ଉଦ୍ଧାରକାର୍ଯ୍ୟ ପାଇଁ ଯାଉଥିବା ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୫ କର୍ମଚାରୀ ଆହତ

ବ୍ରହ୍ମପୁର:  ଓଲଟିଲା ପୋଲିସ ଗାଡି, ୫ ପୋଲିସ ଆହତ । ଗଞ୍ଜାମ ଜିଲ୍ଲା ଛତ୍ରପୁର ତାମ୍ପରା 16 ନମ୍ବର ରାଜପଥ ଉପରେ ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ଓଲଟିଥିବା ଗ୍ୟାସ ବୋଝେଇ ଟ୍ୟାଙ୍କର ଉଠାଇବା ପାଇଁ ରସି ଆଣିବା ପାଇ ଯାଉଥିବା ପୋଲିସ ଗାଡି ଓଲଟି 5 ଜଣ ପୋଲିସ କର୍ମଚାରୀ ଆହତ । ଚିକିତ୍ସା ପାଇ ଛତ୍ରପୁର ମେଡିକାଲରେ ଭର୍ତି ହୋଇଛନ୍ତି । ସକାଳୁ ଘନ କୁହୁଡି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଗ୍ୟାସ ଟ୍ୟାଙ୍କର । ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥର ଦୁଇ ପାଖକୁ ସିଲ୍ କାରଯାଇଥିଲା । ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡି । ସୁରକ୍ଷିତ ଭାବେ ଟ୍ୟାଙ୍କରକୁ ନିଆଯିବା ପରେ ଯାତାୟତ ସ୍ବାଭାବିକ ହେବ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଛନ୍ତି ।

ଏଥିସହିତ ପଢ଼ନ୍ତୁ: ତାମ୍ପରା ନିକଟରେ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର : ରାସ୍ତା ସିଲ୍ କଲା ପ୍ରଶାସନ

 

 

Leave a Reply