ବିଦ୍ୟାଳୟ ଓ କଲେଜ୍ ଖୋଲିବାକୁ ରାଜ୍ୟ ସରକାରଙ୍କ ସବୁଜ ସଂକେତ

1 min read
Odisha Allow To Reopen Theaters From 2021 January With 50 Percent Seating capacity

ଭୁବନେଶ୍ୱର: ଜାନୁଆରୀରେ କରୋନା କଟକଣାକୁ ଆଉ ଟିକିଏ କୋହଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଦୀର୍ଘ ୯ ମାସ ହେଲା ବନ୍ଦ ଥିବା ସିନେମା ହଲ୍ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ତେବେ, ପ୍ରେକ୍ଷାଳୟରେ ଦର୍ଶକ ବସିବାର ୫୦ ପ୍ରତିଶତ ସିଟକୁ ନେଇ ହଲ୍ ଓ ଥିଏଟର ଖୋଲିବ । ଏଥିସହ ଯାତ୍ରା ଓ ମୁକ୍ତାକାଶ ରଙ୍ଗମଞ୍ଚକୁ ଅନୁମତି ଦିଆଯାଇଛି ।

Odisha Allow To Reopen Theaters From 2021 January With 50 Percent Seating capacity

ନୂଆବର୍ଷରୁ ବ୍ୟବସାୟଭିତ୍ତିକ ପ୍ରଦର୍ଶନୀ ଆୟୋଜନ ହୋଇପାରିବ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ବିଦ୍ୟାଳୟ ଖୋଲିବାକୁ ସବୁଜ ସଂକେତ ଦେଇଛନ୍ତି ସରକାର । ତେବେ, ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ । କଲେଜ ଖୋଲିବା ନେଇ ଘୋଷଣା କରିବ ଉଚ୍ଚଶିକ୍ଷା ବିଭାଗ । ଜାନୁଆରୀ ୩୧ ଯାଏ ବନ୍ଦ ରହିବ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର । ମନ୍ଦିର ଏବଂ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ । ସରକାରଙ୍କ ଦ୍ୱାରା ପରିଚାଳିତ ସୁଇମିଂ ପୁଲରେ ତାଲିମ୍ ପାଇଁ ଅନୁମତି ଦିଆଯାଇଛି ।

Odisha Allow To Reopen Theaters From 2021 January With 50 Percent Seating capacity
FILE

ଏହା ଛଡ଼ା ପୂର୍ବଭଳି କେବଳ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ୍ । ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ପରିସୀମା ନିର୍ଦ୍ଧାରଣ କରିବ । ୩୧ ଜାନୁଆରୀ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଜାରି ରହିବ ।  ସାଂସ୍କୃତିକ, ଧାର୍ମିକ, ସାମାଜିକ, କ୍ରୀଡ଼ା, ଶୈକ୍ଷିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ଏଭଳି କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଲୋକ ଅଂଶଗ୍ରହଣ କରିପାରିବେ । ଏଥିପାଇଁ ସ୍ଥାନୀୟ ପ୍ରଶାସନର ଅନୁମୋଦନ ନେବାକୁ ହେବ । ବିବାହ କାର୍ଯ୍ୟରେ ୨୦୦ ଜଣ ଲୋକଙ୍କୁ ସାମିଲ୍ ସହ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୧୦୦ ଜଣ ଲୋକଙ୍କୁ ସାମିଲ୍ ଅନୁମତି ଦିଆଯାଇଛି ।

Leave a Reply