spot_img
Home Blog Page 6266

ଦ୍ୱିପାକ୍ଷିକ ଚୁକ୍ତି ମାନୁନାହିଁ ଚୀନ: ବୖେଦେଶିକ ମନ୍ତ୍ରଣାଳୟ

0

ନୂଆଦିଲ୍ଲୀ: ଗତ ଛଅ ମାସ ଧରି ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ (ଏଲଏସି)ରେ ଯେଉଁ ସ୍ଥିତି ଉପୁଜିଛି ଏଥିପାଇଁ ଚୀନ ସରକାର ହିଁ ଦାୟୀ ବୋଲି କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରଣାଳୟ। ଯାହା ଫଳରେ ସୀମା ନୀତି ଉଲ୍ଲଂଘନ ହେଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇ ।

ସୂଚନା ମୁତାବକ ଏଲଏସିରେ ଚୀନର ମନମାନି ଫଳରେ ଦ୍ୱିପାକ୍ଷିକ ଶାନ୍ତି ଭଙ୍ଗ ହେବା ସହ ପ୍ରୋଟୋକଲର ଉଲ୍ଲଂଘନ ମଧ୍ୟ ହେଉଛି । ଏହି ଦୁଇ ଦେଶ ମଧ୍ୟରେ ୧୯୯୩ ଏବଂ ୧୯୯୬ରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତିକୁ ମାନୁ ନାହାଁନ୍ତି ଚୀନ ସରକାର । ଏଣୁ ବେଜିଂ ନିଜର ନୀତିରେ ପରିବର୍ତ୍ତନ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

 

 

ଭାରତ ଓ ଚୀନ ମଧ୍ୟରେ ବର୍ଷ ବର୍ଷ ଧରି ସୁ-ସମ୍ପର୍କ ରହି ଆସିଛି, ହେଲେ ଏବେ ସୀମାରେ ଚୀନ ସରକାରଙ୍କ ବିସ୍ତାରବାଦୀ ନୀତି ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହେଉଛି । ଗତ କିଛି ମାସ ହେବ ପୂର୍ବ ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି ।

ତେବେ ଉଭୟ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ଏଯାବତ୍ କୗେଣସି ସମାଧାନର ବାଟ ଫିଟିପାରୁ ନଥିବା ସୂଚନା ମିଳିଛି ।

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଧାରଣା ପରିବାର ଲୋକ

ଜଗତସିଂହପୁର : ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । କ୍ଷତିପୂରଣ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଲେ ପରିବର ଲୋକ । ଘଟଣାଟି ହେଉଛି  ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଯେଉଁଠାରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି ।

ସୂଚନା ଅନୁସାରେ ଏରସମା ବ୍ଲକ ବଳେଇପୁର ପଞ୍ଚାୟତ ନାଳକଣି ଗ୍ରାମର ତ୍ରିଲୋଚନ ରାଉତଙ୍କ ଧର୍ମପତ୍ନୀ ବିନ୍ଦୁଲତା ରାଉତ(୩୪) ଗତକାଲି ଏରସମା ମେଡିକାଲରେ ହେଉଥିବା ପରିବାର ନିୟୋଜନ କ୍ୟାମ୍ପକୁ ଅ‌ସ୍ତ୍ରୋପ୍ରଚାର ପାଇଁ ଆସିଥିଲେ। କିନ୍ତୁ ସେଠାରେ ତାଙ୍କୁ ବିଳମ୍ବରେ ଅସ୍ତ୍ରପୋଚାର ପାଇଁ ଡକାଯାଇଥିଲା ପ୍ରାୟ ୩୦ ଜଣଙ୍କ ପରେ ଶେଷରେ ତାଙ୍କର ନାମ ଡକା ଯାଇଥିଲା।

ଏବଂ ଅସ୍ତ୍ରୋପ୍ରଚାର ପାଇଁ ଓଟି ଭିତରକୁ ଯାଇଥିଲେ ବି ଆଉ ଫେରି ନଥିଲେ ବିନ୍ଦୁଲତା । ତେବେ ଡାକ୍ତରଙ୍କ ଅବହେଳା ପାଇଁ ଜଣେ ସୁସ୍ଥ ମହିଳାଙ୍କର ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଜଣେ ଅବସରପ୍ରାପ୍ତ ଡାକ୍ତର କାହିଁକି ଅପରେସନ କରିଥିଲେ ବୋଲି ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ଏନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇବାସହ ଉକ୍ତ ଡ଼ାକ୍ତରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକ।

ଜୋର୍ ଧରୁଛି କୃଷକ ଆନ୍ଦୋଳନ; ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ, ଟୋଲ୍ ପ୍ଲାଜାରେ ବିକ୍ଷୋଭ ପ୍ରଦର୍ଶନ

0

ନୂଆଦିଲ୍ଲୀ: ଦିନକୁ ଦିନ କୃଷକ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଦିଲ୍ଲୀ ହରିୟାଣାର ସିଂଘୁ ସୀମାରେ ଆନ୍ଦୋଳନ ଆହୁରି ଜୋରଦାର କରିଛନ୍ତି ଆନ୍ଦୋଳନରତ ଚାଷୀ ।

ସୂଚନା ମୁତାବକ ଆଜି ଦିଲ୍ଲୀ- ଆଗ୍ରା ଦିଲ୍ଲୀ- ଜୟପୁର ଜାତୀୟ ରାଜପଥ ଅବରୋଧ କରୁଛନ୍ତି ଚାଷୀ । ଏଥିସହ ଦେଶର ସମସ୍ତ ଟୋଲ ପ୍ଲାଜାରେ ବିକ୍ଷୋଭ କରାଯାଉଛି। ଏଭଳି ପରିସ୍ଥିତିକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଆସନ୍ତା ୧୪ ତାରିଖରେ ଦେଶରେ ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ କରିବା ସହ ଚକାଜାମ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଚାଷୀ ସଂଘ ।

ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ପଞ୍ଜାବର ୫୦ ହଜାର ଚାଷୀ ଏବେ ଦିଲ୍ଲୀ ମୁହାଁ ହୋଇଛନ୍ତି । ପୁରା ଦିଲ୍ଲୀରେ ଚକାଜାମ୍ କରିବାକୁ ଚାଷୀମାନେ ଯୋଜନା କରିଛନ୍ତି । ସମସ୍ୟାର ସମାଧାନ ପାଇଁ ପାଞ୍ଚ ପାଞ୍ଚ ଥର ସରକାରଙ୍କ ସହ ଆଲୋଚନା ହୋଇଥିଲେ ବି ଏଯାବତ୍ କୌଣସି ସମାଧାନର ବାଟ ମିଳିପାରିନାହିଁ ।

ତେବେ ଚାଷୀଙ୍କ ସନ୍ତୁଷ୍ଟିକରଣ ପାଇଁ କିଛି ପ୍ରସ୍ତାବ ଦେଇ ଚୁପ୍ ବସିଛନ୍ତି ସରକାର । ନିଜର ହକ୍ ନପାଇଲା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ ଦିଲ୍ଲୀ ସୀମାରେ ବସିଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି ।

୨୪ ଘଣ୍ଟା ମଧ୍ୟରେ ଭାରତରୁ ୩୦,୦୦୫ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଦୖେନିକ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୦ ହଜାର ୦୦୫ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ସମୁଦାୟ କରୋନା ମାମଲା ୯୮ ଲକ୍ଷ ୨୬ ହଜାର ୭୭୫ରେ ପହଞ୍ଚିଛି ।

ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ୪୪୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ କରୋନା ସଂକ୍ରମଣରେ ଏଯାବତ୍ ୧ ଲକ୍ଷ ୪୨ ହଜାର ୬୨୮ ଲୋକ ପ୍ରାଣ ହରାଇଛନ୍ତି ।

ଏମାନଙ୍କ ମଧ୍ୟରେ ୩ ଲକ୍ଷ ୫୯ ହଜାର ୮୧୯ଟି ମାମଲା ସକ୍ରିୟ ରହିଛି । ସେପଟେ ଗୋଟିଏ ଦିନରେ ୩୩ ହଜାର ୪୯୪ ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ଏବେ ସୁଦ୍ଧା ୯୩ ଲକ୍ଷ ୨୪ ହଜାର ୩୨୮ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଲମତାପୁଟ ଓ ପାଡ଼ୁଆ ପୋଲିସକୁ ବଡ଼ ସଫଳତା, ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ୭୧୭କେଜି ଗଞ୍ଜେଇ ଜବତ । ଲମତାପୁଟ ଓ ପାଡ଼ୁଆ ପୋଲିସକୁ ବଡ଼ ସଫଳତା । ପୃଥକ ପୃଥକ ସ୍ଥାନରେ ଚଢାଉ କରି ୭୧୭ କେଜି ଗଞ୍ଜେଇ ସହ ୩ଟି ଗାଡ଼ି ଜବତ କରିଛି ପୋଲିସ । ତେବେ ଘଟଣାସ୍ଥଳରୁ ୬ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୨ ଲକ୍ଷ ହେବ ।

ଗତକାଲି କୋରାପୁଟ ଓ ନନ୍ଦପୁର ପୋଲିସଙ୍କ ନେତୃତ୍ୱରେ ରାତିରେ ଦୁଇଟି ଟିମ ଗଠନ କରି ପାଟ୍ରୋଲିଂ ବେଳେ ଗଂଜେଇ ଜବତ କରାଯାଇଥିଲା । ଜଲାପୁଟ ଅଂଚଳରୁ ଗଞ୍ଜେଇ ଭର୍ତି କାର ଓ ଜୟପୁର ଯାଉଥିବା ଗୋଟିଏ ବୋଲେରୋ ଗାଡି ଓ ପିକଅପ୍ ଭ୍ୟାନକୁ ଜବତ କରାଯାଇଛି । ଜବତ ଗଂଜେଇ ଛତିଶଗଡ଼, ବିହାର,ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରେ ଅଂଚଳକୁ ଚୋର ଚାଲାଣ ହେଉଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ମୁଁ ପ୍ରଧାନମନ୍ତ୍ରୀ ହୋଇଥିଲେ କଂଗ୍ରେସର ସ୍ଥିତି ଏଭଳି ହୋଇନଥାନ୍ତା !

0

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଲିଖିତ ବହି ‘ଦ ପ୍ରେସିଡେନସିଆଲ୍ ଇୟର୍ସ’ରୁ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏପରିକି ଏଥିରେ ଉଲ୍ଲେଖ ରହିଛି ଯେ ପ୍ରଣବ ରାଷ୍ଟ୍ରପତି ହେବା ପରେ କଂଗ୍ରେସ ରାଜନୈତିକ ଦିଗରୁ ଏପ୍ରକାର ବିଚ୍ୟୁତ ହୋଇଯାଇଥିଲା ।

ସ୍ୱର୍ଗତଃ ମୁଖାର୍ଜୀ ନିଜ ବହିରେ କହିଛନ୍ତି ଯେ ଦଳର କିଛି ସଦସ୍ୟଙ୍କ ବିଶ୍ୱାସ ରହିଥିଲା ଯେ ଯଦି ସେ ୨୦୦୪ରେ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତାହେଲେ ୨୦୧୪ ଲୋକସଭା ନିର୍ବାଚନରେ ​​କଂଗ୍ରେସ ଏଭଳି ପରାଜୟର ସମ୍ମୁଖୀନ ହୋଇନଥାନ୍ତା।

ମୃତ୍ୟୁ ପୂର୍ବରୁ ମୁଖାର୍ଜୀ ‘ଦ ପ୍ରେସିଡେନସିଆଲ୍ ଇୟର୍ସ’ ନାମକ ଏକ ପୁସ୍ତକ ଲେଖିଥିଲେ । ରୁପା ପବ୍ଲିକେସନ୍ସ ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ଜାନୁଆରୀ ୨୦୨୧ରୁ ପାଠକମାନଙ୍କ ପାଇଁ ଉପଲବ୍ଧ ହେବ । ଦଳ ଭିତରେ ଆଭ୍ୟନ୍ତରୀଣ ଅଶାନ୍ତି ଜାରି ରହିଥିବା ବେଳେ ଏଭଳି ଟିପ୍ପଣୀ ସମ୍ମୁଖକୁ ଆସୁଛି ।

‘‘ଯଦି ମୁଁ ପ୍ରଧାନମନ୍ତ୍ରୀ ହୋଇଥାନ୍ତି, ତେବେ ୨୦୧୪ରେ କଂଗ୍ରେସ ଏଭଳି ପରାଜୟର ସମ୍ମୁଖୀନ ହୋଇନଥାନ୍ତା  ବୋଲି କିଛି ଦଳୀୟ କର୍ମୀଙ୍କର ବିଶ୍ୱାସ ରହିଥିଲା । ହେଲେ ମୁଁ ଏଥିରେ ଏକମତ ନୁହେଁ’’ ବୋଲି ଉକ୍ତ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଏହି ପୂର୍ବତନ ରାଷ୍ଟ୍ରପତି ।

ହେଲେ ମୁଁ ରାଷ୍ଟ୍ରପତି ହେବା ପରେ ଦଳର ନେତୃତ୍ୱ ରାଜନୈତିକ ଦିଗରୁ ଏକପ୍ରକାର ବିଚ୍ୟୁତ ହୋଇଥିଲା ।ସୋନିଆ ଗାନ୍ଧୀ ଦଳୀୟ ମାମଲାକୁ ସମ୍ଭାଳିବାରେ ଅସମର୍ଥ ହୋଇଥିବା ବେଳେ ମନମୋହନ ସିଂଙ୍କ ମଧ୍ୟ ଠିକ୍ ଭାବେ ସାଂସଦ ମାନଙ୍କ ସହ ସମ୍ପର୍କ ସ୍ଥାପନା କରିପାରିନଥିଲେ ।

ତେବେ ପଶ୍ଚିମବଙ୍ଗର ଏକ ଗ୍ରାମରେ ବିତାଇଥିବା ବାଲ୍ୟକାଳରୁ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ତାଙ୍କର ଦୀର୍ଘ ଯାତ୍ରା ବିଷୟରେ ଏହି ପୁସ୍ତକ ଆଲୋକପାତ କରାଯାଇଛି ।

କରୋନା ସଂକ୍ରମଣ ଯୋଗୁଁ ଗତ ଜୁଲାଇ ୩୧ ତାରିଖରେ ୮୪ ବର୍ଷ ବୟସରେ ପ୍ରଣବଙ୍କ ଦେହାନ୍ତ ହୋଇଥିଲା ।

ଧଳା ଚାଦର ତଳେ ରାଜଧାନୀ, ମାତ୍ରାଧିକ କୁହୁଡ଼ି ଯୋଗୁଁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ୱର: ଘନ କୁହୁଡ଼ି ଓ ଥଣ୍ଡାରେ ଅସ୍ତବ୍ୟସ୍ତ ସାରା ରାଜ୍ୟ  । କାକର ଓ କୁହୁଡ଼ିର କମ୍ବଳରେ ଢାଙ୍କି ହୋଇଛି ରାଜଧାନୀ ଭୁବନେଶ୍ୱର  । ମାତ୍ରାଧିକ କୁହୁଡ଼ି ଯୋଗୁଁ ରାସ୍ତାରେ ବିନା ଲାଇଟରେ ଯାନରେ ଯାତାୟତ କରିବା ଅସମ୍ଭବ ହୋଇପଡ଼ିଛି  ।  ସେପଟେ ଆସନ୍ତା ୩ଦିନ ପାଇଁ ରାଜ୍ୟରେ ଘନ କୁହୁଡି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

ଏନେଇ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ରହିବାକୁ ସତର୍କ କରାଯାଇଛି  । କୁହୁଡ଼ି କାରଣରୁ ଅଧିକ ଦୁର୍ଘଟଣା ହେବାର ସମ୍ଭାବନା ଥିବାରୁ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି  ।  ତେବେ ଆଗକୁ ପାଗ ସୁଖିଲା ରହିବ  । ତାପମାତ୍ରାରେ ‌ସେଭଳି କୌଣସି ପରିବର୍ତ୍ତନ ହେବନାହିଁ । ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଥଣ୍ଡା ସହ କୁହୁଡ଼ି ଜାରି ରହିବ  ।

ରେଲଓ୍ୱେ ଟ୍ରାକକୁ ଖସି ପଡିଲେ ଯୁବତୀ; ଏମିତି ଜୀବନ ବଞ୍ଚାଇଲେ ଆରପିଏଫ୍ ଯବାନ

0

ମୁମ୍ବାଇ: ମୁମ୍ବାଇର ଜଣେ ଆରପିଏଫ୍ ଯବାନ ନିଜ ଜୀବନକୁ ବାଜି ଲଗାଇ ରେଲଓ୍ୱେ ଟ୍ରାକକୁ ଖସି ପଡିଥିବା ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣା ସେଣ୍ଡହର୍ଷ୍ଟ ରୋଡ୍ ଷ୍ଟେସନର ପ୍ଲାଟଫର୍ମରେ ଘଟିଛି । ଉକ୍ତ ପ୍ଲାଟଫର୍ମରେ ଜଣେ ମହିଳା ଠିଆ ହୋଇଥିବା ବେଳେ ଅଚାନକ ଟ୍ରାକ ଉପରକୁ ଖସି ପଡ଼ିଥିଲେ ।

ମହିଳାଙ୍କୁ ଖସିପଡିବାର ଦେଖି କାର୍ଯ୍ୟରତ ଆରପିଏଫ୍ ଯବାନ ଟ୍ରାକକୁ ଡେଇଁପଡି ଅନ୍ୟ ଲୋକଙ୍କ ସାହାଯ୍ୟରେ ଟ୍ରେନ୍ ଆସିବା ପୂର୍ବରୁ ମହିଳାଙ୍କୁ ଉଦ୍ଧାର କରିଥିଲେ।

ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଥିଲା । ଯେତେବେଳେ ୨୩ ବର୍ଷୀୟ ଅନିଶା ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ରେ ଠିଆ ହୋଇଥିଲେ । ହେଲେ ହଠାତ୍ ମୁଣ୍ଡ ବୁଲାଇବାରୁ ସେ ରେଳବାଇ ଟ୍ରାକରେ ପଡିଯାଇଥିଲେ। ଯାହା ପରେ ଆରପିଏଫ କନଷ୍ଟେବଳ ଶ୍ୟାମ ସୁରତ ସମ୍ପୃକ୍ତ ମହିଳାଙ୍କୁ ଖସିପଡିବାର ଦେଖିବା ପରେ ତାଙ୍କୁ ବଞ୍ଚାଇବା ପାଇଁ ପ୍ରେଚଷ୍ଟା କରିଥିଲେ ।

ଘଟଣାଟି ସିସିଟିଭିରେ କଏଦ ହୋଇଥିଲା । ଯବାନଙ୍କ ଏଭଳି କାର୍ଯ୍ୟ ଲାଗି କେନ୍ଦ୍ରୀୟ ରେଳବାଇ ପକ୍ଷରୁ ମଧ୍ୟ ପ୍ରଶଂସା କରାଯାଇଛି।

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜୀବନ ହାରିଲେ

ଗଞ୍ଜାମ: କୋବି ତୋଳିବାକୁ ଯାଇ ୨ମୃତ । ହିଞ୍ଜିଳିକାଟୁ ଥାନା ବୁରୁପଡ଼ାରେ ଅଭାବନୀୟ ଘଟଣା । ଆଜି ଭୋରରୁ ବିଲକୁ କୋବି ତୋଳିବାକୁ ଯାଇ ଚାଲିଗଲା ୨ ଜୀବନ । ମୃତକ ଦ୍ୱୟ ହେଲେ ବୁରୁପଡ଼ା ହୀନ ସାମଲ ଓ ବିଷ୍ଣୁ ସାମଲ ।  ପୂର୍ବରୁ ବିଲରେ ପଡ଼ିଥିଲା ଛିଣ୍ଡା ତାର ଯାହାକୁ ହୀନ ଓ ବିଷ୍ଣୁ ଦେଖି ନଥିଲେ  ।

ବିଲକୁ କୋବି ତୋଳିବାକୁ ଯାଇଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ମୃତ  । ଆଜି ଭୋରରୁ ଉଭୟ କୋବି ତୋଳିବାକୁ ଯାଇଥିବା ବେଳେ ଛିଣ୍ଡା ବିଦ୍ୟୁତ୍ ତାର ବିଲରେ ପଡ଼ିଥିବା ସେ ଦୁହେଁ ଦେଖି ନଥିଲେ ଯାହା ଫଳରେ ଘଟଣା ସାମ୍ନାକୁ ଆସିଛି । ବିଲରେ ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ୨ଜଣ । ଉଭୟଙ୍କୁ ଉଦ୍ଧାର କରି ହିଂଜିଳି ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  ।

ମିଥୁନ ରାଶିର ବ୍ୟକ୍ତି ଏହି ଉପାୟ ଆପଣାଇଲେ, ବାଣିଜ୍ୟ ଓ ବ୍ୟବସାୟରେ ଲାଭବାନ୍ ହେବେ

ଆଜିର ପଞ୍ଚାଙ୍ଗ:

୧୨ ଡିସେମ୍ବର, ୨୦୨୦, ଶନିବାର,ବିଛା ୨୭ ଦିନ

୧୪୨୮ ସାଲ,୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ମାର୍ଗଶିର ମାସ କୃଷ୍ଣପକ୍ଷ,ତ୍ରୟୋଦଶୀ ତିଥି

ବିଶାଖା ନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର ରହିବେ

ଯୋଗିନୀ ଦକ୍ଷିଣ ଦିଗରେ ଅବସ୍ଥାନ କରିଥିବାରୁ

ଦକ୍ଷିଣ ଦିଗକୁ ଯାତ୍ରା କରିବା ନିଷେଧ

କୌଣସି ରାଶି ପାଇଁ ଘାତଚନ୍ଦ୍ର ନାହିଁ

ବୃଷ,ସିଂହ,କନ୍ୟା ରାଶି ପାଇଁ ଘାତବାର

ଶୁଭ ସମୟ- ଦିନ ୧୦ଟା ୩୫ ମିନିଟ୍ ଠାରୁ ଦିନ ୧ଟା ୩୦ମିନିଟ୍

ଅଶୁଭ ସମୟ- ସକାଳ ୮ଟା ୫୭ ମିନିଟ୍ ଠାରୁ ସକାଳ ୧୦ଟା ୧୯ ପର୍ଯ୍ୟନ୍ତ

ନିଷେଧ ଖାଦ୍ୟ – ବାଇଗଣ ଖାଇବା ନିଷେଧ ରହିଛି

ମେଷ

ଅଶ୍ୱିନୀ ନକ୍ଷତ୍ର –ନିଜର ବନ୍ଧୁମାନେ ଶତ୍ରୁ ପରି ବ୍ୟବହାର କରିବେ, କାର୍ଯ୍ୟରେ ବାଧା ।

ଦ୍ୱିଜା ନକ୍ଷତ୍ର – ପୁରା ଦିନ ଆନନ୍ଦରେ କଟିବ ।

କୃତ୍ତିକା ନକ୍ଷତ୍ର –ଶାରିରୀକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।

ଉପାୟ- ଶ୍ରୀହନୁମାନଙ୍କୁ ଗୋଟା ଫଳ ଅର୍ପଣ କରନ୍ତୁ।

ବୃଷ

କୃତ୍ତିକା ନକ୍ଷତ୍ର – ଗୁପ୍ତ ଶତ୍ରୁ କାର୍ଯ୍ୟରେ ବାଧା ସୃଷ୍ଟି କରି ପାରନ୍ତି ।

ରୋହିଣି ନକ୍ଷତ୍ର- ଦାମ୍ପତ୍ୟ ଜୀବନକୁ ନେଇ ରହୁଥିବା ସମସ୍ୟା ଦୁର ହେବ ।

ମୃଗଶିରା ନକ୍ଷତ୍ର – ନିଜର ଇଛା ଯାହା ବି ଥିବା ତାହା ଆଜି ପୂରଣ ହେବ ।

ଉପାୟ- ମହାଦେବଙ୍କୁ ଧଳା ଫୁଲ ଅର୍ପଣ କରନ୍ତୁ ।

ମିଥୁନ  

ମୃଗଶିରା ନକ୍ଷତ୍ର – ବାଣିଜ୍ୟ,ବ୍ୟବସାୟରେ ଲାଭବାନ୍ ହେବେ ।

ଆଦ୍ରା ନକ୍ଷତ୍ର – ଶରୀର ସୁସ୍ଥ ସହିତ ମନ ପ୍ରଫୁଲ୍ଲ ରହିବ ।

ପୁନର୍ବସୁ ନକ୍ଷତ୍ର – ପ୍ରତି କାର୍ଯ୍ୟରେ ସଫଳ ପାଇବେ ।

ଉପାୟ- ବେଲ ପତ୍ରରେ ଘିଅ ଲଗାଇ ମହାଦେବଙ୍କୁ ଅର୍ପିତ କରନ୍ତୁ ।

କର୍କଟ

ପୁନର୍ବସୁ ନକ୍ଷତ୍ର – ବନ୍ଧୁଙ୍କ ପରାମର୍ଶ ଯୋଗୁ ମନର ସନ୍ଦେହ ଦୂର ହେବ ।

ପୁଷ୍ୟା ନକ୍ଷତ୍ର – ପୁରା ଦିନ ଭଲରେ କଟିବ ।

ଅଶ୍ଲେଷା ନକ୍ଷତ୍ର – ଆଶାଜନକ ସଫଳତା ପାଇବେ ।

ଉପାୟ- ମହାଦେବଙ୍କୁ କ୍ଷୀର ସହିତ ଦହି ଅର୍ପଣ କରନ୍ତୁ ।

ସିଂହ

ମଘା ନକ୍ଷତ୍ର – ସାମାନ୍ୟ କଥାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ ।

ପୂର୍ବାଫାଲଗୁନି ନକ୍ଷତ୍ର – ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରିବାରେ ସଫଳ ରହିବେ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – ଦିନଟି ଭଲ ରହିବ ନାହିଁ, ଯୁକ୍ତିତର୍କ ଠାରୁ ଦୁରେରେ ରହିବେ ।

ଉପାୟ- କୌଣସି ଗରିବ ବ୍ୟକ୍ତିକୁ ଅରୁଆ ଚାଉଳ, ଚିନି ଦାନ କରନ୍ତୁ ।

କନ୍ୟା

ଉତ୍ତରାଫାଲଗୁନୀ- ଦିନଟି ସାମାନ୍ୟ ରହିବ, ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ହସ୍ତା ନକ୍ଷତ୍ର –ପାରିବାରିକ ଜୀବନକୁ ନେଇ ଖୁସି ରହିବେ ।

ଚିତ୍ରା ନକ୍ଷତ୍ର –ପାରିବାରିକ ଜୀବନ ଆନନ୍ଦଦାୟକ ରହିବ ।

ଉପାୟ- ମହାଦେବଙ୍କ ମନ୍ଦିରରେ କର୍ପୂର ଦାନ କରନ୍ତୁ ।

ତୁଳା

ଚିତ୍ରା ନକ୍ଷତ୍ର – ନିଜର ଭୁଲ ପାଇଁ ସୁଯୋଗ ହାତଛଡା ହୋଇପାରେ, ନିଜ ଉପରେ ବିଶ୍ୱାସ ରଖନ୍ତୁ ।

ସ୍ୱାତୀ ନକ୍ଷତ୍ର – ପୁରା ଦିନ ମଙ୍ଗଳମୟ ରହିବ ।

ବିଶାଖା ନକ୍ଷତ୍ର – ସ୍ୱାସ୍ଥ୍ୟ ସମସ୍ୟା ପ୍ରଭାବିତ ହୋଇପାରେ ।

ଉପାୟ- ଅସହାୟ ମହିଳାଙ୍କୁ ନିଜ ସକ୍ଷମ ଅନୁସାରେ ଦାନ କରନ୍ତୁ ।

ବିଛା

ବିଶାଖା ନକ୍ଷତ୍ର – ଅପ୍ରିୟ ସତ କଥା କହି ଶତ୍ରୁ ସୃଷ୍ଟି କରିବେ, କାହା ବିଷୟରେ ମନ୍ତବ୍ୟ ଦିଅନ୍ତୁ ନାହିଁ ।

ଅନୁରାଧା ନକ୍ଷତ୍ର – ସୁସ୍ଥ ବାତାବରଣ ମଧ୍ୟରେ ସମଯ କଟିବ ।

ଜ୍ୟେଷ୍ଠା ନକ୍ଷତ୍ର – ଦିନଟି ବହୁତ ଭଲରେ କଟିବ ।

ଉପାୟ- ପ୍ରଭୁ ଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରନ୍ତୁ ।

ଧନୁ ରାଶି

ମୂଳା ନକ୍ଷତ୍ର – ଆକସ୍ମିକ ଘଟଣାକୁ ନେଇ ମନ ଅଶାନ୍ତି ରହିବ ।

ପୂର୍ବାଷାଢା ନକ୍ଷତ୍ର – ପାରିବାରିକ ସୁଖ,ଶାନ୍ତି ଅତୁଟ ରହିବ ।

ଉତ୍ତରାଷାଢା ନକ୍ଷତ୍ର – ନକରାତ୍ମକ ଭାବନା ଠାରୁ ଦୁରେଇ ରୁହନ୍ତୁ ।

ଉପାୟ- ହନୁମାନ ଭଗବାନଙ୍କ ଚାଳିଶା ପାଠ କରନ୍ତୁ ।

ମକର

ଉତ୍ତରାଷାଢା ନକ୍ଷତ୍ର – ଆବଶ୍ୟକତା ଠାରୁ ଅଧିକ ସମୟ ଅପଚୟ କରନ୍ତୁ ନାହିଁ ।

ଶ୍ରବଣା ନକ୍ଷତ୍ର – ନିଜର କାମକୁ ନେଇ ଖୁସିରେ ରହିବେ ।

ଧନିଷ୍ଠା ନକ୍ଷତ୍ର – ସହକର୍ମୀଙ୍କର ସହଯୋଗ ପାଇବେ ।

ଉପାୟ- ଗଙ୍ଗାଜଳରେ ମହାଦେବଙ୍କର ଅଭିଷେକ କରନ୍ତୁ ।

କୁମ୍ଭ

ଧନିଷ୍ଠା ନକ୍ଷତ୍ର –  ଜୀବନସାଥୀଙ୍କ ସହ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମନ ବିଚଳିତ ରହିବ ।

ଶତଭିଷା ନକ୍ଷତ୍ର – ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ, ଶାନ୍ତି ଅନୁଭବ କରିବେ ।

ପୂର୍ବଭାଦ୍ର ନକ୍ଷତ୍ର – ନକରାତ୍ମକ ଭାବନା କାର୍ଯ୍ୟରେ ବାଧା ସୃଷ୍ଟି କରିବ ।

ଉପାୟ- ବୁଲା କୁକୁରକୁ ରସଗୋଲା ଖାଇବାକୁ ଦିଅନ୍ତୁ ।

ମୀନ

ପୂର୍ବଭାଦ୍ର ନକ୍ଷତ୍ର – ପିତା,ମାତାଙ୍କ ପରାମର୍ସ ନେଇ କାର୍ଯ୍ୟ କରନ୍ତୁ ।

ଉତ୍ତରଭାଦ୍ର ନକ୍ଷତ୍ର – ଆତ୍ମବିଶ୍ୱାସର ସହ ଆଗକୁ ବଢିବେ, ସଫଳତା ନିଶ୍ଚୟ ପାଇବେ ।

ରେବତୀ ନକ୍ଷତ୍ର – କାର୍ଯ୍ୟରେ ସଫଳତା ପାଇବେ ।

ଉପାୟ- ମନ୍ଦିରରେ ଅଟା ଦାନ କରନ୍ତୁ ।

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935