ପିଏମ କିଷାନ ଯୋଜନାରେ ଅଯୋଗ୍ୟ ହିତାଧୀକାରୀ, ଟଙ୍କା ଫେରାଇ ଆଣିବାକୁ ଯୋଜନା

Bihar Election 2020 PM Narendra Modi Agriculture Bills Farmers Protest

ନୂଆଦିଲ୍ଲୀ: ପିଏମ କିଷାନ ଯୋଜନାରେ ଅଯୋଗ୍ୟ ହିତାଧୀକାରୀ ମାଲାମାଲ । ୨୦ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ୧୩୬୪ କୋଟି ଟଙ୍କା । ଅଯୋଗ୍ୟ ଓ କରଦାତା ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ସୂଚନା ଅଧିକାର ନିୟମ ଆଧାରରେ ମଗା ଯାଇଥିବା ତଥ୍ୟରେ ସାମନାକୁ ଆସିଛି ।

ତେବେ ସେଥି ମଧ୍ୟରେ ପଞ୍ଜାବର ସର୍ବାଧିକ ୨୩ ପ୍ରତିଶତ ଚାଷୀ ଅଛନ୍ତି । ସେହିପରି ମହାରାଷ୍ଟ୍ର ଓ ଆସାମର ବହୁ ଚାଷୀଙ୍କ ଖାତାକୁ ଟଙ୍କା ଯାଇଛି । ତେବେ ଏନେଇ ଖବର ପ୍ରକାଶ ପରେ ବିଭିନ୍ନ ରାଜ୍ୟର କୃଷି ବିଭାଗକୁ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ ଆଣିବା ପାଇଁ ଦାୟିତ୍ୱ ଦିଆଯାଇଛି । ୨୦୧୯ରେ ପିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରାଯାଇଥିବା ବେଳେ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଯୋଜନା ରହିଥିଲା । ପରେ ଅଧିକ ସଂଖ୍ୟକ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା । ମାତ୍ର ଭୁଲ ତଥ୍ୟ ଯୋଗୁଁ ଅଯୋଗ୍ୟ ହିତାଧିକାରୀ ମାଲାମାଲ ହୋଇଛନ୍ତି । ସୂଚନା ଅଧିକାର କର୍ମୀ ଭେଙ୍କଟେଶ ନାୟକ କେନ୍ଦ୍ର କୃଷି ମନ୍ତ୍ରାଳୟକୁ ମାଗିଥିବା ତଥ୍ୟରେ ଏଭଳି ସାଂଘାତିକ ରିପୋର୍ଟ ସାମାନାକୁ ଆସିଛି ।

Leave a Reply