IPL 2020: ପୁଣି ଚମକିଲେ ତେୱାତିଆ, ହାଇଦ୍ରାବାଦକୁ ହରାଇଲା ରାଜସ୍ଥାନ ରୟାଲ୍ସ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଏକ ରୋମାଞ୍ଚକର ମୁକାବିଲାରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି । ପ୍ରତିପକ୍ଷ ସନରାଇଜର୍ସ ହାଇଦ୍ରାବାଦକୁ ଗୋଟିଏ ବଲ ବାକି ଥାଇ ୫ ଉଇକେଟରେ ଜିତିଯାଇଛି । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଦଳ ନିର୍ଦ୍ଦାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୫୪ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଡେଭିଡ ୱାର୍ଣ୍ଣର ୪୮,  ବେୟାରଷ୍ଟୋ ୧୬, ଏମ କେ ପାଣ୍ଡେ ୫୪ , ୱିଲିମସ୍ସ ୨୨ ଏବଂ ଗର୍ଗ ୧୫ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ଆର୍ଚର ,ତ୍ୟାଗୀ ଏବଂ ଉନାକତ ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ସେହିପରି ପିକେ ଗର୍ଗକୁ ରନଆଉଟ କରାଯାଇଥିଲା ।

ଏହାର ଜବାବରେ ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଥିଲା ରାଜସ୍ଥାନ ରୟାଲ୍ସ । ଦଳ ପକ୍ଷରୁ ୨ ଓପନର ଏତେଟା ସଫଳ ହୋଇ ନ ଥିଲେ । ବେନ ଷ୍ଟ୍ରୋକ୍ସ ଏବଂ ବଟଲର ଯଥାକ୍ରମେ ୫ ଏବଂ ୧୬ ରନ ସଂଗ୍ରହ କରିଥିଲେ । ଏହା ପରେ କ୍ୟାପଟେନ ସ୍ମିଥ ମଧ୍ୟ ମାତ୍ର ୫ ରନ କରିଥିଲେ । ଏମାନଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ସଞ୍ଜୁ ସାମସନ୍ ୨୬ ଏବଂ ରବିନ ଉଥାପା ୧୮ ରନ କରିଥିଲେ । ଏହା ପରେ କିନ୍ତୁ ମ୍ୟାଚକୁ ବିଜୟ ଆଡ଼କୁ ନେଇଥିଲେ ଆର. ପରାଗ ଏବଂ ଆର. ତେୱାତିଆଙ୍କ ଅପରାଜେୟ ଯୋଡି । ତେୱାତିଆ ମାତ୍ର ୨୮ ବଲରୁ ୪୫ ରନ ଏବଂ ପରାଗ ୨୬ ବଲରୁ ୪୨ ରନ କରିଥିଲେ । ଏହି ବିଜୟ ସହ ରାଜସ୍ଥାନ ଏବଂ ରାଜସ୍ଥାନର ପଏଣ୍ଟ ସଂଖ୍ୟା ସମାନ ଭାବେ ୬ରେ ପହଞ୍ଚିଛି । ଏହି ମ୍ୟାଚ ପରେ ଦିଲ୍ଲୀ ୧୦ ପଏଣ୍ଟ ଏବଂ ମୁମ୍ବାଇ ୮ ପଏଣ୍ଟ ସହ ଯଥାକ୍ରମେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି କୋଲକତା ତୃତୀୟ ଏବଂ ଆରସିବି ଚତୁର୍ଥ ସ୍ଥାନରେ ରହିଛି ।

Leave a Reply