ଡିସେମ୍ବର ୧୦ରେ ଦିଲ୍ଲୀ ପଟିଆଲା କୋର୍ଟରେ ହାଜର ହେବାକୁ ନୋଟିସ

କଟକ: ଅଭିନେତ୍ରୀ ବର୍ଷା ଓ ଅନୁଭବ ପାରିବାରିକ ବିବାଦ ମାମଲା । ବର୍ଷାଙ୍କୁ ଦିଲ୍ଲୀ ପଟିଆଲା ହାଉସକୋର୍ଟଙ୍କ ନୋଟିସ । ଡିସେମ୍ବର ୧୦ରେ କୋର୍ଟରେ ହାଜର ହେବାକୁ ନୋଟିସ ହୋଇଛି । ଅଭିଯୋଗର ତଥ୍ୟ ପ୍ରମାଣ ନେଇ କୋର୍ଟରେ ଦର୍ଶାଯାଇଥିବା ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ସୂଚନା ଦେଇଛନ୍ତି । ସେଥିପାଇଁ ବର୍ଷାଙ୍କୁ ନୋଟିସ ଦିଆଯାଇଥିବା ନେଇ ଅନୁଭବଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Anubhav Varsha Conflict

ଅନୁଭବଙ୍କ ପକ୍ଷରୁ କୋର୍ଟରେ ଦାୟର ହୋଇଥିବା ମାମଲାକୁ ଗ୍ରହଣ କରି କୋର୍ଟ ଏହି ନୋଟିସ ପଠାଇଛନ୍ତି । ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତି ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି । ୪୭ ପୃଷ୍ଠାର ଏହି ପିଟିସନ୍‌ରେ ପତ୍ନୀ ବର୍ଷାଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅନୁଭବ । ବର୍ଷାଙ୍କ ସହ ରହିବାକୁ ତାଙ୍କର ଅନିଚ୍ଛା ସଂପର୍କରେ ଅନୁଭବ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି । ୨୦୧୯ ମେ’ ୧ରୁ ଦୁହେଁ ଅଲଗା ରହିଆସୁଥିବା ମଧ୍ୟ ଅନୁଭବ ନିଜ ପିଟିସନ୍‌ରେ ଉଲ୍ଲେଖ କରୁଛନ୍ତି । ଏହାପରେ ସେପ୍ଟେମ୍ବର ୧୬ରେ ପଟିଆଲା ହାଉସକୋର୍ଟରୁ ମାମଲାକୁ କଟକ ସ୍ଥାନାନ୍ତର କରିବାକୁ ବର୍ଷା ଅବେଦନ କରିଥିଲେ ।

Leave a Reply