ବିହାର ନିର୍ବାଚନ ମଇଦାନରେ JNUର ପୂର୍ବ ଛାତ୍ର ନେତା: ରାଜନୀତି କରିବା ଲାଗି ଛାଡ଼ିଲେ ସରକାରୀ ଚାକିରି

1 min read

ପାଟଣା: ବିହାର ବିଧାନସଭା ନିର୍ବାଚନ ନେଇ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଚଳିତ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦିତା କରୁଥିବା କିଛି ଯୁବ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ସନ୍ଦୀପ ସୌରଭ । ସେ ୨୦୧୩-୧୪ ମସିହାରେ ଜବାହାରଲାଲ ନେହୁରୁ ଷ୍ଟୁଡେଣ୍ଟ ୟୁନିୟନରେ ସାଧାରଣ ସମ୍ପାଦକ  ଭାବେ ନିର୍ବାଚିତ ହୋଇଥିଲେ । ଏବଂ ଚଳିତ ବିହାର ବିଧାନସଭା ନିର୍ବାଚନରେ ସେ ପାଲିଗଞ୍ଜ ବିଧାନସଭା ସିଟ୍‌ରୁ ନିର୍ବାଚନ ଲଢ଼ିବେ । ଏକଦା ରାଜନୀତି ପାଇଁ ଚାକିରି ଛାଡ଼ିଥିବା ସନ୍ଦୀପ ସୌରଭ ଜଣେ ଛାତ୍ର ରାଜନୀତିରେ ମଧ୍ୟ ବହୁ ଦିନ ଧରି ସକ୍ରିୟ ଥିଲେ ।

Sandeep Saurav Bihar paliganj candidate

            ଚାଷୀ ପରିବାରରେ ଜନ୍ମିତ ସୌରଭ ନିଜ ଚାରି ଭାଇ ଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ । ତାଙ୍କ ବାପା, ମା’ ଆଉ ଏ ଦୁନିଆରେ ନାହାନ୍ତି । ୨୦୦୪ ମସିହାରେ ସନ୍ଦୀପଙ୍କୁ ୧୭ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ପରେ ୨୦୧୪ ମସିହାରେ ତାଙ୍କ ମାଆଙ୍କୁ କ୍ୟାନସର ହୋଇଗଲା । ୩ ବର୍ଷ ଯାଏଁ ପାଠ ପଢ଼ା ସହିତ ତାଙ୍କ ମା’ଙ୍କ ଚିକିତ୍ସା ମଧ୍ୟ କରୁଥିଲେ । ୨୦୧୭ ମସିହାରେ ତାଙ୍କ ମାଆ ମଧ୍ୟ ତାଙ୍କୁ ଛାଡ଼ି ଚାଲିଗଲେ । କିନ୍ତୁ ମାଆ ତାଙ୍କ ପାଇଁ ସବୁ ବେଳେ ପ୍ରେରଣାଦାୟୀ ବୋଲି ସେ କହିଛନ୍ତି ।

Sandeep Saurav Bihar paliganj candidate

ସେ ଆହୁରୀ କହିଛନ୍ତି ଯେ, ମୁଁ ଯାହା ଆଜି ହୋଇପାରିଛି ତାହା ମାଆଙ୍କ ପ୍ରେରଣା ଯୋଗୁଁ ହୋଇପାରିଛି । ‘ମୋ ମାଆ ଯେବେ ବାହାହୋଇ ଆସିଥିଲେ, ସେତେବେଳକୁ ସେ କେବଳ ମାଟ୍ରିକ ପାସ୍ କରିଥିଲେ । ବାହାଘର ପରେ ସେ ସ୍ନାତକୋତ୍ତର ଯାଏଁ ପଢ଼ିଥିଲେ । ମୁଁ ପିଜି କରିବା ନେଇ ତାଙ୍କୁ ସାହାଯ୍ୟ କରିଥିଲି । ବିହାର ପବ୍ଳିକ୍ କମିଶନ ପରୀକ୍ଷ ମଧ୍ୟ ପାସ୍ କରିଥିଲେ’ ।

Sandeep Saurav Bihar paliganj candidate

            ସନ୍ଦୀପ କୁହନ୍ତି ଯେ, ସେ ପାଟଣା ୟୁନିଭର୍ସିଟିରୁ ପାଠ ପଢ଼ା ସାରିବା ପରେ ଜେଏନ୍‌ୟୁରେ ପଢ଼ିବାକୁ ଯାଇଥିଲେ । ପ୍ରଶାସନିକ ଅଧିକାରୀଭାବେ ସେ କାର୍ଯ୍ୟ କରିବାକୁ ଚାହୁଁଥିଲେ । କିନ୍ତୁ ଜେଏନୟୁ ଆସିଲା ପରେ ରାଜନୀତି ଆଡ଼କୁ ତାଙ୍କ ମନ ବଳିଥିଲା । ସେତେବେଳେ ସେ ରାଜନୀତିରେ ଯୁବ ବର୍ଗର ଆବଶ୍ୟକତାକୁ ଅନୁଭବ କରିପାରିଥିଲେ ।

            ଜେଏନୟୁରେ ୨୦୧୬ ଯାଏଁ ପିଏଚଡି କରିବା ପରେ ୨୦୧୭ରେ ମୌଖିକ ପରୀକ୍ଷା ହୋଇଥିଲା । ଏହାପରେ ୩ ବର୍ଷ ହେଲା ଆଇସା(AISA) ସହ ଯୋଡ଼ି ହୋଇ ପୂରା ଦେଶରେ ଛାତ୍ର ରାଜନୀତି କରୁଛନ୍ତି । ଏହାରି ମଧ୍ୟରେ ବିହାରରେ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ସେ ମନୋନୀତି ହୋଇଥିଲେ । ପ୍ରଥମ ଥର ପାଇଁ ତାଙ୍କ ପରିବାରର କେହି ସରକାରୀ ଚାକିରି କରିବାକୁ ଯାଉଥିଲେ । ପ୍ରଥମେ ସେ ଚାକିରିରେ ରହି ରାଜନୀତି କରିବାକୁ ମନବଳାଇଥିଲେ । କିନ୍ତୁ ପରେ ଅନୁଭବ କଲେ ଯେ, ଯଦି ସେ ଏଭଳି କରନ୍ତି, ତା’ହେଲେ ସେ ସୁଖ ସୁବିଧା ମଧ୍ୟରେ ରହି ଲୋକଙ୍କ ଅସୁବିଧାକୁ ହୃଦୟଙ୍ଗମ କରିପାରିବେନାହିଁ । ଏଣୁ ଏ ନେଇ ସେ ନିଜ ରାଜେନୖତିକ ଗୁରୁଙ୍କ ପରାମର୍ଶ ନେଇଥିଲେ ।  ଯଦି ତୁମ ପରିବାରରେ କେହି ସରକାରୀ ଚାକିରି କରିନାହାନ୍ତି , କେହିଁ କ’ଣ ଫୁଲ୍ ଟାଇମ୍ କମ୍ୟୁନିଷ୍ଟ ଭାବେ କାର୍ଯ୍ୟ କରିଛନ୍ତି କି ବୋଲି ତାଙ୍କ ରାଜେନୖତିକ ଗୁରୁ କହିଥିଲେ । ଏହା ତାଙ୍କୁ ବହୁତ ପ୍ରଭାବିତ କରିଥିଲା ଏବଂ ସେ ସରକାରୀ ଚାକିରିକୁ ଅଗ୍ରାହ୍ୟ କରିଥିଲେ ।

Leave a Reply