spot_img
Home Blog Page 6242

ଯୁଦ୍ଧ ଜାହାଜରେ ବସିବେ ବିଧାୟକ, ଦେଖିବେ ନୌସେନାର ଯୁଦ୍ଧ କୌଶଳ

ଭୁବନେଶ୍ୱର: ପ୍ରଥମ ଥର ନିଆରା ମଜା ନେବେ ୧୪୭ ବିଧାୟକ । ଆସନ୍ତା ୨୨ ତାରିଖରେ ଏପରି ଏକ ଅଭିଯାନ ପାଇଁ ରାଜ୍ୟର ସବୁ ଦଳର ବିଧାୟକଙ୍କୁ ନିମନ୍ତ୍ରଣ ମିଳିଛି । ପାରାଦ୍ୱୀପ ଯାଇ ଭାରତୀୟ ନୌସେନାର ଯୁଦ୍ଧ କୌଶଳ, ପ୍ରୟୋଗ ଏବଂ ଯୁଦ୍ଧାସ୍ତ୍ର ପାଖରୁ ଦେଖିବେ ସମସ୍ତ ବିଧାୟକ । ସକାଳ ସାଢେ ୬ଟାରୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବସ ଯୋଗେ ପାରାଦ୍ୱୀପ ଯିବା ସହ ସାଢେ ଆଠଟା ପରେ ନୌସେନାର ଯୁଦ୍ଧ ଜାହାଜରେ ବସି ସମୁଦ୍ରରେ 60 କିଲୋମିଟର ପର୍ଯ୍ୟନ୍ତ ବୁଲିବେ ବିଧାୟକ ।

ସେହିପରି ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ବିଧାୟକ ଏବଂ ମନ୍ତ୍ରୀମାନେ ସମୁଦ୍ରରେ ବୁଲିବା ସହ ବାୟୁସେନା ଅଧିକାରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିବେ । ନୌସେନା କମାଣ୍ଡରଙ୍କ ଅନୁରୋଧ ପରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏ ସଂପର୍କରେ ସମସ୍ତ ବିଧାୟକଙ୍କୁ ଜଣାଇ ଦିଆଯାଇଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ପାରାଦ୍ୱୀପରେ ବୁଲିବା ପାଇଁ ବିଧାୟକ ଏବଂ ମନ୍ତ୍ରୀଙ୍କ ପାଇଁ ତିନିଟି ଯୁଦ୍ଧ ଜାହାଜର ବ୍ୟବସ୍ଥା କରାଯାଇଛି । ଏଭଳି ଏକ ଭିନ୍ନ ଜଳଯାତ୍ରାକୁ ନେଇ ବେଶ ଉତ୍ସାହିତ ସମସ୍ତ ଦଳ ବିଧାୟକ । ରାଜନୈତିକ କାର୍ଯ୍ୟକ୍ରମ ଏବଂ ଭିଡ ଭିତରେ ରହୁଥିବା ବିଧାୟକମାନଙ୍କ ପାଇଁ ଏଭଳି ପଦକ୍ଷେପ ପ୍ରଥମ । ଏପରିକି ବିଶାଳ ସମୁଦ୍ର ମଧ୍ୟରେ ନୌସେନାର ଯୁଦ୍ଧଶୈଳୀ ଦେଖିବା ଏବଂ ବିଶେଷ ଅନୁଭବ ନେବା ନିଶ୍ଚିତ ଭାବେ ଏକ ନିଆରା ଅନୂଭୂତି ଆଣିଦେବା ନେଇ ଆଶାପ୍ରକଟ କରିଛନ୍ତି ବିଧାୟକ ।

ଗଣତନ୍ତ୍ର ଦିବସରେ ମୁଖ୍ୟଅତିଥି ବ୍ରିଟିଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଏନେଇ ବ୍ରିଟେନର ବୈଦେଶିକ ସଚିବ ସ୍ପଷ୍ଟ କରିଛନ୍ତି । ଭାରତର ଗଣତନ୍ତ୍ର ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସମ୍ମତି ବ୍ରିଟେନ ପାଇଁ ଗର୍ବର ବିଷୟ ବୋଲି ବ୍ରିଟେନର ବୈଦେଶିକ ସଚିବ କହିଛନ୍ତି ।

ବ୍ରିଟେନର ବୈଦେଶିକ ସଚିବ ଡୋମିନିକ ରାବ୍ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା ହୋଇଛି । ସାମ୍ପ୍ରତିକ ବର୍ଷଗୁଡିକରେ ବିଶ୍ୱ ରାଜନୀତିରେ ବହୁତ ବଡ ପରିବର୍ତ୍ତନ ଆସିଛି । ତେବେ ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଅଧିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିଛନ୍ତି । ଆଲୋଚନା ବେଳେ ଆଫଗାନିସ୍ତାନର ପରିସ୍ଥିତି ସମେତ ଭାରତ-ପ୍ରଶାନ୍ତ ମହାସାଗରର ବିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।

ଜନସ୍ୱାସ୍ଥ୍ୟ ବିଭାଗର କୋଟିପତି ସହକାରୀ ଯନ୍ତ୍ରୀ

ରାଉରକେଲା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଫସିଲେ ସହକାରୀ ଯନ୍ତ୍ରୀ । ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ବାସଭବନ ସମେତ ଅଫିସରେ ଆଜି ଭିଜିଲାନ୍ସ ରେଡ୍ କରିଥିଲା । ଏକକାଳୀନ ୬ଟି ସ୍ଥାନରେ ରାଉରକେଲା ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ସହକାରୀ ଯନ୍ତ୍ରୀଙ୍କ ୧ କୋଟି ୮୪ଲଷ ୬୦ ହଜାର ୬୧୯ ଟଙ୍କାର ସମ୍ପତ୍ତି ଠାବ ହୋଇଛି ।

Sundergarh Public Health Asst Engineer On Vigilance Net

ସହକାରୀ ଯନ୍ତ୍ରୀଙ୍କ ପାଖରେ ୨ଟି ଦୁଇ ମହଲା କୋଠା ଘର, ୨ଟି ଆଜବେଷ୍ଟସ ଘର ସହ ଭୁବନେଶ୍ୱର, ସମ୍ବଲପୁର, ବୁର୍ଲା, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ରହିଛି ସମୁଦାୟ ୩୧ଟି ପ୍ଲଟ । ଗୋଟିଏ ଟ୍ରାକ୍ଟର, ଗୋଟିଏ କାର, ନଗଦ ଦେଢ଼ ଲଷ ଟଙ୍କା ମିଳିଛି । ସାଢେ ୯ ଲଷ ଟଙ୍କାର ବିଭିନ୍ନ ଘରକରଣା ସାମଗ୍ରୀ ଠାବ କରିଛି ଭିଜିଲାନ୍ସ ।

Sundergarh Public Health Asst Engineer On Vigilance Net

୨ ଲଷ ୪୯ ହଜାର ଟଙ୍କାର ବ୍ୟାଙ୍କ ଜମା ମିଳିଥିବା ବେଳେ ୩୨ ଲକ୍ଷ ଟଙ୍କାର ଏଲଆଇସି ପ୍ରମିୟମ୍ ଜମା, ୪ ଲକ୍ଷ ୨୩ ହଜାର ଟଙ୍କା ମୁଲ୍ୟର ସୁନା ଅଳଙ୍କାର ମିଳିଛି । ଭିଜିଲାନ୍ସ ଟିମ୍ ଆଜି ଏକକାଳୀନ ୬ଟି ସ୍ଥାନରେ ରେଡ୍ କରିଛଥିଲା । ଏବେବି ଚଢ଼ାଉ ଜାରି ରହିଛି ।

ତବଲିଗି ଜମାତ୍‌ ମାମଲା: ୩୬ ବିଦେଶୀ ନାଗରିକ ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ତବଲିଗି ଜମାତ୍‌ରେ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ଥିବା ୩୬ ଜଣ ବିଦେଶୀ ନାଗରିକଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ସାକେତ କୋର୍ଟ । ସେମାନଙ୍କ ଉପରେ କରୋନା ନିୟମ ଉଲଂଘନ କରିଥିବା ଅଭିଯୋଗ ହୋଇଥିଲା । ଗତ ୨୪ ଅଗଷ୍ଟରେ ସେମାନଙ୍କ ଉପରେ ମହାମାରୀ ଧାରା ଲଗାଯାଇ ବିଚାର କରାଯିବ ବୋଲି କୋର୍ଟ କହିଥିଲେ ।

ପୂର୍ବରୁ ମୁମ୍ବାଇର ଏକ କୋର୍ଟ ମଧ୍ୟ ତବଲିଗି ଜମାତ ସହ ଜଡିତ ଲୋକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ତବଲିଗି ଜମାତରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆୟୋଜନରେ ସାମିଲ ଲୋକ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ । ପରେ ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢି ବଢି ଚାଲିଥିଲା । ସେତେବେଳେ କରୋନା ସଂକ୍ରମଣକୁ ନେଇ ସେମାନଙ୍କୁ ଦାୟୀ କରାଯାଇଥିଲା । ପରେ ବିଭିନ୍ନ ଧାରାରେ ମାମଲା ରୁଜୁ ହେବା ସହ ଅନେକ ଲୋକଙ୍କୁ ଗିରଫ କରାଯାଇଥିଲା ।

ଡିଜିଟାଲ ଦୁନିଆରେ ଅଦୃଶ୍ୟ ଠକ, ଜଙ୍ଗଲ ମଝିରେ ‘ଜମତରା ଗ୍ୟାଙ୍ଗ’

ଝାଡଖଣ୍ଡର ଜମତାରା ଗ୍ୟାଙ୍ଗ । ଶୁଣିଥିବେ ନିଶ୍ଚୟ ଏଭଳି ନାମ । ଯଦି ଶୁଣିଛନ୍ତି, ତେବେ ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ସତର୍କ ହୋଇଯାଆନ୍ତୁ । ସତର୍କ ନରହିଲେ ଗୋଟିଏ ମିନିଟରେ ଗାୟବ ହୋଇଯିବ ଜୀବନ ଯାକର ଉପାର୍ଜନ । କାରଣ ଏବେ ମାତିଛନ୍ତି ଝାଡଖଣ୍ଡର ଜମତରା ଗ୍ୟାଙ୍ଗ । ଏଭଳି ଏକ ଭିଡିଓ ମିଳିବା ପରେ ଲୋକଙ୍କୁ ସତର୍କ କରିଛି କମିଶନରେଟ ପୋଲିସ ।

ପୋଲିସର ଶତ ଚେଷ୍ଟା ପରେ ମଧ୍ୟ ଲୁଟ, ଛିନତାଇ, ଠକେଇ ହେଉଛି । କେଉଁଠି ରାଜରାସ୍ତାରେ ତ, ଆଉ କେଉଁଠି ଦିନ ଦ୍ୱିପ୍ରହରରେ । କେଉଁଠି ଆଖିରେ ଲଙ୍ଗାଗୁଣ୍ଡ ପକାଇ ତ, ପୁଣି କେଉଁଠି ବନ୍ଧୁକ ଦେଖାଇ । କିନ୍ତୁ ପଡିଆରେ ବସି ଆରାମରେ ଲୁଟ କରୁଥିବା, ଏହି ଲୁଟେରାଙ୍କ ଭିଡିଓ ଏବେ ସାଧାରଣ ଲୋକଙ୍କ ନିଦ ହଜାଇଦେଇଛି । କାରଣ କେଉଁଠି, କେତେବେଳେ ମଧ୍ୟ କିଏ ଏମାନଙ୍କ ଫନ୍ଦିରେ ଫିକର ହୋଇପାରେ ।

ଝାଡଖଣ୍ଡର ଜମତାରା ଗ୍ୟାଙ୍ଗ ଏବେ ନିଦ ହଜାଇ ଦେଇଛି । ଠକେଇର ଚରମ ସୀମାରେ ଏମାନେ । ଯାହାକୁ ନେଇ ଆଲର୍ଟରେ କମିଶନରେଟ ପୋଲିସ । କାରଣ ମିଳିଥିବା ଭିଡିଓରେ ଘର କିମ୍ବା କର୍ପୋରେଟ ଅଫିସ୍ ନୁହେଁ ଜଙ୍ଗଲରେ ରହି ଅପରେସନ୍ କରୁଛନ୍ତି ଠକ । ଚଳିତ ବର୍ଷ ସାଇବର ଠକେଇ 100ରୁ ଅଧିକ ମାମଲା ରୁଜୁ ହେଲାଣି । ଭାରତର 80 ପ୍ରତିଶତ ଠକେଇ ଜମତରା ଗ୍ୟାଙ୍ଗ ହିଁ କରୁଛନ୍ତି । ସବୁ ରାଜ୍ୟର ପୋଲିସ ଖୋଜୁଛି ସେମାନଙ୍କୁ । ତଥାପି ନୂଆ ନୂଆ ଉପାୟ ଖୋଜି ଲୋକଙ୍କୁ ଠକି ଚାଲିଛନ୍ତି ଏହି ଗ୍ୟାଙ୍ଗ ।

ଯଦିଓ ଓଡ଼ିଶାରେ ଜମତାରା ଗ୍ୟାଙ୍ଗ ଲିଙ୍କ ନାହିଁ ତଥାପି ସତର୍କ ରହିବାକୁ କହିଛନ୍ତି ପୋଲିସ କମିଶନର। ଠକେଇ ପାଇଁ ଶହେ ଚେଷ୍ଟାରେ ଥରେ ସଫଳ ହେଉଛନ୍ତି ଗ୍ୟାଙ୍ଗ। ଓଡିଶାରେ ଏଭଳି ଘଟଣା ଦେଖିବାକୁ ମିଳିନାହିଁ । ତଥାପି ଆଲର୍ଟରେ ରହିଛି ପୋଲିସ । ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଏଭଳି ଠକେଇରୁ ବର୍ତ୍ତିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

ଅନ୍‌ଲାଇନ୍‌ରେ ବିକ୍ରି ହେଉଛି କରୋନା ଭ୍ୟାକ୍ସିନ!: ସତର୍କ କରାଇଲା ଇଣ୍ଟରପୋଲ୍

ନୂଆଦିଲ୍ଲୀ: କୋଭିଡି-୧୯ ଭ୍ୟାକ୍ସିନ୍ ଅପେକ୍ଷାରେ ଥିବା ବିଶ୍ୱବାସୀଙ୍କୁ ମିଳିଛି ଖୁସି ଖବର । ଫାଇଜର, ମଡେର୍ଣ୍ଣା, ଅକ୍ସଫୋର୍ଡ – ଆଷ୍ଟ୍ରାଜେନିକା ଭଳି  ବଡ଼ ବଡ଼ ଫାର୍ମା କମ୍ପାନୀକୁ ଟିକାକରଣ ନେଇ ଡ୍ରଗ୍ସ ନିୟନ୍ତ୍ରକଙ୍କ ପକ୍ଷରୁ ଅନୁମତି ମିଳିଛି । ସବୁ ଦେଶ ଭ୍ୟାକ୍ସିନ୍ ପାଇବାକୁ ଚାହୁଁଛନ୍ତି କିନ୍ତୁ ଏହାର ସପ୍ଳାଏ ସୀମିତ । କରୋନା ଟିକା ନେଇ ସାରା ବିଶ୍ୱର ପ୍ରାୟ ସବୁ ସରକାର ସିଧାସଳଖ କମ୍ପାନୀଗୁଡ଼ିକ ସହିତ ଡିଲ୍ କରିଛନ୍ତି । ଯାହା ଦ୍ୱାରା ସରକାରଙ୍କ ଜରିଆରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କିନ୍ତୁ ସାଧାରଣ ଲୋକଙ୍କ ନିକଟରେ ଟିକା ପହଞ୍ଚିବାରେ ସମୟ ଲାଗିବ, କାହିଁକି ନା ପ୍ରାୟ ସବୁ ଦେଶରେ କରୋନା ଦ୍ୱାରା ସଂକ୍ରମିତ ହେବାର ଅଧିକ ଆଶଙ୍କା ଥିବା ବା ପ୍ରଭାବିତ ହେବାର ଆଶଙ୍କା ଥିବା ଲୋକଙ୍କୁ ପ୍ରଥମେ ଟିକା ଦିଆଯାଉଛି । କିନ୍ତୁ ଏହି ପ୍ରକ୍ରିୟା ଅନୁଯାୟୀ ଟିକା ନେବାକୁ ବହୁ ଲୋକେ ନାରାଜ୍ । ଏହା ଦ୍ୱାରା ସେମାନେ ଟିକା ପାଇବାରେ ବିଳମ୍ୱ ହେବ ।

Survey Revealed 70 percent of people wants to get Corona vaccine most of  them wants free vaccine - सर्वे: देश 70 फीसदी लोग लगवाना चाहते हैं कोरोना  टीका, ज्यादातर की इच्छा मुफ्त

        ଆଉ ଏହାର ଫାଇଦା ଉଠାଇବାକୁ ଚାହିଁ ବସିଛନ୍ତି ଅପରାଧୀ ଗୋଷ୍ଠୀ । କିଛି ଅପରାଧୀ ଗୋଷ୍ଠୀ ବ୍ୟବସ୍ଥିତ ଢଙ୍ଗରେ ଅନ୍‌ଲାଇନରେ ନକଲି ଟିକା ବିକ୍ରି ଆରମ୍ଭ କରିଦେଇଥିବା ଇଣ୍ଟରପୋଲ ସୂଚନା ଦେଇଛି । ତେବେ ପୂର୍ବ ସପ୍ତାହରେ ଏ ନେଇ ଇଣ୍ଟରପୋଲ୍ ପକ୍ଷରୁ ସତର୍କ ମଧ୍ୟ କରାଯାଇଥିଲା ।

Interpol - Wikipedia

        ଇଣ୍ଟରପୋଲ୍ ସୂଚନା ମୁତାବକ ଏହି ଅର୍ଗନାଇଜଡ୍ କ୍ରାଇମ୍ ସିଣ୍ଡିକେଟ୍ ନକଲି ଟିକା ବିକ୍ରି କରିବାକୁ ଚେଷ୍ଟା କରୁଛି । ଏହି ଅପରାଧୀମାନେ ଭ୍ୟାକ୍ସିନର ସପ୍ଳାଏ ଚେନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ଇଣ୍ଟରନେଟରେ ଗତ କିଛି ଦିନ ହେଲା ଟିକା ସମ୍ପର୍କିତ ଠକେଇ ବଢ଼ିବାରେ ଲାଗିଛି । ଡାର୍କନେଟ୍ ବା ଡାର୍କଓ୍ୱେବ୍ ଜରିଆରେ କରୋନା ଭ୍ୟାକ୍ସିନର ବିକ୍ରି ଜୋରଦାର ଚାଲିଛି । ‘୨୫୦ ଡଲାରେ କୋଭିଡ ଭ୍ୟାକ୍ସିନ୍’ ‘କୋଭିଡ-୧୯କୁ କୁହନ୍ତୁ ବାଏ ବାଏ, ‘ଆସିଗଲ କରୋନା ଭ୍ୟାକ୍ସିନ୍, ଶୀଘ୍ର କିଣନ୍ତୁ, ଭଳି ଲାଇନ୍ ଲେଖି ଲୋକଙ୍କୁ ଆକୃଷ୍ଟ କରାଯାଉଛି । .

          କିନ୍ତୁ ପ୍ରକୃତ କଥା ହେଉଛି କରୋନା ଭ୍ୟାକ୍ସିନ୍ ବ୍ୟକ୍ତିଗତ ସ୍ତରରେ ଉପଲବ୍ଧ ନାହିଁ । ଫାର୍ମା କମ୍ପାନୀ ସହିତ ଡିଲ୍ ହୋଇଥିବାରୁ ପ୍ରଥମରେ ସରକାରଙ୍କୁ ହିଁ ଏହା ହସ୍ତାନ୍ତର କରାଯିବ । ସବୁ ଦେଶ ଟିକାକରଣର ବିସ୍ତୃତ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ପ୍ରତ୍ୟେକ ଟିକାର ହିସାବ ରଖାଯିବ ।

ବ୍ରିଟେନ୍‌ରେ ପୁଣି ଲକ୍‌ଡାଉନ୍‌, କରୋନାର ନୂଆ ରୁପ ପୁରୁଣାଠୁ ଆହୁରି ଭୟଙ୍କର !

ନୂଆଦିଲ୍ଲୀ: ବ୍ରିଟେନରେ କରୋନା ପ୍ରକୋପ କମିନଥିବା ବେଳେ କୋଭିଡ୍‌ର ଆଉ ଏକ ରୂପ ନେଇ ହାଇଆଲର୍ଟ । ବୁଧବାରଠାରୁ ଲଣ୍ଡନରେ ପୁଣି କରୋନା ଲକ୍‌ଡାଉନ୍‌ ଭଳି କଟକଣା ଲାଗୁ କରାଯିବ । ଏହି ଭାଇରସ୍‌ କରୋନାର ଅନ୍ୟ ରୂପଠୁ ଅଧିକ ଶକ୍ତିଶାଳୀ ବୋଲି କୁହାଯାଉଛି । ଏନେଇ ବୈଜ୍ଞାନିକ ମାନେ ମଧ୍ୟ ମତ ପ୍ରକାଶ କରିଛନ୍ତି ।

ବହୁତ କମ୍ ସମୟରେ ଏକାଧିକ ଲୋକଙ୍କୁ ଏହା ସଂକ୍ରମିତ କରୁଛି । ବୈଜ୍ଞାନିକମାନେ କରୋନାର ଏହି ନୂଆରୂପ ବ୍ୟାପୁଥିବା ଜାଣିବା ପରେ ସରକାରଙ୍କୁ ଏନେଇ ପରାମର୍ଶ ଦେଇଛନ୍ତି । ଭାଇରସର ଭୟାବହତାକୁ ନଜରରେ ରଖି ପୁଣି ବ୍ରିଟେନ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି ।

Know The Three Districts Of Odisha, Where Active Covid Case Less Than 10

ଦକ୍ଷିଣ ଇଂଲଣ୍ଡରେ ଏଭଳି ମାମଲା ହଜାରେରୁ ଅଧିକ ଦେଖିବାକୁ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସ୍ଥିତି ଉପରେ ନଜରରେ ରଖିଛି । କେବଳ ବ୍ରିଟେନ ନୁହଁ, ଅନ୍ୟ କିଛି ଦେଶରେ ମଧ୍ୟ କରୋନାର ଏହି ନୁଆରୂପ ଦେଖିବାକୁ ମିଳିଛି । କରୋନାର ବିଭିନ୍ନ ରୂପ ଭିତରୁ ଏହି ରୂପ ବା ପ୍ରକାର ଅତି ସାଂଘାତିକ ବୋଲି ବିଶେଷଜ୍ଞ କହିଛନ୍ତି । ଦେଶରେ ଫାଇଜର ପକ୍ଷରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଭାଇରସର ନୂଆ ରୂପ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

୧୦ ଜଣ ଲେଖକ ପାଇବେ ୪ର୍ଥ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷର ଯୁବ ଲେଖକ ପୁରସ୍କାର ଘୋଷିତ ହୋଇଛି । ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖାଲେଖି କରୁଥିବା ୧୦ ଜଣ ଯୁବ ଲେଖକ ନିଜର ଅପ୍ରକାଶିତ ପାଣ୍ଡୁଲିପି ପାଇଁ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଅନୁଷ୍ଠାନ ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

୪୦ ବର୍ଷରୁ କମ୍‌ ବୟସର ଲେଖକଙ୍କୁ ଏହି ପୁରସ୍କାର ପାଇଁ ଚଳିତ ବର୍ଷ ଓଡ଼ିଆ ଭାଷାରେ ୬ଟି ପାଣ୍ଡୁଲିପି ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଇଂରାଜୀ ଓ ହିନ୍ଦୀ ଭାଷାରେ ଦୁଇଟି ଲେଖାଏଁ ପାଣ୍ଡୁଲିପି ଚୟନ କରାଯାଇଛି ବୋଲି କଥାଶିଳ୍ପୀ ତଥା ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଗଣମାଧ୍ୟମକୁ ଜଣାଇଛନ୍ତି ।

ଓଡ଼ିଆ ଭାଷାରେ ଗଳ୍ପ ପାଣ୍ଡୁଲିପି ‘ବଇନା ଓ ବାଣୀବିହାର’ ପାଇଁ ପ୍ରିୟରଂଜନ ପଟ୍ଟନାୟକ, କବିତା ପାଣ୍ଡୁଲିପି ‘ଟୋପାଏ ସମୁଦ୍ର’ ପାଇଁ ହିମାଂଶୁ ଶେଖର ମିଶ୍ର, ଗଳ୍ପ ପାଣ୍ଡୁଲିପି ‘କରୋନା କାହାଣୀ’ ପାଇଁ ରୁଦ୍ରରଂଜନ ଶେଜପଡ଼ା, କବିତା ପାଣ୍ଡୁଲିପି ‘ଅଶ୍ରୁ ଅଭିସାର’ ପାଇଁ ଦୀପକ କୁମାର ସ୍ବାଇଁ, କବିତା ପାଣ୍ଡୁଲିପି ‘ଜୀବନ ସହ ସନ୍ଧି’ ପାଇଁ ପ୍ରୀତିସୀମା ସ୍ବାଇଁ ଓ କବିତା ପାଣ୍ଡୁଲିପି ‘କରୋନା ଓ ଅନ୍ୟାନ୍ୟ କବିତା’ ପାଇଁ ଦିନେଶ ଜେନା ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୨୦ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଅନୁରୂପ ଭାବେ ହିନ୍ଦୀ କବିତା ପାଣ୍ଡୁଲିପି ‘ଗୁଲାବୀ କାନ୍‌ଭାସ୍’ ପାଇଁ ତୁଳିକା ବିବିଧରଂଗ ଓ ‘ଜିନ୍ଦଗୀ ଜୈଶେ କୋଇ ସମୁନ୍ଦର’ ପାଇଁ ନିଧି ଗର୍ଗ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୨୦ ପାଇଁ ମନୋନୀତ ହୋଇଥିବା ବେଳେ ଇଂରାଜୀ କବିତା ପାଣ୍ଡୁଲିପି ‘ଏଣ୍ଟ୍ରୋପୀ ଅଫ୍‌ ଥଟ୍‌ସ’ ପାଇଁ ମିୟୋଗ ରଂଜନ ପାତ୍ର ଓ ‘ଏ ପଟ୍‌ପୁରି ଅଫ୍‌ ପୋଏମ୍ସ’ ପାଇଁ ଅଙ୍କିତା ସାହୁ ଏହି ପୁରସ୍କାର ଗ୍ରହଣ କରିବେ।

ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ସମସ୍ତ ଯୁବପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ପଣ୍ଡା କହିଛନ୍ତି ଯେ- ନୂଆ ପିଢ଼ିର ଲେଖକଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ବୃହତ୍ତର ପାଠକ ଗୋଷ୍ଠୀ ସହ ପରିଚିତ କରାଇବା ଲକ୍ଷ୍ୟରେ ୨୦୧୭ ମସିହା ଠାରୁ ପେନ୍‌ ଇନ୍‌ ବୁକ୍ସ ଏହି ଯୁବ ଲେଖକ ପୁରସ୍କାର ପ୍ରଦାନ କରି ଆସୁଛି । ୨୦୨୦ ମସିହା ପାଇଁ ଆବେଦନକାରୀ ଯୁବ ଲେଖକଙ୍କ ଠାରୁ ମୋଟ ୮୨ଟି ପାଣ୍ଡୁଲିପି ଆସିଥିବା ବେଳେ ବିଚାରକମଣ୍ଡଳୀ ଦ୍ବାରା ଉପରୋକ୍ତ ୧୦ଟି ପାଣ୍ଡୁଲିପି ଯୋଗ୍ୟ ବିବେଚିତ ହୋଇଛି । ଚଳିତ ମାସରେ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ଉତ୍ସବ ପରେ ସେମାନଙ୍କ ପାଣ୍ଡୁଲିପି ଗୁଡ଼ିକ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପୁସ୍ତକ ଆକାରରେ ପ୍ରକାଶ ପାଇବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

ଜାନୁଆରୀରେ ହେବ ସାମ୍ବାଦିକ ସିଦ୍ଦିକି କପ୍ପନଙ୍କ ଗିରଫ ପ୍ରତିବାଦର ଶୁଣାଣି

ୟୁପି: ହାଥରସ୍ ଗଣବଳାତ୍କାର ଓ ହତ୍ୟା ଘଟଣା ସମୟରେ କେରଳର ସାମ୍ବାଦିକ ସିଦ୍ଦିକି କପ୍ପନଙ୍କୁ ଗିରଫ ପ୍ରତିବାଦରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ନେଇ ଆସନ୍ତା ଜାନୁଆରୀରେ ଶୁଣାଣି କରାଯିବ । କପ୍ପନଙ୍କୁ ଗିରଫ କରାଯିବା ବିରୋଧରେ କେରଳ ୟୁନିଅନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ହୋଇଥିଲା ।

ପ୍ରଧାନ ବିଚାରପତି ଏସ୍‌ଏବୋବ୍‌ଡ଼େ, ଜଷ୍ଟିସ୍ ଏସ୍ ବୋପାନା ଏବଂ ଜଷ୍ଟିସ୍ ଭି ରାମାସୁବ୍ରମଣ୍ୟମ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେ । ଜାନୁଆରୀ ତୃତୀୟ ସପ୍ତାହରେ ଏହି ଆବେଦନର ଶୁଣାଣି କରାଯିବ ବୋଲି ସ୍ପଷ୍ଟ ହୋଇଛି ।

ଏହାପୂର୍ବରୁ ଉତ୍ତରପ୍ରଦେଶର ଯୋଗୀ ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ଉତ୍ତରରେ କୁହାଯାଇଥିଲା ଯେ, କେରଳ ସାମ୍ବାଦିକ ସଂଘ କପ୍ପନଙ୍କ ବାସ୍ତବତା ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଦୁଇ ବର୍ଷ ପୂର୍ବେ ବନ୍ଦ ହୋଇଯାଇଥିବା ଖବରକାଗଜର ସାମ୍ବାଦିକ ବୋଲି କପ୍ପନ କହିଥିଲେ । ଏନେଇ ସୁପ୍ରିମକୋର୍ଟରେ ଯୋଗୀ ସରକାର ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । ରାଜ୍ୟ ସରକାରଙ୍କ ଏହି ପିଟିସନର ଉତ୍ତର ରଖିବାକୁ ସାମ୍ବାଦିକ ସଂଘକୁ ଏକ ସୁଯୋଗ ଦେଇଛନ୍ତି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ।

Hathras

ତେବେ କପ୍ପନଙ୍କ ନାଁରେ ଆହୁରି ସଙ୍ଗିନ ଅଭିଯୋଗ ରହିଛି । ସେ ପିଏଲ୍‌ଏ ସଦସ୍ୟଙ୍କ ଠାରୁ ଟଙ୍କା ନେଇ ହାଥରସ୍‌ ଆସିଥିଲେ । ତାଙ୍କ ପାଖକୁ ଯିଏ ଲକ୍ଷ ଲକ୍ଷ ଟଙ୍କା ପଠାଇଥିଲା, ସେହି ବ୍ୟକ୍ତି ହଥରସ୍‌ ଘଟଣାର ଅଭିଯୁକ୍ତଙ୍କୁ ମଧ୍ୟ ଟଙ୍କା ପଠାଇଥିଲା । ତେଣୁ କପ୍ପନଙ୍କ ଭୁମିକା ଏହି ଘଟଣାରେ ସନ୍ଦେହ ସୃଷ୍ଟି କରୁଛି ।

ଛୁରାମାଡ଼ରେ ପରିବା ବିକାଳି ଲହୁଲୁହାଣ

କଣ୍ଟାବାଞ୍ଜି: ପରିବା ବିକାଳିଙ୍କୁ ଛୁରାମାଡ଼ । କଣ୍ଟାବାଞ୍ଜି ଡେଲି ମାର୍କେଟରେ ଜଣେ ପରିବା ବିକାଳିଙ୍କୁ ଛୁରମାଡ଼ ହୋଇଛି । ଛୁରାମାଡ଼ରେ ସିଙ୍ଗଳପଡ଼ାର ପରିବା ବିକାଳି ଜଗବନ୍ଧୁ ବେହେରା ରକ୍ତାକ୍ତ ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

Miscreants Stabbing Vegetable Vendors In Kantabanji

ସୂଚନା ଅନୁସାରେ ପରିବା ବିକାଳି ସବୁ ଦିନ ପରି ଆଜି ସନ୍ଧ୍ୟାରେ ଡେଲି ମାର୍କେଟରେ ପରିବା ବିକ୍ରି କରୁଥିଲେ । ସେହି ସମୟରେ ଜଣେ ଅଜଣା ବ୍ୟକ୍ତି ଆସି ତାଙ୍କୁ ଏକ ଛୁରିରେ ଆକ୍ରମଣ କରିଥିଲା । ଜଗବନ୍ଧୁଙ୍କ ଜଂଘ, ପେଟ ଓ ଡାହାଣ ହାତରେ ଆଘାତ ଲାଗିଛି । କଣ୍ଟାବାଞ୍ଜି ଘଟଣାର ତଦନ୍ତ କରୁଛି । ତେବେ କିଏ ଓ କାହିକିଁ ଛୁରାମାଡ଼ କଲା ଅସ୍ପଷ୍ଟ ରହିଛି ।