spot_img
Home Blog Page 6283

୧୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

କଟକ: ଭାରତ ବନ୍ଦରେ ଜମିଥାନ୍ତା ଧଳା ଜହର ବେପାର । ଭୁବନେଶ୍ୱରରୁ କଟକ ବ୍ରାଉନସୁଗର ଚାଲାଣ ବେଳେ ଧରିଛି କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ । କଟକ ବାରଙ୍ଗ ଅଞ୍ଚଳରୁ ୧୬୫ ଗ୍ରାମ ଓଜନ ବ୍ରାଉନସୁଗର ଜବତ କରାଯାଇଥିବା ବେଳେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଉଭୟଙ୍କ ବାରଙ୍ଗ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଜବତ ବ୍ରାଉନସୁଗରର ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ।

Brown Sugar Worth More Than 17 Lakh Seized From Barang

ଭାରତ ବନ୍ଦର ସୁଯୋଗ ନେଇ ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ବ୍ରାଉନସୁଗର ବେପାରୀଙ୍କୁ କାବୁ କରିବାରେ ସଫଳ ହୋଇଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭା । ଅବକାରୀ ବିଭାଗ ଦୀର୍ଘ ଦିନ ହେବ ଦୁହିଁଙ୍କ ଉପେ ନଜର ରଖିଥିଲା । ଦୁହେଁ ବାରମ୍ବାର ଅବକାରୀ ବିଭାଗକୁ ଚକମା ଦେଇ ଖସି ଯାଉଥିଲେ ।

Brown Sugar Worth More Than 17 Lakh Seized From Barang

ଆଜି ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ବାରଙ୍ଗ କେନାଲ ଠାରେ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ୯ ଜଣିଆ ଟିମ୍ ଛକି ରହିଥିଲା । ଦୁହେଁ ବ୍ରାଉନସୁଗର ନେଇ ସେଇ ବାଟ ଦେଇ ଯିବାବେଳେ ଅତର୍କିତ ଚଢ଼ାଉ କରି କାବୁ କରିଥିଲା ଟିମ୍ । ଏମାନେ ମୁଖ୍ୟତଃ କଟକର ବିଭିନ୍ନ କଲେଜ ପିଲାମାନଙ୍କୁ ବ୍ରାଉନସୁଗର ବିକ୍ରି କରୁଥିବା ଅବକାରୀ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ସାରା ଦେଶକୁ ବ୍ୟାପୁ କୃଷକ ଆନ୍ଦୋଳନ: ଆନ୍ନା ହଜାରେ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ସାମାଜିକ କର୍ମୀ ଆନ୍ନା ହଜାରେ  । ଏଭଳି କି ଭାରତ ବନ୍ଦକୁ ମଧ୍ୟ ସମର୍ଥନ ଜଣାଇଛନ୍ତି ଆନ୍ନା । ଏବଂ ମଙ୍ଗଳବାରର କୃଷକମାନଙ୍କ ପକ୍ଷରୁ ଭାତର ବନ୍ଦ ପାଳନ ବେଳେ ଏହାକୁ ସମର୍ଥନ ଜଣାଇ ଦିନିକିଆ ଅନଶନରେ ବସିଛନ୍ତି । ଏଥିସହିତ କୃଷି ଆଇନକୁ ରଦ୍ଦ କରିବା ନେଇ ଦାବି କରିଛନ୍ତି ।

            ଏଥିସହିତ କୃଷକ ଆନ୍ଦୋଳନ ସାରା ଦେଶ ସମର୍ଥନ କରିବା ସହ ଏହା ସାରା ଦେଶକୁ ବ୍ୟାପୁ ବୋଲି କହିଛନ୍ତି ଆନ୍ନା । ଫଳରେ ସରକାର ଚାପଗ୍ରସ୍ତ ହେବା ସହ ଚାଷୀଙ୍କ ସପକ୍ଷରେ ନିୟମ ପ୍ରଣୟନ କରିବେ । ସେ ଆହୁରି କହିଛନ୍ତି ଯେ, ଗତ ୧୦ ଦିନର ବନ୍ଦ ପାଳନ ବେଳେ କୌଣସି ହିଂସା ଦେଖିବାକୁ ମିଳିନଥିବା ସେ କହିଛନ୍ତି  ।

ଚାଷୀମାନଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ ସାରା ଦେଶକୁ ବ୍ୟାପୁ, ଯାହା ଦ୍ୱାରା ସରକାରଙ୍କ ଉପରେ ଚାପ ସୃଷ୍ଟି ହେବ । ଯାହା ଦ୍ୱାରା କୃଷକମାନଙ୍କ ଦାବି ପୂରଣ ହୋଇପାରିବ । ଚାଷୀଙ୍କ ସ୍ୱର ପ୍ରତିଟି ଗଳିରେ ଶୁଭିବା ଆବଶ୍ୟକ । କିନ୍ତୁ କୌଣସି ପ୍ରକାର ହିଂସା ନ ହେଉ ବୋଲି ସେ କହିଛନ୍ତି । ମହାରାଷ୍ଟ୍ରର ରାଲେଗାଁଓ ସିଦ୍ଦିହି ଗାଁରେ ଅନଶନ କରିଥିଲେ ଆନ୍ନା ହଜାରେ ।

ପୋଲିସ– ଜନତା ମୁହାଁମୁହିଁ ଘଟଣା: ୩୦ ଜଣଙ୍କୁ ଉଠାଇନେଲା ପୋଲିସ

ବରଗଡ଼: ପୋଲିସ-ଜନତା ମୁହାଁମୁହିଁ ଘଟଣାରେ ୩୦ରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ । ଗତ ୧୭ ତାରିଖର ପୋଲିସ-ଜନତା  ମୁହାଁମୁହିଁ ଘଟଣାରେ ମାମଲା ରୁଜୁ ହୋଇଛି । । ତେବେ ଅଭିଯୁକ୍ତଙ୍କୁ ମଙ୍ଗଳବାର ସକାଳେ ପୋଲିସ ଉଠାଇ ଆଣିବାକୁ ଚେଷ୍ଟା କରିଥିବା ବେଳେ ଉଭୟ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ବଚସା ହୋଇଥିଲା । ଏଭଳି କି ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ପରେ ପୋଲିସ ଅଧିକ ଫୋର୍ସ ମଗାଇବା ସହ ଅଭିଯୁକ୍ତଙ୍କୁ ଥାନାକୁ ନେଇଥିଲା । ତେବେ ସେମାନଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ରହିଥିବା ସୂଚନା ।

            ସୂଚନା ଯୋଗ୍ୟ, ଭେଡେନ୍ ଥାନା  ବୁର୍ଦ୍ଦା ଗାଁର ଜିତୁ ନାୟକଙ୍କ ମୃତ୍ୟୁ ମାମଲାର ତଦନ୍ତ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେବେ ଲୋକଙ୍କ ଏହି ପୁଞ୍ଜିଭୂତ ଅସନ୍ତୋଷ ଗତ ୧୭ ତାରିଖରେ ବିସ୍ଫୋରକ ରୂପ ନେଇଥିଲା । ଘଟଣାକୁ ପୋଲିସ-ଜନତା ହୋଇଥିଲେ ମୁହାଁମୁହିଁ । ଏଭଳି କି ଉତ୍ତ୍ୟକ୍ତ ଲୋକେ ଟେକା, ପଥର ମାଡ଼ ସହ ପୋଲିସ ଗାଡ଼ି ଭଙ୍ଗାରୁଚା କରିଥିବା ଅଭିଯୋଗ ହୋଇଛି । ଏହା ପରେ ପୋଲିସ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ରୁଜୁ କରିବା ସହ ସେମାନଙ୍କୁ ଆଜି ଗିରଫ କରିଛି । ତେବେ ଏ ନେଇ ପୋଲିସ ପକ୍ଷରୁ କୌଣସି ବିଧିବଦ୍ଦ ଭାବେ ସୂଚନା ମିଳିନାହିଁ ।

ବାଣିଜ୍ୟ ଖାଉଛି କ୍ଷେତ, କାହିଁକି ଏମିତି କହିଲେ ଶଙ୍କରାଚାର୍ଯ୍ୟ ?

ପୁରୀ: ନୂତନ କୃଷି ଆଇନକୁ ନେଇ ଦେଶର କୃଷକଙ୍କ ମଧ୍ୟରେ ଲାଗି ରହିଛି ଅଶାନ୍ତି । ଦୀର୍ଘ ୧୩ ଦିନ ଧରି ଦିଲ୍ଲୀ ସିନ୍ଧୁ ସୀମାରେ କୃଷକ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଠପ୍ ହୋଇଯାଇଛି ଭାରତ । କୃଷକଙ୍କୁ ସମର୍ଥନ ଜଣାଇ କଂଗ୍ରେସ ସମେତ ୧୮ଟି ରାଜନୈତିକ ଦଳ ଭାରତ ବନ୍ଦରେ ସାମିଲ୍ ହୋଇଥିଲେ । ଅଭିଯୋଗ ଥିଲା- ନୂଆ କୃଷି ଆଇନ୍ ଆଣି କେନ୍ଦ୍ର ସରକାର କୃଷିକୁ କର୍ପୋରେଟ୍ ବ୍ୟବସାୟୀଙ୍କ ହାତକୁ ଟେକି ଦେଇଛନ୍ତି । ଏପରିକି ଧାନ ଭଳି ଅନ୍ୟ କୌଣସି ଉତ୍ପାଦିତ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ନେଇ ଗ୍ୟାରେଣ୍ଟି ଦେଉନାହାଁନ୍ତି । ଏସବୁକୁ ନେଇ ଚାଷୀ ଓ ସରକାରଙ୍କ ମଧ୍ୟରେ ବିତର୍କ ଚାଲିଥିବା ବେଳେ ନୂଆ ମତ ରଖିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

Why Jagatguru Shankaracharya Says Business Killing Farming

ବାଣିଜ୍ୟିକ ଗୋଷ୍ଠୀ ଚାଷକୁ କ୍ଷତି ପହଞ୍ଚାଉଛନ୍ତି । ବାଣିଜ୍ୟ ବିକଶିତ ହେବା ଦ୍ୱାରା ଚାଷ କ୍ଷତିଗ୍ରସ୍ତ ହେଉଛି । ସବୁଠୁ ମୂଖ୍ୟ ଗୋ-ବଂଶ ଉପରେ କାହାର ନିଘା ନଥିବା କହିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । କୃଷକଙ୍କ ଲାଗି ଆନ୍ଦୋଳନ କରୁଥିବା ଲୋକଙ୍କ ମଧ୍ୟ ଧ୍ୟାନ ଗୋ-ବଂଶ ଉପରେ ନାହିଁ । ବାଣିଜ୍ୟ ସହ କୃଷି ନାହିଁ, କୃଷି ଓ ବାଣିଜ୍ୟ ସହ ଗୋ-ରକ୍ଷା ନାହିଁ । କୃଷି, ଗୋ-ରକ୍ଷା ଓ ବାଣିଜ୍ୟ ମଧ୍ୟରେ ସାମଞ୍ଜସ୍ୟ ରହିବା ଆବଶ୍ୟକ । କାହା ମଧ୍ୟରେ ତାଳମେଳ ନଥିବା ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ।

Why Jagatguru Shankaracharya Says Business Killing Farming

କୃଷକ ଆନ୍ଦୋଳନ କରୁଥିବା ବେଳେ ଗୋ-ରକ୍ଷାକୁ ନେଇ କେହି ଚିନ୍ତା କରୁନାହାଁନ୍ତି । ଉଦ୍ୟୋଗପତିଙ୍କ ପାଖରେ ବାଣିଜ୍ୟ ଥିବାବେଳେ ଏହାଦ୍ୱାରା କୃଷିକୁ ବିପଦ ନଆସୁ ଏଥିପାଇଁ ଆନ୍ଦୋଳନ ଚାଲିଛି । କୃଷି, ଗୋ-ରକ୍ଷା ଓ ବାଣିଜ୍ୟ ତିନୋଟି କ୍ଷେତ୍ର ଗୋଟିଏ କର୍ମର ଅନ୍ତର୍ଭୁକ୍ତ । ଗୋଟିଏ ଅନ୍ୟଟିର ପରିପୂରକ ଅଟେ । କୃଷକ, ଗୋ-ରକ୍ଷା ଠାରୁ ଦୂରେଇ ଯାଇଥିବା ବେଳେ ଗୋବର ଆଦିର ଉପଯୋଗ ପ୍ରାୟତଃ ବନ୍ଦ ହୋଇଯାଇଛି । ଟ୍ରାକ୍ଟର ଦ୍ୱାରା ଚାଷ କରାଯାଉଛି । ବ୍ୟବସାୟୀମାନେ କୃଷକଙ୍କ ଶୋଷକ ପାଲଟିଛନ୍ତ ଏବଂ ଗୋ-ବଂଶର ଭକ୍ଷକ ସାଜିଛନ୍ତି ।

Why Jagatguru Shankaracharya Says Business Killing Farming

ଅଦୂରଦର୍ଶିତା ଯୋଗୁଁ ବାଣିଜ୍ୟ, କୃଷି ଓ ଗୋ-ରକ୍ଷା ଅଲଗା ହୋଇଯାଇଛି । ବାଣିଜ୍ୟ ଓ କୃଷି ବିଭାଗ ଅଲଗା ହୋଇ ଯାଇଥିବା ବେଳେ ଗୋ-ରକ୍ଷା ପାଖରେ ନାହିଁ । ଏହାର ଅର୍ଥ ବାଣିଜ୍ୟ ହେଉଛି କୃଷି ଓ ଗୋ-ରକ୍ଷାର ଶତ୍ରୁ । କୃଷକ କହୁଛନ୍ତି ବାଣିଜ୍ୟ ଚାଷକୁ କ୍ଷତି ନପହଞ୍ଚାଉ । ପୂର୍ବରୁ ବାଣିଜ୍ୟ, କୃଷି ଓ ଗୋ-ରକ୍ଷା ଗୋଟିଏ କର୍ମରେ ଥିଲେ । ଏବେ ତିନି କ୍ଷେତ୍ର ବିସଙ୍ଗତି ହେବା ପରେ ଗୋ-ବଂଶର ହତ୍ୟା ହେଉଛି । ବାଣିଜ୍ୟ ଗୋ-ବଂଶକୁ ନିପାତ କରୁଥିବା ବେଳେ କୃଷିରେ ଗୋବରର ବ୍ୟବହାର ହେଉନାହିଁ । ଶାସ୍ତ୍ରକୁ ଜାଣୁନଥିବାରୁ ଅର୍ଥ ଦୃଷ୍ଟିକୋଣରୁ ଏହାକୁ ବୁଝିବା ଆବଶ୍ୟକ ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ।

ଅନ୍ତିମ ମ୍ୟାଚର ହାର ସତ୍ତ୍ୱେ ଭାରତ ହାତରେ ସିରିଜ

କାନବେରା: ଅନ୍ତିମ ମ୍ୟାଚରେ ପରାଜୟ ସ୍ୱୀକାର କରିଥିବା ଭାରତ କିନ୍ତୁ ସିରିଜ ଅକ୍ତିଆର କରିଛି । ତିନିଟିକିଆ ଟି-୨୦ ମ୍ୟାଚରୁ ୨ଟି ଭାରତ ପକ୍ଷରେ ଥିବାବେଳେ ଶେଷ ଅର୍ଥାତ ଆଜିର ମ୍ୟାଚକୁ ଜିତିଛି ଘରୋଇ ଅଷ୍ଟ୍ରେଲିଆ । ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିବାବେଳେ ଅଷ୍ଟ୍ରେଲିଆ ୨୦ ଓଭରରେ ୫ ୱିକେଟ ହରାଇ କରିତଇଳଆ ୧୮୫ । ସେପଟେ ୧୮୬ ରନର ବିଜୟ ପିଛା କରି ଭାରତ ୨୦ ଓଭରରେ ୭ ୱିକେଟ ହରାଇ କରିଛଇ ୧୭୪ ରନ ।

ଗତ ଦୁଇଟି ମ୍ୟାଚକୁ ଲଗାତର କ୍ଲିନ ସ୍ୱିପ କରିଛି ଭ୍ରମଣକାରୀ ଭାରତ । ଆଜି ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ କିନ୍ତୁ ଦଳ ହାର ମାନିଛି । ସେପଟେ ଆଜିର ମ୍ୟାଚରେ ଭାରତ ପକ୍ଷରୁ ଲମ୍ବା ପାଳି ଖେଳି ୮୫ ରନ କରିଥିଲେ ଅଧିନାୟକ ବିରାଟ କୋହଲି । ସେହିପରି ଘରୋଇ ଅଷ୍ଟ୍ରେଲିଆକୁ ଆଶ୍ୱସ୍ତ ବିଜୟ ପାଇଁ ଉଚ୍ଚା ରନ କରିଥିଲେ ମାଥ୍ୟୁ ୱେଡ । ତେବେ ଦଳ ଭ୍ରମଣକାରୀ ଭାରତ ଶେଷ ମ୍ୟାଚ ବାରିଥିଲେ ମଧ୍ୟ ସିରିଜକୁ କବ୍ଜା କରିଛି ।

୬୬ ବର୍ଷରେ ଏଭରେଷ୍ଟ ବଢିଛି ୮୬ ସେଣ୍ଟିମିଟର

କାଠମାଣ୍ଡୁ: ହିମାଳୟ ପର୍ବତମାଳାର ଉଚ୍ଚତମ ଶୃଙ୍ଖ ଏଭରେଷ୍ଟର ଉଚ୍ଚତା ବୃଦ୍ଧି ପାଇଛି । ୬୬ ବର୍ଷ ପରେ ପୁନଃ ଉଚ୍ଚତା ଆକଳନ ପରେ ଏହା ସ୍ପଷ୍ଟ ହୋଇଛି । ୨୦୧୫ରେ ଆସିଥିବା ଭୂକମ୍ପ ତଥା ପ୍ରାକୃତିକ ବିପର୍ଯ୍ୟୟ ଏହାର କାରଣ ହୋଇଥାଇପାରେ ବୋଲି ଆକଳନ କରାଯାଉଛି । ନେପାଳ ପକ୍ଷରୁ ହୋଇଥିବା ସଦ୍ୟ ଉଚ୍ଚତା ମାପ ପରେ ଏଭରେଷ୍ଟ ଶୃଙ୍ଘର ଉଚ୍ଚତା ୮୮୪୮.୮୬ ମିଟର ବୋଲି ସେଠାକାର ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗାୱାଲି ଘୋଷଣା କରିଛନ୍ତି।

୧୯୫୪ ମସିହାରେ ଶେଷଥର ପାଇଁ ଭାରତର ସର୍ଭେ ଅଫ୍‌ ଇଣ୍ଡିଆ ସଂସ୍ଥାନ ପକ୍ଷରୁ ଏଭରେଷ୍ଟ ଶୃଙ୍ଘର ଉଚ୍ଚତା ଆକଳନ କରାଯାଇଥିଲା। ସେତେବେଳେ ଏଭରେଷ୍ଟର ଉଚ୍ଚତା ୮,୮୪୮ ମିଟର ବୋଲି ଭାରତ ପକ୍ଷରୁ ଦର୍ଶାଯାଇଥିଲା। ହେଲେ ନିକଟରେ ଆସିଥିବା ଭୂକମ୍ପ ହେତୁ ଏଭରେଷ୍ଟ ଶୃଙ୍ଘ ଉଚ୍ଚତାରେ ପରିବର୍ତ୍ତନ ଆଶଙ୍କା କରି ନେପାଳ ପକ୍ଷରୁ ଏହି ଉଚ୍ଚତା ମାପ କରାଯାଇଥିଲା । କିନ୍ତୁ ଏହି ଉଚ୍ଚତା କିଏ ମାପ କରିବ ସେ ନେଇ ନେପାଳ ଓ ଚୀନ ଭିତରେ ବିବାଦ ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଉଭୟ ନେପାଳ ଓ ଚୀନ ମିଳିତ ଭାବେ ଏହି ଉଚ୍ଚତା ମାପ କରି ମିଳିତ ରିପୋର୍ଟ ପ୍ରକାଶ କରିଛନ୍ତି।

ବାହାଘର ପୂର୍ବରୁ ବର ଘରୁ ସଶସ୍ତ୍ର ଡକାୟତି, ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟ୍

କାମାକ୍ଷାନଗର: ପାଖେଇ ଆସୁଥିଲା ପୁଅ ବାହାଘର, ଆଗେଇ ଚାଲିଥିଲା ପ୍ରସ୍ତୁତି । ବାହାଘର ଲାଗି ଭୋଜିଭାତରୁ ଆରମ୍ଭ କରି ବୋହୂ ପାଇଁ ଗହଣା ସବୁକିଛି କିଣା ସରିଥିଲା । ଆସନ୍ତା ୧୧ ତାରିଖରେ ପଡ଼ିଥାନ୍ତା ହାତଗଣ୍ଠି । ହେଲେ, ହାତଗଣ୍ଠି ପୂର୍ବରୁ ବର ଘର ଲୋକଙ୍କ ହାତ ବାନ୍ଧି ଦେଇଛନ୍ତି ଦୁର୍ବୃତ୍ତ । ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ବାହାଘର ପାଇଁ ରଖାଯାଇଥିବା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ।

Armed robbery From Groom House Before Marriage

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଇପୁର ଗାଁରେ ରୁହଁନ୍ତି ପ୍ରମୋଦ ମହାନ୍ତି । ପ୍ରମୋଦ ପୁଅ ବାହାଘର ଲାଗି ଘରେ ସାଢ଼େ ପାଞ୍ଚ ଭରି ସୁନା ଓ ଲକ୍ଷେ ଟଙ୍କା ରଖିଥିଲେ । ହେଲେ ସୋମବାର ବିଳମ୍ବିତ ରାତିରେ ସବୁକିଛି ସରିଯାଇଛି । ବିଳମ୍ବିତ ରାତିରେ ବନ୍ଧୁକ ଓ ଭୁଜାଲି ଦେଖାଇ ୧୦ ଜଣ ଦୁର୍ବୃତ୍ତ ଘରୁ ସବୁ କିଛି ଲୁଟି ନେଇଛନ୍ତି । ସୋମବାର ରାତି ପ୍ରାୟ ୧୨ଟା ୪୦ରେ ୧୦ ଜଣ ଦୁର୍ବୃତ୍ତ ରିଭରବଲ୍, ଭୁଜାଲି ଓ ଅନ୍ୟ ମାରଣାସ୍ତ୍ର ଧରି ଘରେ ପଶି ଲୁଟ୍ କରିଥିଲେ ।

Armed robbery From Groom House Before Marriage

ଦୁର୍ବୃତ୍ତ ଘରର ସମସ୍ତ ସଦସ୍ୟଙ୍କୁ ଭୟଭୀତ କରାଇ ପ୍ରଥମେ ଏକ କୋଠରିରେ ଭର୍ତ୍ତି କରି ବାହାରୁ ତାଲା ପକାଇ ବୁଲାଇଥିଲେ କଳାକନା । ପରିବାର ଲୋକ ସାହି ପଡ଼ିଶାଙ୍କୁ ଫୋନ୍ କରି ଜଣାଇବା ପରେ ପଡ଼ୋଶୀ ବାହାରୁ ତାଲା ଭାଙ୍ଗି ପ୍ରମୋଦଙ୍କ ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ । ଏନେଇ କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଲୁଟ୍ ଘଟଣାରେ ତଦନ୍ତ କରୁଛି ।

ଇଣ୍ଡିଆ-ଅଷ୍ଟ୍ରେଲିଆ ଟି-୨୦; ୧୮୬ ରନର ବିଜୟ ଲକ୍ଷ୍ୟ, ସିରିଜ ପୋଛିବ ଭାରତ

କାନବେରା: ସିରିଜ ପୋଛିବା ଲକ୍ଷ୍ୟରେ ଭାରତ । ଏକପ୍ରକାର ଟିମ୍ ଇଣ୍ଡିଆ ଟି-୨୦ ସିରିଜକୁ ନିଜ ଆଡକୁ ନେବାରେ ସକ୍ଷମ ସାଜିଛି । ଗତ ଦୁଇଟି ମ୍ୟାଚକୁ ଲଗାତର କ୍ଲିନ ସ୍ୱିପ କରିଛି ଭ୍ରମଣକାରୀ ଭାରତ । ଆଜି ଟି-୨୦ ସିରିଜର ଅନ୍ତିମ ମ୍ୟାଚ ଜାରି ରହିଥିବାବେଳେ ପ୍ରଥମ ପାଳିରେ ବ୍ୟାଟିଂ କରିବା ସହ ଘରୋଇ କଙ୍ଗାରୁ ଟିମ ୫ ୱିକେଟ ହରାଇ ସଂଗ୍ରହ କରିଛି ୧୮୫ ରନ । ଏପଟେ ୧୮୬ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନରେ ବ୍ୟାଟିଂ ଜାରି ରଖିଛି ଭାରତ ।

ଭାରତ ପକ୍ଷରୁ କ୍ୟାପଟେନ ବିରାଟ କୋହଲି ଏବଂ ସଞ୍ଜୁ ସାମସନ ବ୍ୟାଟିଂ କରୁଥିବା ବେଳେ ଦଳ ୨ ୱିକେଟ ହରାଇ ୧୦ ଓଭର ସୁଦ୍ଧା କରିଛି ୮୨ ରନ । କ୍ୟାପଟେନ କୋହଲି ଅର୍ଦ୍ଧ ଶତକର ନିକଟତର ହୋଇଛନ୍ତି । ୩୫ ବଲରେ କୋହଲି ୪୪ ରନ କରିଥିବାବେଳେ ସଞ୍ଜୁ ସାମସନ ୨ଟି ବଲରେ ୪ ରନ କରିଛନ୍ତି ।

କରୋନା ଛାଡ଼ି ଯାଉଛି ଚର୍ମ ରୋଗ: ସୁସ୍ଥ ହେବା ପରେ ମଧ୍ୟ ଦେଖାଦେଉଛି ଲକ୍ଷଣ

ବୋଷ୍ଟନ୍: କରୋନା ଛାଡ଼ି ଯାଉଛି ଚର୍ମ ରୋଗ । ସଦ୍ୟ ଗବେଷଣାରୁ ପ୍ରାପ୍ତ ତଥ୍ୟରୁ ଏହା ଅନୁମେୟ । ଗବେଷଣାର ରିପୋର୍ଟ ମୁତାବକ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ଠାରେ କିଛି ଚର୍ମ ରୋଗ ଲକ୍ଷଣ ଦେଖିବାକୁ ମିଳୁଛି । ସେମାନେ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ସେମାନଙ୍କ ଠାରେ ଏହି ଲକ୍ଷଣ ପରିଲକ୍ଷିତ ହେଉଛି ।

Coronavirus: Tips to Avoid "Maskne" Skin Irritation | Johns Hopkins Medicine

            ୟୁରୋପିଆନ୍ ଏକାଡେମି ଅଫ୍ ଡ୍ରେମାଟୋଲୋଜିଷ୍ଟ (Dermatologist)ର ୨୯ ତମ ସମ୍ମିଳନୀରେ ଏହି ତଥ୍ୟ ଉପସ୍ଥାପିତ ହୋଇଥିଲା । ତେବେ ଏ ସମ୍ପର୍କିତ ଅଧିକ ଗବେଷଣା ନେଇ ଅନ୍ତର୍ଜାତୀୟ ଲିଗ୍ ଅଫ୍ ଡ୍ରେମାଟୋଲୋଜିଷ୍ଟ ସୋସାଇଟି ଏବଂ ଆମେରିକାନ୍ ଏକାଡେମୀ ଅଫ୍ ଡେମ୍ରାଟୋଲଜିଷ୍ଟର ମିଳିତ ଆନୁକୂଲ୍ୟରେ ଏକ ଅନ୍ତର୍ଜାତୀୟ ରେଜିଷ୍ଟ୍ରି ସ୍ଥାପନ କରାଯାଇଛି ।

            ଏଠାକୁ ଜୁନ ଓ ଅଗଷ୍ଟ ମାସରେ ଚିକିତ୍ସକମାନେ କୋଭିଡ -୧୯ ଚର୍ମ ରୋଗର ଲ୍ୟାବ୍ ଟେଷ୍ଟ ରିପୋର୍ଟ ଏବଂ ଏହାର ଅବଧି ସମ୍ପର୍କିତ ତଥ୍ୟ ଅପଡେଟ କରିବାକୁ ଯୋଗାଯୋଗ କରିଥିଲେ । ସେମାନେ ପ୍ରଦାନ କରିଥିବା ତଥ୍ୟ ମୁତାବକ ଏଭଳି ଲକ୍ଷଣ ୬୦ ଦିନ ଯାଏଁ ରୋଗୀଙ୍କ ଠାରେ ଦେଖିବାକୁ ମିଳିଥାଏ ।

Coronavirus could cause these five skin conditions: Study, World News | wionews.com

 ତେବେ ପୂର୍ବ ଲୋକଲୋଚନକୁ ଆସିନଥିବା ଏଭଳି ରୋଗ ସମ୍ପର୍କରେ ବର୍ତ୍ତମାନର ଗବେଷଣା ରିପୋର୍ଟ ଦ୍ୱାରା ଜଣାପଡ଼ିଥିବା କହିଛନ୍ତି ଗ୍ଳୋବାଲ ହେଲ୍ଥ ଡ୍ରେମାଟୋଲୋଜିଷ୍ଟ ନିର୍ଦ୍ଦେଶକ ଇଷ୍ଟର ଇ ଫ୍ରିମ୍ୟାନ୍ । ଏହା କୋଭିଡ-୧୯ ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଉପରେ ପଡ଼ୁଥିବା ପ୍ରଭାବର ଲମ୍ୱା ଅବଧି ବିଷୟରେ ଜାଣହେବ ବୋଲି ସେ କହିଛନ୍ତି । ତେବେ ଏ ଦିଗରେ ଅଧିକ କାର୍ଯ୍ୟ କରିବା ନେଇ ଡ୍ରେମାଟୋଲୋଜିଷ୍ଟମାନଙ୍କୁ ଉତ୍ସାହିତ କରାଯାଉଛି । ଏବଂ ଲକ୍ଷଣ ଚିହ୍ନଟ ସହିତ ଏ ସମ୍ପର୍କରେ ଅନ୍ତର୍ଜାତୀୟ ଫୋରମରେ ରିପୋର୍ଟ କରିବାକୁ କୁହାଯାଇଥିବା ଫ୍ରି ମ୍ୟାନ୍ କହିଛନ୍ତି । ଯାହା ଦ୍ୱାରା କୋଭିଡ-୧୯ର ପ୍ରଭାବ ସମ୍ପର୍କରେ ଅଧିକ ଜାଣିହେବ ।

୨୦୨୧ର ଭବିଷ୍ୟବାଣୀ: ମାଡ଼ି ଆସିବ ଦୁର୍ଭିକ୍ଷ, ଭୂକମ୍ପରେ ଧ୍ୱଂସ ହେବ ପୃଥିବୀ

ସରି  ଆସୁଛି ୨୦୨୦ର ଶେଷ ସମୟ  ।  ଏବେ କେବଳ ଅପେକ୍ଷା ୨୦୨୧କୁ । ୨୦୨୦ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ୨୦୨୧କୁ ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । କିନ୍ତୁ,  ଏହାରି ଭିତରେ ଆସିଥିବା ଜଣେ ବ୍ୟକ୍ତିଙ୍କ ଭବିଷ୍ୟବାଣୀ ପାଦ ତଳୁ ମାଟି ଖସାଇ ଦେଲା ଭଳି  ।  ନାଷ୍ଟ୍ରାଡମ୍ସର ଭବିଷ୍ୟବାଣୀ ମୁତାବକ,  ୨୦୨୧ ମସିହା ୨୦୨୦ ଠାରୁ ବି ଅଧିକ ଭୟଙ୍କର ହେବ । କାରଣ ଆସନ୍ତା ବର୍ଷରେ ବିଶ୍ୱ ଦୁର୍ଭିକ୍ଷ, ମହାମାରୀ, ଭୂକମ୍ପର ବିପଦକୁ ସାମ୍ନା କରିବାକୁ ପଡିବ ବୋଲି ଭବିଷ୍ୟବାଣୀ କରିଛନ୍ତି  । ଏଭଳି ଏକ ଭବିଷ୍ୟବାଣୀ କରିସାରିଛନ୍ତି ଫ୍ରାନ୍ସ ଜନ୍ମିତ ବିଶିଷ୍ଟ ଭବିଷ୍ୟବକ୍ତା  ମାଇକେଲ୍ ଡି ନଷ୍ଟ୍ରାଡମ୍ସ।

ତେବେ ୪୬୫ ବର୍ଷ ପୁରୁଣା ଭବିଷ୍ୟବାଣୀ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ନଷ୍ଟ୍ରାଡମ୍ସ ଶତାବ୍ଦୀର ପ୍ରଥମ ‘ଲେସ୍ ପ୍ରୋଫେଟିସ୍’ ନାମକ ଏକ ବହି ଲେଖିଥିଲେ । ଯେଉଁଥରେ ସେ ବିଶ୍ୱକୁ ନେଇ ଅନେକ ଭବିଷ୍ୟବାଣୀ କରିଥିଲେ। ଏହି ବହିର ପ୍ରଥମ ସଂସ୍କରଣ ୧୫୫୫ ମସିହାରେ ଆସିଥିଲା । ବହିରେ ମୋଟ ୬,୩୩୮ଭବିଷ୍ୟବାଣୀ ରହିଛି । ଏହି ଭବିଷ୍ୟବାଣୀରୁ ପ୍ରାୟ ୭୦ ପ୍ରତିଶତ ସତ ବୋଲି ପ୍ରମାଣିତ ମଧ୍ୟ ହୋଇସାରିଛି । କେବଳ ସେତିକି ନୁହେଁ, ତାଙ୍କର ଭବିଷ୍ୟବାଣୀଗୁଡିକ ଛନ୍ଧରେ ପରିଭାଷିତ ହୋଇଛି  । ଯାହାକୁ ‘କ୍ୱାଟ୍ରେନ୍’ ବୋଲି ମଧ୍ୟ କୁହାଯାଏ ।

ସତ ହୋଇଛି ୨୦୨୦ର ଭବିଷ୍ୟବାଣୀ

୨୦୨୦ରେ ବ୍ୟାପିଥିବା କରୋନା ମହାମାରୀ  ମଧ୍ୟ ନାଷ୍ଟ୍ରାଡମ୍ସର ଭବିଷ୍ୟବାଣୀ ସହିତ ଜଡ଼ିତ । ଏହା ବ୍ୟତୀତ ଅନେକ ଐତିହାସିକ ଘଟଣା ମଧ୍ୟ ନାଷ୍ଟ୍ରାଡମ୍ସର  ଭବିଷ୍ୟବାଣୀକୁ ପ୍ରମାଣ କରିଛି । ଆସନ୍ତୁ ଜାଣିବା ୨୦୨୧ ବର୍ଷ ବିଷୟରେ ନାଷ୍ଟ୍ରେଡାମସ୍ କିପରି ପୂର୍ବାନୁମାନ କରିଛନ୍ତି ।

ଜୀବନ୍ତ ମଣିଷକୁ ଖାଇବ ମୃତ ମଣିଷ

ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀ ଅନୁସାରେ, ଜଣେ ରୁଷିଆର ବୈଜ୍ଞାନିକ ଏକ ଜୈବିକ ଅସ୍ତ୍ର ଓ ଭାଇରସ୍ ବିକଶିତ କରିବେ । ଏହା ମାନବ ପ୍ରଜାତି ପାଇଁ ଅତ୍ୟନ୍ତ ଭୟଙ୍କର ପ୍ରମାଣିତ ହେବ ଏବଂ ଏହା ଦ୍ୱାରା ମନୁଷ୍ୟ ପ୍ରଜାତି ସମ୍ପୂର୍ଣ୍ଣ ଲୋପ ପାଇଯାଇପାରେ । ତେବେ ଏହି ଜୈବିକ ଅସ୍ତ୍ର ଓ ଭାଇରସ୍ ହେଉଛି ଜୋମ୍ବି(Zombie)  ଯାହା ମୃତ ବ୍ୟକ୍ତିକୁ ଜୀବିତ କରି ରାକ୍ଷସ ପ୍ରବୃତ୍ତି ପ୍ରଦାନ କରିବ । ଆଉ ଏହି ଜୋମ୍ବି ଲୋକଙ୍କୁ ମାରିବା ସହ ସେମାନଙ୍କୁ ଖାଇବାକୁ ବି ପଛାଇବନି । ଏଭଳି ଭାବରେ ମଣିଷ ପ୍ରଜାତିର ସର୍ବନାଶ ହେବ ବୋଲି ନଷ୍ଟ୍ରାଡମ୍ସ ଭବିଷ୍ୟବାଣୀ କରିଛନ୍ତି।

ସୂର୍ଯ୍ୟର ବିନାଶ ହେବ

ଭବିଷ୍ୟବାଣୀରେ ଏହା ମଧ୍ୟ କୁହାଯାଇଛି ଯେ, ୨୦୨୧ରେ ସୂର୍ଯ୍ୟଙ୍କ ବିନାଶ ପୃଥିବୀକୁ ସିଧା ସଳଖ କ୍ଷତିଗ୍ରସ୍ତ କରିବ । ସମୁଦ୍ର ସ୍ତର ବଢିବ ଓ ତାହା ଭିତରେ ପୃଥିବୀ ନଷ୍ଟ ହେବ ବୋଲି ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀରେ ଉଲ୍ଲେଖ କରାଯାଇଛି । ଯାହା ସମଗ୍ର ମାନବ ସମାଜ ପାଇଁ ଭୟ ଜାତ କରିଛି  ।

ପୃଥିବୀ ସହ ମାଡ ହେବ ଧୂମକେତୁ

ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀ ଅନୁସାରେ, ପୃଥିବୀ ସହିତ ବିଶାଳକାୟ ଧୂମକେତୁ ମାଡ଼ ହେବ । ଏହି ଧୂମକେତୁ ପୃଥିବୀ ସହିତ ମାଡ ହେବାପରେ ଭୂକମ୍ପ ଏବଂ ଅନେକ ପ୍ରାକୃତିକ ବିପତ୍ତିର କାରଣ ହେବ । ଉଲ୍ଳେଖନୀୟ ଯେ, ନାସାର ବୈଜ୍ଞାନିକମାନେ ମଧ୍ୟ ପୂର୍ବରୁ ଏକ ବଡ ଧୂମକେତୁ ପୃଥିବୀ ସହ ମାଡ ହେବାର ସମ୍ଭାବନା ପ୍ରକାଶ କରିଥିଲେ। ଏଥର ଏହା ଅଧିକ ଗମ୍ଭୀରତାର ସହ ନେବା ଦରକାର। କାରଣ 2009 KF1 ନାମକ ଏକ ଧୂମକେତୁ ଉପରେ ନଜର ରଖିଛି । ଯାହା ୬ ମଇ ୨୦୨୨ରେ ପୃଥିବୀ ସହିତ ମାଡ ହେବାର ବିପଦ ରହିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ଧୂମକେତୁର ଶକ୍ତି ୧୯୪୫ରେ ହିରୋସିମା ଉପରେ ଆମେରିକା ଦ୍ୱାରା ପକାଯାଇଥିବା ପରମାଣୁ ବୋମାଠାରୁ ୧୫ ଗୁଣ ଅଧିକ ଭୟଙ୍କର ହେବ।

କାଲିଫର୍ଣ୍ଣିଆରେ ଭୂକମ୍ପ

ନଷ୍ଟ୍ରାଡମ୍ସ ଭବିଷ୍ୟବାଣୀ ଅନୁସାରେ, ଏକ ପ୍ରଳୟଙ୍କାରୀ ଭୂକମ୍ପ ‘ନ୍ୟୁ ୱାର୍ଲ୍ଡ’କୁ ଧ୍ୱଂସ କରିଦେବ। କାଲିଫର୍ଣ୍ଣିଆରେ ଏହାର ଲଜିକାଲ ପ୍ଲେସ୍ କୁହାଯାଇପାରେ, ଯେଉଁଠି ଏହି ଘଟଣା ହୋଇପାରେ। ପ୍ରାକୃତିକ ବିପଦକୁ ନେଇ ପୂର୍ବରୁ ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ସତ ବାହାରିଛି ।

ବ୍ରେନ୍ ଚିପର ବ୍ୟବହାର କରାଯିବ

ମାନବ ଜାତିକୁ ବଞ୍ଚାଇବା ପାଇଁ ଆମେରିକାର ସୈନିକଙ୍କୁ ଅତି କମରେ ମାନସିକ ସ୍ତରରେ ସାଇବର୍ଗ୍ସ ଭଳି ବଦଳାଇ ଦିଆଯିବ। ଏମାନଙ୍କ ବ୍ରେନ୍ ଚିପକୁ ବ୍ୟବହାର କରି ସାଇବର୍ଗ (Cyborgs)କରିଦିଆଯିବ। ଏହାର ଅର୍ଥ ହେଉଛି ଏହା ଏକ ଏଭଳି କାଳ୍ପନିକ ମେସିନ୍ ମାନବ ହେବ ଯାହାର ଅଧା ଶରୀର ମାନବ ଓ ଅଧା ମେସିନ୍ ଭଳି ହେବ।

ଦୁର୍ଭିକ୍ଷ ପୃଥିବୀ ନଷ୍ଟର ପ୍ରଥମ ସଂକେତ ହେବ

  ନଷ୍ଟ୍ରାଡମ୍ସ ଭବିଷ୍ୟବାଣୀ କରିଛନ୍ତି- ଦୁର୍ଭିକ୍ଷ, ଭୂକମ୍ପ, ବିଭିନ୍ନ ପ୍ରକାର ରୋଗ ଓ ମହାମାରୀ କାରଣରୁ ବିଶ୍ୱ ଅନ୍ତ ହେବାର ପ୍ରଥମ ସଙ୍କେତ ମିଳିବ । ଯେପରି ବର୍ତ୍ତମାନ ସମୟରେ କରୋନା ମହାମାରୀ କାରଣରୁ ପୁରା ବିଶ୍ୱର ସ୍ଥିତି ବଦଳି ଯାଇଛି ଠିକ୍ ସେଭଳି ଦୁର୍ଭିକ୍ଷ ଆସିବ, ଯାହାକୁ ସାରା ବିଶ୍ୱ କେବେ ପୂର୍ବରୁ ସାମନା କରିନଥିବ। ବିଶ୍ୱ ଜନସଂଖ୍ୟାର ଏକ ବଡ ଅଂଶର  ଧ୍ୱଂସ ଘଟିବାରିବ ବୋଲି ନଷ୍ଟ୍ରାଡମ୍ସ ଭବିଷ୍ୟବାଣୀ କରିଛନ୍ତି।