୬୯ ହଜାର ଶିକ୍ଷକ ନିଯୁକ୍ତିରେ ଠକେଇ, ମାଷ୍ଟରମାଇଣ୍ଡ ବିଜେପି ନେତା ଗିରଫ

Mastermind Of 69 Thousand Teachers Recruitment Scam BJP Leader Chandrama Singh Yadav Arrested

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୬୯ ହଜାର ଶିକ୍ଷକଙ୍କ ନିଯୁକ୍ତି ପେପର୍ ଲିକ୍ କରି ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ବିଜେପି ନେତା । ସୋମବାର ଏସଟିଏଫ ବିଜେପି ନେତା ଚନ୍ଦ୍ରମା ସିଂହ ଯାଦବଙ୍କୁ ପ୍ରୟାଗରାଜରୁ ଗିରଫ କରିଛି । ଶିକ୍ଷକ ନିଯୁକ୍ତିରେ ହୋଇଥିବା ଜାଲିଆତିର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଚନ୍ଦ୍ରମା ସିଂହ । ସେ ତାଙ୍କ କଲେଜରେ ହୋଇଥିବା ପରୀକ୍ଷା ସେଣ୍ଟରରୁ ପେପର ନକଲ କରି ଗ୍ୟାଙ୍ଗକୁ ଦେଉଥିଲେ । ପ୍ରାୟ ୫ ମାସ ପରେ ଏସଟିଏଫ ହାତରେ ଧରାପଡ଼ିଥିବା ବିଜେପି ନେତା ସୁବେ ଯୋଗୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ପ୍ରତିନିଧି ମଧ୍ୟ ଥିଲେ । ତେବେ, ଚଳିତବର୍ଷ ଜାନୁଆରୀମାସରେ ଟିଇଟି ପରୀକ୍ଷାରେ ବିଶୃଙ୍ଖଳା ଅଭିଯୋଗରେ ଏସଟିଏଫ ସୁବେଙ୍କୁ ଗିରଫ କରାଯିବା ପରେ କ୍ୟାବିନେଟ୍ ମନ୍ତ୍ରୀ ତାଙ୍କୁ ପ୍ରତିନିଧିରୁ ବାଦ୍ ଦେଇଥିଲେ । ସୋମବାର ଗିରଫ ହୋଇଥିବା ଚନ୍ଦ୍ରମା ବିଜେପି କିଷାନ ମୋର୍ଚ୍ଚାର ପ୍ରଦେଶ କାର୍ଯ୍ୟସମିତି ସଦସ୍ୟ ସହ ଦଳର ମହାନଗର ଉପାଧ୍ୟକ୍ଷ ଅଛନ୍ତି ।

Mastermind Of 69 Thousand Teachers Recruitment Scam BJP Leader Chandrama Singh Yadav Arrested

ଚନ୍ଦ୍ରମା ଯାଦବ ଗିରଫ ନହେବା ନେଇ ତଦନ୍ତକାରୀ ସଂସ୍ଥା ଏସଟିଏଫ ଓ ସରକାର ସମାଲୋଚିତ ହୋଇଥିଲେ । ୫ ମାସ ଧରି ଫେରାର୍ ଥିବା ବିଜେପି ନେତାଙ୍କୁ ଗିରଫ କରିବା ପୋଲିସ ଓ ଏସଟିଏଫ ପାଇଁ ବଡ଼ ଆହ୍ୱାନ ପାଲଟିଥିଲା । ସୋମବାର ସନ୍ଧ୍ୟାରେ ଏସଟିଏଫର ପ୍ରୟାଗରାଜ ୟୁନିଟ୍ ସିଭିଲ୍ ଲାଇନ୍ସରେ ଥିବା ସହିଦ ଚନ୍ଦ୍ର ଶେଖର ଆଜାଦ ପାର୍କ ନିକଟ ହିନ୍ଦୁ ହଷ୍ଟେଲ ନିକଟରୁ ଚନ୍ଦ୍ରମାଙ୍କୁ ଗିରଫ କରିଛି । ବିଜେପି ନେତା ଚନ୍ଦ୍ରମାଙ୍କ ଠାରୁ ଏସଟିଏଫ ମୋବାଇଲ୍ ଫୋନ୍, ଆଧାର କାର୍ଡ ସହ କିଛି ଟଙ୍କା ଜବତ କରିଛି । ଚନ୍ଦ୍ରମା ପ୍ରୟାଗରାଜ ସହରର ଟ୍ରାନ୍ସପୋର୍ଟ ନଗରର ପଞ୍ଚମ ଲାଲ ଆଶ୍ରମ ଇଣ୍ଟର କଲେଜର ସଞ୍ଚାଳକ ଅଟନ୍ତି । ଏହି ଶିକ୍ଷାନୁଷ୍ଠାନରେ ଦ୍ୱାଦଶ ଯାଏଁ କ୍ଲାସ କରାଯାଉଥିବା ବେଳେ ୨୦୦ ଜଣ ପଢ଼ୁଥିଲେ ।

ଟିଇଟି ମାମଲାରେ ଜେଲ୍

ଟିଇଟିରେ ୬୯ ହଜାର ଶିକ୍ଷକ ନିଯୁକ୍ତିରେ ଠକେଇ ମାମଲାରେ ବିଜେପି ନେତା ଚନ୍ଦ୍ରମା ସିଂହ ଗିରଫ ହୋଇଛନ୍ତି । ସେ ଜୁନ୍ ପୂର୍ବରୁ ହିଁ ଜେଲରୁ ଆସିଥିଲେ । ଏହାରି ଭିତରେ ତତ୍କାଳୀନ ଏସଏସପି ସତ୍ୟାର୍ଥ ଅନିରୁଦ୍ଧ ପଙ୍କଜଙ୍କ ନିର୍ଦ୍ଦେଶରେ ସୋରାବଁ ଥାନା ପୋଲିସ ୬୯ ହଜାର ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଥିଲା । ଯେଉଁ ଗ୍ୟାଙ୍ଗରେ ଡାକ୍ଟର କେଏଲ ପଟେଲ, ମାୟାପତି ଦୁବେ ଓ ଲଳିତପତି ତ୍ରିପାଠୀଙ୍କ ଚନ୍ଦ୍ରମା ଥିଲେ । ପ୍ରତାପଗଡ଼ର ଅଭିଯୋଗକାରୀ ରାହୁଲ ସିଂହ ଗତ ଜୁନ୍ ୫ରେ ଏଫଆଇଆର୍ ଦେଇଥିଲେ । ମାମଲାର ଯାଞ୍ଚ ଏସଟିଏଫ ଦ୍ୱାରା କରାଇବା ପାଇଁ ସୁପାରିସ୍ କରିଥିଲେ ଏସଏସପି । କୁହାଯାଉଛି ଏହି ଖୁଲାସା ପାଇଁ ତତ୍କାଳୀନ ଏସଏସପି ସତ୍ୟାର୍ଥ ଅନିରୁଦ୍ଧ ପଙ୍କଜଙ୍କୁ ବଦଳି କରାଯାଇଥିଲା ।

ଏମିତି ହୋଇଥିଲା ପେପର୍ ଲିକ୍ ?

ଚନ୍ଦ୍ରମା ଯାଦବ ରାଜନୈତିକ ଚାପ ପକାଇ ନିଜ କଲେଜରେ ବଡ଼ ବଡ଼ ପରୀକ୍ଷାର ସେଣ୍ଟର କରିଥିଲେ । ଆଉ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପ୍ରଶ୍ନପତ୍ରକୁ ଲିକ୍ କରୁଥିବା ଗ୍ୟାଙ୍ଗ ଡାକ୍ଟର କେଏଲ୍ ପଟେଲ ଓ ଅନ୍ୟମାନଙ୍କୁ ଦେଉଥିଲେ । ଏହାପରେ ପ୍ରଶ୍ନପତ୍ରକୁ ଗ୍ୟାଙ୍ଗ ନେଟୱର୍କରେ ସାମିଲ୍ ପରୀକ୍ଷାର୍ଥୀଙ୍କୁ ବ୍ଲୁଟୁଥ୍ ଓ ଇଲେଟ୍ରୋନିକ୍ସ ଡିଭାଇସ୍ ସାହାଯ୍ୟରେ ପହଞ୍ଚାଉଥିଲେ । ଏହା ବଦଳରେ ପରୀକ୍ଷାର୍ଥୀଙ୍କ ଠାରୁ ୬ରୁ ୭ ଲକ୍ଷ ଟଙ୍କା ନେଉଥିଲେ । ଏହି ମାମଲାରେ ପ୍ରାୟ ୧୮ ଜଣଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି । ଯେଉଁଥିରେ ଏବେ ଯାଏଁ ପୋଲିସ ଓ ଏସଟିଏଫ୍ ୩ ଜଣ ପରୀକ୍ଷାର୍ଥୀଙ୍କ ସମତେ ୧୫ ଜଣଙ୍କୁ ଗିରଫ କରିସାରିଲାଣି । ଆଉ ୩ ଜଣ ଏବେବି ଫେରାର ଅଛନ୍ତି ।

Leave a Reply