ମେଲ୍ ଓ ଏକ୍ସପ୍ରେସ ଟ୍ରେନରେ ରହିବନି ସ୍ଲିପର କୋଚ୍, ରହିବ କେବଳ AC

1 min read

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ରେଳ ନେଟୱର୍କ ଅପଗ୍ରେଡ୍ କରାଇବା ପାଇଁ ବିଚାର କରୁଛି । ସ୍ୱର୍ଣ୍ଣିମ ଚତୁର୍ଭୁଜ ଯୋଜନାରେ ବହୁ ଦୂର ଯାଉଥିବା ମେଲ ଓ ଏକ୍ସପ୍ରେସ ଟ୍ରେନରୁ ସ୍ଲିପର କୋଚ୍ ହଟାଇ ଦିଆଯିବ । ଅର୍ଥାତ୍ ଏହି ଟ୍ରେନରେ କେବଳ ଏସି କୋଚ୍ ରହିବ । ଏହି ଟ୍ରେନର ବେଗ ଘଣ୍ଟା ପ୍ରତି ୧୩୦ରୁ ୧୬୦ କିମି ରହିବ । ପ୍ରକୃତରେ ମେଲ ଓ ଏକ୍ସପ୍ରେସ ଟ୍ରେନ୍ ଘଣ୍ଟାପ୍ରତି ୧୩୦ କିମିରୁ ଅଧିକ ବେଗରେ ଚାଲିବା ଦ୍ୱାରା ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସମସ୍ୟା ସୃଷ୍ଟି କରିଥାଏ । ସେଥିପାଇଁ ଏହି ପ୍ରକାରର ସମସ୍ତ ଟ୍ରେନରୁ ସ୍ଲିପର କୋଚକୁ ହଟାଇ ଦିଆଯିବ ।

Non AC Coaches To Be Phased Out In All Mail Express Trains

ଲମ୍ବା ଦୂରକୁ ଯାଉଥିବା ମେଲ୍ ଓ ଏକ୍ସପ୍ରେସ ଟ୍ରେନରେ ଏବେ ୮୩ଟି କୋଚ୍ ଲଗାଇବାକୁ ପ୍ରସ୍ତାବ ରହିଛି । ତେବେ, ଚଳିତ ବର୍ଷ ଶେଷ ସୁଦ୍ଧା ଏହି କୋଚ ସଂଖ୍ୟା ବୃଦ୍ଧି କରି ୧୦୦ କରି ଦିଆଯିବ । ସେହିଭଳି ଆସନ୍ତା ବର୍ଷ କୋଚ୍ ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବା ନେଇ ଯୋଜନା ରଖିଛି ରେଳବାଇ । ଏପରି ହେଲେ ଆଗାମୀ ସମୟରେ ଯାତ୍ରା ଆହୁରି ଆରାମଦାୟକ ହେବା ସହ ଯାତ୍ରା ସମୟ କମିବ । ତେବେ, ଏହା ବଦଳରେ ଭଡ଼ା ମଧ୍ୟ ସାମାନ୍ୟ ଏସି କୋଚ୍ ଠାରୁ କମ୍ ରଖିବାକୁ ରେଲୱେ ଯୋଜନା କରିଛି ।

Non AC Coaches To Be Phased Out In All Mail Express Trains

ତେବେ, ଏହାର ଅର୍ଥ ନୁହେଁ ଆଉ ନନ୍-ଏସି କୋଚ୍ ରହିବ ନାହିଁ । ପ୍ରକୃତରେ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ଟ୍ରେନର ଗତି ଏସି କୋଚ୍ ତୁଳନାରେ କମ୍ ରହିଥାଏ । ସୂଚନା ଅନୁସାରେ ଏସି ଟ୍ରେନ୍ ଘଣ୍ଟାପ୍ରତି ୧୧୦ କିଲୋମିଟ ବେଗରେ ଚାଲିବ । ଏହି ସବୁ ଯୋଜନାର କାର୍ଯ୍ୟକାରୀତା ପର୍ଯ୍ୟାୟକ୍ରମେ କରାଯିବ । ଏଥିସହ ଗୋଟିଏ ପର୍ଯ୍ୟାୟରେ ମିଳିଥିବା ଅଭିଜ୍ଞତାକୁ ଆଗାମୀ ପର୍ଯ୍ୟାୟ ଯୋଜନାରେ ଲାଗୁ କରାଯିବ ।

Non AC Coaches To Be Phased Out In All Mail Express Trains

ଏହା ପୂର୍ବରୁ ଭାରତୀୟ ରେଳବାଇ ବୁଧବାରକୁ ୩୯ଟି ନୂଆ ପ୍ୟାସେଞ୍ଜର ଟ୍ରେନ୍ ଚଳାଇବାକୁ ଅନୁମତି ଦେଇଥିଲା । ଏହି ସମସ୍ତ ଟ୍ରେନ୍ ସ୍ୱତନ୍ତ୍ର ଟ୍ରେନ୍ ଭାବେ ଚାଲିବ । ରେଳବାଇ ପକ୍ଷରୁ ସମସ୍ତ ୩୯ଟି ଟ୍ରେନର ତାଲିକା ମଧ୍ୟ ଜାରି କରାଯାଇଥିଲା । ତେବେ, ଏସବୁ ୩୯ଟି ଟ୍ରେନ କେବେଠୁ ଟ୍ରାକରେ ଗଡ଼ିବ ସେନେଇ ରେଳବାଇ କୌଣସି ସୂଚନା ଦେଇନାହିଁ । ରେଳବାଇ ଅନୁସାରେ ଖୁବଶୀଘ୍ର ନୂତନ ୩୯ଟି ଟ୍ରେନ ଟ୍ରାକରେ ଦୌଡ଼ିବ ।

Leave a Reply