ଭୁବନେଶ୍ୱର: ଆସନ୍ତା ଡିସେମ୍ୱର ୧ରୁ ରାଜ୍ୟରେ ଖୋଲିବ ସମସ୍ତ ମେଡିକାଲ କଲେଜ । ଏ ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କୋଭିଡ ଗାଇଡଲାଇନ ଅନୁସାରେ ଖୋଲିବ ମେଡିକାଲ କଲେଜ । କେନ୍ଦ୍ରର ନୂଆ ଗାଇଡଲାଇନ ପାଳନ କରି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ଯୋଗୁଁ ପାଠପଢ଼ା ଓ ପ୍ରଶିକ୍ଷଣରେ ବ୍ୟାହତ ହେଉଥିଲା । ଏବେ ପାଠପଢା ସ୍ୱାଭାବିକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର ।
ଭ୍ୟାକସିନ ୯୫ ପ୍ରତିଶତ ସଫଳ ହେବା ପଛର ସତ୍ୟତା କ’ଣ?
ନୂଆଦିଲ୍ଲୀ: କରୋନା ଭ୍ୟାକସିନ ରେସରେ ସାରା ବିଶ୍ୱ। ଭ୍ୟାକସିନକୁ ସଫଳ ରୂପାୟନ ଦେବାପାଇଁ ପ୍ରଚେଷ୍ଟା ଜାରି ରହିଛି । ଏହାକୁ ନେଇ ଫ୍ରଣ୍ଟ-ରନର-କ୍ୟାଣ୍ଡିଡେଟସ୍ ଯଥେଷ୍ଟ ଉନ୍ନତି କଲେଣି । PHIZER ଏବଂ BIONTECH ଚଳିତ ସପ୍ତାହରେ ଭ୍ୟାକସିନର ୯୫ ପ୍ରତିଶତ ପ୍ରଭାବଶାଳୀ ହେବାକୁ ନେଇ ଦାବି କରିଛନ୍ତି । ଅନ୍ୟପଟେ ଋଷର Sputnik ଏବଂ ଆମେରିକାର Modernaର ଏଫିକେସି ରେଟ୍ ୯୦ରୁ ୯୫ ପ୍ରତିଶତ ବୋଲି କୁହାଯାଉଛି ।
ମାୟୋ କ୍ଲିନିକାଲ ଭ୍ୟାକସିନ ଡେଭଲପର ଡାକ୍ତର.ଗ୍ରେଗରି ପୋଲାଣ୍ଡ ଏହାକୁ ଏକ ବିରାଟ ଗେମ୍ ଚେଞ୍ଜର ଭାବିଛନ୍ତି । ତେବେ ଏହାକୁ ନେଇ ୫୦ରୁ ୭୦ ପ୍ରତିଶତ ଆଶା ବଢିଥିବା ସେ ବୟାନରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନଷ୍ଟ୍ରେସନ ବା FDA ଏଭଳି ଭ୍ୟାକସିନକୁ ତତ୍କାଳୀନ ଅନୁମତି ଦେବାପାଇଁ କହିଛନ୍ତି ଯାହାର ଏଫିକେସି ରେଟ୍ ଅତିକମରେ ୫୦ ପ୍ରତିଶତ ହୋଇଥିବ ।
ନିକଟରେ ଆପଣ ଏଭଳି କିଛି ଭ୍ୟାକସିନ ବିଷୟରେ ଶୁଣିଥିବେ, ଯାହା କିଛି ସୀମିତ ଲୋକଙ୍କୁ ଦିଆଯାଇଛି । ଏଥିରେ ୧୦୦ରୁ ୯୫ ରୋଗୀଙ୍କୁ ବଞ୍ଚାଇଥିବା ଦାବି କରାଯାଉଛି । କିନ୍ତୁ ଏଭଳି ଦାବି ସତ୍ୟଠାରୁ ବହୁ ଦୂରରେ । ପୂରା ବିଶ୍ୱରେ ଭ୍ୟାକସିନ କେଉଁଭଳି ପ୍ରଭାବ ପକାଉଛି, ତାହା କେତେକ କଥା ଉପରେ ନିର୍ଭର କରେ ଏବଂ ଆମ ନିକଟରେ ଏପର୍ଯ୍ୟନ୍ତ କୌଣସି ଉତ୍ତର ନାହିଁ । ଯେପରିକି କ’ଣ ଭ୍ୟାକ୍ସିନେଟ ହୋଇଥିବା ମଣିଷକୁ ଏସିମ୍ପ୍ଟୋମୋଟିକ ଇନଫେକ୍ସନ ହୋଇପାରେ କିମ୍ବା କେତେ ଲୋକଙ୍କୁ ଟୀକା ଦିଆଯିବ ?
ପ୍ରାୟ ୧୦୦ ବର୍ଷ ପୂର୍ବେ ବୈଜ୍ଞାନିକମାନେ ଭ୍ୟାକସିନ ଟ୍ରାଏଲର ନିୟମ ଆରମ୍ଭ କରିଥିଲେ । ଏହି ପ୍ରକ୍ରିୟା ଦ୍ୱାରା ଟ୍ରାଏଲରେ ବାସ୍ତବରେ କିଛି ଭଲ୍ୟୁଣ୍ଟିୟର୍ସଙ୍କୁ ଟୀକା ଦିଆଯାଏ । ଯେପରିକି ଭଲ୍ୟୁଣ୍ଟିୟର୍ସଙ୍କୁ ପ୍ଲେସିବୋ ବା ଆର୍ଟିଫିସିଆଲ ଟୀକା ଦିଆଯାଏ । ଏହାପରେ ଭ୍ୟାକସିନ କେତେ ପ୍ରଭାବ ପକାଇଛି ତାହାକୁ ଗବେଷକ ପର୍ଯ୍ୟାଲୋଚନା କରନ୍ତି ।
ଫାଇଜର ୪୮,୬୬୧ ଲୋକଙ୍କୁ ପରୀକ୍ଷଣରେ ସାମିଲ କରିଥିଲା, ଯେଉଁଥିରେ ୧୭୦ ଲୋକଙ୍କ ନିକଟରେ ଲକ୍ଷଣ ନଜର ଆସିଲା । ୮ ଜଣଙ୍କୁ ଅସଲି ଭ୍ୟାକସିନ ଦିଆଯାଇଥିବାବେଳେ ୧୬୨ ଜଣଙ୍କୁ ପ୍ଲେସିବୋ ଦିଆଯାଇଥିଲା । ଗବେଷକମାନେ ସେହିମାନଙ୍କୁ ଏଥିରେ ସାମିଲ କରିଥିଲେ ଯେଉଁମାନେ ରୋଗାକ୍ରାନ୍ତ ହୋଇଥିଲେ । ନକଲି ଭ୍ୟାକସିନ ଦିଆଯାଇଥିବା ଲୋକଙ୍କ ତୁଳନାରେ ଆର୍ଟିଫିସିଆଲ ଭ୍ୟାକସିନ ନେଇଥିବା ଲୋକ ଅଧିକ ଅସୁସ୍ଥ ହୋଇପଡ଼ିଲେ । ବୈଜ୍ଞାନିକ ଦୁଇ ଗୋଷ୍ଠୀର ଭ୍ୟାକସିନରକୁ ରେଖାଙ୍କିତ କଲେ । ଉଭୟ ମଧ୍ୟରେ ଆସିଥିବା ଅନ୍ତରକୁ ଏଫିକେସି କୁହାଯାଏ । ଯଦି ଅସଲି ଭ୍ୟାକସିନ ଦିଆଯାଇଥିବା ଲୋକଙ୍କ ମଧ୍ୟରେ କେହି ମଧ୍ୟ ଅସୁସ୍ଥ ନହୁଅନ୍ତି ତେବେ ଭ୍ୟାକସିନ ୧୦୦ ପ୍ରତିଶତ ପ୍ରଭାବଶାଳୀ ବୋଲି ମାନିବାକୁ ପଡ଼ିବ ।
ଏଭଳି ପରିସ୍ଥିତିରେ ୯୫ ପ୍ରତିଶତ ଏଫିକେସି ରେଟ୍ ର ଅର୍ଥ ଭ୍ୟାକସିନ କାମ କରୁଛି, କିନ୍ତୁ ଏହି ସ୍ତର ଧାର୍ଯ୍ୟ କରିପାରିବ ନାହିଁଯେ, ଭ୍ୟାକସିନ ଦିଆଯିବା ପରେ ଆପଣ ଅସୁସ୍ଥ ହେବାର ସମ୍ଭାବନା କେତେ ।
ଜନ୍ସ ହୋପକିନ୍ସ ବ୍ଲମବର୍ଡ଼ ଅଫ୍ ପବ୍ଲିକ ହେଲଥର ଏପିଡେମିୟୋଲୋଜିଷ୍ଟ ନୋ.ଆର ଜୀବଙ୍କ ମତରେ ଏଫିକେସି ଏବଂ ଇଫେକ୍ଟିଭନେସ ଉଭୟ ପରସ୍ପର ଜଡ଼ିତ । କିନ୍ତୁ ଖୁବ ଭିନ୍ନ ।
ଖାରଜ ହେଲା ଜାମିନ ଆବେଦନ, ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ
ଭୁବନେଶ୍ୱର: ଜେଲ ଗଲେ ପାଠକ ବାପ-ପୁଅ । ଦୁଇ ଜଣଙ୍କୁ ଆଜି କୋଭିଡ ପରୀକ୍ଷା ପରେ ଗିରଫ କରାଯାଇଥିଲା । ଗିରଫ ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ ବାପ-ପୁଅ । ତେବେ ସେଠାରେ ସେଠାରେ ପାଠକଙ୍କ ଓକିଲ ତାଙ୍କର ଜାମିନ ଆବେଦନ କରିଥିଲେ ।

କିନ୍ତୁ କୋର୍ଟ ପାଠକଙ୍କର ଜାମିନ ଆବେଦନକୁ ଖାରଜ କରିଛନ୍ତି । ଜାମିନ ଆବେଦନକୁ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ଗଲେ ଆଇଏଫ୍ଏସ୍ ଅଭୟକାନ୍ତ । ଦୁଇଜଣଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ ।
ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ଆୟ ବହିର୍ଭୂତ ସଂପତ୍ତି ଭିଜିଲାନସକୁ ତାଜୁବ କରିଛି । ଦୁଇ ଦିନ ଧରି ୧୩ଟି ସ୍ଥାନରେ ରେଡ୍ କରାଯାଇଥିଲା । ଯେଉଁଥିରେ ଭିଜିଲାନ୍ସ ମାଳ ମାଳ ପ୍ଲଟ, କୋଠାବାଡି ସାଙ୍ଗକୁ କୋଟି କୋଟି ଟଙ୍କାର ସମ୍ପତ୍ତି ଖୋଜି ବାହାର କରିଥିଲା । ଏପରି ଭାବେ ୫୦ କୋଟିରୁ ଅଧିକ ସଂପତ୍ତି ଠାବ ହୋଇଥିବା ଜଣାପଡିଛି ।
ଲଳିତ କଳା ଏକାଡେମୀ ଘୋଷଣା କଲା ଧର୍ମପଦ ପୁରସ୍କାର ତାଲିକା, ଜାଣନ୍ତୁ କିଏ ପାଇବେ ପୁରସ୍କାର
ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ ଘୋଷଣା କଲା ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ର ତାଲିକା । ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ପାଇବାକୁ ଥିବା ୫ ବର୍ଷ ପାଇଁ ଧର୍ମପଦ ପୁରସ୍କାର, ଓଡ଼ିଆ ଭାଷା ପାଇଁ ପୁରସ୍କାର ଘୋଷଣା କରାଜାଇଛି । ୨୦୧୬ ମସିହା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ବିପିନ ବିହାରୀ ପରିଡା, ୨୦୧୭ ମସିହା ପାଇଁ ବିଶିଷ୍ଟ ସ୍ଥପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ୨୦୧୮ ପାଇଁ ଜଗଦୀଶ ଚନ୍ଦ୍ର କାନୁନଗୋ, ୨୦୧୯ ଲାଗି ବିଶିଷ୍ଟ ପଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଏବଂ ୨୦୨୦ ଲାଗି ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ମହାପାତ୍ର ଙ୍କୁ ପୁରସ୍କାର ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଧର୍ମଶିଳ୍ପୀ ଙ୍କୁ ୫ ଲକ୍ଷ୍ୟ ଟଙ୍କାର ଚେକ, ତାମ୍ର ଫଳକ ଏବଂ ଉପଢୌକନ ପ୍ରଦାନ କରାଯିବ । ସମ୍ବର୍ଦ୍ଧିତ ଶିଳ୍ପୀ ଙ୍କୁ ୧ ଲକ୍ଷ୍ୟ ଟଙ୍କା ତାମ୍ର ଫଳକ ଏବଂ ଉପଢୌକନ ପ୍ରଦାନ କରାଯିବ । ଚଳିତ ବର୍ଷ ଏକ ବିଶେଷ କାର୍ଯ୍ୟକ୍ରମ ରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ କୁହାଯାଇଛି ।
ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି ୮ କୋଟିରୁ ଅଧିକ ଟଙ୍କା, ହେଲେ ଦେଖାଇ ପାରିଲେନାହିଁ ସାଲାରୀ ସ୍ଲିପ୍
ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା ଆକାଶଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ୮ କୋଟି ୪୦ ଲକ୍ଷ ଅଧିକ ଟଙ୍କା ଡିପୋଜିଟ ହୋଇଛି । ଖାଲି ସେତିକି ନୁହେଁ ବ୍ରହ୍ମପୁରରେ ମଧ୍ୟ କ୍ୟାସ୍ ଡିପୋଜିଟ ହୋଇଛି । ଟଙ୍କାର ଦରିଆ ଥିଲେ ବାପ ପୁଅଙ୍କ ପାଖରେ । ଲକଡାଉନ ସମୟରେ ଅଭୟ ଏବଂ ତାଙ୍କ ପରିବାର ଲୋକ ଚାଟର ପ୍ଲେନରେ ଫରେନକୁ ଯାଇ ବୁଲାବୁଲି ମଧ୍ୟ କରିଛନ୍ତି ।
ସେପଟେ ଆକାଶ ଏକ କୋଟି ଟଙ୍କା ଦରମା ପାଉଥିଲେ ବୋଲି ଅଭୟ କହିଥିଲେ । କିନ୍ତୁ ତାକୁ ନେଇ ଆକାଶ କୌଣସି ସାଲାରୀ କାଗଜପତ୍ର ଦେଖାଇ ପାରିନାହାନ୍ତି । ତେବେ ସେମାନେ କଣ କରନ୍ତି ? କେଉଁଠୁ ଟଙ୍କା ଆଣୁଥିଲେ ? ଏଥିରେ ଆଉ କେଉଁମାନେ ଜଡ଼ିତ ରହିଛନ୍ତି ତାହା ଅଧିକ ତଦନ୍ତ ପରେ ଜଣାପଡ଼ିବ ବୋଲି ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି । ତେବେ ଆଗକୁ ରିମାଣ୍ଡ ଆବେଦନ ନେଇ ବିଚାର ହୋଇନି ବୋଲି ଏସପି କହିଛନ୍ତି ।
ଖାଲି ସେତିକି ନୁହେଁ, ଖୋଜାଖୋଜି ବେଳେ ଅଭୟକାନ୍ତଙ୍କ ନିକଟରୁ ଜବତ ହୋଇଛି ପିସ୍ତଲ । ତେବେ କାହିଁକି ପାଖରେ ମାରଣାସ୍ତ୍ର ରଖିଥିଲେ ଅଭୟ, ତାକୁ ନେଇ ପ୍ରଶ୍ନ ଉଠୁଛି । ଜଣେ ସରକାରୀ ଅଧିକାରୀ, ପାଖରେ ମାରଣାସ୍ତ୍ର ରଖିବା ପଛରେ କାରଣ କଣ ହୋଇପାରେ। ଆଗରୁ ବାପା ପୁଅ ସୁରକ୍ଷା ପାଇଁ ବଡିଗାର୍ଡ ଓ ବାଉନ୍ସର ରଖିଥିବା କଥା ସାମନାକୁ ଆସିଥିଲା। ଆଉ ଏବେ ଜବତ ହୋଇଛି ପିସ୍ତଲ ।
ସେପଟେ ଚାକିରୀ ନକରି ଦାମୀ ଗାଡ଼ିରେ ଚଢୁଥିଲେ, ଆଲିସାନ୍ କୋଠାରେ ରହୁଥିଲେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ । ଭିଜିଲାନ୍ସ ଖୋଳତାଡ଼ ବେଳେ ସାମନାକୁ ଆସିଛି ସଉକର ଏମିତି ନମୁନା । ଆକାଶଙ୍କ ନାଁରେ ମର୍ସିଡିଜ୍, ବିଏମଡବ୍ଲୁ, ଟାଟା ହ୍ୟାରିୟର ଏବଂ ତିନୋଟି ମହଙ୍ଗା ୟାମାହା FzS ବାଇକ୍ ରହିଛି । ପୁଣେରେ ଖୋଜାଖୋଜି ବେଳେ ଦୁଇଟି ମର୍ସିଡିଜ୍ ସମେତ ତିନିଟି ଗାଡ଼ି ସେ ଭଡା ନେଇଥିବା ଜଣାପଡିଛି । ଦେଖନ୍ତୁ, କେମିତି ଦାମୀ ଗାଡ଼ିର ସଉକ ରଖୁଥିଲେ କୋଟିପତି ବାବୁଙ୍କ ପୁଅ। ସଉକ ପୂରଣ ପାଇଁ ଚଢୁଥିଲେ ମହଙ୍ଗା ଗାଡ଼ି ।
ତେଲନଦୀକୁ ଡେଇଁଲେ ଦିବ୍ୟାଙ୍ଗ ଯୁବକ, ପ୍ରେମିକାଙ୍କ ପରିବାର ଲୋକେ ଗୁଣ୍ଡା ପଠାଇଥିବା ଭାବି ଡ଼େଇଁପଡ଼ିଲେ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଅଭାବନୀୟ ଘଟଣା । ତେଲନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ । ତୁଷୁରା ତେଲନଦୀ ବ୍ରିଜରେ ବାଇକ ରଖି ସେ ନଦୀକୁ ଡେଇଁ ପଡ଼ିଥିଲେ । ଯୁବକ ଜଣକ ହେଲେ ବେଲପଡ଼ା ବ୍ଲକ ଅଞ୍ଚଳର ସନ୍ତୋଷ ମିଶ୍ର । ସ୍ଥାନୀୟ ଯୁବକ ଓ ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ତୁଷୁରା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ସନ୍ତୋଷ ଆଜି କୌଣସି କାମରେ ବଲାଙ୍ଗୀର ଆସିଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ପିଛା କରିଥିଲେ । ପ୍ରେମିକାଙ୍କ ପରିବାର ଲୋକେ ତାଙ୍କୁ ମାରିବାକୁ ଗୁଣ୍ଡା ପଠାଇଥିବା ଭାବି ସନ୍ତୋଷ ତୁଷୁରା ନଦୀ ପଟକୁ ଚାଲିଯାଇଥିଲେ । ତେବେ ଭୟରେ ମାନସିକ ଭାରସାମ୍ୟ ହରାଇ ସେ ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି ।
ସନ୍ତୋଷ ନଦୀକୁ ଡେଉଁଥିବା ଦେଖି ସେହି ରାସ୍ତା ଦେଇ ଯାଉଥିବା ଆମ୍ବୁଲାନ୍ସ ସେଠାରେ ଅଟକିଥିଲା । ନଦୀରେ ଗାଧୋଉଥିବା ଯୁବକଙ୍କ ସହାୟତାରେ ଆମ୍ବୁଲାନ୍ସ କର୍ମଚାରୀ ସନ୍ତୋଷଙ୍କୁ ଉଦ୍ଧାର କରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରୁ ବାଇକ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।









