ନାବାଳିକା ବିବାହ ରୋକିଲା ପ୍ରଶାସନ

Jharsuguda Child Line Stopped Child Marriage

ଝାରସୁଗୁଡ଼ା: ଅନିଚ୍ଛା ସତ୍ତ୍ୱେ ହେଉଥିଲା ନାବାଳିକା ବିବାହ, ରୋକିଲା ପ୍ରଶାସନ । ଝାରସୁଗୁଡା ଜିଲ୍ଲା ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ଆଜି ହେବାକୁ ଥିବା ଜଣେ ୧୬ ବର୍ଷୀୟ ନାବାଳିକାର ବିବାହକୁ ପ୍ରଶାସନ ରୋକିଛି । ଝାରସୁଗୁଡା ଚାଇଲ୍ଡ ଲାଇନ୍ ବାହାଘର ରୋକିବା ସହ ନାବାଳିକାଙ୍କୁ ଉଦ୍ଧାର କରିଛି । ନାବାଳିକାଙ୍କ ଅନିଚ୍ଛା ସତ୍ତ୍ୱେ ଏହି ବିବାହର ଆୟୋଜନ କରାଯାଉଥିବା ଚାଇଲ୍ଡ ଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ସୂଚନା ଦେଇଛନ୍ତି ।

Jharsuguda Child Line Stopped Child Marriage

ଏହି ବାଲ୍ୟ ବିବାହ ନେଇ ରବିବାର ବିଳମ୍ବିତ ରାତିରେ ଚାଇଲ୍ଡ ଲାଇନକୁ ସୂଚନା ମିଳିଥିଲା । ଆଜି ସକାଳୁ ସିଡିପିଓ ପୂଣ୍ୟମାସୀ ସାହୁ, ଚାଇଲ୍ଡ ଲାଇନ୍ ସଦସ୍ୟ ରାଧେଶ୍ୟାମ ନାଏକ, ଜ୍ୟୋତ୍ସ୍ନା ପ୍ରଧାନ ଓ ଗାନ୍ଧିଛକ ଫାଣ୍ଡି ପୋଲିସ ନାବାଳିକା ଘରେ ପହଞ୍ଚିଥିଲେ । ନାବାଳିକାର ପରିବାରବର୍ଗଙ୍କୁ ବାଲ୍ୟ ବିବାହ ଆଇନ୍ ଓ ପରିଣାମ ବିଷୟରେ ଅବଗତ କରାଇ ବିବାହକୁ  ରୋକିଥିଲେ ।

Jharsuguda Child Line Stopped Child Marriage

ତେବେ ଚାଇଲ୍ଡ ଲାଇନ ନାବାଳିକା ଘରେ ପହଞ୍ଚିବା ବେଳକୁ ସେଠାରେ ବରଯାତ୍ରୀ ମଧ୍ୟ ପହଞ୍ଚି ସାରିଥିଲେ । ଚାଇଲ୍ଡ ଲାଇନ୍ ବର ପକ୍ଷକୁ ମଧ୍ୟ ବାଲ୍ୟ ବିବାହ ଆଇନ୍ ବିଷୟରେ ସତର୍କ କରାଇଥିଲା । ବରଯାତ୍ରୀ ଲଖନପୁର ବ୍ଲକ ସାଗରପାଲି ଗ୍ରାମରୁ ଆସିଥିବା ବେଳେ ବରକୁ ୨୬ ବର୍ଷ ବୟସ । ନାବାଳିକାଙ୍କୁ ୧୮ ବର୍ଷ ନହେବା ଯାଏ ବିବାହ ନକରିବା ପାଇଁ ଉଭୟ ପକ୍ଷ ରାଜି ହେଲା ପରେ ଗାନ୍ଧିଛକ ଫାଣ୍ଡିରେ ଏକ ଷ୍ଟେସନ ଡାଏରୀ କରାଯାଇଛି । ନାବାଳିକାକୁ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରିଛି ଚାଇଲ୍ଡ ଲାଇନ୍ ।

Leave a Reply