ସାହିନବାଗ ଭଳି ସର୍ବସାଧାରଣ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଗ୍ରହଣୀୟ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନ ଲମ୍ବା ଅବଧି ଧରି ଅବରୋଧ ରହିପାରିବନି  । ଏହାଦ୍ୱାରା ଜୀବନ ଜୀବିକା ଗୁରୁତର ପ୍ରଭାବିତ ହେଉଛି  । ତେଣୁ ସର୍ବସାଧାରଣ ସ୍ଥାନରେ ସମାବେଶ ତଥା ବିକ୍ଷୋଭ ପ୍ରଦର୍ଶନ ଗ୍ରହଣୀୟ ନୁହଁ । ନାଗରିକ ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀ ସାହିନବାଗରେ ଚାଲିଥିବା ପ୍ରଦର୍ଶନକୁ ନେଇ ସୁପ୍ରିମକୋର୍ଟ ଏପରି ବଡ଼ ରାୟ ଶୁଣାଇଛନ୍ତି । ସାର୍ବଜନୀନ ସ୍ଥାନରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ପ୍ରଦର୍ଶନ କରିବା ବିପକ୍ଷରେ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସାର୍ବଜନୀନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇ ପାରିବ ନାହିଁ । ଏହା ସାହିନବାଗ ହେଉ ବା ଅନ୍ୟ କେଉଁଠି, ସର୍ବସାଧାରମ ସ୍ଥାନରେ ପ୍ରଦର୍ଶନ କରିବା ବେଆଇନ ବୋଲି କହିଛନ୍ତି କୋର୍ଟ ।

Women protesters who are on an indefinite sit-in against the Citizenship Amendment Act (CAA) and National Register of Citizens (NRC) seen at Shaheen Bagh, in New Delhi, on January 12, 2020. (Burhaan Kinu/HT PHOTO)

ଲୋକଙ୍କ ବିରୋଧ ପ୍ରଦର୍ଶନ ଅଧିକାର ଆଳରେ କୌଣସି ସ୍ଥାନରେ ମାସ ମାସ ରାସ୍ତା ବ୍ଲକ କରି ରଖିବା ଆଦୌ ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି  । ଏଥିପାଇଁ ନିର୍ଦ୍ଧାରିତ ସ୍ଥାନ ରହିଛି  । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ଉଚିତ ବୋଲି କୋର୍ଟ ରାୟ ଶୁଣାଇଛନ୍ତି । ଶାହିନବାଗରେ ପ୍ରଦର୍ଶନ କରିବା ଦ୍ୱାରା ଲୋକଙ୍କ ଦୈନନ୍ଦିନ କାର୍ଯ୍ୟକଳାପରେ ଏହାର ପ୍ରଭାବ ପଡିଛି  । ଏପରିକି ଯାତାୟାତ ପ୍ରଭାବିତ ହୋଇଛି । ତେଣୁ ବିରୋଧ ଓ ଲୋକଙ୍କ ଅଧିକାର ମଧ୍ୟରେ ସନ୍ତୁଳନ ରହିବା ଜରୁରୀ ।

Government releases Q&A on National Register of Citizens (NRC) - india news  - Hindustan Times

ସୂଚନା ଯୋଗ୍ୟ ଯେ, ୨୦୧୯ ରେ କେନ୍ଦ୍ର ସରକାର ସଂସଦରେ ନାଗରିକତା ସଂଶୋଧନ ବିଧେୟକ ପାସ କରିଥିଲେ । ଯାହାଦ୍ୱାରା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ଦେବାର ପ୍ରାବଧାନ ରହିଛି । ଏହାକୁ ନେଇ ଦିଲ୍ଲୀ ଶାହିନବାଗଠାରୁ ଧରି ଦେଶର ଅନେକ ଅଞ୍ଚଳରେ ମାସ ମାସ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଶାହିନବାଗରେ ଡିସେମ୍ବରଠାରୁ ମାର୍ଚ୍ଚ ଏପରିକି କରୋନା ଲକଡାଉନ ଜାରି ପର୍ଯ୍ୟନ୍ତ ରାସ୍ତାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏବେ ସ୍ଥିତି ସ୍ବାଭାବିକ ଆଡକୁ ଗତି କରୁଥିବାରୁ ଆନ୍ଦୋଳନକାରୀ ବିକ୍ଷୋଭ ପାଇଁ ପୁଣି ସଜବାଜ ହେଉଥିବା ସୂଚନା ରହିଛି  । ଏହାକୁ ନେଇ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଥିଲା  । ଯାହାର ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ  ।

Leave a Reply