ସଫଳ ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଧନ୍ୟବାଦ

ଭୁବନେଶ୍ୱର: କୋଭିଡ୍ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଟିକାକରଣ ସଫଳ ହୋଇଛି । ଏଥିପାଇଁ ନିରଞ୍ଜନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

Niranjan Thanked Naveen For Successful Covid-19 Vaccination

ନିରଞ୍ଜନ, ନବୀନଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି । ରାଜ୍ୟର ସମସ୍ତ ବିପିଏଲ ବର୍ଗର ଲୋକ, ବରିଷ୍ଠ ନାଗରିକଙ୍କୁ ମାଗଣାରେ କୋଭିଡ୍ ଟିକା ଯୋଗାଇ ଦେବାକୁ ନିରଞ୍ଜନ ନିବେଦନ କରିଛନ୍ତି । ମାଗଣା ଟିକା ଦେଲେ ରାଜ୍ୟବାସୀ ଉପକୃତ ହେବେ ବୋଲି ନିରଞ୍ଜନ ଚିଠିରେ ଉଲ୍ଲେଖ କରିଛନ୍ତି ।

Niranjan Thanked Naveen For Successful Covid-19 Vaccination

ଶନିବାର ରାଜ୍ୟର ୧୬୧ଟି ଟିକାକରଣ କେନ୍ଦ୍ରରେ ଭ୍ୟାକ୍ସିନ୍ ଦିଆଯାଇଥିଲା । ପ୍ରଥମ ଦିନରେ ୧୬ ହଜାର ୪୦୫ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ୧୩ ହଜାର ୯୮୦ ଜଣଙ୍କୁ ଦିଆଯାଇଥିଲା । ଏହିଭଳି ଭାବେ ରାଜ୍ୟରେ ପ୍ରଥମ ଦିନରେ ଲକ୍ଷ୍ୟର ୮୫ ପ୍ରତିଶତ ଟିକାକରଣ ହୋଇଥିଲା ।

Niranjan Thanked Naveen For Successful Covid-19 Vaccination

ଟିକାକରଣ ବେଳେ ରାଜ୍ୟର ୩ ଜଣଙ୍କ ଠାରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଛି । କଟକ, ଢେଙ୍କାନାଳ ଓ ଗଜପତି ଜିଲ୍ଲାର ଜଣଙ୍କ ଲେଖାଏଁ ଠାରେ ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା ବେଳେ ଏବେ ସେମାନଙ୍କ ଅବସ୍ଥା ଭଲ ଅଛି ।

Niranjan Thanked Naveen For Successful Covid-19 Vaccination

ରାଜ୍ୟରେ ୩ ଲକ୍ଷ ୩୮ ହଜାର ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ଟିକା ଦିଆଯିବ । ସେଥି ମଧ୍ୟରୁ ପ୍ରଥମ ଦଫାରେ ରାଜ୍ୟରେ ୧ ଲକ୍ଷ ୯୨ ହଜାର ଲୋକଙ୍କୁ ଟିକା ଦିଆଯିବ । ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏ ଟିକାକରଣ ହେବ । ପ୍ରଥମ ଡୋଜ୍ ନେବାପରେ କରୋନା ସଂକ୍ରମଣ ହେଲେ ଦ୍ୱିତୀୟ ଡୋଜ୍ ଦିଆଯିବ ନାହିଁ ।

Leave a Reply