଳନ ରହିବା ଜରୁରୀ ।

Government releases Q&A on National Register of Citizens (NRC) - india news  - Hindustan Times

ସୂଚନା ଯୋଗ୍ୟ ଯେ, ୨୦୧୯ ରେ କେନ୍ଦ୍ର ସରକାର ସଂସଦରେ ନାଗରିକତା ସଂଶୋଧନ ବିଧେୟକ ପାସ କରିଥିଲେ । ଯାହାଦ୍ୱାରା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ଦେବାର ପ୍ରାବଧାନ ରହିଛି । ଏହାକୁ ନେଇ ଦିଲ୍ଲୀ ଶାହିନବାଗଠାରୁ ଧରି ଦେଶର ଅନେକ ଅଞ୍ଚଳରେ ମାସ ମାସ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଶାହିନବାଗରେ ଡିସେମ୍ବରଠାରୁ ମାର୍ଚ୍ଚ ଏପରିକି କରୋନା ଲକଡାଉନ ଜାରି ପର୍ଯ୍ୟନ୍ତ ରାସ୍ତାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏବେ ସ୍ଥିତି ସ୍ବାଭାବିକ ଆଡକୁ ଗତି କରୁଥିବାରୁ ଆନ୍ଦୋଳନକାରୀ ବିକ୍ଷୋଭ ପାଇଁ ପୁଣି ସଜବାଜ ହେଉଥିବା ସୂଚନା ରହିଛି  । ଏହାକୁ ନେଇ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଥିଲା  । ଯାହାର ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ  ।

ରାଜ୍ୟରେ ୨୪ଘଣ୍ଟାରେ ୨,୯୯୫ ସଂକ୍ରମିତ ଚିହ୍ନଟ, ୧୮ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଟେଷ୍ଟିଂ, କମୁଛି କରୋନା ସଂକ୍ରମଣ । ନିୟନ୍ତ୍ରଣରେ ଆସୁଛି କରୋନା ମାହାମାରୀ । ସରକାରଙ୍କ ପଦକ୍ଷେପ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣ ।ଦିନକରେ ୨୯୯୫ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୧୭୩୭, ଲୋକାଲ୍ କେସ୍ ୧୨୫୮ । ରାଜ୍ୟରେ ଆଉ ୧୮ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହିଭଳି ଗତ ୨୪ଘଣ୍ଟାରେ ଖୋର୍ଦ୍ଧାରୁ ସର୍ବାଧିକ ୫୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୧୬୬, ପୁରୀରୁ ୧୪୫, ଅନୁଗୁଳରୁ ୧୪୨, ସମ୍ବଲପୁରରୁ ୧୩୮, କେନ୍ଦ୍ରାପଡାରୁ ୧୩୫, ବାଲେଶ୍ବରରୁ ୧୨୧, ସୁନ୍ଦରଗଡ଼ରୁ ୧୦୧, ବଲାଙ୍ଗୀରରୁ ୯୪, ବରଗଡ଼ରୁ ୯୩, ମୟୂରଭଞ୍ଜରୁ ୯୨, ଯାଜପୁରରୁ ୯୦, ସୋନପୁରରୁ ୮୭, ମାଲକାନଗିରିରୁ ୮୨, ନୂଆପଡାରୁ ୭୪, ଢେଙ୍କାନାଳରୁ ୬୮, ନବରଙ୍ଗପୁରରୁ ୬୭, ଝାରସୁଗୁଡାରୁ ୬୪, କଳାହାଣ୍ଡିରୁ ୬୩, ଜଗତସିଂହପୁରରୁ ୬୨, କେନ୍ଦୁଝରରୁ ୬୧, ଗଞ୍ଜାମରୁ ୪୭, ନୟାଗଡ଼ରୁ ୪୪, କନ୍ଧମାଳ ଓ କୋରାପୁଟରୁ ୪୩ଜଣ ଲେଖାଏଁ, ବୌଦ୍ଧରୁ ୩୧, ଭଦ୍ରକରୁ ୨୮, ଦେଓଗଡ଼ରୁ ୨୦, ରାୟଗଡ଼ାରୁ ୧୭, ଗଜପତିରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱରରୁ ୪, ନୟାଗଡ଼, ସୁନ୍ଦରଗଡ଼ ଓ ପୁରୀରୁ ୨ଜଣ ଲେଖାଏଁ , ବୌଦ୍ଧ, ଦେଓଗ଼ଡ଼, ଯାଜପୁର, କନ୍ଧମାଳ, ଖୋର୍ଦ୍ଧା, ମୟୂରଭଞ୍ଜ, ସମ୍ବଲପୁର ଓ କୋରାପୁଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ  ହୋଇଛି ।

ଏଥିସହ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨ ଲକ୍ଷ ୪୦ହଜାର ୯୯୮କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ୨ ଲକ୍ଷ ୧୦ ହଜାର ୨ଶହ ୧୭ ସୁସ୍ଥ ହୋଇଥିବା ବେଳେ, ୨୯ ହଜାର ୭ ଶହ ୭୦ ସକ୍ରିୟ ମାମଲା ରହିଛି । ବୁଧବାରରେ ମୃତ୍ୟୁବରଣ କରିଥିବା ୧୮ଜଣ କରୋନା ଆକ୍ରାନ୍ତଙ୍କୁ ଯୋଡ଼ି ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏବେ ୯୫୮ରେ ପହଞ୍ଚିଛି ।