ଶାଢ଼ିରେ ଗୁଡ଼ାଇ ପେଟିରେ ପୁରାଇ ନବଜାତକୁ ଫିଙ୍ଗିଦେଲେ..

ଭଦ୍ରକ: ପୁଣି ସାମ୍ନାକୁ ଆସିଲା ନବଜାତ ଶିଶୁ ହତ୍ୟା ପ୍ରସଙ୍ଗ । ନବଜାତ ଶିଶୁକୁ ଜନ୍ମ ଦେଇ ପାଣିରେ ଫିଙ୍ଗିଦେଲେ । ନଦୀରେ ଭାସୁଛି ନବଜାତ ଶିଶୁ ପୁତ୍ରର ମୃତଦେହ । ଶାଢ଼ିରେ ଘୋଡାଇ ପେଟି ଭିତରେ ପୁରାଇ କେହି ନଦୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀର ଗବସାହି ଘାଟ ନିକଟରେ ଏହି ନବଜାତ ଶିଶୁପୁତ୍ରର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ତେବେ ଶିଶୁ ପୁତ୍ରଟି ନବଜାତକ ବୋଲି ସୂଚନା ମିଳିଛି । ଏମିତି କି ଶିଶୁ ପୁତ୍ରର ନାଭି ମଧ୍ୟ କଟାଯାଇ ନାହିଁ । ତେବେ ଶିଶୁ ପୁତ୍ରକୁ ଶାଢ଼ିରେ ଘୋଡ଼ାଇବା ପରେ ଏକ ପେଟିରେ ଭର୍ତ୍ତି କରି ନଦୀକୁ ଫିଙ୍ଗା ଯାଇଛି ବୋଲି ସନ୍ଦେହ କରାଯାଉଛି । ପେଟି ଟି ଭାସିଯାଇଥିବା ବେଳେ ଶାଢ଼ିରୁ ବାହାରି ମୃତଦେହଟି ପାଣିରେ ଭାସୁଛି ।

ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଳ୍ୟ ସୃଷ୍ଟି ହୋଇଛି । ନବଜାତ ଶିଶୁକୁ ଦେଖିବା ପାଇଁ ନଦୀ କୂଳରେ ଲୋକଙ୍କ ଭିଡ଼ ଜମିଛି । ଗାଁ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ମୃତଦେହକୁ ଉଦ୍ଧାର କରିଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପଛରେ କାହାର ହାତ ରହିଛି ସେନେଇ ଖୋଳତାଡ଼ ଚାଲିଛି । ଆଖ ପାଖରେ ଥିବା ମେଡିକାଲ ଓ ନର୍ସିଂହୋମ୍‌ରେ ପୋଲିସ ପକ୍ଷରୁ ପଚରାଉଚରା କରାଯିବାର ସମ୍ଭାବନା ରହିଛି ।

Leave a Reply