spot_img
Home Blog Page 6329

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଢ଼ାଇଲେ କୋଭିଡ୍ ଯୋଦ୍ଧାଙ୍କ ମନୋବଳ

ଭୁବନେଶ୍ୱର: ସମ୍ ହସ୍ପିଟାଲର ୨ ଡାକ୍ତରଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟାରେ ସମ୍ ହସ୍ପିଟାଲର ଡାକ୍ତର ପ୍ରଦୀପ କୁମାର ପାତ୍ର ଏବଂ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରାଙ୍କ ସହ କଥା ହେବା ସହ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଏଥିସହ ସେମାନଙ୍କ ସହଯୋଗୀ ଓ ସମ୍ ହସପିଟାଲର ଉତ୍ସର୍ଗୀକୃତ ସେବା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ଡାକ୍ତର ପ୍ରଦୀପ କୁମାର ପାତ୍ର ଏବଂ ଡାକ୍ତର ଇଶ୍ୱର ଚନ୍ଦ୍ର ବେହେରା ନିରବିଚ୍ଛିନ୍ନ ଭାବେ ରୋଗୀଙ୍କୁ ସେବା ଯୋଗାଇବା ସହ ସୁସ୍ଥ ହେଉଥିବା ରୋଗୀଙ୍କୁ ମଧ୍ୟ ପରବର୍ତ୍ତୀ ସମୟରେ ପରାମର୍ଶ ଦେଉଛନ୍ତି । ଡାକ୍ତର ଇଶ୍ୱର ବେହେରା ଆଇସିୟୁରେ ରହୁଥିବା ରୋଗୀଙ୍କ ଦାୟିତ୍ୱ ନେଉଥିବା ବେଳେ ଇମ୍ୟୁନୋଲୋଜିଷ୍ଟ ଡାକ୍ଚର ପ୍ରଦୀପ କୁମାର ପାତ୍ର ସାମଗ୍ରିକ ଭାବେ କୋଭିଡ୍ ରୋଗୀଙ୍କ ଦାୟିତ୍ୱରେ ରହିଛନ୍ତି ।

CM Naveen Patnaik Talked With Sum Covid Hospitals Doctor

ଭଲ ହୋଇ ଯାଇଥିବା ବିଭିନ୍ନ ଆକ୍ରାନ୍ତଙ୍କଠୁ ଉଭୟଙ୍କ ସଂପର୍କରେ ଜାଣିବା ପରେ ଆଜି ମୁଖ୍ୟମନ୍ତ୍ରୀ ଏମାନଙ୍କ ସହ କଥା ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କଠାରୁ ସାଧୁବାଦ ପାଇବା ପରେ ଉଭୟ ଡାକ୍ତର ଖୁସି ବ୍ୟକ୍ତ କରିଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀ କଥା ହେବା ପରେ ସେମାନେ ଆହୁରି ଉତ୍ସାହର ସହ ରୋଗୀ ସେବା କରିବେ । ଉଭୟ ଡାକ୍ତର ମଧ୍ୟ ସମ୍ ହସ୍ପିଟାଲ ଏବଂ ତାଙ୍କ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

IPL 2020 : 164 ରନ୍ କଲେ ଜିତିବ ମୁମ୍ବାଇ,

0

ଆବୁଧାବି : ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିଛନ୍ତି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ପକ୍ଷରୁ ନିର୍ଦ୍ଦାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୬୨ ରନ ସଂଗ୍ରହ କରିଛି । ଦଳ ପକ୍ଷରୁ ପୃଥ୍ବୀ ସ ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ । ଓପନିଂ ଆସିଥିବା ଧାୱନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୬୯ ରନ୍ ସଂଗ୍ରହ କରିଥିଲେ ।  ସେ ୬ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ । ସେହିପରି ରାହାନେ ୧୫, ଆୟାର ୪୨ ରନ ସଂଗ୍ରହ କରିଥିଲେ । ସେହିଭଳି ଷ୍ଟଏନିସ ୧୩ ଏବଂ କାରେ ୧୪ ରନ ସଂଗ୍ରହ କରିଥିଲେ ।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବୋଲ୍ଟ ଗୋଟିଏ ଏବଂ ପାଣ୍ଡ୍ୟା ୨ଟି ଉଇକେଟ ସଂଗ୍ରହ କରିଥିଲେ । ମୁମ୍ବାଇ ୧୬୩ ରନ କଲେ ଦିଲ୍ଲୀଠାରୁ ବିଜୟୀ ହେବ । ଖବର ସଂଗ୍ରହ ବେଳକୁ ମୁମ୍ବାଇ ବ୍ୟାଟିଂ ଆରମ୍ଭ କରିସାରିଥିଲା । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଏବଂ କ୍ୱାଣ୍ଟେନ ଡି କକ୍ ବ୍ୟାଟିଂ କରୁଥିଲେ ।

 

ପୁଣି ମାମଲା ଜାଲରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ତେଜିଲା ଗିରଫଦାରୀ ଦାବି

ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପିଛା ଛାଡୁନି ବିବାଦ । ଲଗାତାର କୋଭିଡ୍‌ ନିୟମ ଉଲ୍ଲଂଘନ କରି ଚାଲିଛନ୍ତି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବୋଲଗଡ଼ ଥାନାରେ ମାମଲା ରୁଜୁ ହୋଇଛି । ତଥାପି ସୁଧୁରୁ ନାହାନ୍ତି ଅପରାଜିତା । ଭୁଲ୍‌ କରି ଅନୁତାପ ବଦଳରେ ଜନ- ଅଭିଯୋଗ ଶୁଣାଣି କରି ପୁଣି ନିୟମ ଭାଙ୍ଗିଛନ୍ତି । ଖୋର୍ଦ୍ଧା ଆଦର୍ଶ ଥାନାରେ ମଧ୍ୟ ଆଉଏକ ମାମଲା ରୁଜୁ ହୋଇଛି ।

Another FIR Against BJP Bhubaneswar MP Aparajita Sarangi For Violating Covid Norms

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ମାମଲା । ଜୋର୍‌ ଧରିଲା ଗିରଫ ଦାବି । ଅନୁତାପ କଲେନି ଅପରାଜିତା, ପୁଣି ହେଲେ ଅମାନିଆ । ଭୁବନେଶ୍ୱରରେ କଲେ ଆଉ ଏକ ପବ୍ଲିସିଟି ଷ୍ଟଣ୍ଟ । କୋଭିଡ ନିୟମ ଉଲ୍ଲଂଘନର ବ୍ରାଣ୍ଡ ଆମ୍ବାସଡର ସାଜିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ରାତି ପାହିବା ପୂର୍ବରୁ କୋଭିଡ୍‌ କଟକଣା ଭାଙ୍ଗିବା ପାଇଁ ଯୋଜନା କରୁଛନ୍ତି । ଅମାନିଆ ଅପରାଜିତାଙ୍କ ବିରୋଧରେ ଲମ୍ବି ଚାଲିଛି ନିୟମ ଉଲ୍ଲଂଘନର ତାଲିକା । ଏବେ ପୁଣି ବୋଲଗଡ଼ ଥାନାରେ ଅପରାଜିତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅପରାଜିତାଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ଅଭିଯୋଗକାରୀ । ଶନିବାର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ପାଟପୁର ଶାସନ ପଞ୍ଚାୟତରେ କର୍ମୀ ସମ୍ମିଳନୀ କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ । କୋଭିଡ୍‌ ନିୟମକୁ ନମାନି କର୍ମୀଙ୍କ ସହ ମିଳାମିଶା କରିଥିଲେ । ଏନେଇ ତଦନ୍ତ ସହ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ  ଦାବି ହୋଇଛି ।

Another FIR Against BJP Bhubaneswar MP Aparajita Sarangi For Violating Covid Norms

ଜନ- ଅଭିଯୋଗ ଶୁଣାଣି ନାଁରେ ଭୁବନେଶ୍ୱରରରେ ଆଉ ଏକ ପବ୍ଲିସିଟି ଷ୍ଟଣ୍ଟ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । କର୍ମୀଙ୍କ ମେଳରେ ଲକ୍ଷ୍ମୀସାଗରରେ ଆୟୋଜନ ହୋଇଥିଲା ଜନ- ଅଭିଯୋଗ ଶୁଣାଣି । ମାଳ ମାଳ ବିଜେପି କର୍ମୀ ସାଙ୍ଗକୁ ଶତାଧିକ ଲୋକ । ସାମାଜିକ ଦୂରତା ରଖିବା ପାଇଁ କାନ୍ଥରେ କାଗଜ ଖଣ୍ଡେ ଲଗାଇଦେଲେ । କିନ୍ତୁ ବାସ୍ତବରେ କୋଭିଡ୍‌ ନିୟମକୁ ଦଳି ମକଚି ମାଇଲେଜ ନେବାକୁ ଭୁଲିଲେନି ଅପରାଜିତା । ବାରମ୍ବାର ନିୟମ ଉଲ୍ଲଂଘନ କରୁଥିଲେ ବି ଅନୁତାପ ନାହିଁ, ବରଂ ଅନ୍ୟଙ୍କୁ ଦୋଷ ଦେବାକୁ ପଛାଉନାହାନ୍ତି ସାଂସଦ ଅପରାଜିତା ।

Another FIR Against BJP Bhubaneswar MP Aparajita Sarangi For Violating Covid Norms

ଖୋର୍ଦ୍ଧା ଜିଲ୍ଲାରେ କରୋନା ବଢ଼ିବାରେ ଲାଗିଛି । କରୋନା ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା କରୁଛନ୍ତି । କିନ୍ତୁ ଏହି ସମୟରେ ଅପରାଜିତାଙ୍କ ପବ୍ଲିସିଟି ଷ୍ଟଣ୍ଟ ଲୋକଙ୍କୁ ବିପଦରେ ପକାଇବାର ଆଶଙ୍କା ରହିଛି ।

ଉପନିର୍ବାଚନ ପୂର୍ବରୁ ବାଲେଶ୍ୱର ଓ ତିର୍ତ୍ତୋଲରେ ବଢୁଛି ବିଜେଡିର ବଳ

ବାଲେଶ୍ୱର/ଜଗତସିଂହପୁର: ଉପନିର୍ବାଚନ ପୂର୍ବରୁ ବଢୁଛି ବିଜେଡିର ଶକ୍ତି । ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡିରେ ଯୋଗଦେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ଅରୁଣ ଦେଙ୍କ ପରେ ବାଲେଶ୍ୱରରେ ତୃଣମୂଳସ୍ତରର ଅନେକ ବିଜେପି ଓ କଂଗ୍ରେସ ନେତା ଏବଂ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ସେପଟେ ତିର୍ତ୍ତୋଲରେ ଶଙ୍ଖ ଧରିଛନ୍ତି ୫୦ରୁ ଅଧିକ କଂଗ୍ରେସ କର୍ମୀ ।

Balasore And Tirtol By Election, BJP And Congress Workers Joins In BJD

ବାଲେଶ୍ୱରରେ ବଢୁଛି ବିଜେଡି ବଳ । ଉପନିର୍ବାଚନ ପୂର୍ବରୁ ଶଙ୍ଖ ଧରିଲେ ବିଜେପି ଓ କଂଗ୍ରେସ କର୍ମୀ । ବିରୋଧୀଙ୍କୁ ମାତ୍ ଦେବା ପାଇଁ ବିଜେଡିର ବିଜୟ ରଣନୀତି । ଆଉ ଦିନ କେଇଟା ପରେ ବାଲେଶ୍ୱର ସଦର ଉପନିର୍ବାଚନ । ତା’ ପୂର୍ବରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣାଶୁଣା ନେତା ଓ ପୂର୍ବତନ କାଉନସିଲର ବିଜେଡିରେ ଯୋଗଦେଇଛନ୍ତି । ଏଥିସହ ସାମିଲ ହୋଇଛନ୍ତି ୧୪ଟି ୱାର୍ଡର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଦଳରେ ମିଶିଛନ୍ତି । ପୂର୍ବରୁ ଅରୁଣ ଦେ ବିଜେଡିରେ ଯୋଗଦେଇଥିବା ବେଳେ ଏହି ମିଶ୍ରଣ ପର୍ବ ଦଳକୁ ଆହୁରି ସଶକ୍ତ କରିବ ବୋଲି ଦଳୀୟ ନେତା କହିଛନ୍ତି ।

Balasore And Tirtol By Election, BJP And Congress Workers Joins In BJD

ସେହିପରି ତିର୍ତ୍ତୋଲରେ ବଢୁଛି ଉପନିର୍ବାଚନ ତାତି । ବଢୁଛି ବିଜେଡିର ଶକ୍ତି । ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ମୂଳିସିଂହ ପଞ୍ଚାୟତରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ୫୦ରୁ ଅଧିକ କଂଗ୍ରେସ କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ହାତ ଛାଡ଼ି ଶଙ୍ଖ ଧରିଥିବା ସେମାନେ କହିଛନ୍ତି । ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନରେ ବିଜେଡିର ଭୋଟ୍ ହାର ଆହୁରି ବଢିବ ବୋଲି ଆଶା ପ୍ରକାଶ କରିଛନ୍ତି ।

IPL 2020: ପୁଣି ଚମକିଲେ ତେୱାତିଆ, ହାଇଦ୍ରାବାଦକୁ ହରାଇଲା ରାଜସ୍ଥାନ ରୟାଲ୍ସ

0

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଏକ ରୋମାଞ୍ଚକର ମୁକାବିଲାରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି । ପ୍ରତିପକ୍ଷ ସନରାଇଜର୍ସ ହାଇଦ୍ରାବାଦକୁ ଗୋଟିଏ ବଲ ବାକି ଥାଇ ୫ ଉଇକେଟରେ ଜିତିଯାଇଛି । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଦଳ ନିର୍ଦ୍ଦାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୫୪ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଡେଭିଡ ୱାର୍ଣ୍ଣର ୪୮,  ବେୟାରଷ୍ଟୋ ୧୬, ଏମ କେ ପାଣ୍ଡେ ୫୪ , ୱିଲିମସ୍ସ ୨୨ ଏବଂ ଗର୍ଗ ୧୫ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ଆର୍ଚର ,ତ୍ୟାଗୀ ଏବଂ ଉନାକତ ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ସେହିପରି ପିକେ ଗର୍ଗକୁ ରନଆଉଟ କରାଯାଇଥିଲା ।

ଏହାର ଜବାବରେ ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଥିଲା ରାଜସ୍ଥାନ ରୟାଲ୍ସ । ଦଳ ପକ୍ଷରୁ ୨ ଓପନର ଏତେଟା ସଫଳ ହୋଇ ନ ଥିଲେ । ବେନ ଷ୍ଟ୍ରୋକ୍ସ ଏବଂ ବଟଲର ଯଥାକ୍ରମେ ୫ ଏବଂ ୧୬ ରନ ସଂଗ୍ରହ କରିଥିଲେ । ଏହା ପରେ କ୍ୟାପଟେନ ସ୍ମିଥ ମଧ୍ୟ ମାତ୍ର ୫ ରନ କରିଥିଲେ । ଏମାନଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ସଞ୍ଜୁ ସାମସନ୍ ୨୬ ଏବଂ ରବିନ ଉଥାପା ୧୮ ରନ କରିଥିଲେ । ଏହା ପରେ କିନ୍ତୁ ମ୍ୟାଚକୁ ବିଜୟ ଆଡ଼କୁ ନେଇଥିଲେ ଆର. ପରାଗ ଏବଂ ଆର. ତେୱାତିଆଙ୍କ ଅପରାଜେୟ ଯୋଡି । ତେୱାତିଆ ମାତ୍ର ୨୮ ବଲରୁ ୪୫ ରନ ଏବଂ ପରାଗ ୨୬ ବଲରୁ ୪୨ ରନ କରିଥିଲେ । ଏହି ବିଜୟ ସହ ରାଜସ୍ଥାନ ଏବଂ ରାଜସ୍ଥାନର ପଏଣ୍ଟ ସଂଖ୍ୟା ସମାନ ଭାବେ ୬ରେ ପହଞ୍ଚିଛି । ଏହି ମ୍ୟାଚ ପରେ ଦିଲ୍ଲୀ ୧୦ ପଏଣ୍ଟ ଏବଂ ମୁମ୍ବାଇ ୮ ପଏଣ୍ଟ ସହ ଯଥାକ୍ରମେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି କୋଲକତା ତୃତୀୟ ଏବଂ ଆରସିବି ଚତୁର୍ଥ ସ୍ଥାନରେ ରହିଛି ।

ୟେଦ୍ୟୁରପ୍ପା ପରିବାର ବିରୋଧରେ ଦୁର୍ନୀତି ଅଭିଯୋଗ: ଇସ୍ତଫା ଦାବି କଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ଓ ତାଙ୍କ ପରିବାର ବିରୋଧରେ ଦୁର୍ନୀତି ଅଭିଯୋଗ । ରବିବାର କଂଗ୍ରେସ ନେତା ଅଭିଷେକ ମନୁ ସିଂଭି ତାଙ୍କ ପରିବାର ବିରୋଧରେ ଆସିଥିବା ୬୬୨ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗକୁ ଭିତ୍ତି କରି ଇସ୍ତଫା ଦାବି କରିଛନ୍ତି । ପୂର୍ବରୁ କର୍ଣ୍ଣାଟକ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏ ନେଇ ଅଭିଯୋଗ କରିଥିଲେ ।

Karnataka: Congress seeks resignation from Chief Minister Yeddyurappa over allegations of corruption

ୟେଦ୍ୟୁରପ୍ପା ଏବଂ ତାଙ୍କ ପୁଅ ବିଓ୍ୱାଇ ବିଜନ୍ଦ୍ରେୟ ବେଙ୍ଗାଲୁରୁ ଡେଭଲପମେଣ୍ଟ ଅଥରିଟିର ଠିକାଦାର ପାଖରୁ ଲାଞ୍ଚ ନେଇଛନ୍ତି । ଏ ସମ୍ପର୍କିତ ଅଡିଓ କ୍ଳିପ୍ ଭାଇରାଲ୍ ହୋଇଛି । ଯେଉଁଥିରେ କଣ୍ଟ୍ରାକ୍ଟର ସହ ବିଜୟେନ୍ଦ୍ର ଏବଂ ତାଙ୍କ ନାତିଙ୍କ ସମ୍ପୃକ୍ତି ରହିଥିବା ସିଦ୍ଧରମାୟ କହିଛନ୍ତି । ଏଣୁ ତାଙ୍କ ବିରୋଧରେ ଅପରାଧିକ ମାମଲା ହେବା ନେଇ ଦାବି କରିଥିଲେ ।

                ଶ୍ରୀ ସିଂଭି ସିଦ୍ଧରମେୟାଙ୍କ ଅଭିଯୋଗକୁ ଭିତ୍ତିକରି ସେ କହିଛନ୍ତି ଯେ, ହ୍ୱାଟସ୍ଆପ୍ ବାର୍ତ୍ତାଳାପରେ ୟେଦ୍ୟୁରପ୍ପାଙ୍କ ପୁଅ ବେଙ୍ଗାଲୁରୁ ଡେଭଲପମେଣ୍ଟ ଅଥରିଟିଙ୍କ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ସ୍ପଷ୍ଟ ହୋଇଛି । ଏଥିସହିତ ତାଙ୍କ ନାତିଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ସ୍ପଷ୍ଟ ହୋଇଛି, ଏହା ସତ୍ତ୍ୱେ କୌଣସି ଅପରାଧୀକ ମାମଲା ମଧ୍ୟ ରୁଜୁ ହୋଇନାହିଁ । ଏଥିସହିତ ଏଭଳି ଅଭିଯୋଗ ଉପରେ କର୍ଣ୍ଣାଟକ ସରକାର କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ସିଂଭି । ଯଦି ବିଜେପି ଏବଂ ମୁଖ୍ୟମନ୍ତ୍ରୀଙ୍କ ଟିକିଏ ସୌଜନ୍ୟତା ଥାନ୍ତା ତା’ହେଲେ ସେ ପଦବୀରୁ ଇସ୍ତଫା ଦେଇସାରିଥାନ୍ତେ ବୋଲି ସିଂଭି କହିଛନ୍ତି । ଏଭଳି କି ଏହି ପ୍ରସଂଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ସିଂଭି । ସେ କହିଛନ୍ତି ଏହି ଅଭିଯୋଗରେ କାହିଁକି ଚୁପ୍ ଅଛନ୍ତି ଚୌକିଦାର ।

ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେଡି, ପ୍ରତ୍ୟେକ ଦିନ ଯୋଗ ଦେଉଛନ୍ତି ଶତାଧିକ କର୍ମୀ

 

କରୋନାରୁ ସୁସ୍ଥ ହେଲେ ଆଉ ୩ ହଜାର ୩୪୨ ଜଣ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଆଉ ୩ ହଜାର ୩୪୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାର ୬୧୫ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୪୬ ଜଣ ସଂକ୍ରମିତ ହୋଇଥିବା ବେଳେ ତା’ଠାରୁ ଢ଼େର ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକି ଆଶ୍ୱସ୍ତିର ବିଷୟ ।

ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଜଣ ସୁସ୍ଥ ହୋଇଥିବା ବେଳେ କଟକ ୩୬୬, ମୟୂରଭଞ୍ଜ, ୩୬୨, ଅନୁଗୁଳ ୨୮୮, ଯାଜପୁର ୧୫୫, କେନ୍ଦ୍ରାପଡ଼ା ୧୩୧, ବରଗଡ଼ ୧୦୪, ପୁରୀ ୧୦୩, ସମ୍ବଲପୁର ୯୩, କେନ୍ଦୁଝର ୮୯, ଭଦ୍ରକ ୮୪, ବଲାଙ୍ଗିର ୮୨, ଜଗତସିଂହପୁର ୭୬, ସୁନ୍ଦରଗଡ଼ ୭୨, ବୌଦ୍ଧ ୬୪, ସୋନପୁର ୫୩, ଝାରସୁଗୁଡ଼ା ୫୨, ନୟାଗଡ଼ ୪୮, କଳାହାଣ୍ଡି ୪୭, କନ୍ଧମାଳ ୪୬, ଗଞ୍ଜାମ ୪୨, ନୂଆପଡ଼ା ୪୨, ଢେଙ୍କାନାଳ ୪୦, କୋରାପୁଟ ୩୯, ମାଲକାନଗିରି ୩୫, ବାଲେଶ୍ୱର ୩୪, ଦେବଗଡ଼ ୨୨, ରାୟଗଡ଼ା ୧୪, ନବରଙ୍ଗପୁର ୧୩, ଗଜପତି ୧୦ ଓ ଷ୍ଟେଟ ପୁଲରୁ ୨୦୦ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Another 4014 Covid patients have recovered and are being discharged

ଏଯାବତ୍ ରାଜ୍ୟରେ ୨ ଲକ୍ଷ ୫୨ ହଜାର ୨୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ ଲକ୍ଷ ୨୭ ହଜାର ୬୧୫ ଜଣ ସୁସ୍ଥ ହୋଇ ସାରିଲେଣି । ୧ ହଜାର ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି । ସଂକ୍ରମଣରେ ସବୁଠୁ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା ।

ମେଲ୍ ଓ ଏକ୍ସପ୍ରେସ ଟ୍ରେନରେ ରହିବନି ସ୍ଲିପର କୋଚ୍, ରହିବ କେବଳ AC

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ରେଳ ନେଟୱର୍କ ଅପଗ୍ରେଡ୍ କରାଇବା ପାଇଁ ବିଚାର କରୁଛି । ସ୍ୱର୍ଣ୍ଣିମ ଚତୁର୍ଭୁଜ ଯୋଜନାରେ ବହୁ ଦୂର ଯାଉଥିବା ମେଲ ଓ ଏକ୍ସପ୍ରେସ ଟ୍ରେନରୁ ସ୍ଲିପର କୋଚ୍ ହଟାଇ ଦିଆଯିବ । ଅର୍ଥାତ୍ ଏହି ଟ୍ରେନରେ କେବଳ ଏସି କୋଚ୍ ରହିବ । ଏହି ଟ୍ରେନର ବେଗ ଘଣ୍ଟା ପ୍ରତି ୧୩୦ରୁ ୧୬୦ କିମି ରହିବ । ପ୍ରକୃତରେ ମେଲ ଓ ଏକ୍ସପ୍ରେସ ଟ୍ରେନ୍ ଘଣ୍ଟାପ୍ରତି ୧୩୦ କିମିରୁ ଅଧିକ ବେଗରେ ଚାଲିବା ଦ୍ୱାରା ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସମସ୍ୟା ସୃଷ୍ଟି କରିଥାଏ । ସେଥିପାଇଁ ଏହି ପ୍ରକାରର ସମସ୍ତ ଟ୍ରେନରୁ ସ୍ଲିପର କୋଚକୁ ହଟାଇ ଦିଆଯିବ ।

Non AC Coaches To Be Phased Out In All Mail Express Trains

ଲମ୍ବା ଦୂରକୁ ଯାଉଥିବା ମେଲ୍ ଓ ଏକ୍ସପ୍ରେସ ଟ୍ରେନରେ ଏବେ ୮୩ଟି କୋଚ୍ ଲଗାଇବାକୁ ପ୍ରସ୍ତାବ ରହିଛି । ତେବେ, ଚଳିତ ବର୍ଷ ଶେଷ ସୁଦ୍ଧା ଏହି କୋଚ ସଂଖ୍ୟା ବୃଦ୍ଧି କରି ୧୦୦ କରି ଦିଆଯିବ । ସେହିଭଳି ଆସନ୍ତା ବର୍ଷ କୋଚ୍ ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବା ନେଇ ଯୋଜନା ରଖିଛି ରେଳବାଇ । ଏପରି ହେଲେ ଆଗାମୀ ସମୟରେ ଯାତ୍ରା ଆହୁରି ଆରାମଦାୟକ ହେବା ସହ ଯାତ୍ରା ସମୟ କମିବ । ତେବେ, ଏହା ବଦଳରେ ଭଡ଼ା ମଧ୍ୟ ସାମାନ୍ୟ ଏସି କୋଚ୍ ଠାରୁ କମ୍ ରଖିବାକୁ ରେଲୱେ ଯୋଜନା କରିଛି ।

Non AC Coaches To Be Phased Out In All Mail Express Trains

ତେବେ, ଏହାର ଅର୍ଥ ନୁହେଁ ଆଉ ନନ୍-ଏସି କୋଚ୍ ରହିବ ନାହିଁ । ପ୍ରକୃତରେ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ଟ୍ରେନର ଗତି ଏସି କୋଚ୍ ତୁଳନାରେ କମ୍ ରହିଥାଏ । ସୂଚନା ଅନୁସାରେ ଏସି ଟ୍ରେନ୍ ଘଣ୍ଟାପ୍ରତି ୧୧୦ କିଲୋମିଟ ବେଗରେ ଚାଲିବ । ଏହି ସବୁ ଯୋଜନାର କାର୍ଯ୍ୟକାରୀତା ପର୍ଯ୍ୟାୟକ୍ରମେ କରାଯିବ । ଏଥିସହ ଗୋଟିଏ ପର୍ଯ୍ୟାୟରେ ମିଳିଥିବା ଅଭିଜ୍ଞତାକୁ ଆଗାମୀ ପର୍ଯ୍ୟାୟ ଯୋଜନାରେ ଲାଗୁ କରାଯିବ ।

Non AC Coaches To Be Phased Out In All Mail Express Trains

ଏହା ପୂର୍ବରୁ ଭାରତୀୟ ରେଳବାଇ ବୁଧବାରକୁ ୩୯ଟି ନୂଆ ପ୍ୟାସେଞ୍ଜର ଟ୍ରେନ୍ ଚଳାଇବାକୁ ଅନୁମତି ଦେଇଥିଲା । ଏହି ସମସ୍ତ ଟ୍ରେନ୍ ସ୍ୱତନ୍ତ୍ର ଟ୍ରେନ୍ ଭାବେ ଚାଲିବ । ରେଳବାଇ ପକ୍ଷରୁ ସମସ୍ତ ୩୯ଟି ଟ୍ରେନର ତାଲିକା ମଧ୍ୟ ଜାରି କରାଯାଇଥିଲା । ତେବେ, ଏସବୁ ୩୯ଟି ଟ୍ରେନ କେବେଠୁ ଟ୍ରାକରେ ଗଡ଼ିବ ସେନେଇ ରେଳବାଇ କୌଣସି ସୂଚନା ଦେଇନାହିଁ । ରେଳବାଇ ଅନୁସାରେ ଖୁବଶୀଘ୍ର ନୂତନ ୩୯ଟି ଟ୍ରେନ ଟ୍ରାକରେ ଦୌଡ଼ିବ ।

ଆୟୁର୍ବେଦର ସାମଗ୍ରିକ ଆରୋଗ୍ୟ କ୍ଷମତା ରହିଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

0

ନୂଆଦିଲ୍ଲୀ: କରୋନା ଭାଇରସ୍ ରୋଗର ପ୍ରତିକାର ଏବଂ ଚିକିତ୍ସାରେ ଆୟୁର୍ବେଦର ବ୍ୟବହାର ନେଇ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ପ୍ରତି ରବିବାର ଅନୁଷ୍ଠିତ ହେଉଥିବା ‘ରବିବାର ସମ୍ୱାଦ’ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି ଯେ, ରୋଗ ପରିଚାଳନା କ୍ଷେତ୍ରରେ ଆୟୁର୍ବେଦର ସାମଗ୍ରୀକ ଉପସ୍ଥାପନା ଅଛି । ଏଥିରେ କୌଣସି ରୋଗର ଚିକିତ୍ସା କରିବା ଏବଂ ତାହାର ନିରାକରଣ ନିମନ୍ତେ ସାମଗ୍ରୀକ ସୁସ୍ଥତା ଉପରେ ଧ୍ୟାନ ଦିଆଯାଏ । ତେଣୁ ପରୀକ୍ଷାମୂଳକ ଅଧ୍ୟୟନ ସମେତ ଆୟୁର୍ବେଦ ଶାସ୍ତ୍ରର ଗଭୀର ଅଧ୍ୟୟନ ପରେ କୋଭିଡ-୧୯ ନେଇ ସତର୍କତାମୂଳକ ଚିକିତ୍ସା ଭାବେ ମିଶ୍ରିତ ଆୟୁର୍ବେଦ ଔଷଧ ଅନୁମୋଦନ କରାଯାଉଛି ।

            କରୋନା କାଳରେ ଲୋକମାନଙ୍କ ସ୍ୱାସ୍ଥ୍ୟ ବୃଦ୍ଧି ଏବଂ ଆବଶ୍ୟକତାକୁ ଚାହିଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ସମୟ-ସିଦ୍ଧ ଏବଂ ପ୍ରମାଣଭିତ୍ତିକ ପ୍ରାକୃତିକ ଆୟୁଷ ଉପଚାର ବ୍ୟବହାର ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସର୍ବସାଧାରଣଙ୍କ ଲାଗି ଉପଦେଶାବଳୀ ପ୍ରଚାର କରିଛି  । ଗୁଡୁଚି, ଅଶ୍ୱଗନ୍ଧା, ଗୁଡୁଚି ଓ ପୀପଳି ମିଶ୍ରଣ ଏବଂ ଆୟୁଷ-୬୪। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ପରିବର୍ତ୍ତନକାରୀ ଭୂତାଣୁ ନିରୋଧୀ, ଆଣ୍ଟିବାୟୋଟିକ୍‌ ଏବଂ ପ୍ରଦାହ ନିରୋଧୀ ଗୁଣ ଥିବା କଥା କେତେଗୁଡ଼ିଏ ଉଲ୍ଲେଖନୀୟ ଅଧ୍ୟୟନରୁ ପ୍ରମାଣିତ ହୋଇଛି ବୋଲି ବର୍ଦ୍ଧନ ବୁଝାଇ କହିଛନ୍ତି।

ଦେଶରେ ଆରମ୍ଭ ହେଲା ସ୍ୱାମୀତ୍ୱ ଯୋଜନା, ୬ ରାଜ୍ୟର ୧ ଲକ୍ଷ ଲୋକଙ୍କୁ ଦିଆଗଲା ସମ୍ପତ୍ତି ରେକର୍ଡ

ସମସ୍ତଙ୍କୁ ଚକିତ କରୁଛି ୪ ବର୍ଷର ବାଳକର ସନ୍ତରଣ, ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଝାରସୁଗୁଡ଼ା: ଚକିତ କରୁଛି ୪ ବର୍ଷର ଛୁଆ । ଯେଉଁଠି ପାଣିକୁ ଦେଖିଲେ ୪୦ ବର୍ଷିଅଙ୍କୁ ବି ଡର ଲାଗେ । ସେଠି ୪ ବର୍ଷର ଛୁଆ ପାଣିକୁ ଦେଖିଲେ ବେଶ୍ ଖୁସି ହୋଇଯାଉଛି । ଆପଣ ଭାବୁଥିବେ ଛୁଆଟି ପାଣିରେ ଖେଳିବା ପାଇଁ ଖୁସି ହେଉଥିବ । ଜମା ନୁହେଁ ବରଂ ସନ୍ତରଣ ପ୍ରତି ଛୁଆଟିର ରହିଛି ଅଦ୍ୟମ ଆଗ୍ରହ । ସନ୍ତରଣରେ ସମସ୍ତଙ୍କୁ ଚକିତ କରୁଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁରର କୁନି ପୁଅ ଦୁର୍ଗା ପ୍ରସାଦ ।

4 Year Old Boy Durga Prasad Swimming In 100 Meter Pond Without Hassle

ଦୁର୍ଗାକୁ ମାତ୍ର ୪ ବର୍ଷ । ହେଲେ ତା ପ୍ରତିଭା ଦେଖି ସମସ୍ତେ ବିସ୍ମିତ । ଦୁର୍ଗାର ସନ୍ତରଣ ଆଗରେ ହାର୍ ମାନୁଛନ୍ତି ସମସ୍ତେ । ଯୁବକ ତ ଯୁବକ ବୟସ୍କ ବି ଦୁର୍ଗାର ସନ୍ତରଣକୁ କରୁଛନ୍ତି ସଲାମ୍ । ଲଖନପୁର ବ୍ଲକ ଅନ୍ତର୍ଗତ ଭଅଁରାଚକା ଗାଁର ସସ୍ମିତା ଧୂରୁଆଙ୍କ କୁନି ପୁଅ ଦୁର୍ଗା । ଗାଁ ପୋଖରୀର ଏ ମୁଣ୍ଡରୁ ସେ ମୁଣ୍ଡ ୧୦୦ ମିଟର ଦୂରତାକୁ ଅତି ସହଜରେ ପହଁରି ପହଁରି ଅତିକ୍ରମ କରି ପାରୁଛି ଏହି ବାଳକ । ଦୁର୍ଗାର ଏହି ଜଳକ୍ରୀଡ଼ି ଦେଖିବାକୁ ଗାଁ ପୋଖରୀରେ ବି ଲାଗୁଛି ଭିଡ଼ ।

4 Year Old Boy Durga Prasad Swimming In 100 Meter Pond Without Hassle

୪ ବର୍ଷରୁ ସନ୍ତରଣରେ ଦକ୍ଷତା ଦେଖାଇଥିବା ଦୁର୍ଗା ସନ୍ତରଣର ପ୍ରଶିକ୍ଷଣ ନେଇନି କି ତାକୁ କେହି ପହଁରିବା ଶିଖାଇ ନାହାଁନ୍ତି । ଗାଁରେ ପୋଖରୀରେ ଗାଧୋଇବା ବେଳେ ନିଜେ ସେ ସନ୍ତରଣ ଶିଖିଥିବା କହିଛନ୍ତି ପରିବାର ଲୋକ । ପିଲାଟି ବେଳରୁ ଦୁର୍ଗାର ସନ୍ତରଣ ପ୍ରତି ରହିଛି ଅହେତୁକ ଆଗ୍ରହ । ପୁଅକୁ ସନ୍ତରଣରେ ଉଚ୍ଚକୋଟିର ପ୍ରଶିକ୍ଷଣ ଦେବାକୁ ଇଚ୍ଛା ଥିଲେ ମଧ୍ୟ ଅର୍ଥର ଅଭାବ ଥିବା ମାଆ ସୁସ୍ମିତା ଧୂରୁଆ କହିଛନ୍ତି । ଦୁର୍ଗାକୁ ସରକାରୀ ପ୍ରଶିକ୍ଷଣ ମିଳିଲେ ଆଗକୁ ଦେଶ ପାଇଁ ଦୁର୍ଗା ଗୌରବ ଆଣିବ ବୋଲି ଆଶା ରଖିଛି ପରିବାର ।