୨୪ ଘଣ୍ଟାରେ ଦେଶରେ ୯ ହଜାର ୧୦୨ କରୋନା ସଂକ୍ରମଣ ମାମଲା

ନୂଆଦିଲ୍ଲୀ: ଭାରତରେ ଜାରି ରହିଛି କରୋନା ଟିକାକରଣ । ଅନ୍ୟପଟେ ହ୍ରାସ ପାଉଥିବା ସଂକ୍ରମିତଙ୍କ ସଂଖ୍ୟା ଆଶ୍ୱସ୍ତି ଆଣିଛି । ଦୈନିକ କରୋନା ସଂକ୍ରମଣ ୧୦ ହଜାର ତଳକୁ ଖସିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣର ୯ ହଜାର ୧୦୨ଟି ମାମଲା ସାମନାକୁ ଆସିଛି ।

ଏଥିସହ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୭୬ ହଜାର ୮୩୮କୁ ବୃଦ୍ଧି ପାଇଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଆରୋଗ୍ୟ ହାର୍ ଅଧିକ ରହିଛି । ଗତ ୨୪ ଘଣ୍ଟାରେ ୧୫ ହଜାର ୯୦୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ୧୧୭ ଜଣଙ୍କ ମୃତ୍ୟୁ ହୋଇଛି ।

ଏପର୍ଯ୍ୟନ୍ତ ୧ କୋଟି ୩ ଲକ୍ଷ ୪୫ ହଜାର ୯୮୫ ଜଣ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଥିବା ବେଳେ, ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୫୮୭ରେ ପହଞ୍ଚିଛି । ଅନ୍ୟପଟେ ଜାନୁଆରୀ ୧୬ରୁ ଦେଶବ୍ୟାପୀ କୋଭିଡ୍ ଟିକାକରଣ ଜାରି ରହିଛି । ଗତକାଲି ସୁଦ୍ଧା ୧୯ ଲକ୍ଷ ୫୦ ହଜାର ୧୮୩ ଜଣ ପ୍ରଥମ ପର୍ଯ୍ୟାୟରେ ଟିକା ନେଇଛନ୍ତି ।

Leave a Reply