କାଳ ହେଲା ଉଡ଼ାଣର କୀର୍ତ୍ତିମାନ: ଦିଗହରା ପକ୍ଷୀକୁ ଅଷ୍ଟ୍ରେଲିଆରେ କଠୋର ଦଣ୍ଡ

1 min read

ଶାନ୍ତିର କପୋତକୁ ମୃତ୍ୟୁ ଦଣ୍ଡ । କଥାଟି ଅଡୁଆ ଲାଗୁଥିଲେ ବି ସତ । ସବୁଠାରୁ ଲମ୍ବା ଉଡ଼ାଣ ଭରି ବିଶ୍ବ ରେକର୍ଡ କରିଥିବା କପୋତକୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେବାପରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଘଟିଛି ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ ସହରରେ । ଗୋଟିଏ ପାରାର ଗୋଡରେ ଆମେରିକାର ଉଡାଣ ବ୍ୟାଣ୍ଡ ଲାଗିଥିବାରୁ, କ୍ବାରେଣ୍ଟିନ ଆଣ୍ଡ ଇନସ୍ପେକସନ୍ ସର୍ଭିସ ଅନୁସାରେ ତାକୁ ହତ୍ୟା କରିବାକୁ ଅଷ୍ଟ୍ରେଲିଆ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Fake US leg band earns pigeon a reprieve from Australian death sentence | WGN-TV

ଅଭିଶପ୍ତ କପୋତ । ଦିଗ ହୁଡି ଆମେରିକାରୁ ଉଡ଼ାଣ ଭରି ଅଷ୍ଟ୍ରେଲିଆ ଚାଲିଯାଇଥିବା ଏକ କପୋତ ଏବେ ପ୍ରଶଂସା ସାଉଁଟିବା ବଦଳରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହେବାକୁ ଯାଉଛି । ଗତ ଅକ୍ଟୋବର ୨୯ତାରିଖରେ ଆମେରିକାର ଓରୋଗନ ରାଜ୍ୟରେ ଚାଲିଥିବା ପକ୍ଷୀ କ୍ରୀଡା ପ୍ରତିଯୋଗୀତାରୁ ଗୋଟିଏ କପୋତ ଉଡ଼ାଣ ଭରିବା ପରେ ଆଉ ବସାକୁ ଫେରିନଥିଲା । ଏହାର ଦୁଇମାସ ପରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ବାସିନ୍ଦା କେଭିନ୍ ସେଲି-ବାର୍ଡ ତାଙ୍କ ଘର ପଛପଟେ ଏହି କ୍ଲାନ୍ତ ପକ୍ଷୀକୁ ଠାବ କରିଥିଲେ ।

Australia to kill the racing pigeon that crossed Pacific from Oregon - The Hindu

କେଭିନ୍ ବିସ୍ମୟ ହେଲେ ଯେ,ଏଭଳି ପକ୍ଷୀ ତାଙ୍କ ଦେଶରେ ଦେଖାଯାଉନଥିଲେ ମଧ୍ୟ, ଏଠାକୁ କିପରି ଆସିଛି । କଥା ଏତିକିରେ ସରିନଥିଲା, କେଭିନ୍ ଏହି କପୋତର ଫଟୋ ଉଠାଇ ଇଣ୍ଟରନେଟରେ ଅପଲୋଡ କରିଥିଲେ  । ଇଣ୍ଟରନେଟରୁ ସୋସିଆଲ ମିଡିଆରେ ଫଟୋଟି ଭାଇରାଲ ହେବାପରେ, ଜଣା ପଡିଥିଲା ଯେ, ଏହି ହେଉଛି ସେହି ନିରୁଦ୍ଧିଷ୍ଟ କପୋତ ଯାହାକି ଆମେରିକାର ଓକଲାହୋମା ସ୍ଥିତ ଆମେରିକାନ ରେସିଂ ପିଜନ୍ ୟୁନିୟନର ଏକ ପଞ୍ଜିକୃତ ଉଡାଳି ସଦସ୍ୟ । ୨୯ ଅକ୍ଟୋବରରେ ପ୍ରତିଯୋଗୀତାରେ ଆକାଶକୁ ଉଠିବା ପରେ, ପ୍ରଶାନ୍ତ ମହାସାଗର ଉପରେ ପ୍ରାୟ ଆଠ ହଜାର ମାଇଲ ଅତିକ୍ରମ କରି ମେଲବୋର୍ଣ୍ଣରେ ପହଞ୍ଚିଛି ।

Australia plans to kill pigeon that survived 8,000-mile journey from Oregon | Daily Mail Online

ଏହି ବିସ୍ମୟ କପୋତର ଉଡ଼ାଣ ଦକ୍ଷତା ସମ୍ପର୍କରେ ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ, ପୁର୍ବରୁ ରେକର୍ଡ ୭ହଜାର ୨ଶହ ମାଇଲ ରେକର୍ଡକୁ ଭାଙ୍ଗିଥିବା ଜଣାପଡିଛି । ହେଲେ ଅଷ୍ଟ୍ରେଲିଆର କ୍ବାରେଣ୍ଟିନ ଆଣ୍ଡ ଇନସ୍ପେକସନ୍ ସର୍ଭିସ ତାର କଠୋର ଜୀବଜନ୍ତୁ ସୁରକ୍ଷା ନିୟମ ଅନୁସରଣ କରି ଏହି କପୋତକୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛି ।

Loft Design - Spartan Racing Pigeons

କାରଣ ବିଦେଶୀ ପକ୍ଷୀ,ଅଷ୍ଟ୍ରେଲିଆରେ ଫ୍ଲୁ ସଂକ୍ରମଣ ସୃଷ୍ଟି କରିବା ଆଶଙ୍କା ରହିଛି । ଏହାମଧ୍ୟରେ ଏହି ହତଭାଗ୍ୟ କପୋତକୁ, ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାମ ଅନୁସାରେ ଜୋ- ବୋଲି ରଖା ଯାଇଛି । ଏହି କପୋତଟି ଏବେ କେଭିନ୍‌ଙ୍କ ଅଗଣାରେ ରହୁଛି, ଯାହାକୁ ତା’ର ନୂଆ ବାସସ୍ଥାନ ପାଲଟିଯାଇଛି । କେଭିନ ଦେଉଥିବା ଖାଦ୍ଯ ପାନୀୟ ପକ୍ଷୀଟି ଗ୍ରହଣ କରୁଛି ଆଉ, ଅପେକ୍ଷା କରିଛି ଏକ ଅନିଶ୍ଚିତ ଭବିଷ୍ୟତକୁ । ଆଉ ଭୁଲ ସ୍ଥାନରେ ତା’ର ଉଡାଣ ଶେଷ କରିଥିବାରୁ ଏହା ତାର ଅନ୍ତିମ ଉଡ଼ାଣ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି

Leave a Reply