ଆରଟିଆଇ ଆବେଦନକାରୀ ଦେବେ ନିଜ ସୂଚନା: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଆରଟିଆଇ ଆବେଦନକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ  । ଏଣିକି ଆରଟିଆଇ ଆକ୍ଟ ମାଧ୍ୟମରେ କୌଣସୀ ତଥ୍ୟ ପାଇଁ ଆବେଦନ କରୁଥିବା ବ୍ୟକ୍ତି ନିଜର ଉଦ୍ଦେଶ୍ୟ ଜଣେଇବାକୁ ପଡ଼ିବ । ଏଥିସହ ନିଜ ବିଷୟରେ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ ପଡିବ  । ଏହାଦ୍ବାରା ଅନ୍ୟ ଜଣେ ବ୍ୟକ୍ତିର ତଥ୍ୟକୁ ନେଇ କୌଣସି ପ୍ରକାର ବେଆଇନ କାର୍ଯ୍ୟ କରାଯାଇପାରିବ ନାହିଁ  । ଏଥିସହ ଯେଉଁ ବ୍ୟକ୍ତି ବିଶେଷ ଉପରେ ତଥ୍ୟ ମଗାଯାଇଛି ତାକୁ ମଧ୍ୟ ନ୍ୟାୟ ମିଳିବ  । ଏକ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି  । ଏଥିସହ କେନ୍ଦ୍ରୀୟ ସୂଚନା ଆୟୋଗ ଦେଇଥିବା ଆଦେଶକୁ ମଧ୍ୟ ବଜାୟ ରଖିଛନ୍ତି କୋର୍ଟ । ମାମଲା ରୁଜୁ କରିଥିବା ଆରଟିଆଇ ଆବେଦକ ପୂର୍ବରୁ ପ୍ରେସିଡେଣ୍ଟ ଇଷ୍ଟେଟରେ ଅସ୍ଥାୟୀ ନିଯୁକ୍ତିକୁ ନେଇ ଆରଟିଆଇରେ ସୂଚନା ମାଗିଥିଲେ । ହେଲେ ସେ ନିଜର କୌଣସି ତଥ୍ୟ ଏହି ଆବେଦନରେ ସାମିଲ କରିନଥିଲେ  । ଏଥିପାଇଁ ସିଆଇସି ସୂଚନା ଦେବାକୁ ମନା କରିଦେଇଥିଲେ  । ଏହା ବିରୋଧରେ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ  । ଯାହାର ଶୁଣାଣି ବେଳେ କୋର୍ଟ ଆବେଦନକାରୀଙ୍କ ଭୁଲ ଥିବା ଜାଣିବାକୁ ପାଇଥିଲେ  । ଏଥିପାଇଁ କୋର୍ଟ ତାଙ୍କୁ ୨୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି  । ଶୁଣାଣି ବେଳେ ଆବେଦନକାରୀଙ୍କ ଝିଅ ମଧ୍ୟ ରାଷ୍ଟ୍ରପତି ଭବନର ଏହି ନିଯୁକ୍ତି ପାଇଁ ମଧ୍ୟ ଆବେଦନ କରିଥିଲେ ବୋଲି ଜଣାପଡିଛି  । ଯାହା ନିଜ ଆବେଦନରେ ଜଣାଇଥିଲେ ଆବେଦନକାରୀ  । ଏହାକୁ ନେଇ କୋର୍ଟ ଅସନ୍ତୁଷ୍ଟ ହୋଇଥିଲେ  । ପୂର୍ବରୁ ଆରଟିଆଇ ମାଧ୍ୟମରେ ତଥ୍ୟ ନେଇ କିଛି ବ୍ୟକ୍ତି ବିଶେଷଙ୍କୁ ହଇରାଣ କରାଯାଇଥିବା କେସ ଷ୍ଟଡିର ଉଦାହରଣ ମଧ୍ୟ କୋର୍ଟ ଦେଇଥିଲେ । ସୂଚନା ଅଧିକାର କର୍ମୀ ନାଁରେ ନିଜର ତଥ୍ୟ ନଦେଇ ଅନ୍ୟର ତଥ୍ୟ ହାସଲ କରିବାକୁ ମଧ୍ୟ କୋର୍ଟ ନାପସନ୍ଦ କରିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ୨୧ରୁ ହଟିବ ଭୂତାଣୁ ବାଡ଼, ବିନା କୋଭିଡ୍ ରିପୋର୍ଟରେ ଶ୍ରୀମନ୍ଦିର ଯାଇପାରିବେ ଶ୍ରଦ୍ଧାଳୁ

 

 

Leave a Reply