ଜୟପୁରରେ ଭଟ୍ଟ ଓ କପୁର ପରିବାର: ହେବ କି ନିର୍ବନ୍ଧ !

1 min read

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଦୀର୍ଘଦିନ ହେଲା ଲିଭଇନରେ ରହୁଥିବା ଏହି କପଲଙ୍କ ବିବାହ ଖବରକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ପୂରା ପରିବାର ଏକାଠି ଜୟପୁରରେ ପହଞ୍ଚିଛନ୍ତି । ଲାଗୁଛି ନୂଆ ବର୍ଷ ପୂର୍ବରୁ ଏହି ପ୍ରେମୀ ଯୁଗଳ ବିବାହ କରିପାରନ୍ତି।

ସୂଚନା ମୁତାବକ ଖୁବଶୀଘ୍ର ଜୟପୁରରେ ରଣବୀର-ଆଲିଆଙ୍କ ନିର୍ବନ୍ଧ ହୋଇପାରେ। ଏଥିପାଇଁ ପୁରା କପୁର ପରିବାର ଏବଂ ଭଟ୍ଟ ପରିବାର ଜୟପୁରର ରଣଥାମ୍ଭୋରରେ ଡେରା ପକାଇଛନ୍ତି। ଗତକାଲି ସକାଳେ ଆଲିଆ-ରଣବୀର ମଧ୍ୟ ଜୟପୁରରେ ପହଞ୍ଚିଛନ୍ତି। ତାଙ୍କ ସହ ନୀତୁ କପୁର ଏବଂ ମହେଶ ଭଟ୍ଟ ମଧ୍ୟ ଥିବା ଦେଖିବାକୁ ମିଳିଥିଲା। ରଣବୀର-ଆଲିଆଙ୍କ ପରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ମଧ୍ୟ ଜୟପୁର ଗସ୍ତରେ ଯାଇଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

ପୂର୍ବରୁ ଫିଲ୍ମ ଶୁଟିଂ ପାଇଁ ଆଲିଆ-ରଣବୀର ଜୟପୁର ଯାଉଥିବା ଶୁଣିବାକୁ ମିଳୁଥିଲ। ଏବେ କିନ୍ତୁ ଦୁହିଁଙ୍କ ନିର୍ବନ୍ଧ ନେଇ ଚର୍ଚ୍ଚା ହେଉଛି । ସୂଚନା ମୁତାବକ ଫିଲ୍ମ ନିର୍ମାତା କରଣ ଜୋହରଓ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ମଧ୍ୟ ଆଜି ଗୋଅରୁ ଜୟପୁରର ରଣଥାମ୍ଭୋରରେ ପହଞ୍ଚିଛନ୍ତି। ରଣଥାମ୍ଭୋରରେ ପୁରା କପୁର ପରିବାର ଏବଂ ବଲିଉଡ ସେଲିବ୍ରିଟିମାନେ ଏକାଠି ହେବା ଖବର ଏବେ ସମସ୍ତଙ୍କୁ ଚକିତ କରିଛି। ସେଠାରେ କିଛି ନା କିଛି ପାରିବାରିକ ଫଙ୍କସନ ହୋଇପାରେ ବୋଲି ଅନୁମାନ କରାଯାଉଛି।

 

View this post on Instagram

 

A post shared by Viral Bhayani (@viralbhayani)

ଅନ୍ୟପଟେ ରଣବୀରଙ୍କ ବଡ଼ବାପା ରନ୍ଧୀର କପୁର ଏହି ରିପୋର୍ଟକୁ ଖଣ୍ଡନ କରି କହିଛନ୍ତି, “ଏହା ସତ୍ୟ ନୁହେଁ। ଯଦି ରଣବୀର ଏବଂ ଆଲିଆ ଆଜି ବିବାହ କରୁଥାନ୍ତେ, ତେବେ ମୋ ପରିବାର ଏବଂ ମୁଁ ମଧ୍ୟ ସେମାନଙ୍କ ସହିତ ଥାନ୍ତୁ । ରଣବୀର, ଆଲିଆ ଏବଂ ନୀତୁ ଛୁଟି କଟାଇବାକୁ ଏବଂ ନୂଆ ବର୍ଷ ସେଲେବ୍ରେଟ କରିବାକୁ ସେଠାକୁ ଯାଇଛନ୍ତି। ସେମାନଙ୍କ ଯୋଗଦାନର ଖବର ଭୁଲ ନୁହେଁ। ”

 

Leave a Reply