spot_img
Home Blog Page 6284

ହେଲମେଟ ନପିନ୍ଧି କରୁଥିଲେ ବାଇକ୍ ରାଲି, ଏବେ କଟିବ ଚାଲାଣ

ଭୁବନେଶ୍ୱର: ଦୈତ୍ୟ ନଗରୀରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ରହିଛି । କଟକ-ଭୁବନେଶ୍ୱରରେ ଭାରତ ବନ୍ଦ ବେଳେ କୌଣସି ଗଣ୍ଡଗୋଳ ହୋଇନାହିଁ । ବିଭିନ୍ନ ସ୍ଥାନରେ ରାସ୍ତାରୋକ, ପିକେଟିଂ ବେଳେ ୧୦୦ ଜଣଙ୍କୁ କମିଶନରେଟ୍ ପୋଲିସ ଅଟକ ରଖିଥିବା ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଭାରତ ବନ୍ଦ ଡାକରାକୁ ନେଇ ପୂର୍ବରୁ କମିଶନରେଟ୍ ପୋଲିସ ପ୍ରସ୍ତୁତ ଥିଲା ।

Bharat Bandh Rally, Police To Issue Challan Those Riding Bike With Out Helmet In Twin City

ଆଜି ଭାରତ ବନ୍ଦକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । ପ୍ରାକ୍ ସୂଚନା ଅନୁସାରେ ବିଭିନ୍ନ ଛକରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ବନ୍ଦ ବେଳେ କେତେକ ବିନା ହେଲମେଟ ରାଲି କରୁଥିଲେ । ପୋଲିସ ସିସିଟିଭିରୁ ସେମାନଙ୍କ ବାଇକ୍ ନମ୍ବର ସଂଗ୍ରହ କରିଛି । ସେମାନଙ୍କ ବିରୋଧରେ ଚାଲାଣ କଟାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ।

Bharat Bandh Rally, Police To Issue Challan Those Riding Bike With Out Helmet In Twin City

ରାଜଧାନୀର ବିଭିନ୍ନ ସ୍ଥାନରେ ପିକେଟିଂ ସହ ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା । କଂଗ୍ରେସ ପକ୍ଷରୁ ରାସ୍ତାରୋକ ସହ ବାଇକ ରାଲି ହୋଇଥିଲା । ବନ୍ଦ ବେଳେ ଏଜି ଛକରେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ମାଷ୍ଟର କ୍ୟାଣ୍ଟିନ୍‌ରେ ବାମଦଳ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା । ମାଷ୍ଟରକ୍ୟାଣ୍ଟିନ୍, ଜୟଦେବ ବିହାର, ପଳାଶୁଣୀ, ସତସଙ୍ଗ ବିହାର, ଖଣ୍ଡିଗିରିରେ ବନ୍ଦର ପ୍ରଭାବ ଦେଖାଯାଇଥିଲା ।

ଭାରତ-ଅଷ୍ଟ୍ରେଲିଆ ଟି-୨୦; ଅନ୍ତିମ ମ୍ୟାଚରେ ମାଥ୍ୟୁଙ୍କ ଦମଦାର ବ୍ୟାଟିଂ,

କାନବେରା: ବିଦେଶରେ ବିଜୟ ଟିକା ପାଇଁ ଭାରତର ଜୋରଦାର କସରତ । ଭ୍ରମଣକାରୀ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଥିବାବେଳେ ଆଜି ଟି-୨୦ ସିରିଜର ଜାରି ରହିଛି ଅନ୍ତିମ ମ୍ୟାଚ । ଘରୋଇ ମାଟିରେ ଟିମ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବା ସହ ୧୮ ଓଭର ଜାରି ସୁଦ୍ଧା ୨ ୱିକେଟ ହରାଇ  ସଂଗ୍ରହ କରିଛି ୧୪୫ ରନ

ସେପଟେ ସ୍ୱିଡେନ କ୍ରିକେଟ ଗ୍ରାଉଣ୍ଡରେ ଜାରି ରହିଥିବା ତୃତୀୟ ଟି-୨୦ରେ ଭାରତ ପକ୍ଷରୁ ବୋଲିଂ କରୁଥିବା ଯୁବ ବୋଲର ୱାସିଂଟନ ସୁନ୍ଦର ଦେଇଛନ୍ତି ଜୋରଦାର ଝଟକା । କଙ୍ଗାରୁ ଦଳର ଦକ୍ଷ ବ୍ୟାଟ୍ସମ୍ୟାନ ସ୍ମିଥଙ୍କୁ ଆଉଟ କରିବାରେ ସଫଳ ହୋଇଛନ୍ତି ସୁନ୍ଦର ।

ଅନ୍ୟପଟେ ଘରୋଇ ଅଷ୍ଟ୍ରେଲିଆର ମାଥ୍ୟୁ ୱେ ଏବଂ ମାକ୍ସ୍ୱେଲ ଫିଲଡରେ ଜାରି ରଖିଛନ୍ତି ବ୍ୟାଟିଂ । ବର୍ତ୍ତମାନ ସୁଦ୍ଧା ମାଥ୍ୟୁ ୱେଡ ୫୨ ବଲରେ ୮୦ ରନ କରିବା ସହ ଦଳକୁ ଏକ ଉଚ୍ଚା ସ୍ଥାନକୁ ନେବାରେ ସଫଳ ହୋଇଛନ୍ତି । ସେହିପରି ମାକ୍ସ୍ୱେଲ ମଧ୍ୟ ୨୪ ବଲ ଖେଳି କରିଛନ୍ତି ୩୭ ରନ ।

କରୋନା କାଳରେ ଦରମା କାଟୁଛନ୍ତି ବହୁ କମ୍ପାନୀ: କିନ୍ତୁ ଏହି କମ୍ପାନୀ କରିଛି କିଛି ଭିନ୍ନ

ନୂଆଦିଲ୍ଲୀ: କରୋନା କାଳରେ ବହୁ କମ୍ପାନୀ ଛଟେଇ କରିବା ସହ କର୍ମଚାରୀଙ୍କ ଦରମା ମଧ୍ୟ କାଟୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏଭଳି ସମୟରେ କିଛି କମ୍ପାନୀରେ ଏହାର ଠିକ୍ ଓଲଟା ହେଉଥିବା ଦେଖିବାକୁ ମିଳିଛି । କିଛି ମାସ ପୂର୍ବେ ବହୁ ଜଣ କର୍ମଚାରୀ କମ୍ପାନୀ ଛାଡ଼ୁଥିବା ଦେଖିବାକୁ ମିଳିଥିଲା । ଏବଂ ଏଭଳି ଆଭିମୁଖ୍ୟ ତଳସ୍ତରରୁ ନେଇ ଉପରସ୍ତରର କର୍ମଚାରୀମାନଙ୍କ ଠାରେ ଦେଖିବାକୁ ମିଳିଥିଲା । ଏହାକୁ ରୋକିବା ନେଇ ନଭେମ୍ୱର ମାସରେ କମ୍ପାନୀ ଅଧିକ ଦରମା ଦେବା ନେଇ ନିଷ୍ପତ୍ତି ନେଇଥିଲା । ଏତଦ୍‌ବତୀତ  କମ୍ପାନୀର ମାର୍କେଟିଂ ଡାଇରେକ୍ଟର ଅବିନାଶ ଖୋସଲାଙ୍କୁ ପ୍ରମୋଟ କରି ଚିଫ୍‌ ମାର୍କେଟିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଯାହା ଗତ ୨ ବର୍ଷ ଧରି ଖାଲି ଥିଲା ।

            ତେବେ ଯେଉଁ କର୍ମଚାରୀ ମାନେ ଅଧିକ ଦରମା ପାଇବେ ସେମାନଙ୍କୁ ୩୧ ମାର୍ଚ୍ଚ ୨୦୨୧ ଯାଏଁ କମ୍ପାନୀ ସହ ଯୋଡ଼ି ହୋଇରହିବାକୁ ପଡ଼ିବ । ଯଦି କେହିଁ କର୍ମଚାରୀ ଏଭଳି ନ କରନ୍ତି, ତେତେ ଫାଇନାଲ ସେଟେଲମେଣ୍ଟ ବେଳକୁ ତାଙ୍କ ଆକାଉଣ୍ଟରୁ ଏବାବଦକୁ ଟଙ୍କା କଟାଯିବ ବୋଲି ଭୋଡାଫୋନ୍-ଆଇଡିଆ ପକ୍ଷରୁ କୁହାଯାଇଛି ।

ଜୁନ୍‌ ସୁଦ୍ଧା ଭାରତରେ ଆରମ୍ଭ ହେବ ୫-ଜି

ଭୋଡାଫୋନ ଓ ଆଇଡିଆ କିଛି ଗମ୍ଭୀର ସମସ୍ୟା ଦେଇ ଗତି କରୁଛନ୍ତି । କମ୍ପାନୀ ଉପରେ ଏଜିଆରର ବକେୟା ବହୁତ ଅଧିକା ରହିଛି । ଏହା ବ୍ୟତୀତ ନେଟଓ୍ୱର୍କ ଦୁର୍ବଳ ହେବାରେ ଲାଗିଛି । ଯେଉଁଥିଲାଗି ଗ୍ରାହକଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । କମ୍ପାନୀ ଲଗାତାର ଅର୍ଥ ଯୋଗାଡ଼ କରିବାରେ ଲାଗିଛି । କିନ୍ତୁ ଏଯାଏଁ ଏ ଦିଗରେ କୌଣସି ବଡ଼ ସଫଳତା ମିଳିପାରିନାହିଁ । ଏଭଳି ପରିସ୍ଥିତିରେ କମ୍ପାନୀର ବହୁ ବଡ଼ ଅଧିକାରୀ କମ୍ପାନୀର ହାତ ଛାଡ଼ିଛନ୍ତି  ।

ଜୁନ୍‌ ସୁଦ୍ଧା ଭାରତରେ ଆରମ୍ଭ ହେବ ୫-ଜି

ନୂଆଦିଲ୍ଲୀ: ବଜାରକୁ ଆସୁଛି ରିଲାଏନ୍ସ ଜିଓ ୫-ଜି । ଆସନ୍ତା ବର୍ଷ ମଧ୍ୟଭାଗକୁ ଭାରତରେ ରିଲାଏନ୍ସ ଜିଓ ୫-ଜି ଇଣ୍ଟରନେଟ୍‌ ସେବା ଉପଲବ୍ଧ କରାଇବ। ଇଣ୍ଡିଆନ୍‌ ମୋବାଇଲ୍‌ କଂଗ୍ରେସର ଉଦ୍‌ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଅଧ୍ୟକ୍ଷ ମୁକେଶ୍‌ ଅମ୍ବାନୀ ମଙ୍ଗଳବାର ଏହି ଘୋଷଣା କରିଛନ୍ତି ।

ଭାରତରେ ୫-ଜି ସେବା ଆରମ୍ଭ ନେଇ ଆଇନଗତ ବନ୍ଧକ ଦୂର ହୋଇଥିଲେ ମଧ୍ୟ ଏଯାଏଁ କୌଣସି କମ୍ପାନୀ ସେଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି । ଅନ୍ୟ ପକ୍ଷରେ ଦକ୍ଷିଣ କୋରିଆ, ଚୀନ ଏବଂ ଆମେରିକାରେ ୫ଜି ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଗଲାଣି । ଚୀନ ୬ଜି ଉପରେ କାର୍ଯ୍ୟ ମଧ୍ୟ ଆରମ୍ଭ କଲାଣି ।

କିନ୍ତୁ ଭାରତରେ ଏବେ ବି ୪ଜି ଇଣ୍ଟରନେଟ୍‌ ସେବା ଜାରି ରହିଛି। ମୁକେଶ କହିଛନ୍ତି, ଜିଓ ନେତୃତ୍ଵରେ ଏହି ସେବା ଚାଲିବ । ୨୦୨୧ର ୨ୟ ତ୍ରିମାସ ଅର୍ଥ ଜୁନ୍‌ ମାସ ଭିତରେ ଏହାର ଶୁଭାରମ୍ଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ସମ୍ପୂଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ ଏବଂ ଶସ୍ତା ମୂଲ୍ୟରେ ଏହି ସେବା ଭାରତର ଜନସାଧାରଣଙ୍କ ପାଖରେ ପହଞ୍ଚାଯିବ ବୋଲି ସେ କହିଛନ୍ତି।

ଆକାଶ ପାଠକଙ୍କୁ ପୁଣିଥରେ ରିମାଣ୍ଡରେ ନେବ ପୁଲିସ୍‌

ଭୁବନେଶ୍ଵର: ସ୍କାଏ କିଙ୍ଗ୍‌ ଠକେଇ ମାମଲାରେ ଆକାଶ ପାଠକଙ୍କୁ ପଚରା ଉଚରା ଜାରି ରହିଛି । ପୁଣିଥରେ ପୁଲିସ ତାଙ୍କୁ ରିମାଣ୍ଡରେ ନେବା ଲାଗି ପ୍ରସ୍ତୁତ ହେଉଥିବା ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । ଏଥିନେଇ କୋର୍ଟଙ୍କୁ ନିବେଦନ କରିବାକୁ ପୁଲିସ ପ୍ରସ୍ତୁତ ହେଉଥିବା ସେ ସୂଚନା ଦେଇଛନ୍ତି । ଠକେଇ କାରବାରରେ ଆକାଶଙ୍କ ଲିଙ୍କ୍‌କୁ ନେଇ ମିଳିଥିବା ତଥ୍ୟଗୁଡ଼ିକ ବାବଦରେ ଆବଶ୍ୟକ ପଚରା ଉଚରା ହେବା ସମ୍ଭାବନା ରହିଛି।
ଆକାଶ ଟାଟା କମ୍ପାନୀର ଏମ୍‌ଡି ଭାବେ ପରିଚୟ ଦେଇ ଲୋକଙ୍କୁ ଠକିଥିବା ଅଭିଯୋଗ ଆସିଛି। ଏ ବାବଦରେ ପୁଲିସ ତନାଘନା କରୁଛି। ଟାଟା କମ୍ପାନୀକୁ ଏ ବାବଦରେ ମଧ୍ୟ ସ୍ପଷ୍ଟୀକରଣ ମଗା ଯାଇଥିଲା। ଏହାର ଉତ୍ତରରେ ଆକାଶ କୌଣସି ସମୟରେ ହେଲେ ବି ଟାଟା କମ୍ପାନୀର କର୍ମଚାରୀ ନଥିଲେ ବୋଲି କମ୍ପାନୀ ପକ୍ଷରୁ ପୂର୍ବରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟ ତଦନ୍ତ ସମୟରେ ଟାଟାକୁ ଏ ବାବଦରେ ପ୍ରଶ୍ନ କରାଯାଇଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଆଗକୁ ଆକାଶଙ୍କ ଦସ୍ତଖତ ନମୁନା ଗ୍ରହଣ କରାଯିବ। ଏହାକୁ ଯାଞ୍ଚ କରିବା ଲାଗି ହ୍ୟାଣ୍ଡରାଇଟିଂ ବ୍ୟୁରୋର ସହାୟତା ନିଆଯିବ ବୋଲି ସେ କହିଛନ୍ତି।

ଜାନୁଆରୀ ପହିଲାରୁ କଡ଼ାକଡି ହେବ ଟ୍ରାଫିକ ନିୟମ: ପଦ୍ମନାଭ ବେହେରା

ଭୁବନେଶ୍ୱର: ନୂଆ ବର୍ଷରେ ଲାଗୁ ହେବ ନୂଆ ନିୟମ । ଜାନୁଆରୀ ପହିଲାରୁ କଡ଼ାକଡି ହେବ ଟ୍ରାଫିକ ନିୟମ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ଗାଡ଼ି ପଛରେ ବସିଲେ ବି ହେଲମେଟ ପିନ୍ଧିବା ହେବ ବାଧ୍ୟତା ମୂଳକ । ପୂର୍ବରୁ ଗାଡ଼ି ଚାଳକ ହେଲମେଟ ପିନ୍ଧିବା ନେଇ ନିୟମ କଡ଼ା କଡ଼ି ହୋଇଥିଲା ।

ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଗାଡ଼ିରେ ଦୁଇଜଣ ହେଲପିନ୍ଧିବା ନେଇ  ୨୦୧୯ରେ ପାସ ହୋଇଥିଲେ । କିନ୍ତୁ କୋରୋନା ପାଇଁ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା । ଏବେ ଲୋକ ଏନେଇ ସଚେତନ ହୋଇଛନ୍ତି । ତେଣୁ ଦୁଇ ଜଣ ହେଲମେଣ୍ଟ ପିନ୍ଧିବା ନିୟମ କଡାକଡି କାର୍ଯ୍ୟକାରୀ ହେବ । ସରକାରଙ୍କ ଲକ୍ଷ ଜନସାଧାରଣଙ୍କ ଜନ ଜୀବନ ସୁରକ୍ଷା । ତେଣୁ ସମସ୍ତେ ସଚେତନ ହେବେ ଏବଂ ଏନେଇ ଜୋରଦାର ଚେକିଂ ମଧ୍ୟ କରାଯିବ । କେବଳ ସେତିକି ନୁହେଁ ଡିଏଲ କାର୍ଯ୍ୟ ବି ଆରମ୍ଭ ହୋଇଯାଇଛି । ୫ଲକ୍ଷ ଡିଏଲ ଓ ଏଲଲ୍ କାର୍ଯ୍ୟ ଆରମ୍ଭ ହୋଇଛି ।

ଅନ୍ୟପଟେ, ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ସ୍ଥିତି ଶାନ୍ତି ପୂର୍ଣ୍ଣ ଭାବେ ଭାରତ ବନ୍ଦ ପାଳନ କରାଯାଇଥିବା ବେଳେ ୧୦୦ଜଣଙ୍କୁ ଅଟକ ରଖିଛି ପୋଲିସ । କଟକ ଭୁବନେଶ୍ୱରରେ ଶହେ ଜଣ ବିନା ହେଲମେଟ ରାଲି କରୁଥିବା ବେଳେ ସିସିଟିଭିରୁ ବାଇକର ନମ୍ବର ସଂଗ୍ରହ କରାଯାଇଥିଲା । ଏବଂ  ସେମାନଙ୍କୁ ଚିହ୍ନୟ କରାଯାଇ ପୋଲିସ ଅଟକ ରଖିଛି । ତେବେ ବିରୋଧରେ ଚାଲାଣ କଟାଯିବ ବୋଲି ପୋଲିସ କମିଶନରଙ୍କ ପତିକ୍ରିୟା ଦେଇଛନ୍ତି ।

ନୂଆବର୍ଷରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ; ବୃଦ୍ଧି ପାଇବ ସୁଖ ଓ ଆର୍ଥିକ ସମୃଦ୍ଧି

ଆଉ କିଛି ଦିନ ପରେ ୨୦୨୦ ବିଦାୟ ନେବାକୁ ଥିବାବେଳେ ଏକ ନୂତନ ବର୍ଷର ଆଗମନ ହେବ । ଯାହାକୁ ନେଇ ଲୋକଙ୍କ ମନରେ ଅନେକ ଆଶା ଓ ଆକାଂକ୍ଷା ଭରି ରହିଛି ।

ନବବର୍ଷ ଆସିବା ସହ ବହୁ ଲୋକ ଅନେକ ସଂକଳ୍ପ ମଧ୍ୟ ନେଇଥାନ୍ତି । ତେବେ ଆସନ୍ତୁ ଜାଣିବା ନବବର୍ଷରେ ଘରକୁ କେଉଁସବୁ ଜିନିଷ ଆଣିଲେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ ।

some-auspicious-things-you-should-buy-on-2021-new-year

ଧାତୁ କଇଁଛ- ଅଧିକାଂଶ ଲୋକ ଘରକୁ ମାଟି, କାଠ ନିର୍ମିତ କଇଁଛ ଆଣି ଯେ କୌଣସି ସ୍ଥାନରେ ରଖିଦେଇଥାନ୍ତି । ଯାହା ଶୁଭ ହୋଇନଥାଏ । ହେଲେ ଏସବୁଠୁ ଧାତୁ କଇଁଛ ଖୁବ୍ ଉପକାରୀ ହୋଇଥାଏ । ଆପଣ ଚାହିଁଲେ ଧାତୁ, ଚାନ୍ଦି, ପିତ୍ତଳ, କାଂସ୍ୟ ମିଶ୍ରିତ କଇଁଛ ବନାଇପାରିବେ । ଏହାକୁ ଘରର ଉତ୍ତର ଦିଗରେ ରଖିବା ଉଚିତ୍ ।

some-auspicious-things-you-should-buy-on-2021-new-year

ମୋତି ଶଙ୍ଖ- ସମସ୍ତଙ୍କ ଘରେ ପ୍ରାୟତଃ ଶଙ୍ଖ ରହିଥାଏ । ହେଲେ ଦକ୍ଷିଣାବର୍ତ୍ତୀ ତଥା ମୋତି ଶଙ୍ଖର ମହତ୍ୱ ଅନନ୍ୟ । ମୋତି ଶଙ୍ଖକୁ ବିଧିବିଧାନର ସହ ପୂଜା କରିବା ପରେ ଘର, କାର୍ଯ୍ୟସ୍ଥଳ, ବ୍ୟାପାର ସ୍ଥଳ ତଥା ଭଣ୍ଡାର ଘରେ ରଖିଲେ ଆମଦାନୀ ବୃଦ୍ଧିପାଇଥାଏ ।

some-auspicious-things-you-should-buy-on-2021-new-year

ଚାନ୍ଦି ହାତୀ- ଚାନ୍ଦି ହାତୀକୁ ଘରେ ରଖିଲେ ଏହାର ପ୍ରଭାବ ଖୁବ୍ ଭଲ ରହିଥାଏ । ଜ୍ୟାେତିଷ ଶାସ୍ତ୍ର ଅନୁସାରେ ରାହୁ କିମ୍ବା କେତୁର ଖରାପ ପ୍ରଭାବ ପଡେ ନାହିଁ ଏବଂ ବ୍ୟବସାୟ ତଥା ଚାକିରି କ୍ଷେତ୍ରରେ ଭଲ ପ୍ରଭାବ ପଡିଥାଏ ।

some-auspicious-things-you-should-buy-on-2021-new-year

ଶୁଆ ଚିତ୍ର କିମ୍ବା ମୂର୍ତ୍ତି- ବାସ୍ତୁଶାସ୍ତ୍ରଙ୍କ ଅନୁଯାୟୀ, ଶୁଆ ଚିତ୍ରକୁ ଘରର ଉତ୍ତର ଦିଗରେ ରଖିଲେ ପିଲାମାନଙ୍କର ପାଠପଢାରେ ଆଗ୍ରହ ବଢିଥାଏ । ଏଥିସହିତ ସେମାନଙ୍କର ସ୍ମୃତି ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଶୁଆ ପ୍ରେମ, ଦୀର୍ଘ ଆୟୁ, ସୌଭାଗ୍ୟର ପ୍ରତୀକ ହୋଇଥାଏ ।

ବ୍ରିଟେନରେ ୯୦ ବର୍ଷିୟା ମହିଳାଙ୍କୁ ଦିଆଗଲା ‘ଫାଇଜର’ ଟିକା

ଲଣ୍ଡନ: ଇଂଲଣ୍ଡରେ ଆରମ୍ଭ ହେଲା ଟିକାକରଣ । କରୋନା ଭ୍ୟାକ୍ସିନ୍ ‘ଫାଇଜର’ର ଟିକାକରଣ କାର୍ଯ୍ୟକ୍ରମ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ କରି ବ୍ରିଟେନର ଜଣେ ୯୦ ବର୍ଷୀୟା ମହିଳାଙ୍କୁ ଏହି ଟିକା ଦିଆଯାଇଛି । ଗତ ସପ୍ତାହାରେ ଇଂଲଣ୍ଡର ଡ୍ରଗ୍ସ ନିୟନ୍ତ୍ରକଙ୍କ ପକ୍ଷରୁ ଟିକାକରଣ ନେଇ ଅନୁମତି ଦିଆଯିବା ପରେ ମହିଳାଙ୍କୁ ଟିକା ଦିଆଯାଇଛି । ତେବେ ଏହା ପୂର୍ବ ଟିକାର ସମସ୍ତ ପରୀକ୍ଷଣ ଶେଷ ହୋଇଛି । ଟ୍ରାଏଲ ପରେ ପ୍ରଥମ କରି ଏହି ମହିଳାଙ୍କୁ ଫିଜର ଟିକା ଦିଆଯାଇଛି । ଫିଜରର କରୋନା ଟିକା ନେବାରେ ସେ ମହିଳା ଜଣଙ୍କ ହେଉଛନ୍ତି ପ୍ରଥମ ।

ନୂଆ ବର୍ଷରୁ ଆରମ୍ଭ ହେବ ଟିକାକରଣ!: ଜୁଲାଇ ସୁଦ୍ଧା ୩୦ କୋଟି ଭାରତୀୟଙ୍କୁ ଦିଆଯିବ ଟିକା

            ତେବେ ଭାରତରେ ମଧ୍ୟ ଟିକାର ପରୀକ୍ଷଣ ନେଇ ଫାଇଜର କମ୍ପାନୀ ପକ୍ଷରୁ ଅନୁମତି ମଗାଯାଇଛି । ଏ ନେଇ ଖୁବଶୀଘ୍ର ଡ୍ରଗ୍ସ ନିୟନ୍ତ୍ରକ ବିଚାର କରିପାରନ୍ତି । ଅପରପକ୍ଷରେ ଜାନୁୟାରୀ ସୁଦ୍ଧା ଦେଶରେ ଆଉ ୨ କରୋନା ଟିକା ଉପଲବ୍ଧ ହେବାର ସମ୍ଭାବନା ରହିଛି । ଭାରତ ବାୟୋଟେକର ‘କୋଭାକ୍ସିନ୍’ ଓ ଆଷ୍ଟ୍ରାଜେନିକର ‘କୋଭିସିଲ୍ଡ’ ଖୁବଶୀଘ୍ର ଭାରତରେ ବଜାରରେ ଉପଲବ୍ଧ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି । ଏବଂ ଅଗ୍ରାଧିକାର ଭିତ୍ତିରେ ଜୁଲାଇ ସୁଦ୍ଧା ପ୍ରାୟ ୩୦ କୋଟି ଲୋକଙ୍କୁ ଟିକାକରଣ ନେଇ ଯୋଜନା ରଖାଯାଇଛି ।

ଅଭିନେତ୍ରୀ କ୍ରିତି ସାନନ୍ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ହେଲେ ଏନେଇ କ୍ରିତି କିଛି ସ୍ପଷ୍ଟ କରିନାହାଁନ୍ତି ।

ଖବର ଅନୁଯାୟୀ କ୍ରିତି ଅଭିନେତା ରାଜକୁମାର ରାଓଙ୍କ ସହ ତାଙ୍କର ଆଗାମୀ ଫିଲ୍ମର ସୁଟିଂ କରୁଥିଲା ବେଳେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ନିକଟରେ କ୍ରିତି ବିମାନର ଏକ ଚିତ୍ର ଶେୟାର କରିଥିଲେ । ଯେଉଁଥିରେ ଲେଖିଥିଲେ, ସେ ଚଣ୍ଡିଗଡ଼ରେ ସିଡ୍ୟୁଲ୍ ପୂରା କରିବା ପରେ ଘରକୁ ଫେରୁଛନ୍ତି ବୋଲି। ଏୟାରପୋର୍ଟରେ କିଛି ଲୋକ ତାଙ୍କୁ ମାସ୍କ କାଢିବାକୁ କହିଥିବା ବେଳେ ସେ ଗୋଟେ ସେକେଣ୍ଡ ପାଇଁ ମାସ୍କ ଓହ୍ଲାଇବେନି ବୋଲି ମନା କରିଦେଇଥିବା ମିଡିଆ ରିପୋର୍ଟରୁ ପ୍ରକାଶ ।

ନିକଟରେ ଅତୀତରେ ଅଭିନେତା ବରୁଣ ଧାୱନ, ନୀତୁ କପୁର, ମନୀଷ ପାଲ ଏବଂ ନିର୍ଦ୍ଦେଶକ ରାଜ ମେହେଟ୍ଟା ପ୍ରମୁଖ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ସମସ୍ତ କଳାକାର ଚଣ୍ଡିଗଡ଼ରେ ‘ଜୁଗ୍ ଜୁଗ୍ ଜିୟୋ’ ଫିଲ୍ମର ସୁଟିଂ କରୁଥିଲେ।

ହେଲେ ଏହି ଫିଲ୍ମରେ ଅଭିନୟ କରୁଥିବା ଅନିଲ୍ କପୁର ଓ କିଆରା ଆଡଭାନିଙ୍କ କରୋନା ରିପୋର୍ଟ ନେଗେଟିଭ ବାହାରିଥିଲା ।

ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୩୪୯ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା । ଗତ ୨୪ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୪୯ ସଂକ୍ରମିତ । ଏବଂ ଚିହ୍ନଟ ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୧ଟି ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏବଂ ରାଜ୍ୟରେ ଆଉ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ମଙ୍ଗଳବାର ଦିନ ଚିହ୍ନଟ ହୋଇଥିବା ସଂକ୍ରମିତ ମଧ୍ୟରେ ସର୍ବାଧିକ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରେ ୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୨୬, ବାଲେଶ୍ୱରରୁ  ୨୩, ବରଗଡ଼ରୁ ୧୯, ଭଦ୍ରକରୁ ୫, ବଲାଙ୍ଗୀରରୁ ୬, ବୌଦ୍ଧରୁ ୪, କଟକରୁ ୨୨, ଦେଓଗଡ଼ରୁ ୨, ଢେଙ୍କାନାଳରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୫, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୧୮, କଳାହାଣ୍ଡିରୁ ୧୯, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୪୪, କୋରାପୁଟରୁ ୧, ମାଲକାନଗିରିରୁ ୩, ନୂଆପଡ଼ାରୁ ୧୦, ପୁରୀରୁ ୨୨, ରାୟଗଡ଼ରୁ ୧, ସମ୍ବଲପୁରରୁ ୧୪, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୪୪ ଓ ଷ୍ଟେଟପୁଲରୁ ସମୁଦାୟ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।

ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୯୧୩ ଥିବା ବେଳେ ସକ୍ରିୟ ମାମଲା ୩୬୨୯ ରହିଛି  । ଏବଂ ରାଜ୍ୟରେ ସୁସ୍ଥତା ହାର ୩ଲକ୍ଷ ୧୬ହଜାର ୪୪୭ରେ ପହଞ୍ଚିଛନ୍ତି । ଆଉ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କରୋନା ମୃତ୍ୟୁସଂଖ୍ୟା ୧୭୮୭ରେ ପହଞ୍ଚିଛି ।