spot_img
Home Blog Page 6330

ଭାଇରାଲ ହେଉଛି ଅନୁଷ୍କାଙ୍କ ଶୀର୍ଷାସନ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ପ୍ରେଗନେନ୍ସିଙ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସେହି ଫଟୋରେ ଅନୁଷ୍କା ଶର୍ମା ଶୀର୍ଷାସନ କରୁଥିବା ନଜର ଆସୁଛନ୍ତି । ଆଉ ଏଇ କାମରେ ତାଙ୍କୁ ସାହାଯ୍ୟ କରିଛନ୍ତି କ୍ରିକେଟର ସ୍ୱାମୀ ବିରାଟ କୋହଲି। ଅନୁଷ୍କାଙ୍କ ବେବି ବମ୍ପ ନଜର ଆସୁଥିବା ବେଳେ ବିରାଟ ଖୁବ୍ ସତର୍କତାର ସହ ତାଙ୍କ ପାଦକୁ ଧରିଥିବା ନଜର ଆସିଛି ।

ଅନୁଷ୍କା କ୍ୟାପସନରେ ଲେଖିଛନ୍ତି, ‘‘ ଏହା ହ୍ୟାଣ୍ସ-ଡାଉନ୍ ଓ ଲେଗ୍ସ ଅପ ଏକ୍ସରସାଇଜ୍ ଅଟେ । ଯୋଗ ମୋ ଜୀବନର ଏକ ବଡ ଅଂଶ । ଡାକ୍ତର ମୋତେ କହିଛନ୍ତି ଯେ ମୁଁ ସେହି ସବୁ ଯୋଗାସନ କରିପାରିବି, ଯେଉଁଥିରେ ଅଧିକ ଟୁଇଷ୍ଟ କରିବାକୁ ପଡିବ ନାହିଁ ।

ଏହି ଫଟୋକୁ ପ୍ରାୟ ୩ ଲକ୍ଷରୁ ଅଧିକ ୟୁଜର୍ସ ଲାଇକ୍ ଓ ଶେୟାର କରିଛନ୍ତି ।

ବିଶ୍ୱର ସବୁଠୁ ଘାତକ ମିସାଇଲର ପରୀକ୍ଷଣ କଲା ଋଷ, ଚିନ୍ତାରେ ଆମେରିକା

ମସ୍କୋ: ବିଶ୍ୱର ସବୁଠୁ ଘାତକ ମିସାଇଲର ପରୀକ୍ଷଣ କରିଛି ଋଷ୍‌  । ଆମେରିକାକୁ ଡରେଇବା ଉଦେଶ୍ୟରେ ଋଷ ଏଭଳି କରିଥିବା କୁହାଯାଉଛି  । ସମୁଦ୍ର ମଝିରେ ଋଷ ଏହି ଟେଷ୍ଟ କରିଥିବା ବେଳେ ମିସାଇଲକୁ ଟ୍ରାକ୍‌ କରିବା ଅସମ୍ଭବ ବୋଲି ଋଷ ବୈଜ୍ଞାନିକ ମାନେ କହିଛନ୍ତି  । ମିସାଇଲର ପରୀକ୍ଷଣ ସଫଳ ହୋଇଥିବା ବେଳେ ୪୫୦ କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ଧ୍ୱସ କରିଦେଇଛି  ।

ତେବେ ଧ୍ୱନିର ଗତିଠୁ ୮ ଗୁଣା ଅଧିକ କ୍ଷିପ୍ର ଗତିରେ ଯାଇପାରେ ଏହି ମିସାଇଲ । ଟାର୍ଗେକୁ ଧ୍ୱଂଶ କରିବା ପୂର୍ବରୁ ଏହି ମିସାଇଲକୁ କେହି ବି ଅଟକାଇପାରିବେ ନାହିଁ । ମିସାଇଲର ନାଁ ଜିରକୋନ ରଖାଯାଇଛି  । ମ୍ୟାକ ୮ ଗତିରେ ଏହି ମିସାଇଲ ଉତକ୍ଷେପଣ ହୋଇଥାଏ  । ଘଣ୍ଟାକୁ ୯ ହଜାର ୮୭୮ କିଲୋମିଟର ଗତିରେ ମିସାଇଲ ପ୍ରତିପକ୍ଷକୁ ଆକ୍ରମଣ କରିବାର କ୍ଷମତା ରହିଛି ଏହି ଏହି ମିସାଇଲ ପାଖରେ ।

ତେବେ ଋଷର ଏହି ମିସାଇଲ ପରୀକ୍ଷଣ ପରେ ଭୟଭୀତ ହୋଇପଡ଼ିଛି ଆମେରିକା । ଏବଂ ମିସାଇଲର ସଫଳତା ଉପରେ ଆମେରିକା ତାର ଚିନ୍ତା ପ୍ରକାଶ କରିଛି । କାରଣ ମାତ୍ର ୫ ମିନିଟରେ ମିସାଇଲଚି ଆମେରିକାର କିଛି ସହରକୁ ଧ୍ୱଂସ କରିବାରେ ସଫଳ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା: ଡିସେମ୍ବର ୧୪ରେ ପରବର୍ତ୍ତୀ ଶୁଣାଣି

କଟକ: ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା । ମୃତକ କେ ରମେଶଙ୍କ ପରିବାରକୁ କ୍ଷତିପୂରଣ ଦେବା ନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ସରକାର । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆ ସରିଛି ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି । ଏହାସହ ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ଵାରା ତଦନ୍ତ ଚାଲିଛି । ତେବେ କ୍ଷତିପୂରଣ ବାବଦରେ ଏନ୍ ଏଚ ଆର୍ ସି ଚୁଡ଼ାନ୍ତ ନିଷ୍ପତ୍ତି ନେବେ । ଆବେଦନକାରୀଙ୍କ ପକ୍ଷରୁ ମଧ୍ୟ ପ୍ରତି ଜବାବ୍ ଦାଖଲ ହୋଇଛି ।

ମାମଲାର ଆସନ୍ତା ୧୪ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଗତ ୧୯ ତାରିଖରେ ପୁରୀ ବାସେଳିସାହି ଥାନା ହାଜତରେ ପୋଲିସ ରମେଶଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏହାକୁ ପୋଲିସ ମନା କରିବା ସହିତ ଧସ୍ତାଧସ୍ତି ବେଳେ ମୃତ୍ୟୁ ହୋଇଥିବା ସ୍ୱୀକାର କରିଥିଲା । ଏହାକୁ ନେଇ ପୁରୀରେ ଉତ୍ତେଜନା ପ୍ରକାଶ ପାଇବାରୁ ଡିଜିପି ଏନଏଚଆରସି ଗାଇଡଲାଇନ ଅନୁସାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଘଟଣାରେ ସରକାର ତତ୍କାଳ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ପୁରୀ ଏସପିଙ୍କୁ ବଦଳି କରିବା ସହିତ ୩ ପୋଲିସଙ୍କୁ ନିଲମ୍ବିତ କରିଥିଲେ ସରକାର ।

ଅସହାୟକୁ ସାହାଯ୍ୟ କରିବ ‘ଉଡ୍ର ଓଡ଼ିଶା’ର ଅଭିଯାନ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଉ ଶୀତ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି, ଗରିବ ଓ ରାସ୍ତା କଡ଼ ବସବାସ କରୁଥିବା ଶ୍ରମିକ ଓ ମଜୁରିଆ ଲୋକ । ଆଉ ଏମାନଙ୍କ ପାଖରେ ପୋଷାକ ଓ ଶୀତ ବସ୍ତ୍ର ଯୋଗାଇ ଦେବା ଲାଗି ପ୍ରୟାସ ଆରମ୍ଭ କରିଛି ସାମାଜିକ ଅନୁଷ୍ଠାନ ଉଡ୍ର ଓଡ଼ିଶା। ‘ଥିଲେ ଦିଅ, ନଥିଲେ ନିଅ’ ଅଭିଯାନ ଜରିଆରେ ଦେଶର ୧୨ ଟି ସହରରେ ସଂଗ୍ରହ ହେବ ପୋଷାକ ଓ ଶୀତ ବସ୍ତ୍ର । ଏଥିପାଇଁ ସମସ୍ତ ପ୍ୟାରିସ ବେକେରୀ ଆଉଲେଟ ଆଗରେ ଦାନ ବକ୍ସ ସ୍ଥାପନ କରାଯାଇଛି ବୋଲି କହିଛନ୍ତି ଉଡ୍ର ଓଡ଼ିଶାର ସମ୍ପାଦକ ଶୁଭ୍ରାଜ୍ୟୋତି ଦାସନାୟକ ।

ଗରିବ ଲୋକଙ୍କୁ ଶୀତ ବସ୍ତ୍ର ଯୋଗାଇ ଦେବା ଲାଗି ବିଶିଷ୍ଠ ସମାଜସେବୀ ତଥା ଶ୍ରମିକ ନେତା ମାୟାଧର ନାୟକଙ୍କ ପରିକଳ୍ପନାରେ ଆରମ୍ଭ ହୋଇଥିବା ଅଭିଯାନ, ‘ଥିଲେ ଦିଅ, ନଥିଲେ ନିଅ’ । ଚଳିତବର୍ଷ ଦେଶର ୧୨ ଟି ସହରରେ ପୋଷାକ ଓ ଶୀତ ବସ୍ତ୍ର ସଂଗ୍ରହ କରିବାକୁ ଯୋଜନା କରିଛି ଓଡ୍ର ଓଡ଼ିଶା ।

ଭୁବନେଶ୍ୱର, ପାରାଦ୍ୱୀପ, କଟକ, ବ୍ରହ୍ମପୁର, ବାଲେଶ୍ଵର, ଭଦ୍ରକ, ଯାଜପୁର, ମୁମ୍ବାଇ, କୋଲକାତା, ପୁଣେ ଓ ହାଇଦ୍ରାବାଦ ପ୍ୟାରିସ ବେକେରୀ ଆଉଟଲେଟ ଆଗରେ ଦାନବାକ୍ସ ରଖି ସଂଗ୍ରହ କରାଯିବ ପୋଷାକ ଓ ଶୀତ ବସ୍ତ୍ର ।

ତେବେ ପ୍ରାୟ ୪ ମାସ ଧରି ଚାଲିବ ଏହି ପୋଷାକ ଓ ଶୀତ ବସ୍ତ୍ର ସଂଗ୍ରହ କାର୍ଯ୍ୟ । ସଂଗୃହିତ ପୋଷାକକୁ ୱାଶେକ୍ସ ହସ୍ପିଟାଲ ସଲ୍ୟୁସନ ଦ୍ୱାରା ଡ଼୍ରାଏ କ୍ଲିନ କରାଯାଇ ଆବଶ୍ୟକ ଥିବା ଲୋକଙ୍କୁ ବଣ୍ଟା ଯିବ । ଗତ ୪ ବର୍ଷ ହେଲା ଜାରି ରହିଥିବା ଅଭିଯାନକୁ ମିଳିଛି ବେଶ ସଫଳତା । ଗତବର୍ଷ ୧୫ ହଜାରରୁ ଅଧିକ ପୋଷାକ ଓ ଶୀତ ବସ୍ତ୍ର ବିତରଣ କରାଯାଇଛି ।

ଶୀତ ଦାଉରୁ ଗରିବ ଲୋକଙ୍କୁ ବଞ୍ଚାଇବା ଲାଗି ଉଡ୍ର ଓଡିଶାର ପ୍ରୟାସକୁ ସମସ୍ତେ ସ୍ୱାଗତ କରିଛନ୍ତି । ଅଭିଯାନରେ ସାମିଲ ହୋଇ ବସ୍ତ୍ର ଦାନ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି ଅନେକ ଓଲିଉଡ ସେଲିବ୍ରେଟି ।

ଶିବସେନାରେ ମିଶିବେ ଉର୍ମିଳା ମାତୋଣ୍ଡକର୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର୍ ମଙ୍ଗଳବାର ଦିନ ଶିବସେନା ଦଳରେ ମିଶିବାକୁ ଯାଉଛନ୍ତି । ସେ ୨୦୧୯ ମସିହାରେ କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନ ଲଢିଥିଲେ । ନିର୍ବାଚନରେ ପରାଜୟ ହେବା ପରେ ଦଳ ଛାଡି ଦେଇଥିଲେ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଜଣେ ସହଯୋଗୀ ହର୍ଷଲ ପ୍ରଧାନ ଏନେଇ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉର୍ମିଳା ଦଳରେ ସାମିଲ ହେବେ ବୋଲି ସେ ପ୍ରକାଶ କରିଛନ୍ତି।

 

ଶିବସେନା ପକ୍ଷରୁ ଉର୍ମିଳାଙ୍କ ନାମକୁ ବିଧାନପରିଷଦରେ ରାଜ୍ୟପାଳ କୋଟାରେ ନାମିତ କରିବା ଲାଗି ରାଜ୍ୟପାଳ ବି ଏସ କୋଶୟାରୀଙ୍କ ପାଖକୁ ପଠାଯାଇଛି । ଏହାବ୍ୟତୀତ ଏହି କୋଟା ଲାଗି ମହା ବିକାଶ ଅଘାଡି ମଧ୍ୟ ୧୧ ଜଣଙ୍କ ନାମ ପଠାଇଛି।

ତେବେ ରାଜ୍ୟପାଳ ଏହି ୧୨ଟି ନାମକୁ ଏଯାବତ୍ ମଞ୍ଜୁରୀ ଦେଇନଥିବା ସୂଚନା ମିଳିଛି ।

 

କମ୍ ଦାମରେ କିଣନ୍ତୁ Samsung, Vivo ଭଳି ବ୍ରାଣ୍ଡେଡ ସ୍ମାର୍ଟଫୋନ, ଜାଣନ୍ତୁ କେଉଁଠୁ… ?

ଫ୍ଲିପକାର୍ଟରେ ଚାଲିଥିବା ବ୍ଲାକ୍ ଫ୍ରାଇଡେ ସେଲର ଆଜି ଶେଷ ଦିନ । ନଭେମ୍ବର ୨୬ ରେ ଏହି ସେଲ ଆରମ୍ଭ ହୋଇଥିଲା । ସେଲରେ ସାମସଙ୍ଗ, ପୋକୋ, ରିଅଲମେ, ମୋଟରୋଲା ଭଳି ବ୍ରାଣ୍ଡର ସ୍ମାର୍ଟଫୋନରେ ଅନେକ ଅଫର ମଧ୍ୟ ଦିଆଯାଉଛି । ଏହାର ସୁବିଧା ପାଇଁ ଆଜି ହେଉଛି ଶେଷ ଦିନ । ସେଲରେ, ଗ୍ରାହକମାନେ ଭଲ ମୂଲ୍ୟରେ ସାମସଙ୍ଗ ଗାଲାକ୍ସି ଏଫ ୪୧, (Samsung Galaxy f41), ରିଅଲମ ୭(Realme 7)  , ରିଅଲମ ନାରଜୋ 20(Realme Narzo 20) ଭଳି ଲୋକପ୍ରିୟ ଫୋନ ଆଣିପାରିବେ । ଆସନ୍ତୁ ଜାଣିବା  ଶେଷ ଦିନରେ କେଉଁ ଫୋନରେ କେତେ ରିହାତି  ?

ସାମସଙ୍ଗର ସର୍ବଶେଷ ଫୋନ୍ Galaxy F41ରେ ୬୪ ମେଗାପିକ୍ସେଲ କ୍ୟାମେରା ରହିଛି ଏବଂ ଏହାର ଦାମ ଛି ୧୯,୯୯୯ ଟଙ୍କା ପରିବର୍ତ୍ତେ ରହିଛି ୧୫,୪୯୯ ଟଙ୍କା । ବ୍ଲାକ ଫ୍ରାଇଡେ ସେଲରେ ଭିଭୋ V20 ରେ ବହୁତ ଭଲ ଅଫର୍ ଦିଆଯାଉଛି । ସୂଚନା ଅନୁଯାୟୀ, ଏହି ଫୋନର ଦାମ ୨୭,୯୯୦ଟଙ୍କା ବଦଳରେ ୨୪,୯୯୯ ଟଙ୍କାରେ ଉପଲବ୍ଧ ହେଉଛି । ବିଶେଷ କଥା ହେଉଛି ଆପଣ ପୁରୁଣା ଫୋନର ବିନିମୟରେ ୨୫ଶହ ଟଙ୍କା ରିହାତି  ନୂଆ ଫୋନରେ ପାଇପାରିବେ ।

Samsung Flagship ଉପରେ ଆକର୍ଶଣୀୟ ଅଫର

ଫ୍ଲିପକାର୍ଟରେ ଥିବା ବ୍ଲାକ୍ ଫ୍ରାଇଡେ ସେଲର ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ସାମସଙ୍ଗ S20 + (8GB + 128GB)କୁ ୮୩ହଜାର ଟଙ୍କା ପରିବର୍ତ୍ତେ ୪୯,୯୯୯ ଟଙ୍କାରେ ସେଲ କରାଯାଉଛି ।

ଫ୍ଲିପକାର୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, Redmi 9iକୁ ୯,୯୯୯ ଟଙ୍କା ବଦଳରେ ୮,୨୯୯ ଟଙ୍କାରେ ଉପଲବ୍ଧ ହେଉଛି। ଏଥି ସହିତ, Realme 7iକୁ ୧୩,୯୯୯ ଟଙ୍କା ବଦଳରେ ୧୧,୯୯୯ ଟଙ୍କାରେ କିଣାଯାଇପାରିବ । ସେଲରେ Realme Narzo 20 ଫୋନ ୧୨,୯୯୯ ଟଙ୍କା ପରିବର୍ତ୍ତେ ନୁହେଁ ୧୦,୪୯୯ ଟଙ୍କାରେ ଉପଲବ୍ଧ ହେଉଛି ।

Poco M3କୁ ଗ୍ରାହକମାନେ ୧୦,୯୯୯ଟଙ୍କା ବଦଳରେ ୮,୪୯୯ ଟଙ୍କାରେ କିଣିପାରିବେ । ଏଥି ସହିତ, Realme 7 ପ୍ରୋ ୨୦,୯୯୯ ଟଙ୍କା ନୁହେଁ ୧୯,୯୯୯ ଟଙ୍କାରେ ଘରକୁ ଅଣାଯାଇପାରିବ । ଗ୍ରାହକମାନେ Moto g9କୁ ୧୪,୯୯୯ ଟଙ୍କା ବଦଳରେ ୯,୯୯୯ ଟଙ୍କାରେ ଆଣିପାରିବେ । ଏହି ଫୋନରେ ୪୮ ମେଗାପିକ୍ସେଲ ଟ୍ରିପଲ ରିୟର କ୍ୟାମେରା ଏବଂ 5000mAh ବ୍ୟାଟେରୀ ଭଳି ଫିଚର ରହିଛି ।

ରାଜ୍ୟରେ ୨୪ଘଣ୍ଟାରେ ୩୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା । ୨୪ଘଣ୍ଟାରେ ୩୭୮ କରୋନା ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟାଇନରୁ ୨୧୯, ଲୋକାଲ କେସ୍ ୧୫୯ । ଅନୁଗୁଳରୁ ୩୮, ଖୋର୍ଦ୍ଧାରୁ ୩୭, ମୟୂରଭଞ୍ଜରୁ ୩୪, ସୁନ୍ଦରଗଡ଼ରୁ ୩୨ କେରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୭୪୭କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୯ହଜାର ୧୦୩ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୧୨ହଜାର ୬୫ଜଣ । ଆକ୍ଟିଭ କେସ୍ ରହିଛି ୫ହଜାର ୨୪୧ ।

ଦିଲ୍ଲୀରେ ପୁଣି ବଢିଲା ପ୍ରଦୂଷଣର ମାତ୍ରା; ଜାଣନ୍ତୁ କ’ଣ କହୁଛି ପାଣିପାଗ ବିଭାଗ?

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣିଥରେ ବଢିଛି ପ୍ରଦୂଷଣର ମାତ୍ରା । ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବହୁତ ଖରାପ ସ୍ଥିତିରେ ପହଞ୍ଚିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ତାପମାତ୍ରାରେ ହ୍ରାସ ଓ ପବନର ଗତି ମନ୍ଥର ହେବା ଯୋଗୁଁ ଡିସେମ୍ବର ମାସରେ ବାୟୁ ପ୍ରଦୂଷଣର ସ୍ତର ଆହୁରି ଖରାପ ହେବାର ଆଶଙ୍କା ରହିଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆକଳନ ଅନୁଯାୟୀ ମଙ୍ଗଳବାର ସକାଳେ ଦିଲ୍ଲୀର ସୋନିଆ ବିହାର, ଆନନ୍ଦ ବିହାର, ଓଖଲା ଓ ଆଇଟିଓ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବହୁତ ଖରାପ ଶ୍ରେଶୀରେ ଥିବା ରେକର୍ଡ କରାଯାଇଛି । ଏପରିକି ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (୩୦୭) ରେକର୍ଡ କରାଯାଇଥିଲା ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଡିସେମ୍ବର ୬ ତାରିଖ ବେଳକୁ ଓ୍ୱେଷ୍ଟର୍ଣ୍ଣ ଡିଷ୍ଟରବେନ୍ସ ଯୋଗୁଁ ପାହାଡ ଉପରେ ବରଫାପାତ ହେବାର ସମ୍ଭାବନା ରହିଛି । ଯାହାଫଳରେ ଦିଲ୍ଲୀରେ ପୁଣିଥରେ ଥଣ୍ଡା ପବନ ବହିବା ସହିତ ତାପମାତ୍ରା ହ୍ରାସ ପାଇବ ।

ଏହାବ୍ୟତୀତ ଡିସେମ୍ବର ୯-୧୦ ବେଳକୁ ପୁଣିଥରେ ଶୀତର ପ୍ରକୋପ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

କିଭଳି ବଣ୍ଟାଯିବ କରୋନା ଭ୍ୟାକସିନ? କେତେ ରହିବ ମୂଲ୍ୟ? କାହାକୁ ପ୍ରଥମେ ମିଳିବ?

ନୂଆଦିଲ୍ଲୀ:  ଟିକା ବଣ୍ଟନ ମାମଲାରେ ଭାରତ ଏକ ବଡ଼ ପାଓ୍ୱାର ହାଉସ ଭଳି । ଭାରତରେ ବଡ଼ ସ୍ତରରେ ଟିକାକରଣ ଅଭିଯାନ ଚାଲିଥାଏ ।ଏଠାରେ ବିଶ୍ୱର ୬୦ ପ୍ରତିଶତ ଭ୍ୟାକସିନ ପ୍ରସ୍ତୁତ ହୁଏ । ଭାରତରେ ପ୍ରାୟ ଅଧ ଡର୍ଜନ ଭ୍ୟାକସିନ ନିର୍ମାତା ଅଛନ୍ତି । ଯେଉଁଥିରେ ବିଶ୍ୱର ଅଧିକ ଭ୍ୟାକସିନ ପ୍ରସ୍ତୁତ କରୁଥିବା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଲିମିଟେଡ ମଧ୍ୟ ସାମିଲ ରହିଛି । ଏଥିରେ ଆଶ୍ଚର୍ଯ୍ୟ ହେବାଭଳି କୌଣସି କଥା ନାହିଁଯେ, ଭାରତ ସରକାର କୋଟି କୋଟି ଲୋକଙ୍କ ନିକଟରେ କୋଭିଡ ୧୯ ଭ୍ୟାକସିନ ପହଞ୍ଚାଇବାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଭାରତରେ ଆସନ୍ତା ଜୁଲାଇ ମାସ ମଧ୍ୟରେ ୫୦ କୋଟି ଭ୍ୟାକସିନ ଡୋଜ ପ୍ରସ୍ତୁତ କରିବା ଏବଂ ୨୫ କୋଟି ଲୋକଙ୍କ ଟିକାକରଣ କରିବା ପାଇଁ ଯୋଜନା ରହିଛି । ଭାରତର ଏହି ଆତ୍ମବିଶ୍ୱାସ ସେତେବେଳେ ବଢିଯାଉଛି, ଯେତେବେଳେ ସେ ପ୍ରତିବର୍ଷ ଟିକାକରଣକୁ ନେଇ ନିଜର ପୂର୍ବ ରେକର୍ଡ଼କୁ ଅନୁଧ୍ୟାନ କରେ । ଦେଶର ୪୨ ବର୍ଷ ପୁରୁଣା ଟିକାକରଣ ଅଭିଯାନ ଦୁନିଆର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଅଭିଯାନ ମଧ୍ୟରେ ଗୋଟିଏ । ଯେଉଁଥିରେ ୫୫ କୋଟି ଲୋକଙ୍କ ନିକଟରେ ଟିକା ପହଞ୍ଚାଯାଏ । ଭାରତ ନିକଟରେ ଏହି ଭ୍ୟାକସିନ ସଂରକ୍ଷଣ କରି ରଖିବା ଏବଂ ନଜର ରଖିବା ପାଇଁ ଉତ୍ତମ ଇଲେକ୍ଟ୍ରୋନିକ ସିଷ୍ଟମ ରହିଛି । ଏସବୁ ପରେ ବିଶେଷଜ୍ଞଙ୍କ କହିବା କଥା ହେଉଛି ପ୍ରଥମ ଥର ଲକ୍ଷ ଲକ୍ଷ ବୟସ୍କଙ୍କ ସମେତ କୋଟିକୋଟି ଲୋକଙ୍କ ନିକଟରେ କରୋନା ଭ୍ୟାକସିନ ପହଞ୍ଚାଇବା ସରକାରଙ୍କ ପାଇଁ ଅସାଧାରଣ ଚ୍ୟାଲେଞ୍ଜ ହେବ ।

ଭାରତରେ ପ୍ରସ୍ତୁତ ହୋଇଥିବା ୩୦ଟି ଭ୍ୟାକସିନ ମଧ୍ୟରୁ ୫ଟିର କ୍ଲିନିକାଲ ପରୀକ୍ଷଣ ଜାରି ରହିଛି । ଏଥିରେ ଗୋଟିଏ ହେଉଛି ଅକ୍ସଫୋର୍ଡ଼ ଏବଂ ଏକ୍ସଟ୍ରାଜେନିକା ଭ୍ୟାକସିନ । ଏହା ଉପରେ ବର୍ତ୍ତମାନ ଭାରତର ସିରମ ଇନଷ୍ଟିଚ୍ୟୁଟରେ ପରୀକ୍ଷଣ ଜାରି ରହିଛି । ଭାରତ ବାୟୋଟେକ ଏକ ସ୍ୱେଦେଶୀ କରୋନା ଭ୍ୟାକସିନ ପ୍ରସ୍ତୁତ କରୁଛି । ମାଇକ୍ରୋବାୟୋଲୋଜିଷ୍ଟ ଡାକ୍ତର ଗଗନଦୀପ କାଙ୍ଗଙ୍କ କହିବା ଅନୁସାରେ କେତେକ ଭ୍ୟାକସିନ ମଧ୍ୟରେ ଗୋଟିଏକୁ ବାଛିବା ଏବଂ ସମୋନଙ୍କ ମଧ୍ୟରୁ ଗୋଟିଏ ଚୟନ କରି ତାହାକୁ ଚୟନ ହୋଇଥିବା ସମୂହ ନିକଟରେ ପହଞ୍ଚାଇବା ଏକ ବଡ଼ ଚ୍ୟାଲେଞ୍ଜ ହେବ ।ଏଥିପାଇଁ ପ୍ରଥମେ କିଭଳି ଭ୍ୟାକସିନକୁ ଉଚିତ୍ ତାପମାତ୍ରାରେ ରଖାଯିବ ସେଥିପ୍ରତି ନଜର ଦିଆଯିବ । ଭାରତରେ ୨ ହଜାର ସାତ ଶହ କୋଲ୍ଡ ଷ୍ଟୋର ରହିଛି । ଯେଉଁଠାରୁ ସଂଗ୍ରହ ହୋଇଥିବା ଭ୍ୟାକସିନକୁ ୮୦ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚା ଯାଇପାରିବ । କିନ୍ତୁ କ’ଣ ଏହା ପର୍ଯ୍ୟାପ୍ତ ହେବ? ଦେଶରେ ଯେତିକି ଭ୍ୟାକସିନର ଆବଶ୍ୟକତା ପଡ଼ିବ ସେତିକି ମାତ୍ରାରେ ନଷ୍ଟ ହେଉଥିବା ସିରିଜ ବା ଇଞ୍ଜକ୍ସନର ଆବଶ୍ୟକତା ପଡ଼ିବ । ଏହାକୁ ନଜରରେ ରଖିଲେ କୌଣସି ପ୍ରକାରର ସମ୍ଭାବ୍ୟ ସଂକ୍ରମଣକୁ ରେକାଯାଇ ପାରିବ । ଦୁନିଆର ସବୁଠାରୁ ଅଧିକ ସିରିଞ୍ଜ ତିଆରି କରୁଥିବା ନିର୍ମାତାଙ୍କ କହିବା ଅନୁସାରେ ଭ୍ୟାକସିନର ଆବଶ୍ୟକତାକୁ ପୂରଣ କରିବା ପାଇଁ ୧ ଆରବ ସିରିଞ୍ଜ ପ୍ରସ୍ତୁତ କରିବେ । ଏହା ସହିତ ସେହି କାଚକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ଯେଉଁଥିରେ ଭ୍ୟାକସିନର ଖୁରାକ ରଖାଯିବ । ଏହି ସମସ୍ତ ବ୍ୟତୀତ ଭାରତରେ ସାଧାରଣ ଭାବରେ ହେଉଥିବା ଟିକାକରଣ କାର୍ଯ୍ୟକ୍ରମକୁ ପୂରା କରିବା ପାଇଁ ପ୍ରାୟ ୪୦ ଲକ୍ଷ ଡାକ୍ତର ଏବଂ ନର୍ସଙ୍କ ଆବଶ୍ୟକତା ପଡ଼ିଥାଏ । କିନ୍ତୁ କୋଭିଡ ୧୯ ଟିକାକରଣ ପାଇଁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କ ଆବଶ୍ୟକତା ପଡ଼ିପାରେ ।

ସରକାରଙ୍କ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହେବଯେ ପ୍ରଥମେ କାହାକୁ ଟୀକା ଦିଆଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ କହିବା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ସରକାରୀ ଏବଂ ବେସରକାରୀ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ବିଭାଗର ଫ୍ରଣ୍ଟ ଲାଇନ ଓ୍ୱର୍କର୍ସଙ୍କୁ ଟିକା ଦିଆଯିବ । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ ଏଭଳି କରିବା ଏତେ ସହଜ ହେବନାହିଁ । ଭାରତରେ ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ ବେସରକାରୀ ହସ୍ପିଟାଲ ସହିତ ଜଡ଼ିତ । ତେବେ କ’ଣ ଏକ ବେସରକରୀ ସ୍ୱାସ୍ଥ୍ୟକର୍ମୀଙ୍କୁ ସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କ ଅପେକ୍ଷା ଅଧିକ ପ୍ରାଥମିକତା ଦିଆଯିବ?

କ’ଣ ସ୍ଥାନୀୟ କର୍ମୀଙ୍କୁ ପ୍ରଥମେ ପ୍ରାଥମିକତା ଦିଆଯିବ?
ଯଦି ପ୍ରଥମେ କୌଣସି ଭିନ୍ନ ରୋଗରେ ପୀଡ଼ିତ ଥିବା ବୟସ୍କଙ୍କୁ ଭ୍ୟାକସିନ ଦିଆଯିବ ତେବେ ସେଥିରେ ଭିନ୍ନ ଭିନ୍ନ ରୋଗକୁ ନଜରରେ ରଖି କାହାକୁ ପ୍ରଥମେ ପ୍ରାଥମିକତା ମିଳିବ?

ଉଦାହରଣ ସ୍ୱରୂପ ଭାରତରେ ପ୍ରାୟ ୭ କୋଟି ଲୋକଙ୍କୁ ଡାଇବେଟିସ । ଏହି ସଂଖ୍ୟା ବିଶ୍ୱରେ ଦ୍ୱିତୀୟ ସ୍ଥାନ ନେଇଛି । ତେବେ କ’ଣ ପ୍ରଥମେ ଏହି ଲୋକଙ୍କୁ ଭ୍ୟାକସିନ ଦିଆଯିବ? ୨୯ଟି ରାଜ୍ୟରେ କରୋନା ଭ୍ୟାକସିନ ପହଞ୍ଚାଇବା ସମ୍ଭବ ହେବନାହିଁ । ତେବେ କ’ଣ ସେଠାକୁ ପ୍ରଥମେ ଭ୍ୟାକସିନ ଦିଆଯିବ ଯେଉଁ ରାଜ୍ୟରେ ଅଧିକ କରୋନା ସଂକ୍ରମିତ ଅଛନ୍ତି?

ଓ୍ୱାଶିଂଟନ ସ୍ଥିତ ସେଣ୍ଟ୍ରାଲ ଗ୍ଲୋବାଲ ଫର ଡେଭଲପମେଣ୍ଟର ଡାକ୍ତର ପ୍ରଶାନ୍ତ ଯାଦବଙ୍କ କହିବା ଅନୁସାରେ ଭ୍ୟାକସିନର ଉତ୍ତମ ପୋର୍ଟଫୋଲିଓ ବିଶିଷ୍ଟ ଭ୍ୟାକସିନ ନିର୍ମାତା ମାନଙ୍କ ନିକଟରୁ ଭାରତର ଅଧିକାଂଶ ଲୋକଙ୍କ ନିକଟରେ ଭ୍ୟାକସିନ ପହଞ୍ଚାଇବାକୁ ନେଇ ସହାୟତା ମିଳିବା ଆବଶ୍ୟକ । ତାଙ୍କ ଅନୁସାରେ ନିୟମିତ ଟିକାକରଣ ପାଇଁ ସରକାରଙ୍କ ନିକଟରେ ପୂର୍ବରୁ ଏହାର ବ୍ୟବସ୍ଥା ରହିଛି । କିନ୍ତୁ ଏହା ଅଧିକତର ସରକାରୀ କ୍ଲିନିକ ପାଇଁ ରହିଛି । କିନ୍ତୁ ବୟସ୍କଙ୍କ ପାଇଁ ବଡ଼ ସ୍ତରରେ କୌଣସି ଟିକାକରଣ ସୁବିଧା ନାହିଁ । ଏହା ସହିତ ସରକାରୀ ହସ୍ପିଟାଲକୁ ନିୟମିତ ଚିକିତ୍ସା କରିବା ପାଇଁ ବୟସ୍କ ଲୋକ ଯାଆନ୍ତି ନାହିଁ । କିରଣ ମଜୁମଦାର ସ ଏବଂ ଇନଫୋସିସର ସହ ସଂସ୍ଥାପକ ନନ୍ଦନ ନିଲେକଣିଙ୍କ କହିବା ଅନୁସାରେ ଭାରତରେ ଭ୍ୟାକସିନ ବଣ୍ଟନର ରେକର୍ଡ଼ ରଖିବା ପାଇଁ ଆଧାର କାର୍ଡ଼ର ବ୍ୟବହାର କରିବା ଉଚିତ୍ । ଏହାକୁ ନେଇ ଚିନ୍ତା ଉପୁଜୁଛି କି ଭ୍ୟାକସିନକୁ ନେଇ ଭ୍ରଷ୍ଟାଚାର ଆରମ୍ଭ ହୋଇପାରେ । ପ୍ରଶାସନ ସେମାନଙ୍କୁ କିଭଳି ଚିହ୍ନଟ କରିବ ଯେଉଁମାନେ ନକଲି କାଗଜପତ୍ର ଆଧାରରେ ସେହି ଲୋକଙ୍କ ମଧ୍ୟରେ ସାମିଲ ହେବାକୁ ଚେଷ୍ଟା କରିବେ ଯେଉଁମାନେ ପ୍ରଥମେ ଟିକାକରଣ ପାଇଁ ଚୟନ ହୋଇଥିବେ ।

ଅନ୍ୟପଟେ ବଜାରରେ ବିକ୍ରି ହେଉଥିବା ନକଲି ଭ୍ୟାକସିନକୁ କିଭଳି ରୋକାଯାଇ ପାରିବ? ତେବେ କ’ଣ ଏହି ସମସ୍ତ ସମସ୍ୟାକୁ ନଜରରେ ରଖି ସରକାର ସମ୍ଭାବ୍ୟତଃ ଟିକାବଣ୍ଟନ କରିପାରିବେ? ତେବେ ସରକାର ଏହାକୁ ନିଶୁଳ୍କରେ ଦେବେ ନା ସବସିଡି ସହିତ? ନା ଏହାକୁ ବଜାର ମୂଲ୍ୟ ଅନୁସାରେ ବିକ୍ରି କରାଯିବ? ଡାକ୍ତର ଲେହରିୟାଙ୍କ ଭଳି ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରତ୍ୟେକ ଭାରତୀୟଙ୍କୁ ଟିକା ନେବାପାଇଁ ସେପର୍ଯ୍ୟନ୍ତ କରୋନା ସହିତ ଲଢିବାର ସାହସ ରଖିବା ଆବଶ୍ୟକ ଯେପର୍ଯ୍ୟନ୍ତ ଏହି ମହାମାରୀର ବିନାଶ ନ ହୋଇଛି । ନନ୍ଦନ ନିଲକଣିଙ୍କ କହିବା ଅନୁସାରେ ଭ୍ୟାକସିନ ମୂଲ୍ୟ ଆରମ୍ଭରୁ ପ୍ରାୟ ୩ରୁ ୫ ଡଲାର ବା ୨୨୦ରୁ ୩୭୦ ଟଙ୍କା ରହିପାରେ । ତେବେ ପ୍ରତି ଭାରତୀୟଙ୍କ ପାଇଁ ଏହି ଦୁଇ ଖୁରାକର ମୂଲ୍ୟ ପ୍ରାୟ ୭୫୦ ଟଙ୍କା ହୋଇପାରେ ।

କଇଁଛ ଚିପସ ଦାମ ଦୁଇ ଲକ୍ଷ ଟଙ୍କା !

ନୂଆଦିଲ୍ଲୀ: ଗୋଟିଏ କେଜି କଇଁଛ ଚିପ୍ସକୁ ୫ହଜାର ଟଙ୍କା । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ଏହା ଏକ ଏମିତି ପ୍ରଜାତୀର କଇଁଛ ଯହାର ଚିପ୍ସର ଦାମ ରହିଛି ୫ ହଜାର ଟଙ୍କା । କିନ୍ତୁ ଏହା ବିଦେଶରେ ପହଞ୍ଚିଲା ବେଳକୁ କିଲୋଗ୍ରାମ ପିଛା ହୋଇଯାଏ ୨ ଲକ୍ଷ ଟଙ୍କା । ଏହି କଇଁଛ ଚିପ୍ସକୁ ଜାନପୁରୀ ବଂସାରୀର ଚିପ୍ସ ମଧ୍ୟ କୁହାଯାଇଥାଏ । ଜାନପୁରୀ-ବଂସାରୀର ସ୍ୱତନ୍ତ୍ର ଚିପ୍ସ ୟୁପିର ଇଟାୱା ଏବଂ ପଶ୍ଚିମବଙ୍ଗରେ ପ୍ରସ୍ତୁତ ହେଉଛି । ଜାନପୁର-ବଂସାରୀ ହେଉଛି ଏକ ସ୍ଥାନ, ଏହି ସ୍ଥାନର ନାଁ ଅନୁସାରେ କଇଁଛର ତିନୋଟ ସ୍ୱତନ୍ତ୍ର ପ୍ରଜତୀକୁ ଜାନପୁର-ବଂସାରୀ କୁହାଯାଏ । ଏହା ସବୁଠୁ ଅଧିକ ଇଟାୱାରେ ମିଳିଥାଏ । ଏହି ଅଞ୍ଚଳ ଜାତୀୟ ଚାମ୍ବଲ ଶତାବ୍ଦୀରେ ଆସୁଛି । ତଥାପି ବହୁ ସଂଖ୍ୟକ କଇଁଛ ଏଠାରୁ ଚୋରା ଚାଲାଣ କରୁଛନ୍ତି।

କଇଁଛର ପେଟରୁ ପ୍ରସ୍ତୁତ ହୁଏ ଚିପ୍ସ

ପରିବେଶବିତ୍ ତଥା ଗଙ୍ଗା ଅଭିଯାନ ସହ ଜଡିତ ରାଜୀବ ଚୌହାନ ଏହି ଚୋରା ଚାଲାଣ ବିଷୟରେ ପ୍ରକାଶ କରି କହିଛନ୍ତି ଯେ, ଚମ୍ୱଲ ନଦୀ ପାଖରେ ଥିବା ଆଗ୍ରାର ପିନହାଟ ଏବଂ ଇଟାୱାସ୍ଥିତ ଜିନପୁରୀ ଏବଂ ବଂସାରୀରେ  ନୀଲସୋନିଆ ଗ୍ୟାଙ୍ଗଟିସ୍ ଏବଂ ଚିତ୍ରା ଇଣ୍ଡିକା ଭଳି ତିନୋଟି ଏମିତି ପ୍ରଜାରତୀର କଇଁଛ ଅଛନ୍ତି ଯେଉଁଥିରୁ ଚିପ୍ସ ପ୍ରସ୍ତୁତ କରାଯାଇଥାଏ । କଇଁଛର ପେଟର ଚର୍ମକୁ ପ୍ଲାଷ୍ଟ୍ରନ୍ କୁହାଯାଏ  । ଏହି ପ୍ଲାଷ୍ଟ୍ରନରୁ ଚିପ୍ସ ତିଆରି କରାଯାଏ  । ପ୍ରଥମେ ପ୍ଲାଷ୍ଟ୍ରନ କାଟି ଅଲଗା କରାଯାଇଥାଏ ଏବଂ ଏହାକୁ ପାଣିରେ ଫୁଟାଯାଇ ଶୁଖାଯାଏ  । ଏହା ପରେ ଏହାକୁ ପଶ୍ଚିମବଙ୍ଗ ଦେଇ ବିଦେଶ ପଠାଯାଇଥାଏ । ଗ୍ରୀଷ୍ମ ଋତୁରେ ପ୍ଲାଷ୍ଟ୍ରନ୍ ଚିପ୍ସ ତିଆରି ହୁଏ,କିନ୍ତୁ  ଶୀତଦିନେ ଜୀବନ୍ତ କଇଁଛ ଚୋରା ଚାଲାଣ କରାଯାଏ, କାରଣ ଶୀତଦିନେ ଚୋରା ଚାଲାଣ କରିବାରେ କୌଣସି ଅସୁବିଧା ନାହିଁ ।

ଥାଇଲ୍ୟାଣ୍ଡ, ମାଲେସିଆ ଏବଂ ସିଙ୍ଗାପୁରରେ ଏହି ଚିପ୍ସ କିଲୋଗ୍ରାମ ୨ ଲକ୍ଷ ଟଙ୍କା ବିକ୍ରି କରାଯାଇଥାଏ

ରାଜୀବ ଚୌହାନଙ୍କ ଅନୁସାରେ, ସ୍ଥାନୀୟ ଚୋରା ଚାଲାଣକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁମାନେ କଇଁଛମାନଙ୍କୁ ଧରି ଚିପ୍ସ କରନ୍ତି ସେମାନେ ନିଲସୋନିଆ ଗ୍ୟାଙ୍ଗଟିସ୍ ଏବଂ ଚିତ୍ରା ଇଣ୍ଡିକା କଇଁଛର ଚିପ୍ସକୁ କିଲୋଗ୍ରାମ ପିଛା ୫ହଜାର ବିକ୍ରି କରିଥାନ୍ତି । ତେବେ ଏହି ଚିପ୍ସ ଗୁଡ଼ିକୁ ଇଟାୱାରୁ ଥାଇଲାଣ୍ଡ, ମାଲେସିଆ ଏବଂ ସିଙ୍ଗାପୁରକୁ ଚୋରା ଚାଲଣ କରାଯାଇଥାଏ । ଚୋରା ଚାଲଣକାରୀଙ୍କ ଅନୁଯାୟୀ ଏହି ଚିପ୍ସ ଗୁଡ଼ିକ ବିଦେଶରେ ପହଞ୍ଚିବା ପରେ କଲୋଗ୍ରାମ ପିଛା ୨ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ । ତେବେ ଗୋଟିଏ କିଲୋ ଗ୍ରାମ କଇଁଛରୁ ୨୫୦ ଗ୍ରାମର ଚିପ୍ସ ପ୍ରସ୍ତୁତ କରାଯାଇଥାଏ ।