ଅଭିମାନ ଭାଙ୍ଗିଲେ ସ୍ୱାସ୍ଥ୍ୟକର୍ମୀ, ମାସେ ପାଇଁ ଆନ୍ଦୋଳନ ସ୍ଥଗିତ

Health worker

ଭୁବନେଶ୍ୱର: ଅଭିମାନ ଭାଙ୍ଗିଲେ ସ୍ୱାସ୍ଥ୍ୟକର୍ମୀ, ମାସେ ପାଇଁ ଆନ୍ଦୋଳନ ସ୍ଥଗିତ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘର ଆବାହିକା ମମତା ନାୟକ । ସେ କହିଛନ୍ତି ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇଛି । ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଛି । ତେଣୁ ଆସନ୍ତା ଏକ ମାସ ପାଇଁ ଆନ୍ଦୋଳକୁ ସ୍ଥଗିତ ରଖାଯାଇଛି । ଫେବ୍ରୁଆରୀ ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥାନ୍ତା ।

ସୂଚନାଯୋଗ୍ୟ ଗତ ୨୮ ତାରିଖରୁ ସ୍ୱାସ୍ଥ୍ୟକର୍ମୀମାନେ କଳା ବ୍ୟାଚ୍‌ ପିନ୍ଧି ବିଭିନ୍ନ ଦାବି ଦେଇ ଆନ୍ଦୋଳନ କରୁଥିଲେ । ଏମିତିକି ଟିକା ଆସିବା ପରେ ସେମାନେ କରୋନା ଟିକା ଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ହେଲେ କରୋନା ଟିକା ବଣ୍ଟନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

ତେବେ ମଙ୍ଗଳବାର ରାଜ୍ୟ ସରକାରଙ୍କ ସହ ସକାରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘର ଆବାହିକା ମମତା ନାୟକ । ସେ କହିଛନ୍ତ, କ୍ୟାଡର ରିଷ୍ଟ୍ରକ୍ଚର ଓ ପଦୋନ୍ନତି ନେଇ ଆଲୋଚନା ହୋଇଛି । ଆସନ୍ତା ୨୮ ତାରିଖରେ ୧୫ ହଜାର କର୍ମୀ ଟୀକା ନେବେ । ଏଣିକି କଳା ବ୍ୟାଚ୍‌ ପିନ୍ଧି ଆନ୍ଦୋଳନ ମଧ୍ୟ ସ୍ଥଗିତ ରହିଲା । ମାସେ ପରେ ପୁଣି ଆଲୋଚନା ହେବ

Leave a Reply