ପ୍ରତିଷ୍ଠା ଦିବସରେ ରାହୁଲଙ୍କ ଆହ୍ୱାନ, ଦେଶର ହିତ ପାଇଁ ଶାଣିତ ହେଉ ସ୍ୱର

ନୂଆଦିଲ୍ଲୀ: ଦେଶବ୍ୟାପୀ ୧୩୬ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି କଂଗ୍ରେସ  । ଭାରତକୁ ସ୍ବାଧୀନତାର ବହ୍ନି ଦେବା ପାଇଁ ଜନ୍ମ ନେଇଥିବା ଭାରତୀୟ ଜାତୀୟ କଂଗ୍ରେସ ପରବର୍ତ୍ତୀ ସମୟରେ ରାଜନୈତିକ ଦଳ ଭାବେ ଉଭା  ହୋଇଥିଲା  ।  ନୂଆଦିଲ୍ଲୀରୁ ନୂଆପଡା ସବୁଠି ଦଳ ପାଳନ କରୁଛି ନିଜର ପ୍ରତିଷ୍ଠା ପର୍ବ  । ଆଉ ଦଳୀୟ ନେତା ଏବଂ କାର୍ଯ୍ୟକର୍ତ୍ତାକୁ ଉଦବୋଧନ ଦେଇଛନ୍ତି ଗାନ୍ଧୀ ପରିବାର ଦାୟଦ ତଥା ସାସଂଦ ରାହୁଲ ଗାନ୍ଧୀ  ।

ରାହୁଲ କହିଛନ୍ତି, ଦେଶର ହିତ ପାଇ ସ୍ବର ଉଠାବାକୁ କଂଗ୍ରେସ ସର୍ବଦା ପ୍ରତିଶ୍ରୁତିବଦ୍ଧ  । ଏଥିପାଇଁ ଦଳ ସବୁ ତ୍ୟାଗ କରିବାକୁ ପ୍ରସ୍ତୁତ  । ନେତା ଓ କର୍ମୀଙ୍କୁ ଏଥିପାଇଁ ସର୍ବଦା ପ୍ରସ୍ତୁତ ରହିବାକୁ ମଧ୍ୟ ଆହ୍ବାନ ଦେଇଛନ୍ତି ରାହୁଲ  । ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରେ ୧୩୬ ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ଆହ୍ବାନ ଦେଇଛନ୍ତି ସାଂସଦ ରାହୁଲ ଗାନ୍ଧୀ  । ଏହି ଅବସରରେ ଦିଲ୍ଲୀ ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି ବରିଷ୍ଠ ନେତା ଏ.କେ. ଆଣ୍ଟୋନି  । କାର୍ଯ୍ୟକ୍ରମରେ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ଏବଂ ପୁରୁଖା ନେତା ଉପସ୍ଥିତ ଥିଲେ  ।

ସେପଟେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସୋମବାର ଠାରୁ କଂଗ୍ରେସ ଆରମ୍ଭ କରିଛି  ‘ତ୍ରିରଙ୍ଗା ଯାତ୍ରା । ଏହି କାର୍ଯ୍ୟକ୍ରମ ଦେଶବ୍ୟାପୀ ଚାଲିବ । ଏହାସହ ସୋସିଆଲ ମିଡିଆ କ୍ୟାମ୍ପେନ ‘ତ୍ରିରଙ୍ଗା ସହ ସେଲ୍‌ଫିକାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଥିବା ନେଇ ଦଳ ପକ୍ଷରୁ ଦିାଯଆଇଛି ସୂଚନା  ।

Leave a Reply