ସଫଳ ହେଲା ସାଧବାଣୀଙ୍କ ପରିଶ୍ରମ, ଲଣ୍ଡା ପାହାଡ଼ରେ ସୃଷ୍ଟି ହେଲା ଘନ ଜଙ୍ଗଲ

Sadhabani Of Angul Created Forest In Stone Land

ଅନୁଗୁଳ: ଲଣ୍ଡା ପାହାଡ଼ରେ ଝଟକିଲା ସବୁଜିମା । ସଫଳ ହେଲା ସାଧବାଣୀଙ୍କ ୪୦ ବର୍ଷର ପରିଶ୍ରମ । ସାଧବାଣୀଙ୍କ ପ୍ରକୃତି ପ୍ରେମ ଯୋଗୁଁ ଲଣ୍ଡା ପାହାଡ଼ରେ ଆଜି ଖେଳୁଛି ସବୁଜିମା । ନିଜସ୍ବ ଉଦ୍ୟମରେ ଅନୁଗୁଳ ବ୍ଲକ ଗୁରୁଙ୍ଗ ପାହାଡ଼ରେ ସେ ସୃଷ୍ଟି କରିଛନ୍ତି ବିଶାଳ ଜଙ୍ଗଲ । ଯେଉଁଠି ଔଷଧୀୟ ବୃକ୍ଷ ସହ ରହିଛି ଅନେକ ମୂଲ୍ୟବାନ ଗଛ । ଏଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର । ନାଁ ତାଙ୍କର ସାଧବାଣୀ, ହେଲେ ଲୋକେ ସ୍ନେହରେ ଡାକନ୍ତ ଜଙ୍ଗଲରାଣୀ ।

Sadhabani Of Angul Created Forest In Stone Land

ବୟସର ଅପରାହ୍ଣରେ ବି ଆଖିରେ ଆଖିଏ ଆଶା । ପ୍ରକୃତି ଓ ସବୁଜିମା ପ୍ରତି ଅହେତୁକ ଆକର୍ଷଣ । ଲଣ୍ଡା ପାହାଡ଼ରେ ସୃଷ୍ଟି କରିଛନ୍ତି ଘଞ୍ଚ ସବୁଜିମା । ପରିବାର ସଦସ୍ୟ ପରି ଅତି ପ୍ରିୟ ତାଙ୍କର ବୃକ୍ଷ । ନାଁ ସାଧବାଣୀ, ଲୋକଙ୍କ ହୃଦୟରେ ସାଜିଛନ୍ତି ଜଙ୍ଗଲରାଣୀ । ଅନୁଗୁଳ ବ୍ଲକ ଗୁରୁଙ୍ଗ ଗାଁର ସାଧବାଣୀ ନାଏକ । ଶିକ୍ଷା ଦୀକ୍ଷା ନଥିଲେ ବି ପରିବେଶ ପ୍ରତି ତାଙ୍କର ଅହେତୁକ ଆକର୍ଷଣ ଯୋଗୁଁ ଟାଙ୍ଗରା ଲଣ୍ଡା ପାହାଡ଼ରେ ସୃଷ୍ଟି କରିଛନ୍ତି ଘଞ୍ଚ ଜଙ୍ଗଲ । ଦୀର୍ଘ ୪୦ ବର୍ଷ ଧରି ତାଙ୍କର ଉଦ୍ୟମରେ ସୃଷ୍ଟି ହୋଇଥିବା ଜଙ୍ଗଲରେ ରହିଛି ଔଷଧୀୟ ବୃକ୍ଷ ସାଙ୍ଗକୁ ଅନେକ ମୂଲ୍ୟବାନ ଗଛ । ସେଥିପାଇଁ ଜଙ୍ଗଲ ବିଭାଗ ତାଙ୍କୁ ଦେଇଛି ପ୍ରକୃତି ମିତ୍ର ପୁରସ୍କାର ।

Sadhabani Of Angul Created Forest In Stone Land

ଗାଁରେ ରହୁଥିବା ୧୧୦ଟି ପରିବାର ମଧ୍ୟରୁ ୯୦ ପ୍ରତିଶତ ହରିଜନ । ୪୦ ବର୍ଷ ତଳେ ପରିବେଶ ଓ ସବୁଜିମା ନେଇ ଲୋକଙ୍କୁ ବୁଝାଇଥିଲେ ସାଧବାଣୀ । ଏହାପରେ କିଛି ଲୋକଙ୍କ ସହାୟତାରେ ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ ଆରମ୍ଭ କରିଥିଲେ । ପରେ ସାଧବାଣୀଙ୍କୁ ସହାୟତା କରିଥିଲା ଓଡ଼ିଶା ଜଙ୍ଗଲ ବିଭାଗ । ପ୍ରତିଦିନ ସକାଳୁ ଉଠି ଜଙ୍ଗଲର ସୁରକ୍ଷାରେ ଲାଗିପଡ଼ନ୍ତି ସେ । ତାଙ୍କର ଏହି ଉଦ୍ୟମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିବା ସହ ଠେଙ୍ଗା ପାଳି କରି ଏବେ ଜଙ୍ଗଲର ସୁରକ୍ଷା କରିବାକୁ ଘୋଷଣା କରିଛନ୍ତି । ଜଙ୍ଗଲ ସୃଷ୍ଟି ହେବା ପରେ ଗାଁ ଲୋକେ ଅବସର ବିନୋଦନ ପାଇଁ ପ୍ରତିଦିନ ଏହାରି ଭିତରେ ବୁଲି ପ୍ରକୃତିର ମଜା ନେଉଛନ୍ତି ।

Leave a Reply