୨୧ରୁ ହଟିବ ଭୂତାଣୁ ବାଡ଼, ବିନା କୋଭିଡ୍ ରିପୋର୍ଟରେ ଶ୍ରୀମନ୍ଦିର ଯାଇପାରିବେ ଶ୍ରଦ୍ଧାଳୁ

Devotee Can Visit Puri Jagannath Temple With Out Covid Negative Report

ପୁରୀ: ଶ୍ରୀମନ୍ଦିରରେ ମିଳିବ ଶ୍ରୀଜିଉଙ୍କ ଦର୍ଶନ । ଆଉ ଲୋଡ଼ା ନାହିଁ କୋଭିଡ୍ ନେଗେଟିଭ୍ ରିପୋର୍ଟ । ଆସନ୍ତା ୨୧ ତାରିଖରୁ କୋଭିଡ୍ ରିପୋର୍ଟ ନଦେଲେ ମଧ୍ୟ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏନେଇ ଆଜି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବ ନିଷ୍ପତ୍ତି ଅନୁସାରେ ଏସଓପିକୁ କୋହଳ କରାଯାଇଛି । ସକାଳ ୭ଟା ରୁ ସର୍ବସାଧାରଣ ଦର୍ଶନ ଜାରି ରହିବ ।

Devotee Can Visit Puri Jagannath Temple With Out Covid Negative Report

ତେବେ ସକାଳ ୬ଟାରୁ ୭ଟା ଯାଏ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି । ପୁରୀ ବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବେ । ଏଥିସହ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ିରେ ଦର୍ଶନ ବ୍ୟବସ୍ଥା କରାଯିବ । ୨୧ ତାରିଖ ଠାରୁ ଦର୍ଶନ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତା ମୂଳକ ନୁହେଁ । ସେହିପରି ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପରିସର ସାନିଟାଇଜ୍ କରାଯିବ ।

Devotee Can Visit Puri Jagannath Temple With Out Covid Negative Report

ଡିସେମ୍ବର ୨୬ରୁ ଜାନୁଆରୀ ୧୬ ତାରିଖ ସୁଦ୍ଧା ୧ ଲକ୍ଷ ୨୫ ହଜାର ୪୧୧ ଜଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଆସନ୍ତା ୨୧ ତାରିଖରୁ ଦୈନିକ ପାଖାପାଖି ୩୦ ହଜାର ଭକ୍ତ ଦର୍ଶନ କରିବା ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡ଼ିଲେ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

Leave a Reply