ଭାରତରେ ବଢ଼ୁଛି ବ୍ରିଟେନ୍ ଷ୍ଟ୍ରେନ୍ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲେଣି ବ୍ରିଟେନ୍ ଫେରନ୍ତା। ଦିନକୁ ଦିନ ଭାରତରେ ବ୍ରିଟେନ୍ ଷ୍ଟ୍ରେନ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ୨ ଦିନରେ ପାଖାପାଖି ୨୦ ଜଣ ପଜିଟି ଚିହ୍ନଟ ହେଲେଣି । କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ଯାଞ୍ଚ, କଣ୍ଟେନମେଣ୍ଟ ଓ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ କୋଲକାତାରେ ବ୍ରିଟେନରୁ ଫେରିଥିବା ବ୍ୟକ୍ତିଙ୍କ ନିକଟରେ ଷ୍ଟ୍ରେନ୍ ଲକ୍ଷଣ ଦେଖିବାକୁ ମିଳିଛି, ଜିନୋମ ସିକ୍ୱେସିଂ  ଟେଷ୍ଟ ପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବ୍ୟକ୍ତି ଜଣକ ଗତ ସପ୍ତାହରେ ବ୍ରିଟେନରୁ ଫେରିଥିଲେ ।

କର୍ଣ୍ଣାଟକରେ ମଧ୍ୟ କିଛି ଜଣଙ୍କ ଠାରେ ଷ୍ଟ୍ରେନର ଲକ୍ଷଣ ଦେଖିବାକୁ ମିଳିଛି ବୋଲି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି .ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁୟାରୀ ୭ ତାରିଖ ଯାଏ ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ ନିଷ୍ପତ୍ତି. ଡିସେମ୍ବର ୩୧ ଯାଏ ବିମାନ ଚଳାଚଳ ବନ୍ଦ ହୋଇଥିଲା.

ଅନ୍ୟପଟେ ବ୍ରିଟେନ ଫେରନ୍ତା ବହୁ ଯାତ୍ରୀଙ୍କ ପତ୍ତା ପାଉନି ପ୍ରଶାସନ । ପୁନେର ୧୦୯ ଯାତ୍ରୀଙ୍କ ପତ୍ତା ମିଳୁ ନ ଥିବା ବେଳେ ଓଡ଼ିଶାରେ ୬୨ ଜଣଙ୍କ ଖବର ମିଳୁନି ।

ଅନ୍ୟ କେତେକ ରାଜ୍ୟରେ ବି ସମାନ ସମସ୍ୟା ଦେଖାଦେଇଛି । ବ୍ରିଟେନ ଫେରନ୍ତାମାନେ ନିଜ ଆଡୁ ତଥ୍ୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ସରକାର ।

 

Leave a Reply