ଆୟୁର୍ବେଦର ସାମଗ୍ରିକ ଆରୋଗ୍ୟ କ୍ଷମତା ରହିଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

1 min read

ନୂଆଦିଲ୍ଲୀ: କରୋନା ଭାଇରସ୍ ରୋଗର ପ୍ରତିକାର ଏବଂ ଚିକିତ୍ସାରେ ଆୟୁର୍ବେଦର ବ୍ୟବହାର ନେଇ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ପ୍ରତି ରବିବାର ଅନୁଷ୍ଠିତ ହେଉଥିବା ‘ରବିବାର ସମ୍ୱାଦ’ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି ଯେ, ରୋଗ ପରିଚାଳନା କ୍ଷେତ୍ରରେ ଆୟୁର୍ବେଦର ସାମଗ୍ରୀକ ଉପସ୍ଥାପନା ଅଛି । ଏଥିରେ କୌଣସି ରୋଗର ଚିକିତ୍ସା କରିବା ଏବଂ ତାହାର ନିରାକରଣ ନିମନ୍ତେ ସାମଗ୍ରୀକ ସୁସ୍ଥତା ଉପରେ ଧ୍ୟାନ ଦିଆଯାଏ । ତେଣୁ ପରୀକ୍ଷାମୂଳକ ଅଧ୍ୟୟନ ସମେତ ଆୟୁର୍ବେଦ ଶାସ୍ତ୍ରର ଗଭୀର ଅଧ୍ୟୟନ ପରେ କୋଭିଡ-୧୯ ନେଇ ସତର୍କତାମୂଳକ ଚିକିତ୍ସା ଭାବେ ମିଶ୍ରିତ ଆୟୁର୍ବେଦ ଔଷଧ ଅନୁମୋଦନ କରାଯାଉଛି ।

            କରୋନା କାଳରେ ଲୋକମାନଙ୍କ ସ୍ୱାସ୍ଥ୍ୟ ବୃଦ୍ଧି ଏବଂ ଆବଶ୍ୟକତାକୁ ଚାହିଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ସମୟ-ସିଦ୍ଧ ଏବଂ ପ୍ରମାଣଭିତ୍ତିକ ପ୍ରାକୃତିକ ଆୟୁଷ ଉପଚାର ବ୍ୟବହାର ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସର୍ବସାଧାରଣଙ୍କ ଲାଗି ଉପଦେଶାବଳୀ ପ୍ରଚାର କରିଛି  । ଗୁଡୁଚି, ଅଶ୍ୱଗନ୍ଧା, ଗୁଡୁଚି ଓ ପୀପଳି ମିଶ୍ରଣ ଏବଂ ଆୟୁଷ-୬୪। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ପରିବର୍ତ୍ତନକାରୀ ଭୂତାଣୁ ନିରୋଧୀ, ଆଣ୍ଟିବାୟୋଟିକ୍‌ ଏବଂ ପ୍ରଦାହ ନିରୋଧୀ ଗୁଣ ଥିବା କଥା କେତେଗୁଡ଼ିଏ ଉଲ୍ଲେଖନୀୟ ଅଧ୍ୟୟନରୁ ପ୍ରମାଣିତ ହୋଇଛି ବୋଲି ବର୍ଦ୍ଧନ ବୁଝାଇ କହିଛନ୍ତି।

ଦେଶରେ ଆରମ୍ଭ ହେଲା ସ୍ୱାମୀତ୍ୱ ଯୋଜନା, ୬ ରାଜ୍ୟର ୧ ଲକ୍ଷ ଲୋକଙ୍କୁ ଦିଆଗଲା ସମ୍ପତ୍ତି ରେକର୍ଡ

Leave a Reply