ଆସୁଛି ଡିଜିଟାଲ୍ ଭୋଟର ପରିଚୟ ପତ୍ର

1 min read
ECI to launch Digital Voter-ID cards on National Voter's Day

ନୂଆଦିଲ୍ଲୀ: ଜାନୁଆରୀ ୨୫ ତାରିଖରେ ଜାତୀୟ ଭୋଟର ଦିବସ । ଏହି ଅବସରରେ ନିର୍ବାଚନ ଆୟୋଗ ଲଞ୍ଚ୍ କରିବାକୁ ଯାଉଛନ୍ତି ଡିଜିଟାଲ୍ ଭୋଟର ପରିଚୟ ପତ୍ର (e-EPIC) । e-EPIC ବା ଇଲେକ୍ଟ୍ରୋନିକ୍ ଫଟୋ ଆଇଡେଣ୍ଟିଟି କାର୍ଡ ପିଡିଏଫ୍ ଫର୍ମାଟରେ ଉପଲବ୍ଧ ହେବ । ବଡ଼ କଥା ହେଲା ଏହାକୁ କେହି ଏଡିଟ୍ କରିପାରିବେ ନାହିଁ । ଭୋଟର ପରିଚୟ ପତ୍ରର ପିଡିଏଫ୍ ଭର୍ସନରେ ଆଧାର ଭଳି କ୍ୟୁଆର୍ କୋଡ୍ ରହିବ । ଫଟୋ ସହ କ୍ରମିକ ନମ୍ବର ରହିବ ଭୋଟର ପରିଚୟ ପତ୍ରରେ । ଏହାକୁ ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ଡାଉନଲୋଡ୍ କରି ସୁରକ୍ଷିତ ରଖିହେବ ।

ECI to launch Digital Voter-ID cards on National Voter's Day

ତେବେ, ସମସ୍ତଙ୍କୁ ଏହି ସୁବିଧା ପ୍ରଥମେ ମିଳିବ ନାହିଁ । ଯେଉଁ ଭୋଟର ନୂତନ ଭୋଟର ପରିଚୟ ପତ୍ର ପାଇଁ ଆବେଦନ କରିବା ସହ ମୋବାଇଲ୍ ନମ୍ବର ଦେଇଥିବେ ସେମାନେ ଡାଉନଲୋଡ୍ କରିପାରିବେ । e-EPIC କାର୍ଯ୍ୟକ୍ରମ ୨ଟି ପର୍ଯ୍ୟାୟରେ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୫ରୁ ୩୧ ଯାଏ ଚାଲିବ । ଫର୍ମ-୬ରେ ମୋବାଇଲ୍ ନମ୍ବର ଦେଇ ଭୋଟର କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ନୂଆ ଭୋଟର ଡିଜିଟାଲ ପରିଚୟ ପତ୍ର ଡାଉନଲୋଡ୍ କରିପାରିବେ । e-EPIC ପାଇଁ ଆପଣଙ୍କୁ କେବଳ ମୋବାଇଲ୍ ନମ୍ବର ସୁନିଶ୍ଚିତ କରିବାକୁ ପଡ଼ିବ ।

ECI to launch Digital Voter-ID cards on National Voter's Day

ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ e-EPIC କାର୍ଯ୍ୟକ୍ରମ ଫେବ୍ରୁଆରୀ ୧ ତାରିଖରୁ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ଭୋଟର ଏହାର ଲାଭ ଉଠାଇ ପାରିବେ । ଭୋଟର ପରିଚୟ ପତ୍ରରେ ମୋବାଇଲ୍ ନମ୍ବର ପଞ୍ଜିକୃତ କରିଥିବା ସମସ୍ତ ଭୋଟର e-EPIC ଡାଉନଲୋଡ୍ କରିପାରିବେ ବୋଲି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଡିଜିଟାଲ୍ ମାଧ୍ୟମରେ ଭୋଟର ପରିଚୟ ପତ୍ର ଉପଲବ୍ଧ ହେଲେ ପୂର୍ବଭଳି ହଜିବା ପରେ ପୁଣିଥରେ ଆବେଦନର ସମସ୍ୟା ରହିବ ନାହିଁ ।

ECI to launch Digital Voter-ID cards on National Voter's Day

e-EPICକୁ ଭୋଟର୍ ହେଲ୍ପଲାଇନ୍ ମୋବାଇଲ୍ ଆପ୍ ସହ voterportal.eci.gov.in ଓ nvsp.inରୁ ଡାଉନଲୋଡ୍ କରିହେବ । ଆସାମ, କେରଳ, ପୁଡୁଚେରୀ, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ଆଦି ୫ ରାଜ୍ୟରେ ଆଗକୁ ନିର୍ବାଚନ ଥିବା ବେଳେ ଏହା ଡିଜିଟାଲ୍ ଭୋଟର ପରିଚୟ ପତ୍ର ନୂଆ ଛାପ ଛାଡ଼ିବ ।

Leave a Reply