spot_img
Home Blog Page 6267

ରେଲଓ୍ୱେ ଟ୍ରାକକୁ ଖସି ପଡିଲେ ଯୁବତୀ; ଏମିତି ଜୀବନ ବଞ୍ଚାଇଲେ ଆରପିଏଫ୍ ଯବାନ

0

ମୁମ୍ବାଇ: ମୁମ୍ବାଇର ଜଣେ ଆରପିଏଫ୍ ଯବାନ ନିଜ ଜୀବନକୁ ବାଜି ଲଗାଇ ରେଲଓ୍ୱେ ଟ୍ରାକକୁ ଖସି ପଡିଥିବା ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣା ସେଣ୍ଡହର୍ଷ୍ଟ ରୋଡ୍ ଷ୍ଟେସନର ପ୍ଲାଟଫର୍ମରେ ଘଟିଛି । ଉକ୍ତ ପ୍ଲାଟଫର୍ମରେ ଜଣେ ମହିଳା ଠିଆ ହୋଇଥିବା ବେଳେ ଅଚାନକ ଟ୍ରାକ ଉପରକୁ ଖସି ପଡ଼ିଥିଲେ ।

ମହିଳାଙ୍କୁ ଖସିପଡିବାର ଦେଖି କାର୍ଯ୍ୟରତ ଆରପିଏଫ୍ ଯବାନ ଟ୍ରାକକୁ ଡେଇଁପଡି ଅନ୍ୟ ଲୋକଙ୍କ ସାହାଯ୍ୟରେ ଟ୍ରେନ୍ ଆସିବା ପୂର୍ବରୁ ମହିଳାଙ୍କୁ ଉଦ୍ଧାର କରିଥିଲେ।

ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଥିଲା । ଯେତେବେଳେ ୨୩ ବର୍ଷୀୟ ଅନିଶା ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ରେ ଠିଆ ହୋଇଥିଲେ । ହେଲେ ହଠାତ୍ ମୁଣ୍ଡ ବୁଲାଇବାରୁ ସେ ରେଳବାଇ ଟ୍ରାକରେ ପଡିଯାଇଥିଲେ। ଯାହା ପରେ ଆରପିଏଫ କନଷ୍ଟେବଳ ଶ୍ୟାମ ସୁରତ ସମ୍ପୃକ୍ତ ମହିଳାଙ୍କୁ ଖସିପଡିବାର ଦେଖିବା ପରେ ତାଙ୍କୁ ବଞ୍ଚାଇବା ପାଇଁ ପ୍ରେଚଷ୍ଟା କରିଥିଲେ ।

ଘଟଣାଟି ସିସିଟିଭିରେ କଏଦ ହୋଇଥିଲା । ଯବାନଙ୍କ ଏଭଳି କାର୍ଯ୍ୟ ଲାଗି କେନ୍ଦ୍ରୀୟ ରେଳବାଇ ପକ୍ଷରୁ ମଧ୍ୟ ପ୍ରଶଂସା କରାଯାଇଛି।

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜୀବନ ହାରିଲେ

ଗଞ୍ଜାମ: କୋବି ତୋଳିବାକୁ ଯାଇ ୨ମୃତ । ହିଞ୍ଜିଳିକାଟୁ ଥାନା ବୁରୁପଡ଼ାରେ ଅଭାବନୀୟ ଘଟଣା । ଆଜି ଭୋରରୁ ବିଲକୁ କୋବି ତୋଳିବାକୁ ଯାଇ ଚାଲିଗଲା ୨ ଜୀବନ । ମୃତକ ଦ୍ୱୟ ହେଲେ ବୁରୁପଡ଼ା ହୀନ ସାମଲ ଓ ବିଷ୍ଣୁ ସାମଲ ।  ପୂର୍ବରୁ ବିଲରେ ପଡ଼ିଥିଲା ଛିଣ୍ଡା ତାର ଯାହାକୁ ହୀନ ଓ ବିଷ୍ଣୁ ଦେଖି ନଥିଲେ  ।

ବିଲକୁ କୋବି ତୋଳିବାକୁ ଯାଇଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ମୃତ  । ଆଜି ଭୋରରୁ ଉଭୟ କୋବି ତୋଳିବାକୁ ଯାଇଥିବା ବେଳେ ଛିଣ୍ଡା ବିଦ୍ୟୁତ୍ ତାର ବିଲରେ ପଡ଼ିଥିବା ସେ ଦୁହେଁ ଦେଖି ନଥିଲେ ଯାହା ଫଳରେ ଘଟଣା ସାମ୍ନାକୁ ଆସିଛି । ବିଲରେ ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ୨ଜଣ । ଉଭୟଙ୍କୁ ଉଦ୍ଧାର କରି ହିଂଜିଳି ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  ।

ମିଥୁନ ରାଶିର ବ୍ୟକ୍ତି ଏହି ଉପାୟ ଆପଣାଇଲେ, ବାଣିଜ୍ୟ ଓ ବ୍ୟବସାୟରେ ଲାଭବାନ୍ ହେବେ

ଆଜିର ପଞ୍ଚାଙ୍ଗ:

୧୨ ଡିସେମ୍ବର, ୨୦୨୦, ଶନିବାର,ବିଛା ୨୭ ଦିନ

୧୪୨୮ ସାଲ,୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ମାର୍ଗଶିର ମାସ କୃଷ୍ଣପକ୍ଷ,ତ୍ରୟୋଦଶୀ ତିଥି

ବିଶାଖା ନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର ରହିବେ

ଯୋଗିନୀ ଦକ୍ଷିଣ ଦିଗରେ ଅବସ୍ଥାନ କରିଥିବାରୁ

ଦକ୍ଷିଣ ଦିଗକୁ ଯାତ୍ରା କରିବା ନିଷେଧ

କୌଣସି ରାଶି ପାଇଁ ଘାତଚନ୍ଦ୍ର ନାହିଁ

ବୃଷ,ସିଂହ,କନ୍ୟା ରାଶି ପାଇଁ ଘାତବାର

ଶୁଭ ସମୟ- ଦିନ ୧୦ଟା ୩୫ ମିନିଟ୍ ଠାରୁ ଦିନ ୧ଟା ୩୦ମିନିଟ୍

ଅଶୁଭ ସମୟ- ସକାଳ ୮ଟା ୫୭ ମିନିଟ୍ ଠାରୁ ସକାଳ ୧୦ଟା ୧୯ ପର୍ଯ୍ୟନ୍ତ

ନିଷେଧ ଖାଦ୍ୟ – ବାଇଗଣ ଖାଇବା ନିଷେଧ ରହିଛି

ମେଷ

ଅଶ୍ୱିନୀ ନକ୍ଷତ୍ର –ନିଜର ବନ୍ଧୁମାନେ ଶତ୍ରୁ ପରି ବ୍ୟବହାର କରିବେ, କାର୍ଯ୍ୟରେ ବାଧା ।

ଦ୍ୱିଜା ନକ୍ଷତ୍ର – ପୁରା ଦିନ ଆନନ୍ଦରେ କଟିବ ।

କୃତ୍ତିକା ନକ୍ଷତ୍ର –ଶାରିରୀକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।

ଉପାୟ- ଶ୍ରୀହନୁମାନଙ୍କୁ ଗୋଟା ଫଳ ଅର୍ପଣ କରନ୍ତୁ।

ବୃଷ

କୃତ୍ତିକା ନକ୍ଷତ୍ର – ଗୁପ୍ତ ଶତ୍ରୁ କାର୍ଯ୍ୟରେ ବାଧା ସୃଷ୍ଟି କରି ପାରନ୍ତି ।

ରୋହିଣି ନକ୍ଷତ୍ର- ଦାମ୍ପତ୍ୟ ଜୀବନକୁ ନେଇ ରହୁଥିବା ସମସ୍ୟା ଦୁର ହେବ ।

ମୃଗଶିରା ନକ୍ଷତ୍ର – ନିଜର ଇଛା ଯାହା ବି ଥିବା ତାହା ଆଜି ପୂରଣ ହେବ ।

ଉପାୟ- ମହାଦେବଙ୍କୁ ଧଳା ଫୁଲ ଅର୍ପଣ କରନ୍ତୁ ।

ମିଥୁନ  

ମୃଗଶିରା ନକ୍ଷତ୍ର – ବାଣିଜ୍ୟ,ବ୍ୟବସାୟରେ ଲାଭବାନ୍ ହେବେ ।

ଆଦ୍ରା ନକ୍ଷତ୍ର – ଶରୀର ସୁସ୍ଥ ସହିତ ମନ ପ୍ରଫୁଲ୍ଲ ରହିବ ।

ପୁନର୍ବସୁ ନକ୍ଷତ୍ର – ପ୍ରତି କାର୍ଯ୍ୟରେ ସଫଳ ପାଇବେ ।

ଉପାୟ- ବେଲ ପତ୍ରରେ ଘିଅ ଲଗାଇ ମହାଦେବଙ୍କୁ ଅର୍ପିତ କରନ୍ତୁ ।

କର୍କଟ

ପୁନର୍ବସୁ ନକ୍ଷତ୍ର – ବନ୍ଧୁଙ୍କ ପରାମର୍ଶ ଯୋଗୁ ମନର ସନ୍ଦେହ ଦୂର ହେବ ।

ପୁଷ୍ୟା ନକ୍ଷତ୍ର – ପୁରା ଦିନ ଭଲରେ କଟିବ ।

ଅଶ୍ଲେଷା ନକ୍ଷତ୍ର – ଆଶାଜନକ ସଫଳତା ପାଇବେ ।

ଉପାୟ- ମହାଦେବଙ୍କୁ କ୍ଷୀର ସହିତ ଦହି ଅର୍ପଣ କରନ୍ତୁ ।

ସିଂହ

ମଘା ନକ୍ଷତ୍ର – ସାମାନ୍ୟ କଥାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ ।

ପୂର୍ବାଫାଲଗୁନି ନକ୍ଷତ୍ର – ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରିବାରେ ସଫଳ ରହିବେ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – ଦିନଟି ଭଲ ରହିବ ନାହିଁ, ଯୁକ୍ତିତର୍କ ଠାରୁ ଦୁରେରେ ରହିବେ ।

ଉପାୟ- କୌଣସି ଗରିବ ବ୍ୟକ୍ତିକୁ ଅରୁଆ ଚାଉଳ, ଚିନି ଦାନ କରନ୍ତୁ ।

କନ୍ୟା

ଉତ୍ତରାଫାଲଗୁନୀ- ଦିନଟି ସାମାନ୍ୟ ରହିବ, ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ହସ୍ତା ନକ୍ଷତ୍ର –ପାରିବାରିକ ଜୀବନକୁ ନେଇ ଖୁସି ରହିବେ ।

ଚିତ୍ରା ନକ୍ଷତ୍ର –ପାରିବାରିକ ଜୀବନ ଆନନ୍ଦଦାୟକ ରହିବ ।

ଉପାୟ- ମହାଦେବଙ୍କ ମନ୍ଦିରରେ କର୍ପୂର ଦାନ କରନ୍ତୁ ।

ତୁଳା

ଚିତ୍ରା ନକ୍ଷତ୍ର – ନିଜର ଭୁଲ ପାଇଁ ସୁଯୋଗ ହାତଛଡା ହୋଇପାରେ, ନିଜ ଉପରେ ବିଶ୍ୱାସ ରଖନ୍ତୁ ।

ସ୍ୱାତୀ ନକ୍ଷତ୍ର – ପୁରା ଦିନ ମଙ୍ଗଳମୟ ରହିବ ।

ବିଶାଖା ନକ୍ଷତ୍ର – ସ୍ୱାସ୍ଥ୍ୟ ସମସ୍ୟା ପ୍ରଭାବିତ ହୋଇପାରେ ।

ଉପାୟ- ଅସହାୟ ମହିଳାଙ୍କୁ ନିଜ ସକ୍ଷମ ଅନୁସାରେ ଦାନ କରନ୍ତୁ ।

ବିଛା

ବିଶାଖା ନକ୍ଷତ୍ର – ଅପ୍ରିୟ ସତ କଥା କହି ଶତ୍ରୁ ସୃଷ୍ଟି କରିବେ, କାହା ବିଷୟରେ ମନ୍ତବ୍ୟ ଦିଅନ୍ତୁ ନାହିଁ ।

ଅନୁରାଧା ନକ୍ଷତ୍ର – ସୁସ୍ଥ ବାତାବରଣ ମଧ୍ୟରେ ସମଯ କଟିବ ।

ଜ୍ୟେଷ୍ଠା ନକ୍ଷତ୍ର – ଦିନଟି ବହୁତ ଭଲରେ କଟିବ ।

ଉପାୟ- ପ୍ରଭୁ ଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରନ୍ତୁ ।

ଧନୁ ରାଶି

ମୂଳା ନକ୍ଷତ୍ର – ଆକସ୍ମିକ ଘଟଣାକୁ ନେଇ ମନ ଅଶାନ୍ତି ରହିବ ।

ପୂର୍ବାଷାଢା ନକ୍ଷତ୍ର – ପାରିବାରିକ ସୁଖ,ଶାନ୍ତି ଅତୁଟ ରହିବ ।

ଉତ୍ତରାଷାଢା ନକ୍ଷତ୍ର – ନକରାତ୍ମକ ଭାବନା ଠାରୁ ଦୁରେଇ ରୁହନ୍ତୁ ।

ଉପାୟ- ହନୁମାନ ଭଗବାନଙ୍କ ଚାଳିଶା ପାଠ କରନ୍ତୁ ।

ମକର

ଉତ୍ତରାଷାଢା ନକ୍ଷତ୍ର – ଆବଶ୍ୟକତା ଠାରୁ ଅଧିକ ସମୟ ଅପଚୟ କରନ୍ତୁ ନାହିଁ ।

ଶ୍ରବଣା ନକ୍ଷତ୍ର – ନିଜର କାମକୁ ନେଇ ଖୁସିରେ ରହିବେ ।

ଧନିଷ୍ଠା ନକ୍ଷତ୍ର – ସହକର୍ମୀଙ୍କର ସହଯୋଗ ପାଇବେ ।

ଉପାୟ- ଗଙ୍ଗାଜଳରେ ମହାଦେବଙ୍କର ଅଭିଷେକ କରନ୍ତୁ ।

କୁମ୍ଭ

ଧନିଷ୍ଠା ନକ୍ଷତ୍ର –  ଜୀବନସାଥୀଙ୍କ ସହ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମନ ବିଚଳିତ ରହିବ ।

ଶତଭିଷା ନକ୍ଷତ୍ର – ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ, ଶାନ୍ତି ଅନୁଭବ କରିବେ ।

ପୂର୍ବଭାଦ୍ର ନକ୍ଷତ୍ର – ନକରାତ୍ମକ ଭାବନା କାର୍ଯ୍ୟରେ ବାଧା ସୃଷ୍ଟି କରିବ ।

ଉପାୟ- ବୁଲା କୁକୁରକୁ ରସଗୋଲା ଖାଇବାକୁ ଦିଅନ୍ତୁ ।

ମୀନ

ପୂର୍ବଭାଦ୍ର ନକ୍ଷତ୍ର – ପିତା,ମାତାଙ୍କ ପରାମର୍ସ ନେଇ କାର୍ଯ୍ୟ କରନ୍ତୁ ।

ଉତ୍ତରଭାଦ୍ର ନକ୍ଷତ୍ର – ଆତ୍ମବିଶ୍ୱାସର ସହ ଆଗକୁ ବଢିବେ, ସଫଳତା ନିଶ୍ଚୟ ପାଇବେ ।

ରେବତୀ ନକ୍ଷତ୍ର – କାର୍ଯ୍ୟରେ ସଫଳତା ପାଇବେ ।

ଉପାୟ- ମନ୍ଦିରରେ ଅଟା ଦାନ କରନ୍ତୁ ।

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935

ବୈଠକରେ ଏହିସବୁ ପ୍ରସଙ୍ଗ ଉପରେ ହେବ ଆଲୋଚନା

ଭୁବନେଶ୍ୱର: ଆଜି ବସୁଛି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ  । ଦିନ ୧୨ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ  ନୀଳାଦ୍ରି ଭକ୍ତ ନିବାସରେ  ବୈଠକ ଅନୁଷ୍ଠିତ ହେବ । ବୈଠକରେ ମୁଖ୍ୟତଃ ୪ ଟି ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । କରୋନା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ   ବ୍ୟବସ୍ଥା ବନ୍ଦ ଥିବା ବେଳେ ଆଗକୁ କଟକଣା ହଟାଇବା ନେଇ ବିଶେଷ ଭାବେ ଆଲୋଚନା କରାଯିବ  ।

ଭକ୍ତଙ୍କ ପ୍ରବେଶ ଉପରେ କଟକଣା କିଭଳି କୋହଳ କରାଯିବ ଏହା ସହିତ ସୁବ୍ୟବସ୍ଥା ଭାବରେ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯିବ ସେନେଇ ବିଶେଷ ଆଲୋଚନା କରାଯିବ । ଏହାଛଡା ମହାପ୍ରଭୁଙ୍କ ପହିଲି ଭୋଗ  , ମକର ସଂକ୍ରାନ୍ତି ଓ ଦେବଭିଷେକ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ କରାଯିବ । ଆଜିର ବୈଠକ ନିଷ୍ପତ୍ତି ଉପରେ ସଭିଙ୍କର ନଜର ରହିଛି  ।

ମାର୍ଗଶିର କୃଷ୍ଣ ଏକାଦଶୀ ଅବସରରେ ଶ୍ରୀମନ୍ଦିର ଉପରେ ହେଲା ସନ୍ଧ୍ୟା ଆଳତି

0

ପୁରୀ: ଶୁକ୍ରବାର ମାର୍ଗଶିର କୃଷ୍ଣ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ପରମ୍ପରା ଅନୁସାରେ  ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ମନ୍ଦିର ଉପରେ ସମ୍ପନ୍ନ ହୋଇଛି । ଆଜି ସକାଳୁ ବିଧି ଅନୁସାରେ ସମସ୍ତ ଦୈନନ୍ଦିନ ନୀତି ସମ୍ପନ କରାଯାଇ ଦ୍ଵିତୀୟ ଭୋଗମଣ୍ଡପରେ ଦଖିଣି ଘର ଭୋଗ  ସମ୍ପର୍ଣ୍ଣ ହୋଇଥିଲା  । ପରେ ମହାପ୍ରଭୁଙ୍କ ମଇଲମ ହୋଇ ଶାଢ଼ୀ ଖଣ୍ଡୁଆ ଲାଗି ହୋଇଥିଲା  । ସନ୍ଧ୍ୟା ଆଳତି ପରେ ଠାକୁରଙ୍କର ସର୍ବାଙ୍ଗ ଚନ୍ଦନ  ଲାଗି ହୋଇଥିଲା । ପରେ ଅନ୍ୟାନ୍ୟ ବିଶେଷ ନୀତି ସମାପନ କରି ପୂଜାପଣ୍ଡା ସାମନ୍ତେ  କୋରା ଭୋଗ କଲା ପରେ ଆଳତି, ବନ୍ଦାପନା ନୀତି କରାଯାଇଥିଲା  । ସନ୍ଧ୍ୟା ଧୂପ ପରେ ମହାଦୀପ ଆଳତିକୁ ନେଇ  ତିନ ଜଣ ଚୁନାରା ସେବକ ଦଧିନଉତି ତଳେ ଠିଆହୋଇ ତୁଳସୀ,ଚନ୍ଦନ ନୀଳ- ଚକ୍ରଙ୍କୁ ଲାଗି କରି ଚାରି ପଟେ ତିନି ଘେରା ବୁଲିଥିଲେ  । ଶେଷରେ ମହାପ୍ରଭୁଙ୍କ ମଇଲମ ହୋଇ ଚନ୍ଦନଲାଗି, ବଡ଼ସିଂହାର ବେଶ, ପରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଅନୁଷ୍ଠିତ ହୋଇଛି।

କାଲି ଛତିଶାନିଯୋଗ ବୈଠକ: ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଦର୍ଶନ ନେଇ ନିଆଯିବ ନିଷ୍ପତ୍ତି

0

 ପୁରୀ: ଶନିବାର ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ |  ଦିନ ୧୨ଟାରେ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବ ଏହି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ତେବେ ଏହି ବୈଠକରେ ମୁଖ୍ୟତଃ ୪ ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ମୋହର ମରାଯିବ। କରୋନା ପାଇଁ   ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ  ବ୍ୟବସ୍ଥା  ବନ୍ଦ ଥିବା ବେଳେ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ଉପରୁ କଟକଣା ହଟାଇବା ନେଇ ବିଶେଷ ଭାବେ ଏହି ବୈଠକରେ ଆଲୋଚନା କରାଯିବ | ଏଥିସହ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ  , ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ , ଦେବଭିଷେକ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଅନୁମୋଦନ କରାଯିବ । ତେବେ ସବୁଠୁ ବଡ଼କଥା ହେଲା କରୋନା କଟକଣା ଯୋଗୁଁ ୯ମାସ ହେବ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ  ମହାପ୍ରଭୁଙ୍କ ଦର୍ଶନ ବନ୍ଦରହିଛି | ଶ୍ରୀମନ୍ଦିର କୁ ଭକ୍ତଙ୍କ ପ୍ରବେଶ କଟକଣା କିଭଳି କୋହଳ କରାଯିବ, କରୋନା ସମୟରେ କିଭଳି ସୁବ୍ୟବସ୍ଥା କରି ଭକ୍ତଙ୍କୁ ମହାପ୍ରଭୁଙ୍କ  ଦର୍ଶନ ପାଇଁ ଛଡ଼ାଯିବ ସେନେଇ ବିଶେଷ ଆଲୋଚନା କରାଯିବ| ଆସନ୍ତାକାଲିର ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ କଣ ନିଷ୍ପତ୍ତି ନିଆଯାଉଛି ସେନେଇ ଅପେକ୍ଷାରେ ଚାହିଁ ବସିଛନ୍ତି ଅଗଣିତ ଜଗନ୍ନାଥ ପ୍ରେମୀ |

କୃଷକ ଆନ୍ଦୋଳନ ଲାଗି ବାତିଲ ହେଲା କେଉଁସବୁ ଟ୍ରେନ୍; ଜାଣନ୍ତୁ

0

ନୂଆଦିଲ୍ଲୀ: ପଞ୍ଜାବରେ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଯୋଗୁଁ ରେଳବାଇ ପକ୍ଷରୁ ଅନେକ ଏକ୍ସପ୍ରେସ ଟ୍ରେନକୁ ବାତିଲ କରି ଦିଆଯାଇଛି।  କିଛି ଟ୍ରେନକୁ ଆଂଶିକ ବାତିଲ୍ କରାଯାଇଥିବା ବେଳେ ଆଉ କିଛି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି ।

ଆସନ୍ତୁ ଜାଣିବା ରେଳବାଇ ପକ୍ଷରୁ କେଉଁ ଟ୍ରେନକୁ ବାତିଲ୍ କରାଯାଇଛି?

ଏହି ଟ୍ରେନ୍ ଗୁଡିକ ବାତିଲ୍ ହୋଇଛି-
ଡିସେମ୍ବର ୧୨ରେ ଅଜମେର-ଅମୃତସର ଏକ୍ସପ୍ରେସ (୦୯୬୧୧) ସ୍ୱତନ୍ତ୍ର ଟ୍ରେନ ବାତିଲ
ଡିସେମ୍ବର ୧୩ରେ ଅମୃତସର-ଅଜମେର ଏକ୍ସପ୍ରେସ (୦୯୬୧୪) ସ୍ୱତନ୍ତ୍ର ଟ୍ରେନ ବାତିଲ

ଏହି 8 ଟି ଟ୍ରେନ୍ ଆଂଶିକ ବାତିଲ୍ ରହିବ-
୧- ନନ୍ଦେଡ-ଅମୃତସର ଏକ୍ସପ୍ରେସ (୦୨୭୧୫) ସ୍ୱତନ୍ତ୍ର ଟ୍ରେନ ୧୨ ଡିସେମ୍ବରରେ ନୂଆଦିଲ୍ଲୀରେ ଟର୍ମିନେଟ୍ ହେବ
୨- ଡିସେମ୍ବର ୧୪ରେ ଅମୃତସର-ନନ୍ଦେଡ ଏକ୍ସପ୍ରେସ (୦୨୭୧୬) ନୂଆଦିଲ୍ଲୀରୁ ଆରମ୍ଭ ହେବ
୩- ବାନ୍ଦ୍ରା ଟର୍ମିନାସ୍-ଅମୃତସର ଏକ୍ସପ୍ରେସ (୦୨୯୨୫) ସ୍ୱତନ୍ତ୍ର ଟ୍ରେନ୍ ଡିସେମ୍ବର ୧୨ରେ ଚଣ୍ଡିଗଡ଼ରେ ଟର୍ମିନେଟ୍ ହେବ
୪- ସେହିପରି ଅମୃତସର-ବାନ୍ଦ୍ରା ଟର୍ମିନାସ୍ ଏକ୍ସପ୍ରେସ (୦୨୯୨୬) ସ୍ୱତନ୍ତ୍ର ଟ୍ରେନ୍ ଡିସେମ୍ବର ୧୪ ରେ ଚଣ୍ଡିଗଡ଼ରୁ ଆରମ୍ଭ ହେବ
୫- କୋଲକାତା-ଅମୃତସର ଏକ୍ସପ୍ରେସ (୦୨୩୫୭) ସ୍ୱତନ୍ତ୍ର ଟ୍ରେନ୍ ୧୨ ଡିସେମ୍ବରରେ ଅମ୍ବାଲା ଠାରେ ଟର୍ମିନେଟ୍ ହେବ
୬- ସେହିପରି ଅମୃତସର-କୋଲକାତା ଏକ୍ସପ୍ରେସ (୦୨୩୫୮) ସ୍ୱତନ୍ତ୍ର ଟ୍ରେନ୍ ଅମ୍ବାଲା ଠାରୁ ଡିସେମ୍ବର ୧୪ ରେ ଆରମ୍ଭ ହେବ
୭- ନାଗପୁର-ଅମୃତସର ଏକ୍ସପ୍ରେସ (୦୨୦୨୫) ସ୍ୱତନ୍ତ୍ର ଟ୍ରେନ୍ ଡିସେମ୍ବର ୧୨ରେ ନୂଆଦିଲ୍ଲୀରେ ଟର୍ମିନେଟ୍ ହେବ
୮- ସେହିପରି ଅମୃତସର-ନାଗପୁର ଏକ୍ସପ୍ରେସ (୦୨୦୨୬) ସ୍ୱତନ୍ତ୍ର ଟ୍ରେନ୍ ୧୪ ଡିସେମ୍ବରରୁ ନୂଆଦିଲ୍ଲୀରୁ ଆରମ୍ଭ ହେବ

ଏହି ଟ୍ରେନ୍ ଗୁଡିକର ଦିଗ ପରିବର୍ତ୍ତନ-

୧. ମୁମ୍ବାଇ ସେଣ୍ଟ୍ରାଲ-ଅମୃତସର ଏକ୍ସପ୍ରେସ (୦୨୯୦୩) ସ୍ୱତନ୍ତ୍ର ଟ୍ରେନ, ଯାହା ଡିସେମ୍ବର ୧୦ ରେ ସେଠାରୁ ବାହାରିଥିଲା । ଏହି ଟ୍ରେନ୍ ବ୍ୟାସ୍, ତରନତାରାନ୍ ଦେଇ ଅମୃତସରରେ ପହଞ୍ଚୁଛି ।
୨. ଜୟନଗର-ଅମୃତସର (୦୪୬୫୦/୭୩) ଏକ୍ସପ୍ରେସ ସ୍ପେଶାଲ, ଯାହା ଡିସେମ୍ବର ୧୦ ରେ ସେଠାରୁ ବାହାରିଥିଲା । ବ୍ୟାସ୍, ତରନତାରାନ୍ ଦେଇ ଅମୃତସରରେ ପହଞ୍ଚୁଛି ।
୩. ଅମୃତସର-ଜୟନଗର (୦୪୬୫୦/୭୪) ଅମୃତସର ଜୟନଗର ଏକ୍ସପ୍ରେସ ଡିସେମ୍ବର ୧୧ ରେ ଯାତ୍ରା କରିବ ଏବଂ ତାରନ ତରନ ଏବଂ ବ୍ୟାସ୍ ଦେଇ ଜୟନଗର ଯିବ  ।

ଜାମିନରେ ଆସିଥିବା ଅଭିଯୁକ୍ତଙ୍କ ଉପରକୁ ଗୁଳି ଚଳାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର: କଳିଙ୍ଗବିହାର ଅଞ୍ଚଳରେ ଗୁଳିକାଣ୍ଡ । ଜାମିନରେ ଆସିଥିବା ସଞ୍ଜୟ ଖୁଣ୍ଟିଆଙ୍କ ଉପରକୁ ଗୁଳି ଚଳାଇଲେ ଦୁର୍ବୃତ୍ତ । ତେବେ ଅଳ୍ପକେ ବଞ୍ଚି ଯାଇଛନ୍ତି ସଞ୍ଜୟ । କଳିଙ୍ଗ ବିହାର କେ-୪ ଲକ୍ଷ୍ମୀ ମଣ୍ଡପ ସାମ୍‌ନାରେ ଘଟିଛି ଗୁଳିକାଣ୍ଡ । ବାଇକ୍‌ରେ ଆସି ୩ ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ତମାଣ୍ଡୋ ପୋଲିସ ପହଞ୍ଚି ଗୋଟିଏ ଖୋକା ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ କିଏ ଓ କାହିଁକି ଗୁଳି ଚଳାଇଲେ ସେ ନେଇ ତଦନ୍ତ ଚଳାଇଛି ପୋଲିସ ।

ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ପୋଲିସ ଡିଜିଙ୍କ ଆହ୍ୱାନ

କଟକ: ମାଓବାଦୀଙ୍କୁ ପୋଲିସ ଡିଜି ଅଭୟଙ୍କ ଆହ୍ୱାନ । ହିଂସାର ବାଟ ଛାଡ଼ି ନିଜକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଦେଲେ ଆହ୍ୱାନ । ଏଥିପାଇଁ ସରକାରଙ୍କ ପକ୍ଷରୁ ବହୁ ସୁବିଧା ସୁଯୋଗ ରହିଥିବା କହିଛନ୍ତି ଡିଜିପି  ।  ସେପଟେ ଗତ ୧୧ ତାରିଖରେ କନ୍ଧମାଳ ଗୋଛାପଡା ଥାନା ଅଞ୍ଚଳରେ ଏସଓଜି ଯବାନ୍ ଏବଂ ମାଓବାଦୀଙ୍କ ମୁହାମୁହିଁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଜିପି  । ଯବାନ୍ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡିଜିପି  । ମାଓ ୟୁନିଫର୍ମ ପିନ୍ଧିଥିବା ଅବସ୍ଥାରେ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ ଏବଂ ଚାରି ରାଉଣ୍ଡ ଗୁଳି ଜବତ କରାଯାଇଛି  । ସେଠାରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା କହିଛନ୍ତି ଡିଜିପି ।

https://nandighoshatv.com/peso-report-on-petrol-pump-blast-at-bhubaneswar/

ନୂଆ କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ କୃଷକ ସଂଘ

0

ନୂଆଦିଲ୍ଲୀ: ସରକାରଙ୍କ ନୂଆ କୃଷି ଆଇନକୁ ‘ଅସାମ୍ବିଧାନିକ’ ଏବଂ ‘କୃଷକ ବିରୋଧୀ’ ବୋଲି କହିବା ସହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଭାରତୀୟ କିସାନ ୟୁନିଅନ ନେତା ଭାନୁ ପ୍ରତାପ ସିଂ।

ଏହି ନୂଆ ଆଇନକୁ ନେଇ ପ୍ରାୟ ଦୁଇ ସପ୍ତାହରୁ ଅଧିକ ହେବ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ୬ଟି ଆବେଦନକୁ ଚ୍ୟାଲେଞ୍ଜ କରାଯାଇଛି।

ଏହି ନୂତନ କୃଷି ଆଇନ୍ ଦେଶରେ କେବଳ କୃଷି କ୍ଷେତ୍ରକୁ ଘରୋଇକରଣ ଆଡକୁ ଠେଲିଦେବ । କୃଷି ଏକ ରାଜ୍ୟ ଭିତ୍ତିକ ବିଷୟ ହୋଇଥିବାରୁ କେନ୍ଦ୍ର ଏବଂ ରାଜ୍ୟର କୃଷି ଆଇନରେ ପାର୍ଥକ୍ୟ ରହିଛି । ଏନେଇ ତାମିଲନାଡୁର ରାଜ୍ୟସଭା ସାଂସଦଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି।

ତେବେ ଏହା ପୂର୍ବରୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ତୋମାର ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛି ବୋଲି କହିଥିଲେ ।