spot_img
Home Blog Page 6282

ବୈଠକ ପୂର୍ବରୁ ବୈଠକ ନେଲେ ଗୃହମନ୍ତ୍ରୀ, ୯ ତାରିଖରେ ହେବ ନାହିଁ ଆଲୋଚନା

ନୂଆଦିଲ୍ଲୀ: ସମୟ ଯେତେ ଗଡୁଛି, ନିଆଁ ସେତେ ବଢୁଛି । ଦିଲ୍ଲୀରେ ତେଜୁଥିବା ଚାଷୀ ତାତି ପଲ୍ଲୀରେ ପ୍ରବେଶ କଲାଣି । ଜିଦରେ ଅଟଳ ଚାଷୀ ଆଜି ଭାରତ ବନ୍ଦର ଡାକରା ଦେଇ ଦେଶକୁ ଠପ କରିଦେଇଥିଲେ । ଆସନ୍ତାକାଲି ଅର୍ଥାତ ଡିସେମ୍ବର ୯ ତାରିଖରେ କେନ୍ଦ୍ର ସରକାର ସହ ବୈଠକ ଥିବାବେଳେ ଆଜି ହଠାତ ୧୩ ଜଣ ଚାଷୀ ନେତାଙ୍କ ସହ ବୈଠକ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେପଟେ ଆସନ୍ତା କାଲି ବୈଠକ ହେବ ନାହିଁ ବୋଲି କହିଛନ୍ତି ଚାଷୀ ନେତା ହନନ ମୁଲ୍ଲା  ।

ପ୍ରାୟ ଏକ ଘଣ୍ଟା ଧରି ଗୃହମନ୍ତ୍ରୀଙ୍କ ସହ ଚାଷୀ ନେତାଙ୍କ ବୈଠକ ଜାରି ରହିଥିଲା । ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଥିବାବେଳେ ଅମିତ ଶାହାଙ୍କ ଆଜିର ବୈଠକ କେତେ ଫଳପ୍ରଦ ହେଉଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏମଏସପି ସ୍ଥାୟିତ୍ୱ ଏବଂ କୃଷି ଉତ୍ପାଦ ବଜାର କମିଟିକୁ ଅପିରବର୍ତ୍ତିତ ରଖିବା ଦାବିରେ ୧୩ ଦିନ ଧରି ଆନ୍ଦୋଳନରତ ଚାଷୀ ।

କୋଭିଡ ସମୟରେ ଚାଷୀଙ୍କ ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିବାବେଳେ ପାଞ୍ଚ ପାଞ୍ଚ ଥରର ବୈଠକ ପରେ ମଧ୍ୟ ଫେଲ ମାରିଛନ୍ତି ସରକାର । ସେପଟେ ୯ ତାରିଖରେ ପୁନର୍ବାର ଚାଷୀଙ୍କ ଦାବିକୁ ଆଲୋଚନା କରିବାକୁ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର ।

ସତୀଶ ଗଜଭିୟେଙ୍କୁ ଏକମାସ ମଧ୍ୟରେ ପଦୋନ୍ନତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: IPS ଅଫିସର ସତୀଶ ଗଜଭିୟେଙ୍କ କାର୍ଯ୍ୟାନୁଷ୍ଠାନ ଘଟଣାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଗଜଭିୟେଙ୍କୁ ଏକମାସ ମଧ୍ୟରେ ପଦୋନ୍ନତି ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୨ ବ୍ୟାଚର ଏହି IPSଙ୍କୁ ତାଙ୍କ ବ୍ୟାଚର ଆଇପିଏସଙ୍କ ସହ ପଦୋନ୍ନତି ଏକ ମାସ ମଧ୍ୟରେ ଦେବାକୁ କୁହାଯାଇଛି । ୨୦୦୭ ମସିହାରେ ମାଲକାନଗିରି ଏସପି ଥିବାବେଳେ ମାଓବାଦୀକୁ ଧରିବା ନେଇ ହୋଇଥିବା ପୁରସ୍କୃତ ଅର୍ଥ ଘୋଟଲା ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା ।

Odisha High Court Quashes Disciplinary Proceedings Against IPS Officer Satish Gajbhiye

୨୦୦୭ ଜୁଲାଇ ୨୫ ତାରିଖରେ ଶ୍ରୀରାମୁଲୁ ଶ୍ରୀନିବାସ ନାମକ ମାଓବାଦୀ ଗିରଫ ହୋଇଥିଲେ । ଏହି ଗିରଫ ଘଟଣାରେ ଓଡ଼ିଶା ସରକାର ୩ ଲକ୍ଷ ୫୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ । ସେହି ଟଙ୍କାରୁ ୧ ଲକ୍ଷ ୫୫ ହଜାର ଟଙ୍କା ୬ଜଣ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ବାକି ଟଙ୍କା ସ୍ଥାନୀୟ ଇନଫର୍ମରଙ୍କୁ ପ୍ରଦାନ କରାଯାଇଥିଲା । ତେବେ ପୋଲିସ କର୍ମଚାରୀ ପୁରସ୍କାର ଅର୍ଥ ପାଇ ନଥିବା ଗୃହ ବିଭାଗରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ତଦନ୍ତ କରି ୨୦୧୫ ନଭେମ୍ବର ୭ ତାରିଖରେ ସତୀଶ ଗଜଭିୟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।

Odisha High Court Quashes Disciplinary Proceedings Against IPS Officer Satish Gajbhiye

ସେବେଠାରୁ ମୁଖ୍ୟାଳୟରେ ବସିଥିଲେ ସତୀଶ । ସମସ୍ତ ପଦୋନ୍ନତି ବି ବନ୍ଦ ହୋଇ ରହିଥିଲା । ୨୦୦୨ ବ୍ୟାଚର IPS ଅଫିସର ସତୀଶ ଗଜଭିୟେ ଏହାକୁ ଚାଲେଞ୍ଜ କରି ପ୍ରଥମେ କଟକ କ୍ୟାଟ୍ ବେଞ୍ଚରେ ପିଟିସନ ଦାଏର କରିଥିବା ବେଳେ ପରେ ଏହି ମାମଲା କ୍ୟାଟର ଦିଲ୍ଲୀ ମୁଖ୍ୟ ବେଞ୍ଚକୁ ସ୍ଥାନାନ୍ତରିତ ହୋଇଥିଲା । ୨୦୧୮ ଅଗଷ୍ଟ ୧୦ ତାରିଖରେ କ୍ୟାଟ୍ ରାୟ ଦେଇ କାର୍ଯ୍ୟାନୁଷ୍ଠାନ ଉପରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଥିଲେ । କ୍ୟାଟଙ୍କ ରାୟ ବିରୋଧରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରସ୍ତ ହୋଇଥିଲେ ସତୀଶ ଗଜଭିୟେ ।

ଲିଙ୍ଗରାଜଙ୍କ ପୀଠରେ ରହିବେ ନାହିଁ ଭିକାରୀ, ‘ସହାୟ’ ଯୋଜନାରେ ସୁବିଧା ଦେବେ ସରକାର

ଭୁବନେଶ୍ୱର: ଭିକ୍ଷୁକମୁକ୍ତ ହେବ ଐତିହ୍ୟସ୍ଥଳୀ ପ୍ରଭୁ ଲିଙ୍ଗରାଜଙ୍କ ପୀଠ । ଏକାମ୍ରକ୍ଷେତ୍ର ଶ୍ରୀ ଲିଙ୍ଗରାଜ ମନ୍ଦିର ପରିସରକୁ ଭିକାରୀ ମୁକ୍ତ କରିବା ନେଇ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ସହ ପରିସରରେ ବସୁଥିବା ଭିକ୍ଷୁକଙ୍କୁ ସେଠାରୁ ଉଠାଯିବ ।
ସେପଟେ ଡିସେମ୍ବର ଶେଷ ସୁଦ୍ଧା ସୌନ୍ଦର୍ଯ୍ୟକରଣ ପାଇଁ ସରିବ ଜମି ଅଧିଗ୍ରହଣ କାର୍ଯ୍ୟ । ବିଏମସି , ବିଡିଏ ପକ୍ଷରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ମନ୍ଦିର ପରିସରରେ ରହୁଥିବା ଭିକାରୀ ମାନଙ୍କୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେବେ । ‘ସହାୟ’ଯୋଜନା ମାଧ୍ୟମରେ ଭୁବନେଶ୍ୱର ପ୍ରଶାସନ ଭିକାରୀ ଚିହ୍ନଟ ପକ୍ରିୟା ମଧ୍ୟ ଆରମ୍ଭ କରିଦେଇଛି । ଓଲଡ୍ ଟାଉନରେ ଏନେଇ ବିଏମସି ପକ୍ଷରୁ ସର୍ଭେ ଆରମ୍ଭ କରାଯାଇଛି । ଘରକୁ ଫେରିବାକୁ ଚାହୁଁଥିବା ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଫେରାଇଦେବାର ସମସ୍ତ ବ୍ୟବସ୍ଥା କରାଯିବ ।


ଭିକାରୀ ଚିହ୍ନଟ ପାଇଁ ବିଭିନ୍ନ ଏନଜିଓ ଏବଂ ସରକାରୀ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଏକାମ୍ରକ୍ଷେତ୍ରର ଉନ୍ନତି ପାଇଁ ୯୦% ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଏମାସ ଶେଷ ସୁଦ୍ଧା ସମସ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ ବୋଲି କହିଛି ବିଏମସି । ସେହିପରି ୬୦ଫୁଟିଆ ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାର କାଲି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ବୁଧବାର ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମହାମାରୀ କରୋନା ପାଇଁ ପୂର୍ବ ଭଳି ଏହି ବୈଠକ ଭିଡିଓ କନଫରେନ୍ସିଂ ଯୋଗେ ହେବ । ଅପରାହ୍ଣ ୬ଟା ୪୫ରେ ବସିବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ ।

State Cabinet Meeting To Hold Tomorrow On The Chairmanship Of CM Naveen Patnaik

ରାଜ୍ୟ କ୍ୟାବେନେଟ୍ ବୈଠକରେ ୧୦ଟି ଏଜେଣ୍ଡାକୁ ମଞ୍ଜୁରୀ ମିଳିପାରେ । ଫୁଲବାଣୀ ଓ କୋରାପୁଟ ମେଡିକାଲ କଲେଜ ପାଇଁ ହଜାରେ କୋଟିର ଟେଣ୍ଡର ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ । ବରଗଡ଼ରେ ୨ଟି ପାନୀୟ ଜଳ ପ୍ରକଳ୍ପ ସହ ଗୃହ, ସାଧାରଣ ପ୍ରଶାସନ ଓ ଜଳ ସମ୍ପଦ ବିଭାଗର କେତେକ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିପାରେ ।

ନକଲି କ୍ରୟ ବିଲ୍‌ରେ ୧୭୦ କୋଟି ଚଳୁ

ରାଉରକେଲା: ଆୟକର ବିଭାଗ ରାଡାରରେ ରାଉରକେଲା । ଇସ୍ପାତନଗରୀ ରାଉରକେଲା ସହରରୁ ୧୭ଟି ଜାଲି ସଂସ୍ଥାକୁ ଠାବ କରିଛି ଆୟକର ବିଭାଗ । ଏହି ୧୭ଟି ଜାଲି ସଂସ୍ଥା ମାଧ୍ୟମରେ ୨ ବର୍ଷରେ ୧୭୦କୋଟି ଟଙ୍କାର ମିଥ୍ୟା କ୍ରୟ ବିଲ୍ ହୋଇଛି । ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ଇସ୍ପାତ ତିଆରି ଓ ବିକ୍ରି ପ୍ରତିଷ୍ଠାନ ଉପରେ ଆୟକର ବିଭାଗର ଚଢ଼ାଉ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି  ।

rourkela-fake-buying-bill-scam of 170 Cores

ଏକ ନିର୍ଦ୍ଦିଷ୍ଟ ଗ୍ରୁପ୍‌ ବେଆଇନ କାରବାର କରୁଥିଲା  । କିଛି ଲୋକଙ୍କ ନାଁରେ ୧୭୦ କୋଟି ଟଙ୍କାର ମିଥ୍ୟା କ୍ରୟ ବିଲ୍ ହୋଇଛି । ଯେଉଁମାନଙ୍କ ନାଁରେ ଏଭଳି ବିଲ୍ ହୋଇଛି, ସେମାନେ ସମସ୍ତେ ଆର୍ଥିକ ଦୁର୍ବଳ ଶ୍ରେଣୀର । ଦୁଇ ବର୍ଷ ଧରି ଏହି ଗ୍ରୁପ୍ ଏଭଳି ଜାଲିଆତି କରି ଆସୁଥିଲା । ଘଟଣାରେ ୧୭ ଜଣଙ୍କୁ ଜେରା କରାଯାଇଛି । ସେମାନେ କିଛି ଜାଣି ନଥିବା କହିଛନ୍ତି । ଆୟକର ବିଭାଗ ଅଧିକ ତଦନ୍ତ ଜାରି ରଖିଛି ।

କରୋନା ଟିକା ନେଇ କେନ୍ଦ୍ର ମନ୍ତ୍ରାଳୟର ବଡ଼ ସୂଚନା: ଆପ୍ ମାଧ୍ୟମରେ ଟିକାକରଣ ନେଇ କରିପାରିବେ ପଞ୍ଜିକରଣ

ନୂଆଦିଲ୍ଲୀ: ଫାଇଜର ସମେତ ୩ କରୋନା ଟିକା ନର୍ମାତା ଟିକାର ଜରୁରୀକାଳୀନ ବ୍ୟବହାର ନେଇ ଭାରତକୁ ଅନୁମତି ମାଗିଛନ୍ତି । ଏହି ଟିକାକରଣ କାର୍ଯ୍ୟକ୍ରମ ବହୁତ ଶୀଘ୍ର ଆରମ୍ଭ ହେବ । ମଙ୍ଗଳବାର ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଇଥିବା ସୂଚନା ମୁତାବକ କୋ-ଓ୍ୱିନ୍ (co-win) ନାମକ ଆପର ନିର୍ମାଣ କରାଯାଇଛି, ଯାହା ସମ୍ପୂର୍ଣ୍ଣ ପ୍ରକ୍ରିୟାର ମନିଟରିଂ କରିବ । ଏହା ଇଲୋକଟ୍ରନିକ୍ ଭ୍ୟାକ୍ସିନ୍ ଇଣ୍ଟଲିଜେନ୍ସି ନେଟଓ୍ୱର୍କର(eVIN)ର ଅପଗ୍ରେଟେଡ ଭର୍ସନ ।

ଏହି ଆପ ପ୍ରଶାସକ, ଟିକା ପ୍ରଦାନକାରୀ ଏବଂ ଯେଉଁ ମାନେ ଟିକା ପାଇବେ ସମସ୍ତଙ୍କ ପାଇଁ ଏହା ସହାୟକ ହେବ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ସରକାର ଟିକାକରଣ ନେଇ ନିହାତି ଆବଶ୍ୟକ ଥିବା ବର୍ଗର ଲୋକଙ୍କୁ ଏହି ଟିକା ପ୍ରଦାନ କରିବେ । ଯେଉଁମାନଙ୍କ ମଧ୍ୟରେ ସମସ୍ତ ଫ୍ରଣ୍ଟ ଲାଇନ ଓ୍ୱର୍କରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ  ଏବଂ ଜରୁରୀ ସେବା ପ୍ରଦାନକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦାନ କରାଯିବ । ଏହା ପର ପର୍ଯ୍ୟାୟରେ ଅନ୍ୟାନ୍ୟ ରୋଗ ଥିବା ବ୍ୟକ୍ତିଙ୍କୁ ଏହି ଭ୍ୟାକ୍ସିନ ଦିଆଯିବ । ଏଥିନିମନ୍ତେ ଲୋକେ ନିଜେ ନିଜ ନାମ ପଞ୍ଜିକରଣ କରିପାରିବେ । କୋ-ଓ୍ୱିନ୍ ଆପ ସହାୟତାରେ ଏହି ରେଜିଷ୍ଟ୍ରେସନ ହୋଇପାରିବେ ।

Corona Vaccine: କୋଭିଡ୍ ଟିକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବଡ଼ ବୟାନ

ନୂଆଦିଲ୍ଲୀ: ଭାରତ କେମିତି ମହାମାରୀ କରୋନା ବିରୋଧରେ ଲଢ଼ିବ ? ଏହାକୁ ନେଇ ମଙ୍ଗଳବାର ପ୍ରେସମିଟରେ ଭ୍ୟାକ୍ସିନ ବାବଦରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବୈଜ୍ଞାନିକଙ୍କ ଠାରୁ ସବୁଜ ସଂକେତ ମିଳିବା ପରେ ବିପୁଳ ପରିମାଣରେ କରୋନା ଟିକା ଉତ୍ପାଦନ କରାଯିବ । ଏଥିପାଇଁ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଟିକା ଉତ୍ପାଦନ ବୃଦ୍ଧି ଲାଗି ରୂପରେଖ ପ୍ରସ୍ତୁତି କରାଯାଇଛି ଏବଂ ଯଥାସମ୍ଭବ ସ୍ୱଳ୍ପ ସମୟରେ ପ୍ରତି ବ୍ୟକ୍ତିଙ୍କ ନିକଟରେ ଟିକା ପହଞ୍ଚାଇବା ଲାଗି କାମ ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆହୁରି କହିଛି କିଛି ଟିକାକୁ ଆଗାମୀ କିଛି ସପ୍ତାହରେ ଲାଇସେନ୍ସ ବି ମିଳିଯିବ ।

ଭାରତରେ ଏବେ ତିନିଗୋଟି ଟିକା ପ୍ରି-କ୍ଲିନିକାଲ୍ ଷ୍ଟେଜରେ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ । ୬ ଗୋଟି ଟିକା କ୍ଲିନିକାଲ୍ ଟ୍ରାଏଲରେ ରହିଛି । ଏହି ସବୁ ଟିକା ୨ରୁ ୩ ଡୋଜ୍ ବିଶିଷ୍ଟ ହୋଇଥିବା ବେଳେ ଅଧିକାଂଶ ୨ ଡୋଜ୍ ବିଶିଷ୍ଟ । ଟିକାର ପ୍ରତି ଡୋଜ୍ ମଧ୍ୟରେ ୩ରୁ ୪ ସପ୍ତାହ ବ୍ୟବଧାନ ରହିଛି ।

https://twitter.com/ANI/status/1336265081869365251

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଏବେ ଭାରତରେ ଚାଲିଥିବା ଟିକା ପରୀକ୍ଷଣରେ ୬ ଗୋଟି ଭ୍ୟାକ୍ସିନ୍ ପ୍ରଭାବୀ ଫଳ ଦେଉଛନ୍ତି । କେତକ ଭ୍ୟାକ୍ସିନକୁ ଆଗାମୀ କିଛି ସପ୍ତାହ ମଧ୍ୟରେ ଲାଇସେନ୍ସ ମିଳିପାରେ । ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସହଯୋଗରେ କେନ୍ଦ୍ର ସରକାର ଭ୍ୟାକ୍ସିନ୍ ବିତରଣ ଲାଗି ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି ।

ଭ୍ୟାକ୍ସିନ୍ ବିତରଣ ଲାଗି ଭିତ୍ତିଭୂମି

ଦେଶରେ ଥିବା କୋଲ୍ଡ ଚେନରେ ୩ କୋଟି ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କ ଲାଗି କୋଭିଡ୍ ଭ୍ୟାକ୍ସିନ୍ ରଖାଯାଇ ପାରିବ । ଟୀକାକରଣ ଲାଗି ଆମ ପାଖରେ ଦେଶରେ ୨.୩୯ ଲକ୍ଷ ANM ଅଛନ୍ତି । କୋଭିଡ୍ ଟୀକାକରଣ ଲାଗି ସେଥିମଧ୍ୟରୁ ୧.୫୪ ଲକ୍ଷ ANM ନିୟୋଜିତ ହେବେ । ପ୍ରଚଳିତ ସ୍ୱାସ୍ଥ୍ୟ ସେବା ଓ ଟୀକାକରଣ ଉପରେ କୋଭିଡ୍ ଟୀକାକରଣ ଅଳ୍ପ ପ୍ରଭାବ ପକାଇବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

ଏଣିକି ଯେ କୌଣସି ରୋଗର ଟିକା ପ୍ରସ୍ତୁତି ନେଇ ଲାଗୁଛି କମ୍ ସମୟ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଗୋଟିଏ ବର୍ଷ ମଧ୍ୟରେ କରୋନା ଭୂତାଣୁର ଟିକା ପ୍ରସ୍ତୁତ ହେବା ସହ ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେଟର (FDA)ଙ୍କ ନିକଟକୁ ମଞ୍ଜୁରୀ ପାଇଁ ପହଞ୍ଚିଛି । ଅନ୍ୟପକ୍ଷରେ ଏହା ପୂର୍ବରୁ ୧୯୧୮ ମସିହାରେ ଯେତେବେଳେ ସ୍ପାନିଶ୍ ଫ୍ଳୁ ହୋଇଥିଲା ଏହାର ଟିକା ପ୍ରସ୍ତୁତି ପାଇଁ ପ୍ରାୟ ୨୭ ବର୍ଷ ସମୟ ଲାଗିଥିଲା । ପୋଲିଓ ନେଇ ମଧ୍ୟ ବୈଜ୍ଞାନିକ ୧୯୩୫ ମସିହାରେ ଚେଷ୍ଟା କରିଥିଲେ ଏବଂ ଏହାର ଟିକା ଆସିଲା ବେଳକୁ ୧୯୫୩ ମସିହା ହୋଇଯାଇଥିଲା । ତେବେ ଏଭଳି କ’ଣ କାରଣ ରହିଛି ଯେଉଁଥି ଲାଗି କରୋନା ଟିକା ଏତେ ଶୀଘ୍ର ବଜାରକୁ ଆସିପାରିଛି ।

ପୂର୍ବରୁ ଆସିଥିବା ରୋଗର ଟିକା ପ୍ରସ୍ତୁତି ନେଇ ମୂଳରୁ କାମ କରିବାକୁ ପଡ଼ିଥିଲା । ଅର୍ଥାତ ପୋଲିଓ, ସ୍ପାନିଶ ଫ୍ଳୁ ବେଳେ ଉଭୟ ରୋଗର ଟିକା ନିର୍ମାଣ ନେଇ ପ୍ରଥମେ ରୋଗର କାରଣ ଜାଣିବାକୁ ପଡ଼ିଥିଲା । ବହୁ ସମୟ ପରେ ଏହାର ଟିକା ନିର୍ମାଣ ହୋଇପାରିଥିଲା । ଏହା ପରେ ଦୁର୍ବଳ ଏବଂ ମୃତ ଭାଇରସକୁ ନେଇ ମନୁଷ୍ୟ ଶରୀରରେ ଆଣ୍ଟିବଡି ନିର୍ମାଣ ନେଇ କାମ ଆରମ୍ଭ ହୋଇଥିଲା । ତେବେ ଏଥିରେ ମଧ୍ୟ ଅନେକ ବାଧା ଉପୁଜିଥିଲା ।

            ଅନ୍ୟପଟେ ନୂଆ ଭ୍ୟାକ୍ସିନର ପ୍ରକ୍ରିୟା ସହଜ । ଲ୍ୟାବରେ ଏକ ଦୁର୍ବଳ ଭାଇରସ ପ୍ରସ୍ତୁତ ହୁଏ । ନ ଚେତ ଭାଇରସର ଆରଏନ୍‌ଏ ନେଇ ତାକୁ ସ୍ୱତନ୍ତ୍ର ପ୍ରକ୍ରିୟା ମଧ୍ୟରେ ମନୁଷ୍ୟ ଶରୀର ମଧ୍ୟରେ ଛାଡ଼ିଦିଆଯାଏ । କିନ୍ତୁ ଏହା ଶରୀରେ ଉପରେ କୌଣସି କୁପ୍ରଭାବ ପକାଏ ନାହିଁ । ଏବଂ ମଣିଷ ଅସୁସ୍ଥ ହୁଏ ନାହିଁ । ଏହି ମଡ୍ୟୁଲ ଭ୍ୟାକ୍ସିନର କନସେପ୍ଟ ବେଶି ପୁରୁଣା ନୁହେଁ, କିନ୍ତୁ ବହୁତ ପ୍ରଭାବୀ । ଅକ୍ସଫୋର୍ଡ ଟିକା ଏହି ମଡ୍ୟୁଲର ଭ୍ୟାକ୍ସିନ୍ । ୨୦୧୯ ଡିସେମ୍ୱରରେ ଚୀନର ଉହାନରେ ପ୍ରଥମ ଥର ପାଇଁ କରୋନା ଭାଇରସ ସମ୍ପର୍କରେ ଜଣାପଡ଼ିଥିଲା । ୧୦ ଜାନୁଆରୀରେ ଚୀନ ବୈଜ୍ଞାନିକ ଭାଇରସର ଜେନେଟିକ ସଂରଞ୍ଚନା ସମ୍ପର୍କରେ ଅନୁସନ୍ଧାନ କରିପାରିଥିଲା । ଏବଂ ଏହା ପେପରେ ପ୍ରକାଶିତ ହୋଇଥିଲା । ଏହା ପରେ ସାରା ବିଶ୍ୱର ବୈଜ୍ଞାନିକ କୋଡ ଆଧାରରେ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାକୁ ଏକଜୁଟ୍ ହୋଇଥିଲେ । ଅକ୍ସଫୋର୍ଡ ଭ୍ୟାକ୍ସିନ୍ ତ କେବଳ ତିନି ମାସ ମଧ୍ୟରେ ପ୍ରସ୍ତୁତ ହୋଇଗଲା । ଏବଂ ୨୩ ଅପ୍ରେଲରୁ ଏହାର ମାନବ ପରୀକ୍ଷଣ ଆରମ୍ଭ ହୋଇଗଲା । କିନ୍ତୁ ଭ୍ୟାକ୍ସିନ୍ ପ୍ରସ୍ତୁତି ଠାରୁ ଅଧିକ ସମସ୍ୟା ପ୍ରଶାସନିକ ମଞ୍ଜୁରୀ ଏବଂ ପେପର ଓ୍ୱାର୍କରେ ଲାଗୁଛି । ଟିକା ନେଇ ମଞ୍ଜୁରୀ ନେବା ସହ, ଅର୍ଥ ଯୋଗାଡ଼ କରିବା ଏବଂ ମ୍ୟାନୁଫେକଚରିଂ ନେଇ କମ୍ପାନୀ ସହ କଥାବାର୍ତ୍ତା ହେବାକୁ ପଡ଼ୁଛି । ଏଥିରେ ମଧ୍ୟ ଅନେକ ସମୟ ଲାଗୁଛି  ।

 

‘କୋଭାକ୍ସିନ’ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍

ତେବେ ବର୍ତ୍ତମାନ ଅକ୍ସଫୋର୍ଡ ଭ୍ୟାକ୍ସିନ ବ୍ୟତୀତ ଅନ୍ୟ ୨ ଟିକାକୁ ମଧ୍ୟ ମଞ୍ଜୁରୀ ମିଳିଯାଇଛି । ସେଗୁଡ଼ିକ ହେଲା ମଡେର୍ଣ୍ଣା ଓ ଫାଇଜର । ଏଥିରେ ଅସଲି ଭାଇରସର କୌଣସି ବ୍ୟବହାର ହୋଇନଥିବା ବେଳେ ସିନ୍ଥେଟିକ୍ ମେସେଞ୍ଜର ଆରଏନ୍ଏ ପ୍ରସ୍ତୁତ କରାଯାଇଛି । ଯାହା ସମ୍ପୂର୍ଣ୍ଣ ନୂଆ ପ୍ରକ୍ରିୟା । ଏବଂ ଭ୍ୟାକ୍ସିନ୍ ପ୍ରସ୍ତୁତ ନେଇ କମ୍ ସମୟ ଲାଗୁଛି । ତେବେ ଏହି ଭ୍ୟାକ୍ସିନ କେତେ ପ୍ରଭାବଶାଳୀ ହେବ ଏହାର କୌଣସି ସୂଚନା ନାହିଁ ।

ଗୋଟିଏ ସମସ୍ୟା ଏହା ଭି ରହିଛି ଯେ, ଯେତେବେଳେ ପ୍ରଥମରୁ ହିଁ କୌଣସି ଭ୍ୟାକ୍ସିନ୍ ବଜାରରେ ଉପଲବ୍ଧ ହେବ ତେବେ ନୂଆ ଭ୍ୟାକ୍ସିନର ଟ୍ରାଏଲରେ ଲୋକେ ସାମିଲ ହେବେ ନାହିଁ । ଏହା ଦ୍ୱାରା ଅଧିକ ଭଲ ଭ୍ୟାକ୍ସିନ ନିର୍ମାଣ ନେଇ ମଧ୍ୟ ଅଧିକ ସମୟ ଲାଗେ ।

୭ ବର୍ଷ ବୟସରେ ମୁହଁରୁ ବାହାରୁଛି ଭାଗବତ ଗୀତାର ଶ୍ଲୋକ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳାର ବିସ୍ମୟ ବାଳିକା ପରିରୂପା । ୭ ବର୍ଷ ବୟସରୁ ମୁହଁରୁ ବାହାରୁଛି ଭାଗବତ ଗୀତାର ଶ୍ଲୋକ । ଅନର୍ଗଳ ଭାବେ ଗାଇ ଚାଲିଛି ଶ୍ଲୋକ । ଏଥିସହ ଏହାକୁ ମଧ୍ୟ ଖୁବ୍ ସୁନ୍ଦର ଭାବେ ବ୍ୟାଖା କରିପାରୁଛି ।

Strange! A Little-Intelligent Girl From Mayurbhanj District 

ବିସ୍ମୟ ବାଳିକା ପରିରୂପା ମହାନ୍ତ । ୭ ବର୍ଷରେ ଗାଉଛି ଅନର୍ଗଳ ଗୀତା । ମୁହଁରୁ ବାହାରୁଛି ୭ ଶହ ଶ୍ଲୋକ । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କରୁଛି ବ୍ୟଖ୍ୟା । ମୟୂରଭଞ୍ଜ ଜିଲ୍ଲା ଉଦଳା ବଳଭଦ୍ରପୁରର ବିସ୍ମୟ ବାଳିକା ପରିରୂପା । ବୟସ ମାତ୍ର ୭ ବର୍ଷ । ହେଲେ ମୁହଁରୁ ଅନର୍ଗଳ ବାହାରୁଛି ଭାଗବତ ଗୀତାର ଶ୍ଲୋକ । ମାତ୍ର ୩ ଘଣ୍ଟା ମଧ୍ୟରେ ୧୮ତମ ଅଧ୍ୟାୟର ୭ ଶହ ଶ୍ଲୋକକୁ କହିବା ସହିତ ବ୍ୟାଖା କରିପାରୁଛି ପରିରୂପା । ଜନ୍ମ, ମୃତ୍ୟୁ, ଆତ୍ମା, କର୍ତ୍ତବ୍ୟ ଏସବୁର ଅର୍ଥ ଗୀତା ପାଠ କଲେ ଜ୍ଞାନ ଉଦୟ ହୋଇଥାଏ ।

Strange! A Little-Intelligent Girl From Mayurbhanj District 

ପରି କୁନି ପିଲା ହୋଇଥିଲେ ମଧ୍ୟ ଏସବୁ ଅର୍ଥ ବୁଝିବା ସହିତ ସକାଳ ଓ ରାତ୍ରୀ ସମୟରେ ଗୋଟିଏ ଶ୍ଲୋକ ବୋଲୁଛି । ଏଥିପାଇଁ ପରିରୂପା କେଉଁଠାରୁ ଜ୍ଞାନ ଆହାରଣ କରିନାହିଁ । ବରଂ ମାଆ ପ୍ରତ୍ୟେକ ଦିନ ଗୀତା ପାଠ କଲାବେଳେ ଶୁଣି ଶୁଣି ଶିଖିଥିବା ପରିବାର ଲୋକ କହିଛନ୍ତି । ପିଲାଟେ ଜନ୍ମ ହେଲା ପରେ ଭଲ ମଣିଷ ହେବା ପାଇଁ ସ୍ୱପ୍ନ ଦେଖିଥାନ୍ତି ବାପା, ମାଆ । ସେଥିପାଇଁ ପିଲାଙ୍କୁ ଛୋଟ ବେଳୁ ପାଠ ସହ ସଂସ୍କାର ଶିକ୍ଷାଇଲେ ପିରରୂପା ପରି ଅନେକଙ୍କର ଅନ୍ତର୍ନିହିତ ଜ୍ଞାନ ଉଦୟ ହୋଇପାରିବ ।

 

ଶିଳାନ୍ୟାସକୁ ବର୍ଷେ, ଆରମ୍ଭ ହେଉନି ପାଇକ ସ୍ମୃତିସ୍ତମ୍ଭ ନିର୍ମାଣ

ଖୋର୍ଦ୍ଧା: ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତିକୁ ସ୍ମରଣ କରିବା ପାଇଁ କେନ୍ଦ୍ର ସରକାର ବରୁଣେଇ ପାଦ ଦେଶରେ ଏକ କୀର୍ତ୍ତି ସ୍ଥାପନ ନିମିତ୍ତ ଅର୍ଥ ମଞ୍ଜୁର କରିଥିଲେ । ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଠିକ୍ ବର୍ଷକ ତଳେ ଆସି ଶିଳାନ୍ୟାସ କରିଥିଲେ । ଏହାରି ଭିତରେ ଶିଳାନ୍ୟାସକୁ ବର୍ଷେ ବିତିଗଲାଣି କିନ୍ତୁ ଏପର୍ଯ୍ୟନ୍ତ କିଛି ବି କାର୍ଯ୍ୟ ଆରମ୍ଭ ହୋଇନାହିଁ ।

One Year Of Lay Foundation For Paika Rebellion Memorial, No Construction Satrted In Barunei Khordha

ପାଇକ ବିଦ୍ରୋହକୁ ପୂରିଲା ୨୦୩ ବର୍ଷ । ଦୁଇ ଶହ ବର୍ଷ ପୂର୍ତ୍ତି ପାଳନ ପାଇଁ ଗତବର୍ଷ ଦିଲ୍ଲୀ ଠାରୁ ପଲ୍ଲୀ ସବୁଠି ପାଇକ ସମାରୋହ ମଞ୍ଚରେ ପୂର୍ବ ଗାଥା ସ୍ମରଣ କରାଯାଇଥିଲା । କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ସ୍ୱୀକୃତି ପ୍ରଦାନ କରି ଖୋର୍ଦ୍ଧା ବରୁଣେଇ ପୀଠ ପାଦଦେଶରେ ପାଇକ ସ୍ମୃତିସ୍ତମ୍ଭ, ସଂଗ୍ରାହଳାୟ, ଅସ୍ତ୍ରଶସ୍ତ୍ର ଗାର ପ୍ରତିଷ୍ଠା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ୨୦୦୯ ମସିହା ଡିସେମ୍ବର ୮ ତାରିଖରେ ଶିଳାନ୍ୟାସ କରିଥିଲେ ରାଷ୍ଟ୍ରପତି । ହେଲେ ଏହାକୁ ବର୍ଷେ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାମ ଆରମ୍ଭ ହୋଇନାହିଁ ।

One Year Of Lay Foundation For Paika Rebellion Memorial, No Construction Satrted In Barunei Khordha

ପାଇକ ସ୍ମୃତିସ୍ତମ୍ଭ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଜମି ଯୋଗାଇ ଦେଇଥିଲେ । ମାତ୍ର ବର୍ଷକ ପରେ ବି ଖାଲି ପଡ଼ିଛି ସ୍ଥାନ । ଆଉ ଐତିହ୍ୟର ସେହି ବୀର ଯୋଦ୍ଧା ପାଇକମାନଙ୍କର ପ୍ରତିମୂର୍ତ୍ତି ଖୋଲା ଆକାଶ ତଳେ ପଡ଼ି ରହିଛି । ଅସ୍ତ୍ରଶସ୍ତ୍ର ସବୁ ସତ୍ତା ହରାଇବାକୁ ବସିଥିବା ବେଳେ ସ୍ମୃତିସ୍ତମ୍ଭ ସ୍ଥାପନା ପାଇଁ ବିଭିନ୍ନ ଫୋରମରୁ ପୁଣିଥରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି ।