କପା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ: ୨ ମୃତ

ରାୟଗଡ଼ା: କଲ୍ୟାଣସିଂହପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । ଘଟଣାନୁଯାୟୀ, ମଙ୍ଗଳବାର ରାତି ବେଲକଣା ଗାଁର କେ.ପ୍ରସାଦ ନିଜ ଟ୍ରାକ୍ଟର ଧରି ପମଡ଼ା ଛକଠାରେ ଖୁଚୁରା ଚାଷୀଙ୍କ କପା କିଣି ଟ୍ରାକ୍ଟରରେ ସହାୟତାରେ ନିଜ ଗାଁକୁ ନେଉଥିବା ବେଳେ ଶିକରପାଇ ନିକଟ କ୍ରିକାଲ ପାଡୁ ବୁଲାଣିରେ ଭାରସାମ୍ଯ ହରାଇ ଟ୍ରାକ୍ଟର ଓଲଟି ପଡ଼ିଲା  ।

ଯାହାଫଳରେ ଘଟଣା ସ୍ଥଳରେ ଡ୍ରାଇଭର ଶଶିରାଓ ମିଣିଆକାଙ୍କ ମୃତ୍ଯୁ ହୋଇଥିବା ବେଳେ ଦୁଇଜଣ ଶ୍ରମିକ ଗୁରୁତର ହୋଇଥିବାରୁ ଘଟଣା ସ୍ଥଳରେ ନିକଟ ଗାଁ ଲୋକ ପହଁଞ୍ଚିବା ପରେ ଗୁରୁତର ଦୁଇ ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାୟାଗଡ଼ା ଜିଲ୍ଲା ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରଥିଲେ ।

ସେଠାରେ ଡାକ୍ତର ଚିକିତ୍ସା କରବା ପରେ ଅନ୍ୟ ଏକ ମହିଳା ଶ୍ରମିକ ସୁବର୍ଣ୍ଣା କରଡିଆଙ୍କ ମୃତ ହୋଇଥିବା ବେଳେ ଆଉଜଣେ ଶ୍ରମିକ କୁନେଇ କରଡିଆ ଗୁରୁତର ଅବସ୍ଥାରେ ରହଛି ।ଖବରପାଇ କଲ୍ୟାଣସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି । ଉକ୍ତ ଟ୍ରାକ୍ଟର ରେ ଡ୍ରାଇଭର ସହ ଚାରିଜଣ ଶ୍ରମିକ ବସିଥିଲେ ଅନ୍ୟ ଦୁଇଜଣ ଶ୍ରମିକ ଭଲଥିବା ଜଣାପଡିଛି ।ଘଟଣାଟି ଘଟିଛି ବିଳମ୍ବିତ ରାତିରେ ।

ଏଥିସହିତ ପଢ଼ନ୍ତୁ: କଟକରୁ ପୁଣି ବ୍ରାଉନସୁଗାର ଜବତ, ୫ ଗିରଫ

Leave a Reply