ସମ୍ପତ୍ତି ପାଇଁ ସ୍ତ୍ରୀକୁ ହତ୍ୟା କଲା ଦ୍ୱିତୀୟ ସ୍ୱାମୀ !

ରାଉରକେଲା: ସମ୍ପତ୍ତି ପାଇଁ ସ୍ତ୍ରୀକୁ ହତ୍ୟା ଅଭିଯୋଗ । ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀ ତରଙ୍ଗ ଥାନା ଫାର୍ସା ଟୋଲାରୁ ଆସିଛି ଏମିତି ଅଭିଯୋଗ । ସ୍ତ୍ରୀ ନାଁରେ ଥିବା ସମ୍ପତ୍ତି ହାତେଇବାରେ ବିଫଳ ହେବା ପରେ ଦ୍ଵିତୀୟ ସ୍ୱାମୀ ନାରକୀୟ କାଣ୍ଡ ଘଟାଇଛି । ସ୍ତ୍ରୀକୁ ଦ୍ୱିତୀୟ ସ୍ୱାମୀ ମାରି ଦେଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀ ରାମଧନ ସାହୁଙ୍କୁ ଗିରଫ କରି ତଦନ୍ତ କରୁଛି ।

Second Husband Murdered Wife For Property In Rourkela

ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ପରେ ସାବିତ୍ରୀ ସାହୁ ରାମଧନ ସାହୁଙ୍କୁ ଦ୍ବିତୀୟ ବିବାହ କରିଥିଲେ । ବିବାହ ପରେ ସାବିତ୍ରୀଙ୍କ ନାମରେ ଥିବା ସମସ୍ତ ସମ୍ପତ୍ତି ରାମଧନ ତାଙ୍କ ନାମରେ କରିବା ପାଇଁ ବିଭିନ୍ନ ସମୟରେ ଚାପ ସୃଷ୍ଟି କରୁଥିଲେ । କିନ୍ତୁ ସାବିତ୍ରୀ ଏଥିରେ ରାଜି ନହେବାରୁ ସମ୍ପତ୍ତି ଲୋଭ ଘାରିଥିବା ରାମଧନ ଅସହିଷ୍ଣୁ ହୋଇ ପଡ଼ିଥିଲେ । ଏଥିପାଇଁ ରବିବାର ରାମଧନ ଫାର୍ସାରେ ହାଣି ସାବିତ୍ରୀଙ୍କୁ ହତ୍ୟା କରିଥିବା ବ୍ରାହ୍ମଣୀ ତରଙ୍ଗ ଥାନାରେ ଅଭିଯୋଗ ହୋଇଛି ।

Second Husband Murdered Wife For Property In Rourkela

ଅଭିଯୋଗ ପରେ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଦ୍ବିତୀୟ ସ୍ବାମୀ ରାମଧନ ସାହୁଙ୍କୁ ଗିରଫ କରିଛି । ରାଉରକେଲା ସରକାରୀ ଡାକ୍ତରଖାନାକୁ ସାବିତ୍ରୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply