ଏ.ଆର ରହମାନଙ୍କ ମାଆଙ୍କ ପରଲୋକ, ଫଟୋ ସେୟାର କରି ଲେଖିଲେ ଏମିତି କିଛି

ଚେନ୍ନାଇ: ସଙ୍ଗୀତକାର ଏଆର ରେହମାନଙ୍କ ମାଆ କରୀମା ବେଗମଙ୍କ ପରଲୋକ । ଏଆରରେହମାନ ମାଆଙ୍କ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ପ୍ରତ୍ୟେକଟି ମୁହୂର୍ତ୍ତରେ ଏଆର ରେହମାନ ନିଜ ମାଆଙ୍କୁ ସ୍ମରଣ କରିଥାଆନ୍ତି, ଏମିତିରେ ମାଆଙ୍କ ନିଧନ ତାଙ୍କ ପାଇଁ ଖୁବ କଷ୍ଟଦାୟକ ଅଟେ ।

ନିକଟରେ ଚେନ୍ନାଇ ଟାଇନ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ରେହମାନ କହିଥିଲେ ଯେ, ନିଜ ଭିତରେ ସଙ୍ଗୀତକୁ ନେଇ ଥିବା ପ୍ରତୀଭା ପ୍ରଥମେ ତାଙ୍କ ମାଆ ହିଁ ଜାଣିପାରିଥିଲେ ।

ରେହମାନ କହିଥିଲେ ଯେ, ‘ମାତ୍ର ୮ ବର୍ଷ ବୟସରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ସେତେବେଳେ ବାପାଙ୍କ ବାଦ୍ୟଯନ୍ତ୍ରକୁ ଭଡ଼ାରେ ଦେଇ ମାଆ ଗୁଜୁରାଣ ମେଣ୍ଟାଉଥିଲେ ।’ ରେହମାନ ଆଉ ମଧ୍ୟ କହିଥିଲେ ଯେ ତାଙ୍କ ମାଆଙ୍କ ପାଖରେ ସଙ୍ଗୀତର ଜ୍ଞାନ ଥିଲା । ମାଆ ଆଧ୍ୟତ୍ମିକ ଭାବରେ ବୁଝି ବିଚାରି ନିଷ୍ପତ୍ତି ନେଉଥିଲେ । ଉଦାହରଣ ସ୍ବରୂପ, ‘ମୋର ସଙ୍ଗୀତ ଅଧ୍ୟୟନ ପଛରେ ମାଆଙ୍କ ନିଷ୍ପତ୍ତି ଥିଲା ଏବଂ ଦ୍ବାଦଶ ଶ୍ରେଣୀରେ ପାଠ ଛାଡ଼ି ସଙ୍ଗୀତ ଅଧ୍ୟଯନ କରିବା ପାଇଁ ମାଆ ମତେ ପରାମର୍ଶ ଦେଇଥିଲେ । ଏବଂ ମାଆଙ୍କ ବିଶ୍ବାସ ଥିଲା ସଙ୍ଗୀତ ଜଗତରେ ମୁଁ ସଫଳତା ହାସଲ କରିବି।’

Leave a Reply