ଅଭିଯୋଗ ପରେ କମିଲା ସୁନା ବ୍ୟବସାୟ: ଗରାଖଙ୍କୁ ପିଟିଲେ ଦୋକାନ ମାଲିକ

ଭୁବନେଶ୍ୱର: ରାଜଧାନୀରେ ସୁନା ଦୋକାନୀଙ୍କ ଗୁଣ୍ଡାଗିରି । ଗ୍ରାହକଙ୍କୁ ଗୋଡ଼ାଇ ଗୋଡାଇ ପିଟିଲେ ଦୋକାନୀ ।  ଖଣ୍ଡଗିରିବାରି ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଚାରି ବର୍ଷ ତଳେ ବିବେକାନନ୍ଦ ତାଙ୍କ ପତ୍ନୀଙ୍କ ପାଇଁ ସୁନା ଚେନ କିଣିଥିଲେ। । ୨୨ କ୍ୟାରେଟ ବୋଲି କହି ସୁନା ବିକିଥିଲେ ଦୋକାନୀ । ଏବେ ଟଙ୍କା ଆବଶ୍ୟକ ହେବାରୁ ବିବେକାନନ୍ଦ ସେହି ସୁନା ଚେନ ନେଇ ବ୍ୟାଙ୍କ ଯାଇଥିଲେ । ବ୍ୟାଙ୍କରେ ସୁନା ଚେନ ବନ୍ଧକ ରଖି ଟଙ୍କା ଆଣିଥାନ୍ତେ ବିବେକାନନ୍ଦ । ହେଲେ ବ୍ୟାଙ୍କରେ ସୁନା ଚେନ ଯାଞ୍ଚ ବେଳେ ଏହା ୨୨ କ୍ୟାରେଟ ନୁହେଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ ।

ଏ ନେଇ ସମ୍ପୃକ୍ତ ଦୋକାନିକୁ ବିବେକାନନ୍ଦ ପଚାରିବାରୁ ସେ ସୁନା ବଦଳ କରି ପ୍ରକୃତ ସୁନା ଦେଇଥିଲେ । ହେଲେ ଏଭଳି ଘଟଣା ଅଲଗା ଲୋକଙ୍କ ସହ ଆଗରୁ ହୋଇଛି ଓ ସେମାନେ ମଧ୍ୟ ଏନେଇ ଅଭିଯୋଗ କରିଲେ । ଯାହାଫଳରେ ଉକ୍ତ ଦୋକାନ ଉପରେ ଏହାର ପ୍ରଭାବ ପଡିଲା ଓ ବ୍ୟବସାୟ ମାନ୍ଦା ପଡିଲା, ତେଣୁ ଆକ୍ରୋଶମୂଳକ ଭାବେ ରାଗ ରଖି ବିବେକାନନ୍ଦଙ୍କୁ ସୁନା ଦୋକାନ ମାଲିକ ଓ ତାଙ୍କ ସ୍ତ୍ରୀ ନିର୍ଧୁମ ମାଡ଼ ମାରିଛନ୍ତି । ଏ ନେଇ ବିବେକାନନ୍ଦ ଭରତ ପୁର ଥାନାରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ଦୋକାନୀ ଦମ୍ପତିକୁ ଅଟକ ରଖି ପଚରାଉଚୁରା କରିଥିବା ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ଉଦ୍ଧାରକାର୍ଯ୍ୟ ପାଇଁ ଯାଉଥିବା ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୫ କର୍ମଚାରୀ ଆହତ

Leave a Reply